ଗିରିଜା ଭୂଷଣ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଗିରିଜା ଭୂଷଣ ପଟ୍ଟନାୟକ
Born(1931-02-09)୯ ଫେବୃଆରୀ ୧୯୩୧
Died୩ ଜାନୁଆରୀ ୨୦୧୬(2016-01-03) (ବୟସ ୮୪)
Alma materରେଭେନ୍ସା ମହାବିଦ୍ୟାଳୟ
Occupationସାହିତ୍ୟିକ ଓ ସମାଜସେବୀ
Spouseକମଳ କୁମାରୀ ପଟ୍ଟନାୟକ
Childrenପ୍ରଜ୍ଞା ଇତି ମିଶ୍ର
Parent(s)ଶଶୀଭୂଷଣ ପଟ୍ଟନାୟକ, ପ୍ରତିମା ଦେବୀ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଗିରିଜା ଭୂଷଣ ପଟ୍ଟନାୟକ (୯ ଫେବୃଆରୀ ୧୯୩୧ - ୩ ଜାନୁଆରୀ ୨୦୧୬), ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଜଣେ ସାହିତ୍ୟିକ ଓ ସମାଜସେବୀ ଥିଲେ । ସେ ଭାରତ ଛାଡ଼ ଆନ୍ଦୋଳନ, ଛାତ୍ର ଆନ୍ଦୋଳନ ଓ ସୀମା ଆନ୍ଦୋଳନ ସହିତ ଜଡ଼ିତ ଥିଲେ । ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ "ଦି ୟୁନିଭର୍ସ"ର ପ୍ରତିଷ୍ଠାତା ସମ୍ପାଦକ ଭାବରେ ସେ ବେଶି ପରିଚିତ ଥିଲେ ।[୧]

ଜୀବନୀ[ସମ୍ପାଦନା]

ଗିରିଜା ପଟ୍ଟନାୟକ, ୧୯୩୧ ମସିହା ଫେବୃଆରୀ ୯ ତାରିଖରେ ଅନୁଗୋଳର ବାଘମୁଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଶଶୀଭୂଷଣ ପଟ୍ଟନାୟକ ଜଣେ ଜଙ୍ଗଲ ବିଭାଗର କର୍ମଚାରୀ ଓ ମାତା ପ୍ରତିମା ଦେବୀ ଜଣେ ଗୃହିଣୀ ଥିଲେ ।[୨] ପିଲାଦିନରୁ ଦେଶପ୍ରେମରେ ଉଦବୃଦ୍ଧ ହୋଇ, ୧୧ବର୍ଷ ବୟସରେ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।[୩] ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ସେ ସାମ୍ୟବାଦୀ ଦର୍ଶନ ପ୍ରତି ଅକୃଷ୍ଟ ହୋଇ ସର୍ବଭାରତୀୟ ଛାତ୍ର ସଂଘରେ ଯୋଗ ଦେଇଥିଲେ । ମନୋଜ ଦାସଙ୍କ ସଂସ୍ପର୍ଶରେ ଆସି ବାମପନ୍ଥି ଚିନ୍ତାଧାରାରେ[୪] ପ୍ରଭାବିତ ହୋଇ ବିଭିନ୍ନ ଆନ୍ଦୋଳନରେ ସଂଶ୍ଳିଷ୍ଟ ହୋଇଥିଲେ ।[୫] ବିଶେଷ କରି ସୀମା ଆନ୍ଦୋଳନ ସମୟରେ ଷଢ଼େଇଖଳା-ଖରସୁଆଁକୁ ଓଡ଼ିଶାରେ ମିଶ୍ରଣ କରିବା ପାଇଁ ହୋଇଥିବା ଆନ୍ଦୋଳନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ପଦ ଅଳଂକୃତ କରିଥିଲେ । ନିଜେ ସଭାପତି ଥାଇ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ରେଭେନ୍ସା ମହାବିଦ୍ୟାଳୟକୁ ଆମନ୍ତ୍ରିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଆମନ୍ତ୍ରଣକୁ ହେୟଜ୍ଞାନ କରି କହିଥିଲେ : ପ୍ରଧାନମନ୍ତ୍ରୀମାନେ କୌଣସି ମହାବିଦ୍ୟାଳୟକୁ ଯାଆନ୍ତି ନାହିଁ(Prime Ministers do not go to colleges) । ଗିରିଜା ବାବୁ ଉତ୍ତର ଦେଇଥିଲେ : ରେଭେନ୍ସା କେବଳ ଏକ ମହାବିଦ୍ୟାଳୟ ନୁହେଁ(Ravenshaw College is not a college in that sense) । ନେହେରୁ ତାଙ୍କ ଆମନ୍ତ୍ରଣ ରକ୍ଷା କରି, ରେଭେନ୍ସା ମହାବିଦ୍ୟାଳୟକୁ ଆସିଥିଲେ । ସେହି କାର୍ଯ୍ୟକ୍ରମରେ ନେହେରୁ ଅତିଥି ଥିଲେ ଓ ଗିରିଜା ବାବୁ ସଭାପତି ଥିଲେ । ନେହେରୁଙ୍କ ସହିତ ଉଠା ଯାଇଥିବା ସେ ସମୟର ଛବି ଏବେ ମଧ୍ୟ ରେଭେନ୍ସା ମହାବିଦ୍ୟାଳୟରେ ଶୋଭା ପାଉଛି ।[୬]

