କେନ୍ଦୁଝର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ଲେଖାଟି କେନ୍ଦୁଝର 'ସହର' ବାବଦରେ । କେନ୍ଦୁଝର 'ଜିଲ୍ଲା' ପାଇଁ, କେନ୍ଦୁଝର ଜିଲ୍ଲା ପ୍ରସଙ୍ଗଟି ଦେଖନ୍ତୁ ।
କେନ୍ଦୁଝର
ସହର
ସାନଘାଗରା ଜଳପ୍ରପାତ
ସାନଘାଗରା ଜଳପ୍ରପାତ
କେନ୍ଦୁଝର ଓଡ଼ିଶାରେ ଅବସ୍ଥିତ ।
କେନ୍ଦୁଝର
କେନ୍ଦୁଝର
Location in Odisha, India
Coordinates: 21°38′N 85°35′E / 21.63°N 85.58°E / 21.63; 85.58Coordinates: 21°38′N 85°35′E / 21.63°N 85.58°E / 21.63; 85.58
ଦେଶ  India
ରାଜ୍ୟ Odisha
ଜିଲ୍ଲା Keonjhar
ଉଚ୍ଚତା 596 m (1,955 ft)
ଜନସଂଖ୍ୟା (2001)
 • ମୋଟ ୫୧,୮୩୨
ଭାଷା
 • ସରକାରୀ Oriya
ସମୟ ମଣ୍ଡଳ IST (UTC+5:30)
PIN 758001
ଗାଡି ପଞ୍ଜୀକରଣ OR/୦୯
ୱେବସାଇଟ kendujhar.nic.in

କେନ୍ଦୁଝର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ସଦର ମହକୁମା ଓ ଏକ ମୁଖ୍ୟ ସହର । ଏହି ସହର ଓଡ଼ିଶାର ରାଜଧାନୀ ଭୁବନେଶ୍ଵରଠାରୁ ୨୪୦ କିଲୋମିଟର ଦୂରରେ ଅବସ୍ଥିତ । କେନ୍ଦୁଝର ସହର ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ । କେନ୍ଦୁଝରରେ ବଳଦେବଜୀଉ ମନ୍ଦିର, ରାଜଉଆସ, ସାନଘାଗରା ଜଳପ୍ରପାତ, ବଡ଼ଘାଗରା ଜଳପ୍ରପାତ, ସିଦ୍ଧମଠ ଆଦି ଦର୍ଶନୀୟ ସ୍ଥାନ ସବୁ ଅଛି । ଏହି ସହର ବିପ୍ଳବୀ ଧରଣୀଧର ଭୂୟାଁ ଏବଂ ତାଙ୍କର ପ୍ରଖ୍ୟାତ ପ୍ରଜାମେଳିର ମୁକସାକ୍ଷୀ ହୋଇ ଛିଡାହୋଇଛି ।

ଇତିହାସ[ସମ୍ପାଦନା]

ଆରମ୍ଭରୁ କେନ୍ଦୁଝର ସହରହିଁ ଜିଲ୍ଲାର ମୂଖ୍ୟ ପ୍ରଶାସନିକ କେନ୍ଦ୍ର ରହି ଆସିଛି । ୧୨ଶ ଶତାବ୍ଦୀର ମଧ୍ୟଭାଗରେ ଖିଚିଂଠାରୁ ଅଲଗା ହେବାପରଠାରୁ ଭଞ୍ଜବଂଶର ରାଜମାନେ ଏହିଠାରୁହିଁ ରାଜ୍ୟର ଶାସନକାର୍ଯ୍ୟ ଚଳାଇଆସୁଥିଲେ । ଖିଚିଂଠାରୁ ଅଲଗା ହେବା ପରେ ରାଜା ଶ୍ରୀ ଜ୍ୟୋତି ଭଞ୍ଜ ଏହାର ଶାସନଭାର ଗ୍ରହଣ କରନ୍ତି । କାଳକ୍ରମେ ଯେଉଁ ଯେଉଁ ରାଜାମାନେ କେନ୍ଦୁଝରର ଶାସକ ହୋଇଥିଲେ ନିମ୍ନରେ ତାଙ୍କର ତାଲିକା ଦିଆଗଲା ।

