ଧରଣୀଧର ପାଣିଗ୍ରାହୀ
ଧରଣୀଧର ପାଣିଗ୍ରାହୀ | |
---|---|
ଜନ୍ମ | |
ମୃତ୍ୟୁ | ୧୭ ନଭେମ୍ବର ୨୦୨୦ ନୂଆପଲ୍ଲୀ, ଭୁବନେଶ୍ୱର | (ବୟସ ୮୪)
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର(ଗୁଡ଼ିକ) | କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ସମ୍ମାନ ୨୦୦୯ |
ଧରଣୀଧର ପାଣିଗ୍ରାହୀ (୨ ଜାନୁଆରୀ ୧୯୩୬ - ୧୭ ନଭେମ୍ବର ୨୦୨୦) ଜଣେ ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ ଥିଲେ । ସେ ଅର୍ଥନୀତି, ସମାଜତତ୍ତ୍ୱ, ସଂସ୍କୃତି ସମ୍ପର୍କିତ ନାନା ପ୍ରବନ୍ଧ ଅନୁବାଦ କରିବା ସହିତ ଅର୍ଥନୀତି ବିଷୟରେ ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଅନେକ ପୁସ୍ତକ ରଚନା କରିଥିଲେ । ସେ ଉଭୟ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।
ରଚନାବଳୀ[ସମ୍ପାଦନା]
ମୌଳିକ ରଚନା[ସମ୍ପାଦନା]
- ଅର୍ଥନୀତି ପ୍ରବେଶ
- ଅର୍ଥନୀତି ପରିଚୟ
- ମୁଦ୍ରାବ୍ୟାଙ୍କ ଓ ସରକାରୀ ବିତ୍ତ ବ୍ୟବସ୍ଥା
- ସରକାରୀ ବିତ୍ତ
- ଗ୍ରାମ୍ୟ ଶିଳ୍ପାୟନ
- ଭାରତୀୟ ଅର୍ଥନୀତି
- ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ଅର୍ଥନୈତିକ ବିକାଶ
- ରାଜନୀତିଜ୍ଞଙ୍କ ଭାରତବର୍ଷ
- ଅର୍ଥନୀତିକ ଭାରତ
- ମହାଭାରତ ପରେ
- ଅଞ୍ଜନେୟ
- ଶ୍ରୀମୟୀ ବୈଷ୍ଣୋ ଦେବୀ
- ଲୌହମାନବ
- ଭାରତ ବିକାଶ ପରିକ୍ରମା
- ରାଷ୍ଟ୍ରୀୟ ବିତ୍ତ
ଅନୁବାଦ[ସମ୍ପାଦନା]
- କରଣ ସିଂହ: ଆତ୍ମଜୀବନୀ
- ସନ୍ଥ ବିଭୂତି
- ମୃତ୍ୟୁ ପରେ
- ଜୀବନ ଓ ମୃତ୍ୟୁ ଦର୍ଶନ
- ବ୍ରହ୍ମବାଦ ଦର୍ଶନ
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୨୦୦୯ (କରଣ ସିଂହ: ଆତ୍ମଜୀବନୀ)
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଜୀବନୀ ଓ ଭ୍ରମଣ ସାହିତ୍ୟ) - ୨୦୧୫ (ଲୌହମାନବ)[୧]
ବ୍ୟକ୍ତିଗତ ଜୀବନ[ସମ୍ପାଦନା]
ଧରଣୀଧର ୧୯୩୬ ମସିହା ଜାନୁଆରୀ ୨ ତାରିଖରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅନ୍ତର୍ଗତ ବେରୁଆଁପାଳଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା, ବିଜେବି ଓ ରାଜଧାନୀ ମହାବିଦ୍ୟାଳୟ ଆଦିରେ ଅଧ୍ୟାପନା କରି ୧୯୯୪ ମସିହାରେ ଅବସର ଗ୍ରହଣ କରିଥିଲେ ।
୨୦୨୦ ମସିହା ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱରର ନୂଆପଲ୍ଲୀସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଥିଲା ।[୨]
ଆଧାର[ସମ୍ପାଦନା]
- ↑ "୨୦୧୫ ଓ ୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା". www.nitidin.com. ନିତିଦିନ. Archived from the original on 11 July 2022. Retrieved 11 July 2022.
- ↑ "ପରଲୋକରେ ଧରଣୀଧର ପାଣିଗ୍ରାହୀ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 11 July 2022. Retrieved 11 July 2022.