ସୁରେନ୍ଦ୍ର କୁମାର ମହାରଣା

ଉଇକିପିଡ଼ିଆ‌ରୁ
ସୁରେନ୍ଦ୍ର କୁମାର ମହାରଣା
ଜନ୍ମ ଓ ଜନ୍ମସ୍ଥାନସୁରେନ୍ଦ୍ର କୁମାର ମହାରଣା
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିପ୍ରଫେସର ନବୀନ କୁମାର ସାହୁ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬[୧]

ସୁରେନ୍ଦ୍ର କୁମାର ମହାରଣା ଜଣେ ଓଡ଼ିଆ ଲେଖକ, ଯିଏକି ମୁଖ୍ୟତଃ ସମାଲୋଚନା ସାହିତ୍ୟ ଓ ଜୀବନ ସମ୍ବନ୍ଧୀୟ ପୁସ୍ତକରେ ନିଜର ଲେଖନୀ ଚାଳନା କରନ୍ତି ।[୨] ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ପୁସ୍ତକ ରଚନା କରିବା ସହିତ ୨୦ରୁ ଅଧିକ ସମାଲୋଚନା ପୁସ୍ତକ ଓ କିଛି ଜୀବିନୀ ପୁସ୍ତକ ରଚନା କରିଛନ୍ତି ।[୩] ୨୦୧୬ ମସିହାରେ ତାଙ୍କୁ ତାଙ୍କର ପୁସ୍ତକ ପ୍ରଫେସର ନବୀନ କୁମାର ସାହୁ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୪][୫]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୁରେନ୍ଦ୍ର କୁମାର ମହାରଣା ତିନି ଭାଇ ଭଉଣୀ ମଧ୍ୟରେ ଘରେ ସବୁଠାରୁ ସାନ ଥିଲେ । ସେ ତାଙ୍କର ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଶିକ୍ଷା ପୁରୀରେ ସମାପନ କରିଥିଲେ । ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢ଼ିବା ସମୟରେ ସେ ପିଲାମାନଙ୍କୁ ଟିଉସନ୍ ପଢ଼ାଇ ପାଠ ପଢ଼ୁଥିଲେ ।[୬]

ସେ ୧୯୭୪ ମସିହାରେ ବିବାହ କରିଥିଲେ । ତାଙ୍କର ତିନି ଜଣ କନ୍ୟା ସନ୍ତାନ ଅଛନ୍ତି ।[୬]

ସାହିତ୍ୟକୃତି[ସମ୍ପାଦନା]

ମାଟ୍ରିକ୍ ପରିକ୍ଷା ଦେଇସାରିବା ପରେ ସେ ତାଙ୍କର ପ୍ରଥମ ପୁସ୍ତକ, ଏକାଙ୍କିକା ସମାରୋହ ସାର ସଂଗ୍ରହ ରଚନା କରିଥିଲେ ଯାହାକି କଟକର ଓଡ଼ିଶା ବୁକ୍ ଷ୍ଟୋର‌ଦ୍ୱାରା ପ୍ରକାଶ ପାଇଥିଲା । କଲେଜରେ ପଢ଼ିବା ସମୟରେ ତାଙ୍କର ଏହି ପ୍ରଥମ ପୁସ୍ତକ ଓ ଗଳ୍ପଶ୍ରୀ ସାର ସଂଗ୍ରହ ଦୁଇଟିଯାକ ପ୍ରକାଶ ପାଇଥିଲା ।[୬]

ରଚନାବଳୀ[ସମ୍ପାଦନା]

