ମୁମ୍ବାଇ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମୁମ୍ବାଇ
ବମ୍ବେ
ମହାନଗର
ମୁମ୍ବାଇ is located in Maharashtra
ମୁମ୍ବାଇ
ମୁମ୍ବାଇ
Coordinates: 18°58′30″N 72°49′33″E / 18.97500°N 72.82583°E / 18.97500; 72.82583Coordinates: 18°58′30″N 72°49′33″E / 18.97500°N 72.82583°E / 18.97500; 72.82583
ଦେଶ  ଭାରତ
ରାଜ୍ୟ ମହାରାଷ୍ଟ୍ର
ଜିଲ୍ଲା ମୁମ୍ବାଇ ସହର
Mumbai Suburban District
Government
 • Municipal commissioner Sitaram Kunte[୧]
 • Mayor Sunil Prabhu (SS)
କ୍ଷେତ୍ରଫଳ
 • ମହାନଗର  km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା 14 m (46 ft)
Population (2011)[୨][୩]
 • ମହାନଗର ୧,୨୪,୭୮,୪୪୭
 • କ୍ରମାଙ୍କ 1st
 • ଘନତା 20/km2 (Bad rounding here54,000/sq mi)
 • ମହାନଗର[୪] ୧,୮୪,୧୪,୨୮୮
ଭାଷା
 • ସରକାରୀ Marathi[୫]
IST (UTC+5:30)
ପିନ କୋଡ଼ 400 xxx
Telephone code 9122-XXXX XXXX
ଗାଡ଼ି ପଞ୍ଜିକରଣ MH 01—03
ୱେବସାଇଟ mcgm.gov.in

ଭାରତର ପଶ୍ଚିମ କୂଳରେ ସ୍ଥିତ ମୁମ୍ବାଇ (ପୂର୍ବ ନାମ ବମ୍ବେ), ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ରାଜଧାନୀ ଅଟେ। ଏହାର ଆନୁମାନିକ ଜନସଂଖ୍ୟା ୩ କୋଟି ୨୧ ଲକ୍ଷ, ଯାହାକି ଦେଶର ସର୍ବାଧିକ ଜନସଂଖ୍ୟା ଥିବା ସହର ଅଟେ।[୬] ଏହାର ଉତ୍ପତ୍ତି ଲାଭାରୁ ନିର୍ଗତ ୭ଟି ଛୋଟ ଛୋଟ ଦ୍ବୀପପୁଞ୍ଜକୁ ମିଶାଇ ହେଇଛି, ଯାହା ମୂଳ ଭାରତୀୟ ଭୂଖଣ୍ଡକୁ ଏକ ପୋଲଦ୍ଵାରା ଯୋଡି ହେଇଛି। ମୁମ୍ବାଇ ବନ୍ଦର ଭାରତର ସର୍ବଶ୍ରେଷ୍ଠ ସାମୁଦ୍ରିକ ବନ୍ଦର ଅଟେ। ମୁମ୍ବାଇର ଉପକୂଳରେ ଫାଟ ଥିବାରୁ ଏହାର ପୋତାଶ୍ରୟ ପ୍ରକୃତିକ ଓ ସୁରକ୍ଷିତ ଅଟେ। ଇଉରୋପ, ଆଫ୍ରିକା, ଆମେରିକା ଆଦି ପାଶ୍ଚାତ୍ୟ ଦେଶରୁ ଜଳମାର୍ଗ କିମ୍ବା ଆକାଶମାର୍ଗରୁ ଆସୁଥିବା ଯାତ୍ରୀ ସର୍ବପ୍ରଥମେ ମୁମ୍ବାଇ ଆସୁଥିବାରୁ, ମୁମ୍ବାଇକୁ ଭାରତର ପ୍ରବେଶଦ୍ଵାର ମଧ୍ୟ କୁହାଯାଏ।

