ହୃଷୀକେଶ ମଲ୍ଲିକ
ହୃଷୀକେଶ ମଲ୍ଲିକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବାଣିତିଆ, ଭଦ୍ରକ | ୫ ମାର୍ଚ୍ଚ ୧୯୫୫
ବୃତ୍ତି | ଅଧ୍ୟାପକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଶାରଳା ପୁରସ୍କାର |
ହୃଷୀକେଶ ମଲ୍ଲିକ (ଜନ୍ମ: ୫ ମାର୍ଚ୍ଚ ୧୯୫୫) ଜଣେ ଭାରତୀୟ ପୂର୍ବତନ ଅଧ୍ୟାପକ, ଏବଂ ଓଡ଼ିଆ-ଭାଷୀ ସାହିତ୍ୟିକ, ସମ୍ପାଦକ । ସେ ୧୨ଟି କବିତା ପୁସ୍ତକ, ୨ଟି ଗଳ୍ପ ଓ ୧୦ଟିରୁ ଅଧିକ ସମାଲୋଚନା ମୂଳକ ପୁସ୍ତକ ସମେତ ସମୁଦାୟ ୪୦ଟିରୁ ପୁସ୍ତକ ପ୍ରକାଶ କରିଥିଲେ । ତାଙ୍କର ସରିଯାଇଥିବା ଅପେରା ପୁସ୍ତକ ପାଇଁ ୨୦୨୧ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ଜେଜେ ଦେଖି ନ ଥିବା ଭାରତ ପାଇଁ ୨୦୧୬ରେ ଶାରଳା ପୁରସ୍କାର ମିଳିଥିଲା । ପୂର୍ବରୁ ତାଙ୍କୁ ୧୯୮୮ ମସିହାରେ ଧାନ ସାଉଁଟା ଝିଅ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ମିଳିଥିଲା ।[୧][୧] ୨୦୨୧ ମଇ ମସିହାରେ ଓଡ଼ିଶା ସରକାର ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବରେ ନିଯୁକ୍ତ କରିଥିଲେ ।[୨]
ଜୀବନୀ
[ସମ୍ପାଦନା]ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ହୃଷୀକେଶ ମଲ୍ଲିକ ୧୯୫୫ ମସିହାରେ ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ବାଣିତିଆଠାରେ ଜନ୍ମଗ୍ରହଣ କରିଥିଲେ ସେଠାରେ ତାଙ୍କର ପିଲାଦିନ ବିତିଥିଲା । ପିଲାବେଳେ ସେ ଭାଗବତ ପାରାୟଣ, ପାଠଚକ୍ର ଓ ଭୀମ ଭୋଇଙ୍କ ଭଜନ ଜଣାଣ ଆଦି ଶୁଣୁଥିଲେ ଓ ଏସବୁ ତାଙ୍କୁ ଅନୁପ୍ରାଣିତ କରିଥିଲା ।
ସାହିତ୍ୟ ରଚନା
[ସମ୍ପାଦନା]ସେ ସ୍କୁଲ ସମୟରୁ କବିତା ଓ ଗପ ଲେଖୁଥିଲେ । ତାଙ୍କର ପ୍ରଥମ କବିତା "ଛୁଆ ବହଲା" ଧରିତ୍ରୀ ଖବରକାଗଜରେ ପ୍ରକାଶ ପାଇଥିଲା ।
ବୃତ୍ତି
[ସମ୍ପାଦନା]ସେ ଉଚ୍ଚଶିକ୍ଷା ପରେ ଅଧ୍ୟାପନା ଆରମ୍ଭ କରିଥିଲେ ଓ ୨୦୧୨ ମସିହାରେ ଚାକିରିତୁ ଅବସର ଗ୍ରହଣ କରିଥିଲେ । ସମ୍ପ୍ରତି ସେ ଧରିତ୍ରୀ ଖବରକାଗଜରେ ଫିଚର ଓ ସାହିତ୍ୟ ବିଭାଗରେ ସମ୍ପାଦନା କାର୍ଯ୍ୟରେ ଲିପ୍ତ ଅଛନ୍ତି ।[୩]
ରଚନାବଳୀ
[ସମ୍ପାଦନା]- ଧାନ ସାଉଁଟା ଝିଅ - ୧୯୮୭
- ଉଜୁଡ଼ା କ୍ଷେତର ଗୀତ - ୧୯୯୧
- ଘଟ ଆକାଶ - ୧୯୯୮
- ଧର୍ମପତ୍ନୀ - ୨୦୦୦
- ଜୀବନ ନାମା - ୨୦୦୦
- ଧାନ ସାଉଁଟା ଝିଅ ଓ କବିତା ଆଉ କେଇଟି - ୨୦୦୧
- ସାଙ୍ଗୀ ଚନ୍ଦ୍ରସୂର୍ଯ୍ୟ - ୨୦୦୪
- ବସୁଷେଣ - ୨୦୦୬
- ଜେଜେ ଦେଖିନଥିବା ଭାରତ - ୨୦୧୫
- ରେବତୀ - ୨୦୧୬[୪]
- ସରିଯାଇଥିବା ଅପେରା
ଉପନ୍ୟାସ
[ସମ୍ପାଦନା]- ମାଳତୀର ବର (ଲେଖାଲେଖି, ଅକ୍ଟୋବର,୨୦୦୫)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୨୧ ("ସରିଯାଇଥିବା ଅପେରା")[୫]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୮[୬]
- ଶାରଳା ପୁରସ୍କାର, ୨୦୧୬ (ଜେଜେ ଦେଖିନଥିବା ଭାରତ ପାଇଁ)[୭]
- ଭାନୁଜୀ ରାଓ ସ୍ମାରକୀ ପୁରସ୍କାର - ୨୦୧୮(ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୮]
- ଝଙ୍କାର ପୁରସ୍କାର (କବିତା), ୨୦୧୦[୯](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
- ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ୨୦୦୪
- କାନ୍ତ କବି ପଦକ, ୧୯୭୬
- ଗୋକର୍ଣ୍ଣିକା ସମ୍ମାନ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Indian Literature. Sahitya Akademi. 2001.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହୃଷୀକେଶ ମଲ୍ଲିକ". www.nandighoshatv.com. nandighosha tv. Archived from the original on 21 May 2021. Retrieved 21 May 2021.
- ↑ "ଆର୍କାଇଭ୍ କପି". Archived from the original on 2016-04-25. Retrieved 2016-09-21.
{{cite web}}
: Cite has empty unknown parameter:|1=
(help) - ↑ ସଂଚାର ୧୮/୦୯/୨୦୧୬ 'ସାହିତ୍ୟ ପ୍ରସ୍ଥ' ପୃଷ୍ଠା ୮-୯
- ↑ "Press Release Sahitya Akademi Awards 2021" (PDF). www.sahitya-akademi.gov.in/. Sahitya Akademi. Retrieved 30 December 2021.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 June 2016. Retrieved 5 March 2017.
- ↑ http://www.business-standard.com/article/pti-stories/dr-hrushikesh-mallick-to-get-prestigious-sarala-award-2016-116090300310_1.html
- ↑ "ହିତ କଥା କହିଥାଏ ସାହିତ୍ୟ". ଧରିତ୍ରୀ ୧୨/୦୩/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. Retrieved 12 March 2018.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୬ ମାର୍ଚ୍ଚ ୨୦୨୨.
{{cite web}}
: Check date values in:|accessdate=
(help)