  • ଏକାଙ୍କିକା ସମାରୋହ ସାର ସଂଗ୍ରହ (ପ୍ରଥମ ପୁସ୍ତକ)
  • ଗଳ୍ପଶ୍ରୀ ସାର ସଂଗ୍ରହ
  • ପ୍ରଫେସର ନବୀନ କୁମାର ସାହୁ (ଜୀବନୀ)[୭][୮]
  • ଗଣକବି ବୈଷ୍ଣବ ପାଣି (ଜୀବନୀ)
  • ନାଟ୍ୟକାର ବାଳକୃଷ୍ଣ ମହାନ୍ତି (ଜୀବନୀ)
  • ରାମକୃଷ୍ଣ ନନ୍ଦ (ଜୀବନୀ)
  • ସନ୍ଥକବି ଅଚ୍ୟୁତାନନ୍ଦ ଦାସ (ଜୀବନୀ)
  • ପଲ୍ଲୀକବି ନନ୍ଦକିଶୋର ବଳ (ଜୀବନୀ)
  • ଓଡ଼ିଆ ସାହିତ୍ୟର ଇତିହାସ
  • ଓଡ଼ିଆ ସାହିତ୍ୟରେ ଧର୍ମଧାରା
  • ସାରଳା ସାହିତ୍ୟ ପରିକ୍ରମା
  • ସାରଳା ସାହିତ୍ୟ ସମ୍ପର୍କରେ
  • ପଞ୍ଚସଖା ଧର୍ମ ଓ ସାହିତ୍ୟ
  • ମାଦଳା ପାଞ୍ଜି: ଏକ ଦୃଷ୍ଟିପାତ
  • ଚର୍ଯ୍ୟାଗୀତି
  • ସାହିତ୍ୟର ଡାଳପତ୍ର
  • ଓଡ଼ିଶାରେ ବୌଦ୍ଧ ସଂସ୍କୃତି
  • କାଳଜୟୀ ସ୍ରଷ୍ଟାଙ୍କ କାଳଜୟୀ ସୃଷ୍ଟି ଦାନାପାଣି
  • ଭକ୍ତକବି ରାମଦାସ ଓ ଦାଢ଼୍ୟତାଭକ୍ତି
  • ଦେଶଭକ୍ତ ତିନି ଲଢ଼ୁଆ ବୀର (ଶିଶୁ ସାହିତ୍ୟ)
  • ଦୂର ଦେଶର ଲୋକକଥା (ଶିଶୁ ସାହିତ୍ୟ)
  • କଳା ଓ କଳାଦୃଷ୍ଟି
  • କଥା ସମ୍ରାଟ ଫକୀରମୋହନଙ୍କ ଉପନ୍ୟାସ ମାମୁଁ
  • ଓଡ଼ିଆ ପଦାବଳୀ ଓ ଚମ୍ପୂ ସାହିତ୍ୟ
  • ଓଡ଼ିଶାର ଧର୍ମ ଓ ସାହିତ୍ୟରୁ କିଛି
  • ଓଡ଼ିଶାର ସଂସ୍କୃତି ଓ ସାହିତ୍ୟରୁ କିଛି
  • କଥାଶିଳ୍ପୀ ଗୋପୀନାଥଙ୍କ କାଳଜୟୀ କୃତି ପରଜା
  • ରାସ ପଞ୍ଚଧ୍ୟାୟୀ
  • ସାହିତ୍ୟର ବିଭା ଓ ବିଭାବନ
  • ସାହିତ୍ୟର ଡାଳପତ୍ର
  • ସମର ତରଙ୍ଗ
  • ତାନ୍ତ୍ରିକ ବୁଦ୍ଧିଜିମ୍ (Tantrika Buddhism)

ଆଧାର[ସମ୍ପାଦନା]

  1. "୨୦୧୨, ୨୦୧୩, ୨୦୧୪ ମସିହାରେ ପ୍ରକାଶିତ ୨୦୧୫ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 July 2022. Retrieved 15 July 2022.
  2. "୨୦୧୫ ଓ ୨୦୧୬ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ଜାଣନ୍ତୁ କିଏ କେଉଁ ବିଭାଗରେ ପାଇବେ ପୁରସ୍କାର". Prameyanews7. ଭୁବନେଶ୍ୱର. 10 July 2020. Archived from the original on 15 July 2022. Retrieved 15 July 2022.
  3. Otv, News Desk. "୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା". ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା. Archived from the original on 2022-07-15. Retrieved 2022-07-15.
  4. Pradhan, Hemanta (10 July 2020). "Odisha Sahitya Akademi Awards for 2015, 2016 declared - Times of India". The Times of India (in English). Bhubaneswar. Retrieved 15 July 2022.{{cite news}}: CS1 maint: unrecognized language (link)
  5. "Odisha Sahitya Akademi award for 18 authors". The New Indian Express. Retrieved 2022-07-16.
  6. ୬.୦ ୬.୧ ୬.୨ "Breakfast Odisha With Writer Surendra Ku Maharana". News7. YouTube. 23 September 2019. Retrieved 18 July 2022.
  7. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ଉପନ୍ୟାସରେ ନିତ୍ୟାନନ୍ଦ ପଣ୍ଡା, ଗୀତି କବିତାରେ ମନୋଜ ମହାନ୍ତି". Samaya Live. ଭୁବନେଶ୍ୱର. 11 July 2020. Archived from the original on 15 July 2022. Retrieved 15 July 2022.
  8. "Odisha Sahitya Akademi Awards announced | Sambad English". Sambad English (in English). Bhubaneswar: sambadenglish.com. 10 July 2020. Archived from the original on 15 July 2022. Retrieved 15 July 2022.{{cite news}}: CS1 maint: unrecognized language (link)