ମୁମ୍ବାଇ ଭାରତର ସର୍ବବୃହତ ବାଣିଜ୍ୟିକ କେନ୍ଦ୍ର ଅଟେ, ଯାହାର ଭାରତର ସକଳ ଘରୋଇ ଉତ୍ପାଦରେ ୫% ଭାଗୀଦାରୀ ରହିଛି।[୭] ଏହା ସମୁର୍ଣ୍ଣ ଭାରତର ଶିଳ୍ପ ଉତ୍ପାଦର ୨୫%, ଜଳଜାହାଜ ବ୍ୟାପାରର ୪୦% ଓ ଭାରତୀୟ ଅର୍ଥବ୍ୟବସ୍ଥାରେ ପୁଞ୍ଜି ନେଣଦେଣରେ ୭୦% ଭାଗୀଦାରୀ ରହିଛି।[୮] ମୁମ୍ବାଇ ବିଶ୍ଵର ପ୍ରମୁଖ ୧୦ ବାଣିଜ୍ୟିକ କେନ୍ଦ୍ର ମଧ୍ୟରୁ ଅନ୍ୟତମ ଅଟେ।[୯] ଭାରତର ଅଧିକାଂଶ ବ୍ୟାଙ୍କ, ବ୍ୟବସାୟିକ କାର୍ଯାଳୟ ଓ ଅନେକ ମହତ୍ତ୍ୱପୂର୍ଣ୍ଣ ଆର୍ଥିକ ସଂସ୍ଥା ଯେମିତିକି ଭାରତୀୟ ରିଜର୍ଭ ବ୍ୟାଙ୍କ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ, ଜାତୀୟ ଷ୍ଟକ ଏକ୍ସଚେଞ୍ଜ ଓ ଅନେକ ଭାରତୀୟ ସମବାୟ ସଂଗଠନ ଗୁଡିକର ମୁଖ୍ୟ କାର୍ଯାଳୟ ଓ ଅନେକ ବହୁରାଷ୍ଟ୍ରୀୟ ସମବାୟ ସଂସ୍ଥାସବୁ ମୁମ୍ବାଇରେ ଅବସ୍ଥିତ। ଏଥିପାଇଁ ମୁମ୍ବାଇକୁ ଦେଶର ଆର୍ଥିକ ରାଜଧାନୀ ମଧ୍ୟ କହନ୍ତି। ସହରରେ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ର ଓ ଦୂରଦର୍ଶନ ଉଦ୍ୟୋଗ ମଧ୍ୟ ରହିଛି, ଯାହାକି ବଲିଉଡ ନାମରେ ପ୍ରସିଦ୍ଧ। ମୁମ୍ବାଇର ବ୍ଯବସାୟିକ ସୁଯୋଗ ଓ ଉତ୍କୃଷ୍ଟ ଜୀବନ ଧାରଣ ମାନକ ଭାରତବର୍ଷର ଲୋକମାନଙ୍କୁ ଆକର୍ଷିତ କରେ, ଯାହାଫଳରେ ଏହି ସହରରେ ବିଭିନ୍ନ ସମାଜ ଓ ସଂସ୍କୃତିର ମିଶ୍ରଣ ଘଟିଛି। ମୁମ୍ବାଇ ବନ୍ଦର ଭାରତର ପ୍ରାୟ ଅଧେ ସାମୁଦ୍ରିକ ପଦାର୍ଥ ଆମଦାନୀ କରେ।[୧୦]

ଭୂଗୋଳ[ସମ୍ପାଦନା]

ମୁମ୍ବାଇ ସହର ଭାରତର ପଶ୍ଚିମ ଉପକୂଳର କୋଙ୍କଣ ଉପକୂଳୀୟ କ୍ଷେତ୍ରର ଉଲ୍ଲାସ ନଦୀ ମୁହାଣରେ ଅବସ୍ଥିତ। ଏଥିରେ ସେଲସେଟ ଦ୍ଵୀପର ଆଂଶିକ ଭାଗ ଅଛି ବାକି ଭାଗ ଠାଣେ ଜିଲ୍ଲାରେ ରହିଛି। ଅଧିକାଂଶ ନଗର ସମୁଦ୍ର ପତ୍ତନରୁ ଅଳ୍ପକିଛି ଉଚ୍ଚତାରେ ଅବସ୍ଥିତ, ଯାହାର ହାରାହାରି ଉଚ୍ଚତା ୧୦ମି. (୩୩ ଫୁଟ)ରୁ ୧୫ମି. (୪୯ ଫୁଟ) ମଧ୍ୟରେ ଅଟେ।[୧୧] ମୁମ୍ବାଇର ଉତ୍ତର ଭାଗ ପାହାଡିଆ ଅଟେ ଯାହାର ସର୍ବୋଚ୍ଚ ଉଚ୍ଚତା ୪୫୦ମି. (୧,୪୭୬ ଫୁଟ) ଅଟେ। ସହର ସମଗ୍ର କ୍ଷେତ୍ରଫଳ ୬୦୩ ବର୍ଗକି.ମି. (୨୩୩ ବର୍ଗମାଇଲ) ଅଟେ।

ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ ସହର ପାଖରେ ଅବସ୍ଥିତ। ଏହା ପୁରା ସହରର ସମୁଦାୟ ୬ ଭାଗରେ ବିସ୍ତ୍ରୁତ। ଏହି ଉଦ୍ୟାନରେ ଚିତାବାଘ ଭଳି ପଶୁ ମଧ୍ୟ ମିଳିଯା'ନ୍ତି। [୧୨][୧୩] କିନ୍ତୁ ସହରରେ ଲୋକମାନଙ୍କ ରହିବାସମସ୍ୟା ପାଇଁ ଏହି ଉଦ୍ୟାନର କ୍ଷେତ୍ରଫଳ ହ୍ରାସ ଆଉ ଏହି ଜାତୀୟ ପଶୁମାନେ ଲଗାତାର ହ୍ରାସ ପାଇଯାଉଛନ୍ତି।

ଭାଟସା ବନ୍ଧ ଛଡା ଅନ୍ୟ ୬ ମୁଖ୍ୟ ହ୍ରଦ ସହରର ପାଣି ସମସ୍ୟା ଦୂର କରେ। ବିହାର ହ୍ରଦ, ବଇତରଣା, ଉପର ବଇତରଣା, ତୁଳସୀ, ତଂସ ଓ ପଉଅଇ। ତୁଳସୀ ଓ ବିହାର ହ୍ରଦ ବୋରିବଲି ଜାତୀୟ ଉଦ୍ୟାନରେ ସହର ନଗର ପାଳିକାର ସୀମା ମଧ୍ୟରେ ଅବସ୍ଥିତ। ପଉଅଇ ହ୍ରଦଦ୍ଵାରା କେବଳ ଶିଳ୍ପ ସଂସ୍ଥା ଗୁଡିକର ପାଣି ଆବଶ୍ୟକତା ପୂର୍ଣ୍ଣ ହେଇଥାଏ। ତିନୋଟି ଛୋଟ ନଦୀ ଦହିସର, ପୋଇସର ଓ ଓହିଉଆଡା (ବା ଆଶୀଉଆଡା) ଉଦ୍ୟାନ ଭିତରୁ ବାହାରିଛି, ଯେବେକି ମିଠା ନଦୀ (ମିଠି ନଦୀ) ତୁଳସୀ ହ୍ରଦରୁ ବାହାରିଅଛି ଓ ପଉଅଇ ଏବଂ ବିହାର ହ୍ରଦର ବନ୍ୟାଜଳ ନିଜ ଭିତରକୁ ନେଇଥାଏ। ସହରର ବହୁତ କୁଳ ସନ୍ତସନ୍ତିଆ ଅଟେ। ସେଲସେଟ ଦ୍ଵୀପର ପୂର୍ବଭାଗ ଅତି ସନ୍ତସନ୍ତିଆ ଅଟେ ଯାହାକି ଜୈବବିଭିନ୍ନତାରେ ପରିପୂର୍ଣ୍ଣ। ପଶ୍ଚିମ ଭାଗ ଅତ୍ୟନ୍ତ ବାଲିଆ ଓ ପଥୁରିଆ ଅଟେ।

ଇତିହାସ[ସମ୍ପାଦନା]

ହାଜି ଅଲି ଦରଘା ଯାହା ୧୪୩୧ ମସିହାରେ ତିଆରି ହେଇଥିଲା, ଯେତେବେଳେ ମୁମ୍ବାଇ ମୁସଲମାନ ଶାସନରେ ଥିଲା।[୧୪]

