ପ୍ରିୟବ୍ରତ ପାତ୍ର
Appearance
ପ୍ରିୟବ୍ରତ ପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଜୟନ୍ତ କୁମାର ବିଶ୍ୱାଳ ୨୩ ଜାନୁଆରୀ ୧୯୬୯ ଆସ୍କା, ଗଞ୍ଜାମ |
ବୃତ୍ତି | ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଆଭିଯାତ୍ରୀକ-୨ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୪ |
ସମ୍ପର୍କୀୟ | ବୃନ୍ଦାବନ ପାତ୍ର (ବାପା) ମନୋରମା ଦେବୀ (ମାଆ) |
ପ୍ରିୟବ୍ରତ ପାତ୍ର (ଜନ୍ମ: ୨୩ ଜାନୁଆରୀ ୧୯୬୯) ଜଣେ ଓଡ଼ିଆ ଲେଖକ । ୨୦୧୪ ମସିହାରେ ତାଙ୍କୁ ତାଙ୍କ ରଚିତ ପ୍ରବନ୍ଧ ପୁସ୍ତକ ଆଭିଯାତ୍ରୀକ-୨ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପ୍ରିୟବ୍ରତ ପାତ୍ର ୧୯୬୯ ମସିହାର ଜାନୁଆରୀ ୨୩ ତାରିଖରେ ଗଞ୍ଜାମ ଜିଲ୍ଲାର ଆସ୍କାଠାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବୃନ୍ଦାବନ ପାତ୍ର ଓ ମାଆଙ୍କ ନାମ ମନୋରମା ଦେବୀ । ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶେଷ କରିବା ପରେ ୧୯୯୨ ମସିହାରେ ସେ ଭାରତୀୟ ଜୀବନ ବୀମା ନିଗମରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ମୌସୁମୀ ଚୌଧୁରୀଙ୍କୁ ବିବାହ କରିଛନ୍ତି ।[୨]
ରଚନାବଳୀ
[ସମ୍ପାଦନା]- ଅନୁଭବୀର ଭାରତ
- ଆଭିଯାତ୍ରୀକ-୧ (ଜୀବନ ଓ ଭ୍ରମଣ ସାହିତ୍ୟ)
- ଆଭିଯାତ୍ରୀକ-୨ (ଜୀବନ ଓ ଭ୍ରମଣ ସାହିତ୍ୟ)
- ଭାରତ ଏ ତୃଷ୍ଣା
- ହମିଦା ବୋଟ୍ ହାଉସ୍
- ଅଭୁଲା କାଶ୍ମୀର
- ମେଘନା (ଉପନ୍ୟାସ)
ପୁରସ୍କାର
[ସମ୍ପାଦନା]- ସତ୍ତା ସାହିତ୍ୟ ସମ୍ମାନ
- ତୀରତରଙ୍ଗ ସମ୍ମାନ
- ପରବ ସମ୍ମାନ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୪[୩]
ଆଧାର
[ସମ୍ପାଦନା]- ↑ "ପ୍ରିୟବ୍ରତ ପାତ୍ରଙ୍କ ସହ ସାକ୍ଷାତକାର". ସମ୍ବାଦ (in Odia). 2 October 2022. p. 9. Archived from the original on 26 January 2023. Retrieved 26 January 2023.
{{cite news}}
: CS1 maint: unrecognized language (link) - ↑ "Authorspress". authorspressbooks.com (in English). AuthorsPress India. Retrieved 26 January 2023.
{{cite web}}
: CS1 maint: unrecognized language (link) - ↑ "୨୦୧୧, ୨୦୧୨ ଓ ୨୦୧୩ ମସିହାରେ ପ୍ରକାଶିତ ୨୦୧୪ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 4 December 2022. Retrieved 24 January 2023.