"ତରୁଣକାନ୍ତି ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
୬୨ କ ଧାଡ଼ି: ୬୨ କ ଧାଡ଼ି:
{{div col|colwidth=25em}}
{{div col|colwidth=25em}}
* ଶରଦଃ ଶତମ ( ଉପନ୍ୟାସ, ୨୦୦୫, ବିଦ୍ୟାପୁରୀ)
* ଶରଦଃ ଶତମ ( ଉପନ୍ୟାସ, ୨୦୦୫, ବିଦ୍ୟାପୁରୀ)
* ଆବର୍ତ୍ତର ଦୁଇଟି ସ୍ଵର (୧୯୬୮, ଶ୍ରୀରାମ ପ୍ରେସ)
* ଆବର୍ତ୍ତର ଦୁଇଟି ସ୍ୱର (୧୯୬୮, ଶ୍ରୀରାମ ପ୍ରେସ)
* ନିଃସଙ୍ଗତାର ସ୍ଵର (୧୯୮୦, କଟକ ଷ୍ଟୁଡେଣ୍ଟସ ଷ୍ଟୋର)
* ନିଃସଙ୍ଗତାର ସ୍ୱର (୧୯୮୦, କଟକ ଷ୍ଟୁଡେଣ୍ଟସ ଷ୍ଟୋର)
* କୋମଳ ଗାନ୍ଧାର (୧୯୮୩, ଫ୍ରେଣ୍ଡସ ପବ୍ଲିଶର୍ସ)
* କୋମଳ ଗାନ୍ଧାର (୧୯୮୩, ଫ୍ରେଣ୍ଡସ ପବ୍ଲିଶର୍ସ)
* ବହୁବ୍ରୀହି (୧୯୮୮, ଫ୍ରେଣ୍ଡସ ପବ୍ଲିଶର୍ସ)
* ବହୁବ୍ରୀହି (୧୯୮୮, ଫ୍ରେଣ୍ଡସ ପବ୍ଲିଶର୍ସ)
୭୭ କ ଧାଡ଼ି: ୭୭ କ ଧାଡ଼ି:
* ସକାଳର ମାନଚିତ୍ର (୨୦୧୨, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
* ସକାଳର ମାନଚିତ୍ର (୨୦୧୨, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
* ଭାସ୍ୱତୀ (୨୦୧୪, ବିଦ୍ୟାପୁରୀ)<ref>{{cite web |title=Odisha’s Tarun Kanti Mishra To Receive Sahitya Akademi Award 2019 |url=https://odishatv.in/odisha/odishas-tarun-kanti-mishra-to-receive-sahitya-akademi-award-2019-422382 |website=odishatv.in |publisher=odishatv.in |accessdate=18 December 2019}}</ref>
* ଭାସ୍ୱତୀ (୨୦୧୪, ବିଦ୍ୟାପୁରୀ)<ref>{{cite web |title=Odisha’s Tarun Kanti Mishra To Receive Sahitya Akademi Award 2019 |url=https://odishatv.in/odisha/odishas-tarun-kanti-mishra-to-receive-sahitya-akademi-award-2019-422382 |website=odishatv.in |publisher=odishatv.in |accessdate=18 December 2019}}</ref>
* ସଂବହନ (୨୦୧୪, ସମନ୍ଵୟ)
* ସଂବହନ (୨୦୧୪, ସମନ୍ୱୟ)
* କେହି ଜଣେ ଏକା ଏକା (୨୦୧୭, ପକ୍ଷୀଘର )
* କେହି ଜଣେ ଏକା ଏକା (୨୦୧୭, ପକ୍ଷୀଘର )
* ତରୁଣକାନ୍ତି ମିଶ୍ର : ଶ୍ରେଷ୍ଠ ଗଳ୍ପ (୨୦୧୭, ଟାଇମପାସ)
* ତରୁଣକାନ୍ତି ମିଶ୍ର : ଶ୍ରେଷ୍ଠ ଗଳ୍ପ (୨୦୧୭, ଟାଇମପାସ)

୧୦:୧୮, ୧୭ ଅଗଷ୍ଟ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ତରୁଣକାନ୍ତି ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1950-08-02) ୨ ଅଗଷ୍ଟ ୧୯୫୦ (ବୟସ ୭୩)
କେନ୍ଦୁଝର
ବୃତ୍ତିପ୍ରଶାସକ
ବାସସ୍ଥଳୀଭୁବନେଶ୍ୱର
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ବ୍ୟବହାରିକ ଅର୍ଥଶାସ୍ତ୍ର),
ଶିକ୍ଷାନୁଷ୍ଠାନବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର
ସମ୍ପର୍କୀୟଅରୁଣକାନ୍ତି ମିଶ୍ର
ୱେବସାଇଟ
tarunkantimishra.in