ଉତ୍ତର ମୁମ୍ବାଇର କାନ୍ଦିବଲିରୁ ମିଳିଥିବା କିଛି ଧ୍ଵଂସାବଶେଷରୁ ଜଣାପଡେକି ଏହି ଦ୍ଵୀପପୁଞ୍ଜ ସବୁ ପ୍ରାଚୀନ ପ୍ରସ୍ତର ଯୁଗରୁ ବସତି ସ୍ଥାପନ ହେଇଛି। ଜନବସତିର ଲିଖିତ ପ୍ରମାଣ ଖ୍ରୀ.ପୂ. ୨୫୦ ମିଳୁଛ, ଯେତେବେଳେ ଏହାକୁ ହେପ୍ଟାନୋସିଆ କୁହାଯାଉଥିଲା। ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ଏହା ମୌର୍ଯ୍ୟ ସାମ୍ରାଜ୍ୟର ଅଂଶ ଥିଲା ଯେତେବେଳେ ଏହାର ଶାସକ ସମ୍ରାଟ ଅଶୋକ ଥିଲେ। ଖ୍ରୀଷ୍ଟାବ୍ଦ ପ୍ରାରମ୍ଭର ପ୍ରାଥମିକ ଶତାବ୍ଦୀରେ ଏହା ସାତବାହାନ ସାମ୍ରାଜ୍ୟ ଓ ଇଣ୍ଡୋ-ସାଇଥିୟ ପାଶ୍ଚାତ୍ୟ ସେଟ୍ରେପ ମଝିରେ ବିବାଦିତ ଥିଲା। ପରେ ହିନ୍ଦୁ ସିଲହରା ବଂଶର ରାଜାମାନେ ଏହାକୁ ୧୩୪୩ ପର୍ଯ୍ୟନ୍ତ ରାଜୁତି କରିଥିଲେ ଯେପର୍ଯ୍ୟନ୍ତ ଗୁଜରାଟର ରାଜାମାନେ ଏହାକୁ ଅଧିକାର ନକରିଥିଲେ। କିଛି ପୁରାତନ କାରୂକାର୍ଯ୍ୟ ଯେପରିକି ଏଲିଫାଣ୍ଟା ଗୁମ୍ଫା ଓ ବାଳକେଶର ମନ୍ଦିର ଏହି କାଳଖଣ୍ଡର ଅଟେ।

୧୫୩୪ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜମାନେ ଗୁଜରାଟର ଶାସକମାନଙ୍କଠୁ ଏହି ଦ୍ବୀପପୁଞ୍ଜ ଛଡେଇନେଇଥିଲେ। ଯାହାକି ପରେ ଇଂଲଣ୍ଡର ସମ୍ରାଟ ଦ୍ଵିତୀୟ ଚାର୍ଲ୍ସଙ୍କୁ ଯୌତୁକ ରୂପେ ଦିଆଯାଇଥିଲା।[୧୫] ଚାର୍ଲ୍ସଙ୍କର ବାହାଘର କ୍ୟାଥରିନ ଡେ ଭର୍ଗିଞ୍ଜାଙ୍କ ସହ ହେଇଥିଲା। ଏହି ଦ୍ବୀପପୁଞ୍ଜର ଜମିର ପଟ୍ଟା ୧୬୬୮ରେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ପ୍ରତିବର୍ଷ ୧୦ ପାଉଣ୍ଡ ହିସାବରେ ଦିଆଯାଇଥିଲା। କମ୍ପାନୀକୁ ଦ୍ବୀପପୁଞ୍ଜର ପୂର୍ବପଟେ ଗଭୀର ପୋତାଶ୍ରୟ ମିଳିଲା ଯାହାକି ଉପମହାଦ୍ଵୀପରେ ପ୍ରଥମ ବନ୍ଦର ସ୍ଥାପନ ପାଇଁ ସର୍ବୋତ୍ତମ ଥିଲା। ୧୬୬୧ରେ ଏହାର ଜନସଂଖ୍ୟା ମାତ୍ର ୧୦୦୦୦ ଥିଲା, ଯାହାକି ୧୬୭୫ରେ ୬୦୦୦୦ ହେଇଗଲା। ୧୬୮୭ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ନିଜ ମୁଖ୍ୟାଳୟ ସୁରାଟରୁ ମୁମ୍ବାଇ ସ୍ଥାନାନ୍ତରିତ କରିଲାପରେ ନଗର ବମ୍ବେ ପ୍ରେସିଡେନ୍ସିର ମୁଖ୍ୟାଳୟ ହେଇଗଲା।