୧୯୫୮ ମସିହାରେ ଗିରିଜା ବାବୁ ଓକିଲାତି ଆରମ୍ଭ କରିଥିଲେ । ୧୯୭୩ ମସିହାରେ ତାଙ୍କ ପ୍ରଚେଷ୍ଟାରେ ‘ଦି ୟୁନିଭର୍ସ’ ଆରମ୍ଭ ହୋଇଥିଲା । ଦି ୟୁନିଭର୍ସ ମାଧ୍ୟମରେ ସେ କଟକରେ ବିଶ୍ୱ କୁଟୁମ୍ବତା ଭାବକୁ ବିଭିନ୍ନ ସଭା ସମିତି, ସେମିନାର ଓ ସମ୍ମିଳନୀ ମାଧ୍ୟମରେ ଉଦ୍ରେକ କରିବାକୁ ଚେଷ୍ଟା କରିଥିଲେ । କୌଣସି ରାଜନୈତିକ ଅଭିଳାଷ ନଥିଲେ ମଧ୍ୟ ଓଡ଼ିଶାର ସବୁ ରାଜନୈତିକ ଦଳର ତାଙ୍କ ପ୍ରତି ସମ୍ମାନ ରହିଥିଲା ଓ ସବୁ ମୁଖ୍ୟମନ୍ତ୍ରୀମାନଙ୍କର ସେ ପ୍ରିୟ ଥିଲେ । ଏ. ପି. ଜେ. ଅବଦୁଲ କଲାମଙ୍କ ସହିତ ତାଙ୍କର ଘନିଷ୍ଠତା ରହିଥିଲା । ଐତିହାସିକ ସହର କଟକର ହଜାର ବର୍ଷପୂର୍ତ୍ତୀ ଉପଲକ୍ଷେ ହୋଇଥିବା ସମାରୋହର ସେ ଥିଲେ ମୁଖ୍ୟ ବିନ୍ଧାଣୀ ।[୭] ୧୯୯୯ ମସିହାର ମହାବାତ୍ୟା ସମୟରେ ନିଆଳିରେ କମ୍ବଳ ବଣ୍ଟନ କରୁଥିବା ସମୟରେ, ତାଙ୍କ ବ୍ରେନ ଷ୍ଟ୍ରୋକ ହୋଇଥିଲା ଓ ସେ ପକ୍ଷାଘାତର ଶିକାର ହୋଇଥିଲେ ।[୮] ବହୁ ବର୍ଷ ଧରି ଅସୁସ୍ଥ ରହିବା ପରେ, ୨୦୧୬ ଜାନୁଆରୀ ୩ତାରିଖ ଭୋର ୪ଟା ୩୦ମିନିଟରେ ତାଙ୍କର କଟକସ୍ଥିତ ବାସଭବନରେ ପରଲୋକ ଘଟିଥିଲା ।[୯]

