Jump to content

ହୃଷୀକେଶ ମଲ୍ଲିକ

ଉଇକିପିଡ଼ିଆ‌ରୁ
(Hrushikesh Mallickରୁ ଲେଉଟି ଆସିଛି)
ହୃଷୀକେଶ ମଲ୍ଲିକ
ଜନ୍ମ ଓ ଜନ୍ମସ୍ଥାନ (1955-03-05) ୫ ମାର୍ଚ୍ଚ ୧୯୫୫ (ବୟସ ୬୯)
ବାଣିତିଆ, ଭଦ୍ରକ
ବୃତ୍ତିଅଧ୍ୟାପକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଶାରଳା ପୁରସ୍କାର

ହୃଷୀକେଶ ମଲ୍ଲିକ (ଜନ୍ମ: ୫ ମାର୍ଚ୍ଚ ୧୯୫୫) ଜଣେ ଭାରତୀୟ ପୂର୍ବତନ ଅଧ୍ୟାପକ, ଏବଂ ଓଡ଼ିଆ-ଭାଷୀ ସାହିତ୍ୟିକ, ସମ୍ପାଦକ । ସେ ୧୨ଟି କବିତା ପୁସ୍ତକ, ୨ଟି ଗଳ୍ପ ଓ ୧୦ଟିରୁ ଅଧିକ ସମାଲୋଚନା ମୂଳକ ପୁସ୍ତକ ସମେତ ସମୁଦାୟ ୪୦ଟିରୁ ପୁସ୍ତକ ପ୍ରକାଶ କରିଥିଲେ । ତାଙ୍କର ସରିଯାଇଥିବା ଅପେରା ପୁସ୍ତକ ପାଇଁ ୨୦୨୧ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରଜେଜେ ଦେଖି ନ ଥିବା ଭାରତ ପାଇଁ ୨୦୧୬ରେ ଶାରଳା ପୁରସ୍କାର ମିଳିଥିଲା । ପୂର୍ବରୁ ତାଙ୍କୁ ୧୯୮୮ ମସିହାରେ ଧାନ ସାଉଁଟା ଝିଅ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ମିଳିଥିଲା ।[][] ୨୦୨୧ ମଇ ମସିହାରେ ଓଡ଼ିଶା ସରକାର ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବରେ ନିଯୁକ୍ତ କରିଥିଲେ ।[]

ଜୀବନୀ

[ସମ୍ପାଦନା]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ହୃଷୀକେଶ ମଲ୍ଲିକ ୧୯୫୫ ମସିହାରେ ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ବାଣିତିଆଠାରେ ଜନ୍ମଗ୍ରହଣ କରିଥିଲେ ସେଠାରେ ତାଙ୍କର ପିଲାଦିନ ବିତିଥିଲା । ପିଲାବେଳେ ସେ ଭାଗବତ ପାରାୟଣ, ପାଠଚକ୍ର ଓ ଭୀମ ଭୋଇଙ୍କ ଭଜନ ଜଣାଣ ଆଦି ଶୁଣୁଥିଲେ ଓ ଏସବୁ ତାଙ୍କୁ ଅନୁପ୍ରାଣିତ କରିଥିଲା ।

ସାହିତ୍ୟ ରଚନା

[ସମ୍ପାଦନା]

ସେ ସ୍କୁଲ ସମୟରୁ କବିତା ଓ ଗପ ଲେଖୁଥିଲେ । ତାଙ୍କର ପ୍ରଥମ କବିତା "ଛୁଆ ବହଲା" ଧରିତ୍ରୀ ଖବରକାଗଜରେ ପ୍ରକାଶ ପାଇଥିଲା ।

ବୃତ୍ତି

[ସମ୍ପାଦନା]

ସେ ଉଚ୍ଚଶିକ୍ଷା ପରେ ଅଧ୍ୟାପନା ଆରମ୍ଭ କରିଥିଲେ ଓ ୨୦୧୨ ମସିହାରେ ଚାକିରିତୁ ଅବସର ଗ୍ରହଣ କରିଥିଲେ । ସମ୍ପ୍ରତି ସେ ଧରିତ୍ରୀ ଖବରକାଗଜରେ ଫିଚର ଓ ସାହିତ୍ୟ ବିଭାଗରେ ସମ୍ପାଦନା କାର୍ଯ୍ୟରେ ଲିପ୍ତ ଅଛନ୍ତି ।[]

ରଚନାବଳୀ

[ସମ୍ପାଦନା]
  • ଧାନ ସାଉଁଟା ଝିଅ - ୧୯୮୭
  • ଉଜୁଡ଼ା କ୍ଷେତର ଗୀତ - ୧୯୯୧
  • ଘଟ ଆକାଶ - ୧୯୯୮
  • ଧର୍ମପତ୍ନୀ - ୨୦୦୦
  • ଜୀବନ ନାମା - ୨୦୦୦
  • ଧାନ ସାଉଁଟା ଝିଅ ଓ କବିତା ଆଉ କେଇଟି - ୨୦୦୧
  • ସାଙ୍ଗୀ ଚନ୍ଦ୍ରସୂର୍ଯ୍ୟ - ୨୦୦୪
  • ବସୁଷେଣ - ୨୦୦୬
  • ଜେଜେ ଦେଖିନଥିବା ଭାରତ - ୨୦୧୫
  • ରେବତୀ - ୨୦୧୬[]
  • ସରିଯାଇଥିବା ଅପେରା

ଉପନ୍ୟାସ

[ସମ୍ପାଦନା]
  • ମାଳତୀର ବର (ଲେଖାଲେଖି, ଅକ୍ଟୋବର,୨୦୦୫)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୨୧ ("ସରିଯାଇଥିବା ଅପେରା")[]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୮[]
  • ଶାରଳା ପୁରସ୍କାର, ୨୦୧୬ (ଜେଜେ ଦେଖିନଥିବା ଭାରତ ପାଇଁ)[]
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର - ୨୦୧୮(ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[]
  • ଝଙ୍କାର ପୁରସ୍କାର (କବିତା), ୨୦୧୦[](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ୨୦୦୪
  • କାନ୍ତ କବି ପଦକ, ୧୯୭୬
  • ଗୋକର୍ଣ୍ଣିକା ସମ୍ମାନ
  1. ୧.୦ ୧.୧ Indian Literature. Sahitya Akademi. 2001.
  2. "ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହୃଷୀକେଶ ମଲ୍ଲିକ". www.nandighoshatv.com. nandighosha tv. Archived from the original on 21 May 2021. Retrieved 21 May 2021.
  3. "ଆର୍କାଇଭ୍ କପି". Archived from the original on 2016-04-25. Retrieved 2016-09-21. {{cite web}}: Cite has empty unknown parameter: |1= (help)
  4. ସଂଚାର ୧୮/୦୯/୨୦୧୬ 'ସାହିତ୍ୟ ପ୍ରସ୍ଥ' ପୃଷ୍ଠା ୮-୯
  5. "Press Release Sahitya Akademi Awards 2021" (PDF). www.sahitya-akademi.gov.in/. Sahitya Akademi. Retrieved 30 December 2021.
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 June 2016. Retrieved 5 March 2017.
  7. http://www.business-standard.com/article/pti-stories/dr-hrushikesh-mallick-to-get-prestigious-sarala-award-2016-116090300310_1.html
  8. "ହିତ କଥା କହିଥାଏ ସାହିତ୍ୟ". ଧରିତ୍ରୀ ୧୨/୦୩/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. Retrieved 12 March 2018.
  9. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୬ ମାର୍ଚ୍ଚ ୨୦୨୨. {{cite web}}: Check date values in: |accessdate= (help)