୧୮୧୭ ପରେ ନଗରକୁ ବହୁତ ସିଭିଲ କାର୍ଯ୍ୟଦ୍ଵାରା ପୁନରୁଦ୍ଧାର କରଯାଇଥିଲା। ଏଥିରେ ସବୁ ଦ୍ଵୀପପୁଞ୍ଜକୁ ପରସ୍ପରସହ ଯୋଡିବା ମୁଖ୍ୟ ଲକ୍ଷ୍ୟ ଥିଲା। ଏହି ପରିଯୋଜନାକୁ ହର୍ନବୟ ବେଲାର୍ଡ ପରିଯୋଜନା କୁହାଯାଏ ଓ ଏହା ୧୮୪୫ରେ ସପୂର୍ଣ୍ଣ ହେଇଥିଲା ଓ ମୁମ୍ବାଇର କ୍ଷେତ୍ରଫଳ ୪୩୮ ବର୍ଗକି.ମି. ହେଇଥିଲା। ୧୮୫୩ ମସିହାରେ ଭାରତରେ ପ୍ରଥମ ରେଳ ଲାଇନ ଏଠାରେ ସ୍ଥାପିତ ହେଇଥିଲା ଯାହାକି ମୁମ୍ବାଇକୁ ଠାଣେ ସହ ଯୋଡିଥିଲା। ଆମେରିକୀୟ ନଗର ଯୁଦ୍ଧ କାଳରେ ଏହା ବିଶ୍ଵର ସବୁଠୁ ବଡ ସୂତା ବ୍ୟବସାୟର ବଜାର ହେଲା ଯାହାଫଳରେ ଏହାର ଅର୍ଥବ୍ୟବସ୍ଥା ଆହୁରି ସୁଦୃଢ ହେଲା ଓ ସହରର ସ୍ତର ବହୁଗୁଣ ବଢିଗଲା।

୧୯୫୫ ପରେ ବମ୍ବେ ରାଜ୍ୟକୁ ପୁନଃବ୍ୟବସ୍ଥିତ କରାଗଲା ଓ ଭାଷା ଆଧାରରେ ରାଜ୍ୟକୁ ଗୁଜରାଟ ଓ ମହାରାଷ୍ଟ୍ର ଭାବରେ ଦୁଇଭାଗ କରାଗଲା। ଏକ ଦାବି ଅନୁସାରେ ନଗରକୁ ସ୍ଵୟଂଶାସିତ ନଗରର ମର୍ଯ୍ୟାଦା ଦବାକୁ କୁହାଗଲା। କିନ୍ତୁ ସଂଯୁକ୍ତ ମହାରାଷ୍ଟ୍ର ସମିତିର ଆନ୍ଦୋଳନଦ୍ଵାରା ଏହାର ବିରୋଧ କରାଗଲା ଓ ମୁମ୍ବାଇକୁ ମହାରାଷ୍ଟ୍ରର ରାଜଧାନୀ କରିବାକୁ ଦାବି କରାଗଲା। ଏହି ବିରୋଧ ଫଳରେ ୧୦୫ ଲୋକ ପୋଲିସ ଗୁଳିରେ ନିହତ ହେଇଥିଲେ ଓ ଶେଷରେ ୧ ମେ ୧୯୬୦ରେ ମହାରାଷ୍ଟ୍ର ରାଜ୍ୟ ସ୍ଥାପନ ହେଲା ଓ ମୁମ୍ବାଇ ଏହାର ରାଜଧାନୀ ହେଲା।