ସାହିତ୍ୟ ସର୍ଜନା[ସମ୍ପାଦନା]

ଗିରିଜା ପଟ୍ଟନାୟକ ତାଙ୍କ ଜୀବନ କାଳ ମଧ୍ୟରେ ପ୍ରାୟ ୩୦ଟି ପୁସ୍ତକ ରଚନା କରିଥିଲେ ।

  • ବୁଦ୍ଧିଜିମ୍ ଆଣ୍ଡ୍ ବୈନଜିମ୍
  • ଫୋକ୍ କଲଚର୍[୧୦]
  • ଏନଭାର୍ଣ୍ଣମେଣ୍ଟ୍ ଆଣ୍ଡ୍ ଟ୍ୱେଣ୍ଟିଫାଷ୍ଟ୍ ସେଞ୍ଚୁରୀ
  • ଗାନ୍ଧି ଆଣ୍ଡ୍ ମଡର୍ଣ୍ଣ ଟାଇମ୍
  • ରାଜନୀତିର ଭାରତ
  • ଜୀବନ ଜନପଥରେ
  • ଜୀବନର ବାଟେଘାଟେ[୧୧]
  • ବାଉନ ବଜାର ତେପନ ଗଳି
  • ଜୀବନ ସ୍ମୃତିରୁ ଖିଏ[୧୨]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Baidyanath Misra; Universe (Organization); Council of Cultural Growth and Cultural Relations (Orissa, India) (2002). Population stabilisation and development. Council of Cultural Growth & Cultural Relations.
  2. "ଆଜି ଜନ୍ମଦିନ". www.sambadepaper.com. ଇଷ୍ଟର୍ଣ୍ଣ ମିଡ଼ିଆ. p. 2. Archived from the original on 9 February 2021. Retrieved 9 February 2021.
  3. http://odishasuntimes.com/2016/01/03/eminent-odisha-litterateur-girija-bhusan-patnaik-no-more/
  4. Judith Schlehe; Boike Rehbein (January 2008). Religion und die Modernität von Traditionen in Asien: Neukonfigurationen von Götter-, Geister- und Menschenwelten. LIT Verlag Münster. pp. 104–. ISBN 978-3-8258-0656-9.
  5. Subas Chandra Hazary (1 December 1987). Student politics in India. Ashish Pub. House. ISBN 978-81-7024-086-0.
  6. "ଶେଷ ଇଚ୍ଛା". ସମ୍ବାଦ ଭୁବନେଶ୍ୱର ସଂସ୍କରଣ ୧୨/୦୧/୨୦୧୫ ପୃଷ୍ଠା ୮. Retrieved 12 January 2016.[permanent dead link]
  7. http://www.newindianexpress.com/states/odisha/Girija-Patnaik-Passes-Away/2016/01/04/article3210518.ece[permanent dead link]
  8. http://sarbasadharana.com/?p=15238[permanent dead link]
  9. "ଆର୍କାଇଭ୍ କପି". Archived from the original on 2016-01-10. Retrieved 2016-01-12. {{cite web}}: Cite has empty unknown parameter: |1= (help)
  10. Folk Culture: Folk art & craft. Institute of Oriental and Orissan Studies. 1983*. {{cite book}}: Check date values in: |date= (help)
  11. J. K. Nayak; Subha Chakraborty Dasgupta (2004). Reminiscences: Excerpts from Oriya and Bangla Autobiographies. DSA Publication, Department of Comparative Literature, Jadavpur University.
  12. "Eminent litterateur Girija Bhusan Patnaik passes away". Odisha Television Ltd. 3 January 2016. Retrieved 18 August 2020.
  13. "ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 9 February 2021.
  14. http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf