ଖିଚିଂ

ଉଇକିପିଡ଼ିଆ ରୁ
Jump to navigation Jump to search
ଖିଚିଂ
ଗାଁ
ଖିଚିଂ is located in ଓଡ଼ିଶା
ଖିଚିଂ
ଖିଚିଂ
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 21°56′0″N 85°50′0″E / 21.93333°N 85.83333°E / 21.93333; 85.83333Coordinates: 21°56′0″N 85°50′0″E / 21.93333°N 85.83333°E / 21.93333; 85.83333
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାମୟୂରଭଞ୍ଜ
IST (+୫.୩୦)
ପିନ କୋଡ଼୭୫୭୦୩୯
ଗାଡ଼ି ପଞ୍ଜିକରଣOD

ଖିଚିଂ ମୟୂରଭଞ୍ଜ ଜିଲ୍ଲାରେ ଥିବା ଏକ ଗ୍ରାମ । ଏହି ଗାଁ କୀଚକେଶ୍ୱରୀ ମନ୍ଦିର[୧] ଓ ସେଠାକାର କଳା ମୁଗୁନି ପଥର କାମ ପାଇଁ ପ୍ରସିଦ୍ଧ । ଖିଚିଂ ଭଞ୍ଜବଂଶୀୟ ରାଜାଙ୍କ ରାଜଧାନୀ ଥିଲା ।[୨]

ଅବସ୍ଥିତି[ସମ୍ପାଦନା]

ଖିଚିଂ ବାଲେଶ୍ୱରଠାରୁ ୧୯୦ କିମି ଓ ବାରିପଦାଠାରୁ ୧୩୦ କିମି ଦୂର । କରଞ୍ଜିଆ, ଜସିପୁର, ରାୟରଙ୍ଗପୁର ଓ କେନ୍ଦୁଝରଠାରୁ ଖିଚିଂକୁ ନିୟମିତ ବସ ଚାଲିଥାଏ । କେନ୍ଦୁଝର, ଟାଟା ନଗର, ବାରିପଦା ଓ ବାଲେଶ୍ୱର ରେଳଷ୍ଟେସନ ଆଦି ଏହାର ପାଖାପାଖି ରେଳଷ୍ଟେସନ । ଭୁବନେଶ୍ୱର, କଲିକତା, ଜାମସେଦପୁର ଓ ରାଞ୍ଚି ଏୟାରପୋର୍ଟ ଖିଚିଂର ପାଖାପାଖି ବିମାନବନ୍ଦର ।

କୀଚକେଶ୍ୱରୀ ମନ୍ଦିର[ସମ୍ପାଦନା]

ଖିଚିଂରେ ସମ୍ପୂର୍ଣ୍ଣ କଳା ମୁଗୁନି ପଥରରେ ନିର୍ମିତ କୀଚକେଶ୍ୱରୀ ଦେବୀଙ୍କ ଏକ ମନ୍ଦିର ରହିଛି । ଏହା ୯୨୦ରୁ ୯୨୬ ମସିହା ମଧ୍ୟରେ ମୟୂରଭଞ୍ଜର ତତ୍କାଳୀନ ଭଞ୍ଜବଂଶୀୟ ମହାରାଜାଙ୍କଦ୍ୱାରା ନିର୍ମିତ । ଦେବୀ କୀଚକେଶ୍ୱରୀ ଭଞ୍ଜବଂଶୀୟ ରାଜାଙ୍କ ଇଷ୍ଟଦେବୀ ଥିଲେ ।[୩] ମନ୍ଦିରଟି ବିଭିନ୍ନ କାରଣରୁ ଭାଙ୍ଗିରୁଜି ଯାଇଥିବାରୁ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କଦ୍ୱାରା ୧୯୩୪-୧୯୪୨ ମସିହା ଭିତରେ ଏହି ମନ୍ଦିରର ପୁନରୁଦ୍ଧାର କରାଯାଇଥିଲା । ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କଦ୍ୱାରା ଏଠାରେ ଏକ ସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି ।

ପଥର କାର୍ଯ୍ୟ[ସମ୍ପାଦନା]

ଖିଚିଂ ପଥରକାମ ପାଇଁ ଜଣାଶୁଣା । କୀଚକେଶ୍ୱରୀ ମନ୍ଦିରରେ ଆଞ୍ଚଳିକ କାରିଗରଙ୍କ ପଥରକାମ ଦେଖିବାକୁ ମିଳିଥାଏ । ମନ୍ଦିର ନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟ ୧୯୪୦ ଦଶକରେ ଶେଷ ହେବା ପରେ ଆଞ୍ଚଳିକ ପଥର କାରିଗରମାନେ କାମ ଅଭାବରୁ ଜୀବିକା ନିର୍ବାହ କରିବାକୁ ଅକ୍ଷମ ହେଉଥିଲେ । କଳାକାରଙ୍କ ଦୂରାବସ୍ଥାକୁ ବୁଝିପାରି ତତ୍କାଳୀନ ମହାରାଜା ସେମାନଙ୍କ ପାଇଁ ଖିଚିଂଠାରେ ଏକ ସୋସାଇଟି ତିଆରିକରିଥିଲେ । ସ୍ଥାନୀୟ ଅଞ୍ଚଳରୁ ସଂଗୃହିତ ପଥରରେ ମୃର୍ତ୍ତି ନିର୍ମାଣ କରି କାରିଗରମାନେ ଏହି ସୋସାଇଟିକୁ ବିକ୍ରୀ କରି ଜୀବିକା ନିର୍ବାହ କରୁଥିଲେ । ସୋସାଇଟି ମୂର୍ତ୍ତି ଗୁଡିକ ବିକିବା ବ୍ୟବସ୍ଥା କରୁଥିଲା । ରାଜ୍ୟ ସରକାର ୧୯୭୮ ମସିହାରେ ଏହି ସୋସାଇଟି ଅଧୀନରେ ଏକ ପଥର ଖୋଦେଇ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଏଠାରୁ ତାଲିମ ନେଇ ବହୁ ଶିଳ୍ପୀ ଦେଶ ବିଦେଶରେ ନାଁ କରିଛନ୍ତି । ସରକାରୀ ଉଦାସୀନତା ଯୋଗୁ ଏହି କେନ୍ଦ୍ରଟି ୨୦୦୬ ମସିହାରୁ ବନ୍ଦ ହୋଇ ଯାଇଛି ।[୪]

ଆଧାର[ସମ୍ପାଦନା]

  1. Dr Ramesh Kumar Miryala; Dr Jayaprakash Narayana Gade (31 March 2016). Responsible Tourism & Human Accountability for Sustainable Business. Zenon Academic Publishing. pp. 29–. ISBN 978-93-85886-01-0.
  2. http://www.telegraphindia.com/1140106/jsp/odisha/story_17754256.jsp#.V998qYh97IU
  3. http://odisha.gov.in/e-magazine/Orissareview/2011/sep-oct/engpdf/28-30.pdf
  4. "ଖିଚିଂ ପଥର ଖୋଦେଇ ତାଲିମ କେନ୍ଦ୍ରରେ ତାଲା". ନିତିଦିନ ୧୯/୦୯/୨୦୧୬ ପୃଷ୍ଠା ୩. Retrieved 19 September 2016.

ବାହାର ଲିଙ୍କ[ସମ୍ପାଦନା]