ଫ୍ଲୋରା ଫାଉଣ୍ଟେନର ପୁନର୍ନାମକରଣ ହୁତାତ୍ମା ଛକ କରାଗଲା, ଯାହାକି ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନରେ ହେଇଥିବା ସହିଦଙ୍କ ସ୍ମାରକ ହେଲା।

୧୯୭୦ ଦଶକ ଅନ୍ତେ ଏଠାରେ ନିର୍ମାଣ କାର୍ଯ୍ୟରେ ବହୁତ ବୃଦ୍ଧି ହେଇଥିଲା। ଯାହାଫଳରେ କି ଏଠାରେ ପ୍ରବାସୀମାନଙ୍କ ଆଗମନରେ ବହୁତ ବୃଦ୍ଧି ହେଲା। ସମୟ ଆସିଲା ଏହା ଜନସଂଖ୍ୟାରେ ଭାରତରେ ସବୁଠୁ ବଡ ଜନବହୁଳ ସହର କଲିକତାକୁ ପଛରେ ପକେଇଦେଲା ଓ ପ୍ରଥମ ସ୍ଥାନ ନେଲା। ଏହି ପ୍ରବାସୀଙ୍କ ଆଗମନ ସ୍ଥାନୀୟ ମରାଠୀମାନଙ୍କ ମନକୁ ଆଶଙ୍କିତ କରିଲା, ଯେଉଁମାନେ ନିଜର ଭାଷା, ସଂସ୍କୃତି ଓ ବ୍ୟବସାୟକୁ ରକ୍ଷା କରିବାପାଇଁ ଚିନ୍ତିତ ଥିଲେ।[୧୬] ବାଲା ସାହେବ ଠାକରେଙ୍କଦ୍ଵାରା ଶିବସେନା ରାଜନୈତିକ ଦଳ ଗଠନ କରାଗଲା ଯାହାକି ସ୍ଥାନୀୟ ମରାଠୀମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଥିଲା। [୧୭] ସହରର ଧର୍ମ ନିରପେକ୍ଷତା ୧୯୯୨-୯୩ର ଦଙ୍ଗା କାରଣରୁ ଛିନ୍ନଭିନ୍ନ ହେଇଥିଲା ଯେଉଁଥିରେ ବଡ ପରିମାଣର ଜୀବନ ଓ ସମ୍ପତ୍ତି ହାନି ହେଇଥିଲା। ଏହାର କିଛିମାସ ମରେ ୧୨ ମାର୍ଚ୍ଚ ୧୯୯୩ରେ ପୂର୍ବ ନିଯୋଜିତ ବମ ବିସ୍ଫୋଟ ସହରକୁ ଦୋହଲେଇଦେଇଥିଲା। ଯେଉଁଥିରେ ଶତାଧିକ ଲୋକ ମୃତ୍ୟୁବରଣ କରିଥିଲେ। ୧୯୯୫ରେ ବମ୍ବେ ନାମକୁ ପରିବର୍ତ୍ତନ କରାଯାଇ ମୁମ୍ବାଇ କରଯାଇଥିଲା। ଏହା ଶିବସେନା ସରକାରରେ ଇଂରେଜମାନଙ୍କଦ୍ଵାରା ଦିଆଯାଇଥିବା ନାମଗୁଡିକୁ ଐତିହାସିକ ଓ ସ୍ଥାନୀୟ ଆଧାରରେ ପୁନଃ-ନାମକରଣ ହେଇଥିଲା। ଏଠାରେ ଏବେ ମଧ୍ୟ ଆତଙ୍କବଦୀମାନଙ୍କଦ୍ଵାରା ଆକ୍ରମଣ ସମୟ ସମୟରେ କରାଯାଉଛି। ୨୦୦୬ରେଠାରେ ସ୍ଥାନୀୟ ରେଳରେ ବିସ୍ଫୋଟ କରଯାଇଥିଲା ଯେଉଁଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। [୧୮] ନଭେମ୍ବର ୨୬ ୨୦୦୮ରେ ଜଳପଥରୁ ଆସିଥିବା ପାକିସ୍ତାନୀ ଆତଙ୍କବଦୀ ମାନେ ମୁମ୍ବାଇରେ ଛତ୍ରପତି ଶିବାଜି ଟର୍ମିନାଲ, କାମା ଚିକିତ୍ସାଳୟ, ତାଜ ହୋଟେଲ, ନାରିମାନ ପଏଣ୍ଟଠାରେ ଆକ୍ରମଣ କରି ୩୦୦ରୁ ଅଧିକ ନିରୀହ ଲୋକଙ୍କ ପ୍ରାଣ ନେଇଥିଲେ ଯେଉଁଥିରେ ୧୦ଜଣରୁ ୯ ଜଣ ଆତଙ୍କବାଦୀ ସେନାର ଗୁଳିରେ ପ୍ରାଣ ହରାଇଥିଲେ ଓ ବଞ୍ଚିଯାଇଥିବା ଆତଙ୍କବଦୀ ଆଜମଲ ଅମିର କସବକୁ ସୁପ୍ରିମକୋର୍ଟ ଫାଶୀଦଣ୍ଡ ଦେଇଥିଲା। ଏହି ଆକ୍ରମଣରେ ସେନାର ମେଜର ସନ୍ଦିପ ଉନ୍ନିକୃଷ୍ଣନ, ଏଟିଏସର ମୁଖ୍ୟ ହେମନ୍ତ କରକରେ, ହାବିଲଦାର ତୁକାରମ ଓମ୍ବଲେ ଇତ୍ୟାଦି ସହିଦ ହେଇଥିଲେ। ଏହି ଆକ୍ରମଣ ପରେ ଭାରତ ତାର ଜଳପଥର ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା।