  • ଶ୍ରୀ ଜଗନ୍ନାଥ ଭଞ୍ଜ (୧୬୮୮-୧୭୦୦)
  • ଶ୍ରୀ ରଘୁନାଥ ଭଞ୍ଜ (୧୭୦୦-୧୭୧୯)
  • ଶ୍ରୀ ଗୋପୀନାଥ ଭଞ୍ଜ (୧୭୧୯-୧୭୩୬)
  • ଶ୍ରୀ ନରସିଂହ ନାରାୟଣ ଭଞ୍ଜ (୧୭୩୬-୧୭୫୭)
  • ଶ୍ରୀ ଧନେଶ୍ଵର ନାରାୟଣ ଭଞ୍ଜ (୧୭୫୭-୧୭୫୮)
  • ଶ୍ରୀ ଜଗତେଶ୍ଵର ନାରାୟଣ ଭଞ୍ଜ (୧୭୫୮-୧୭୬୨)
  • ଶ୍ରୀ ପ୍ରତାପ ବଳଭଦ୍ର ଭଞ୍ଜ (୧୭୬୪-୧୭୯୨ ଅଥବା ୧୭୬୨-୧୭୯୭)
  • ଶ୍ରୀ ଜନାର୍ଦ୍ଦନ ଭଞ୍ଜ (୧୭୯୪-୧୮୨୫ ଅଥବା ୧୭୯୭-୧୮୩୨)
  • ଶ୍ରୀ ଗଦାଧର ନାରାୟଣ ଭଞ୍ଜଦେଓ (୧୮୨୫-୧୮୬୧ ଅଥବା ୧୮୩୨-୧୮୬୧)
  • ଶ୍ରୀ ଧନୁର୍ଯୟ ନାରାୟଣ ଭଞ୍ଜଦେଓ (୧୮୬୧-୧୯୦୫)
  • ଶ୍ରୀ ଗୋପୀନାଥ ନାରାୟଣ ଭଞ୍ଜଦେଓ (୧୯୦୫-୧୯୨୬)
  • ଶ୍ରୀ ବଳଭଦ୍ର ନାରାୟଣ ଭଞ୍ଜଦେଓ (୧୯୨୬-୧୯୪୮)

ବିପ୍ଳବୀ ଧରଣୀଧରଙ୍କର ପ୍ରଜାମେଳି ୧୮୯୧ ମସିହାରେ, ରାଜା ଧନୁର୍ଯୟ ନାରାୟଣ ଭଞ୍ଜଦେଓଙ୍କ ଶାସନକାଳରେ ସଂଘଠିତ ହୋଇଥିଲା ।

ଭୂଗୋଳ[ସମ୍ପାଦନା]

କେନ୍ଦୁଝରର ଭୌଗୋଳିକ ଅବସ୍ଥିତି ହେଉଛି ୨୧.୬୫ ଉ. ୮୫.୬୦ ପୂ. | ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୫୯୬ ମିଟର । କେନ୍ଦୁଝର, ଜଙ୍ଗଲ-ପାହାଡ ଘେରା ପ୍ରାକୃତିକ ଶୋଭାମଣ୍ଡିତ ଏକ ସହର । କେନ୍ଦୁଝରର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ ଅନୁଭୂତ ହୁଏ । ସମ୍ପ୍ରତି ଏହି ସହରରେ ଗ୍ରୀଷ୍ମର ପ୍ରଭାବ ଅନେକ ବୃଦ୍ଧି ପାଇଛି; ପାହାଡିଆ ଚତୁପାର୍ଶ୍ଵ ହେତୁ ଶୀତର ପ୍ରକୋପ ମଧ୍ୟ ଖୁବ ବେଶୀ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କେନ୍ଦୁଝର ସହରର ମୋଟ ଜନସଂଖ୍ୟା ୩୫୦୪୩ ଅଟେ ।[୧] ସେଥି ମଧ୍ୟରୁ ୫୧.୨୪% ଜଣ ପରୁଷ ହୋଇଥିବା ବେଳେ ୪୮.୭୬% ଜଣ ନାରୀ ଅଟନ୍ତି । କେନ୍ଦୁଝରର ସାକ୍ଷରତା ହାର ୭୨.୦୮% ଅଟେ । ଏହା ଜାତୀୟ ହାର ଠାରୁ -୭.୨୪% ପ୍ରତିଶତ କମ ଅଟେ । ସେଥିରୁ ୪୦.୮୭% ପ୍ରତିଶତ ପୁରୁଷ ଓ ୩୧.୨୨% ନାରୀ ଅଟନ୍ତି । ୧୧.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା[ସମ୍ପାଦନା]

ଓଡ଼ିଆ କେନ୍ଦୁଝରର ସରକାରୀ ଭାଷା ଅଟେ ।

ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ[ସମ୍ପାଦନା]

  • ଜିଲ୍ଲା ମୁଖ୍ୟ ଗ୍ରନ୍ଥାଳୟ

କେନ୍ଦୁଝର ସହରର ଏହି ଗ୍ରନ୍ଥାଳୟଟି ୧୯୭୭ ମସିହାରୁ କାର୍ଯ୍ୟ କରିଆସୁଛି । ଉପଲବ୍ଧ ଗ୍ରନ୍ଥପଞ୍ଜି ଅନୁସାରେ, ଏହି ଗ୍ରନ୍ଥାଳୟରେ ମୋଟ ୧୦୮୭୦ଟି ପୁସ୍ତକ ରହିଛି । ଏହି ଗ୍ରନ୍ଥାଳୟ ସୋମବାର ବ୍ୟତୀତ ଅନ୍ୟ ସବୁଦିନେ ଦିନ ୧୧ଟା ଠାରୁ ସନ୍ଧ୍ୟା ୬ଟା ଯାଏ ଖୋଲାରହେ ।

