ଜଗନ୍ନାଥ ମହାନ୍ତି

ଉଇକିପିଡ଼ିଆ‌ରୁ
ଜଗନ୍ନାଥ ମହାନ୍ତି
Jagannath Mohanty.jpeg
ଜନ୍ମ(1937-01-07)୭ ଜାନୁଆରୀ ୧୯୩୭
ଜଙ୍ଗଲବରୀ ଗ୍ରାମ, ଗୋପ, ପୁରୀ
ମୃତ୍ୟୁ୧୨ ମାର୍ଚ୍ଚ ୨୦୧୧(2011-03-12) (ବୟସ ୭୪)
ଜାତୀୟତାଭାରତୀୟ
ବୃତ୍ତି(s)ଲେଖକ, ଔପନ୍ୟାସିକ
ଜୀବନସାଥୀବିବାହିତ
ପୁରସ୍କାର(ଗୁଡ଼ିକ)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଜଗନ୍ନାଥ ମହାନ୍ତି (୭ ଜାନୁଆରୀ ୧୯୩୭ - ୧୨ ମାର୍ଚ୍ଚ ୨୦୧୧) ଜଣେ ଶିକ୍ଷାବିତ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଶିଶୁ ସାହିତ୍ୟିକ ଓ ଔପନ୍ୟାସିକ ଥିଲେ ।

ଅଳ୍ପରେ[ସମ୍ପାଦନା]

ଜଗନ୍ନାଥ ମହାନ୍ତି ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଜଙ୍ଗଲବରୀ ଗ୍ରାମରେ ୧୯୩୭ ମସିହା ଜାନୁଆରୀ ୭ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।[୧] ରେଭେନ୍ସା ମହାବିଦ୍ୟାଳୟ, କେନ୍ଦ୍ରୀୟ ଇଂରାଜୀ ଶିକ୍ଷା ପ୍ରତିଷ୍ଠାନ ଓ ଇଂଲଣ୍ଡର ଲର୍ଡ୍ସ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି ବିଭିନ୍ନ ସରକାରୀ ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଇଂରାଜୀ ସାହିତ୍ୟରେ ଅଧ୍ୟାପନା କରିଥିଲେ । ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରେ ଥାଇ ସରକାରୀ ସେବାରୁ ଅବସର ଗ୍ରହଣ କରିଥିଲେ ।[୨]

ରଚନାବଳୀ[ସମ୍ପାଦନା]

ଜଗନ୍ନାଥ ମହାନ୍ତି ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ୩୦୦ରୁ ଅଧିକ ପୁସ୍ତକ ରଚନା କରିଥିଲେ । ମଧୁସୂଦନ ଦାସଙ୍କ ପିଲାଦିନର ଏକ ଛୋଟ ଘଟଣା ଉପରେ ଆଧାରିତ ତୁମପରି ଛୋଟ ପିଲାଟିଏ ତାଙ୍କର ଏକ ଉଲ୍ଲେଖନୀୟ ରଚନା ।[୩]

  • ଅନ୍ଧାର ଓ ଆଲୁଅର କାହାଣୀ
  • ଆମରି ଜାତିର ଆଗୁଆ ନେତା
  • ଆମରି ମାଟିର ଅମର ଶହୀଦ
  • ଓଡ଼ିଶା ଶିଶୁସାହିତ୍ୟ ସମୀକ୍ଷା
  • ଓଡ଼ିଶାର ସ୍ମରଣୀୟ ଶିକ୍ଷକବୃନ୍ଦ
  • କାଉଁରୀ କାମଚଣ୍ଡୀର ଦେଶେ
  • କାଦୁଅର କୁମ୍ଭ
  • କୃତ୍ରିମ ଉପଗ୍ରହର ଜୟଯାତ୍ରା
  • ଜୀବନ ଗୀତି
  • ତ୍ରିପୁର କଥା
  • ଦୂର ଦିଗନ୍ତ
  • ନ‌ବ ଦିଗନ୍ତ
  • ଭାରତ ଭ୍ରମଣ
  • ମାଟିର ଚାଷୀ ଜାତିର ପଦ୍ମଶ୍ରୀ
  • ମୋ ଜୀବନ କ‌ଥା
  • ଯେତେ ସଳଖ କଲେ ବି କୁକୁର ଲାଙ୍ଗୁଡ଼ ବଙ୍କା
  • ଶିଶୁ ପୁତ୍ରକ
  • ସୁଖ ଦୁଃଖର ସାଥି
  • ସତରେ ସେ ଥିଲେ ସାହାସୀ
  • ସବୁଜ ଲୁଚକାଳି
  • ସୂର୍ଯ୍ୟ ସ୍ନାତ
  • ଗଛ ଲତା ଆମର ବନ୍ଧୁ

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 788–. ISBN 978-81-260-0873-5.
  2. "Prof Jagannath Mohanty passes away". Orissa Diary. Retrieved 25 December 2014.
  3. "Jagannath Mohanty passes away at 74". Times of India. 13 March 2011. Retrieved 25 December 2014.
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 20 March 2017.

ଅଧିକ ତଥ୍ୟ[ସମ୍ପାଦନା]