ତରୁଣକାନ୍ତି ମିଶ୍ର(ଜନ୍ମ : ୦୨ ଅଗଷ୍ଟ ୧୯୫୦) ଜଣେ ଓଡ଼ିଆ ଗାଳ୍ପିକ ଅଟନ୍ତି । ତାଙ୍କର ୧୫ରୁ ଉର୍ଦ୍ଧ ପୁସ୍ତକ ପ୍ରକାଶିତ ହୋଇସାରିଛି । ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ପୁରସ୍କାର ଭଳି ବହୁ ପୁରସ୍କାର ଲାଭ କରିଛନ୍ତି । ବୃତ୍ତିରେ ସେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟକରି ସେବାନିବୃତ ହୋଇସାରିଛନ୍ତି । ପରେ ସେ ଓଡ଼ିଶାର ସୂଚନା କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଜୀବନୀ

ତରୁଣକାନ୍ତି, ୧୯୫୦ମସିହାରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ପୁରୀ ଜିଲ୍ଲା ସ୍କୁଲ ଆଦି ବିଭିନ୍ନ ସ୍କୁଲରୁ ଶିକ୍ଷାଲାଭ କରିଥିଲେ । ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ସେ "ବ୍ୟବହାରିକ ଅର୍ଥନୀତି"ରେ ସ୍ନାତକ ଓ ଇଂଲଣ୍ଡର "ଇଷ୍ଟ ଆଙ୍ଗ୍ଳିଆ ବିଶ୍ୱବିଦ୍ୟାଳୟ"ରୁ ଅର୍ଥନୀତିରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ । ଶିକ୍ଷାଦାନକୁ ବୃତିଭାବରେ ଗ୍ରହଣ କରିବାକୁ ସେ ଇଚ୍ଛୁକ ଥିଲେ, କିନ୍ତୁ ପିତାଙ୍କ ପ୍ରବର୍ତ୍ତନାରେ ପ୍ରଶାସନିକ ସେବାପ୍ରତି ଆଗ୍ରହୀ ହୋଇଥିଲେ ଓ ୧୯୭୫ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।[୧] ରାଜ୍ୟର ବହୁ ବିଭାଗରେ ସଚିବ ଭାବରେ କାର୍ଯ୍ୟ କରିସାରି ସେ ୨୦୦୯ମସିହା ଅଗଷ୍ଟ ମାସରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ ଅବସ୍ଥାପିତ ହୋଇଥିଲେ । ୨୦୧୦ମସିହା ଅଗଷ୍ଟ ମାସରେ ସେ ସେବାନିବୃତ ହୋଇଥିଲେ । ସେହି ବର୍ଷ ନଭେମ୍ବର ମାସରେ ଓଡ଼ିଶା ସରକାର ତାଙ୍କୁ ରାଜ୍ୟ ସୁଚନା କମିଶନର ଭାବରେ ନିଯୁକ୍ତ କରିଥିଲେ । ୨୦୧୫ମସିହା ଫେବୃଆରୀ ୧୨ତାରିଖରେ ସେ ରାଜ୍ୟ ସୂଚନା କମିଶନର ପଦବୀରୁ ଇସ୍ତଫା ଦେଇଥିଲେ ।[୨]

ସାହିତ୍ୟିକ ଜୀବନ

ଚଉଦ ବର୍ଷ ବୟସରେ ତରୁଣକାନ୍ତିଙ୍କର ପ୍ରଥମ ଗଳ୍ପ "ହେ ପୃଥିବୀର ନାଗରିକ" "ଆସନ୍ତାକାଲି" ପତ୍ରିକାରେ ପ୍ରକାଶ ପାଇଥିଲା । ବିଜେବି କଲେଜରେ ପଢ଼ିବାବେଳେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ପ୍ରକାଶ ପାଇଥିଲା ।[୩] ଏଯାବତ ତାଙ୍କର ୧୫ଟି ଗଳ୍ପ ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇସାରିଛି । ତାଙ୍କର ବହୁ ଲେଖା ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ, ମଲୟାଲାମ, ମରାଠି, ଗୁଜରାଟି ଓ ବର୍ମୀୟ ଭାଷାକୁ ଅନୁବାଦିତ ହୋଇସାରିଛି ।[୪]