  • ଜିଲ୍ଲା ସଂଗ୍ରହାଳୟ

ଏହା କେନ୍ଦୁଝରର ପୁରୁଣା ବଜାରରେ ଥିବା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଅବସ୍ଥିତ । ଏହି ସଂଗ୍ରହାଳୟର ଏକ ଶାଖା ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ମଧ୍ୟ ରହିଛି ।

ଦର୍ଶନୀୟ ସ୍ଥାନ[ସମ୍ପାଦନା]

  • ବଳଦେବଜୀଉ ମନ୍ଦିର

ଓଡ଼ିଶାର ଇଷ୍ଟଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଏହି ସୁଦୃଶ୍ୟ ମନ୍ଦିରଟି କେନ୍ଦୁଝରର ପୁରୁଣା ବଜାର ଅଞ୍ଚଳରେ ଅବସ୍ଥିତ । ପ୍ରତିବର୍ଷ ଏଠାରେ ମହା ସମାରୋହରେ ଶ୍ରୀ ଜୀଉଙ୍କର ରଥଯାତ୍ରା ପାଳନ କରାଯାଏ । ଏହି ମନ୍ଦିରର ଅନତି ଦୂରରେ ବଣଜଙ୍ଗଲ ଘେରା ସିଦ୍ଧମଠ ଠାରେ ସିଦ୍ଧକାଳୀଙ୍କର ମନ୍ଦିର ଅଛି ।

ସହର ଉପକଣ୍ଠରେ, ମାତ୍ର ୬କି.ମି. ଦୂରତାରେ ଥିବା ଏହି ଜଳପ୍ରପାତଟି ଏକ ଅତ୍ୟନ୍ତ ମନୋରମ ସ୍ଥାନ । ୧୦୦ଫୁଟ ଉଚ୍ଚତାର ଏହି ପ୍ରପାତ ନିକଟରେ ବର୍ଷସାରା ଜନଗହଳି ଲାଗିରହିଥାଏ । ଏଠାରେ ଏକ କୃତ୍ରିମ ଜଳଭଣ୍ଡାର ନିର୍ମାଣ କରାଯାଇ ପର୍ଯ୍ୟଟକ ମାନଙ୍କପାଇଁ ନୌ-ବିହାରର ବ୍ୟବସ୍ଥା କରାଯାଇଛି । ଏଠାରେ ଥିବା ପ୍ରମୋଦ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ଫୁଲ/ଫଳ ବୃକ୍ଷମାନ ଲଗାଯାଇଛି ।

ସହରରୁ ମାତ୍ର ୯କି.ମି. ଦୂରତାରେ ଅବସ୍ଥିତ ଏହା ଅନ୍ୟ ଏକ ମନୋରମ ଜଳପ୍ରପାତ । ଏହାର ଉଚ୍ଚତା ୨୦୦ଫୁଟ ଅଟେ ।[୨]

Badaghagara Waterfall, Kendujhar

ଶିକ୍ଷା[ସମ୍ପାଦନା]

  • ବିଦ୍ୟାଳୟ
  • ଧନୁର୍ଯୟ ନାରାୟଣ (ଡି.ଏନ.) ଉଚ୍ଚ ବିଦ୍ୟାଳୟ
  • ନରସିଂହ ସ୍ଵାଇଁ (ଏନ.ଏସ.) ପୋଲିସ ଉଚ୍ଚ ବିଦ୍ୟାଳୟ
  • କେନ୍ଦ୍ରୀୟ ବିଦ୍ୟାଳୟ
  • ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

ରାଜନୀତି[ସମ୍ପାଦନା]

କେନ୍ଦୁଝର ବିଧାନ ସଭା ଆସନରୁ ଶ୍ରୀ ସୁବର୍ଣ୍ଣ ନାଏକ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । କେନ୍ଦୁଝର ଲୋକ ସଭା ଆସନରୁ ଶ୍ରୀ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ନିର୍ବାଚିତ ହୋଇ ସାଂସଦ ଭାବେ ଜିଲ୍ଲାର ପ୍ରତିନିଧିତ୍ଵ କରୁଛନ୍ତି ।[୩]

ପରିବହନ ଓ ଯୋଗାଯୋଗ[ସମ୍ପାଦନା]

ଜାତୀୟ ରାଜପଥ ନଂ୦୬ ଏବଂ ୨୧୫ ଏହି ସହରର ପରିବହନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ଦୁଇ ରାଜପଥ ସହରର ମଧ୍ୟଭାଗ ଦେଇ ଯାଇଛନ୍ତି । ୨୦୦୮-୦୯ ରୁ ଏହି ସହରରୁ ରେଳ ପରିବହନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ବରକୁ ପ୍ରତିଦିନ ନିୟମିତ ଭାବରେ ଯାତ୍ରୀବାହୀ ରେଳ ଚାଲୁଅଛି ।

ଆଧାର[ସମ୍ପାଦନା]