ରଚନାବଳୀ

  • ଶରଦଃ ଶତମ ( ଉପନ୍ୟାସ, ୨୦୦୫, ବିଦ୍ୟାପୁରୀ)
  • ଆବର୍ତ୍ତର ଦୁଇଟି ସ୍ୱର (୧୯୬୮, ଶ୍ରୀରାମ ପ୍ରେସ)
  • ନିଃସଙ୍ଗତାର ସ୍ୱର (୧୯୮୦, କଟକ ଷ୍ଟୁଡେଣ୍ଟସ ଷ୍ଟୋର)
  • କୋମଳ ଗାନ୍ଧାର (୧୯୮୩, ଫ୍ରେଣ୍ଡସ ପବ୍ଲିଶର୍ସ)
  • ବହୁବ୍ରୀହି (୧୯୮୮, ଫ୍ରେଣ୍ଡସ ପବ୍ଲିଶର୍ସ)
  • ପାରାଡାଇଜ ପକ୍ଷୀ ଓ ଜଣେ ନିରସ୍ତ୍ର ଆତତାୟୀ (୧୯୯୪, ବିଦ୍ୟାପୁରୀ)
  • ବୀତଂସ (୧୯୯୬, ଫ୍ରେଣ୍ଡସ ପବ୍ଲିଶର୍ସ)
  • ପ୍ରଜାପତିର ଡେଣା ନାହିଁ (୧୯୯୭, ଜ୍ଞାନଯୁଗ ପବ୍ଲିକେଶନ)
  • ଆକାଶ ସେତୁ (୧୯୯୯, ବିଦ୍ୟାପୁରୀ)
  • ଲୁବଧକର ରାତି (୨୦୦୨, ଫ୍ରେଣ୍ଡସ ପବ୍ଲିଶର୍ସ) [୫]
  • ନିର୍ବାଚିତ ଗଳ୍ପ (୨୦୦୩, ଚତୁରଙ୍ଗ ପ୍ରକାଶନୀ)
  • ଆଜି ରାତିର ଗଳ୍ପ (୨୦୦୫, ଫ୍ରେଣ୍ଡସ ପବ୍ଲିଶର୍ସ)
  • ଜହ୍ନ ରାତିର ଗପ, ସରିନାହିଁ... (୨୦୧୦, ବିଦ୍ୟାପୁରୀ)
  • ରଜନୀଗନ୍ଧା (୨୦୧୦, ଟାଇମପାସ)
  • ସକାଳର ମାନଚିତ୍ର (୨୦୧୨, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
  • ଭାସ୍ୱତୀ (୨୦୧୪, ବିଦ୍ୟାପୁରୀ)[୬]
  • ସଂବହନ (୨୦୧୪, ସମନ୍ୱୟ)
  • କେହି ଜଣେ ଏକା ଏକା (୨୦୧୭, ପକ୍ଷୀଘର )
  • ତରୁଣକାନ୍ତି ମିଶ୍ର : ଶ୍ରେଷ୍ଠ ଗଳ୍ପ (୨୦୧୭, ଟାଇମପାସ)
  • ଅଜଣା ତିଥିର ଜହ୍ନ (୨୦୨୦, ବ୍ଲାକ ଇଗଲ ବୁକସ)
  • ଇତନୀ ଦୂର (୨୦୦୧, ତରୁଣକାନ୍ତିଙ୍କ କେତୋଟି ନିର୍ବାଚିତ ଗଳ୍ପର ହିନ୍ଦୀ ଅନୁବାଦ, ଭାରତୀୟ ଜ୍ଞାନପୀଠ)

ସମ୍ମାନ ଓ ପୁରସ୍କାର

ଆଧାର

  1. https://www.telegraphindia.com/1101120/jsp/orissa/story_13199433.jsp
  2. https://www.jagranjosh.com/current-affairs/odisha-chief-information-commissioner-tarun-kanti-mishra-resigned-1423804997-1
  3. http://www.dailypioneer.com/state-editions/bhubaneswar/my-mother-is-my-source-of-inspiration.html
  4. http://www.orissasoochanacommission.nic.in/tmishra.html
  5. http://www.odiasahitya.com/galpa-and-prabandha/komala-gandhara/3/
  6. "Odisha's Tarun Kanti Mishra To Receive Sahitya Akademi Award 2019". odishatv.in. odishatv.in. Retrieved 18 December 2019.
  7. "Press Release Sahitya Akademy Award 2019" (PDF). sahitya-akademi.gov.in/. Sahitya Akademy. Retrieved 18 December 2019.
  8. http://odishasahityaakademi.org/sahitya-award7.php
  9. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୨ ଜୁନ ୨୦୨୧. {{cite web}}: Check date values in: |accessdate= (help)
  10. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 769–. ISBN 978-81-260-0873-5.