ଜଳବାୟୁ[ସମ୍ପାଦନା]

ମୁମ୍ବାଇର ହାରାହାରି ତାପମାତ୍ରା ଓ ବର୍ଷା (ବୃଷ୍ଟିପାତ)ର ସାରଣୀ

ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳରେ ଆରବ ସାଗର ନିକଟରେ ଥିବାରୁ ମୁମ୍ବାଇର ଜଳବାୟୁରେ ମୁଖ୍ୟତଃ ଦୁଇ ପ୍ରକାର ଋତୁ ଦେଖାଯାଏ : ଶୁଷ୍କ ଋତୁ ଓ ଆର୍ଦ୍ର ଋତୁ। ଆର୍ଦ୍ର ଋତୁ ମାର୍ଚରୁ ଅକ୍ଟୋବର ମଧ୍ୟରେ ଆସେ। ଏହାର ମୁଖ୍ୟ କାରଣ ଅଧିକ ଆର୍ଦ୍ରତା ସହ ତାପମାତ୍ରା ୩୦ସେ. (୮୬ଫା.)ରୁ ମଧ୍ୟ ଅଧିକ। ଜୁନରୁ ସେପ୍ଟେମ୍ବର ଯାଏଁ ମୌସୁମୀ ଜନିତ ବର୍ଷା ସହରକୁ ଭିଜାଏ, ଯାହା ଫଳରେ କି ମୁମ୍ବାଇର ବାର୍ଷିକ ବର୍ଷା ସ୍ତର ୨,୨୦୦ ମିଲିମିଟର (୮୬.୬ ଇଞ୍ଚ) ହେଇଥାଏ। ଏଯାଏଁ ସବୁଠାରୁ ଅଧିକ ବର୍ଷା ୧୯୯୫ରେ ହେଇଥିଲା ଯାହାର ବର୍ଷା ସ୍ତର ୩,୪୫୨ ମିଲିମିଟର (୧୩୫.୯ ଇଞ୍ଚ) ଥିଲା।[୧୯] ଦିନର ସବୁଠୁ ଅଧିକ ବର୍ଷା ୨୬ ଜୁଲାଇ ୨୦୦୫ରେ ୯୪୪ ମିଲିମିଟର (୩୭.୧୭ ଇଞ୍ଚ)ର ହେଇଥିଲା।[୨୦] ନଭେମ୍ବରରୁ ଫେବୃଆରୀଯାଏଁ ଶୁଖିଲା ଜଳବାୟୁ ରହିଥାଏ ଯେଉଁ ସମୟରେ କି ମଧ୍ୟମ ଧରଣର ଆର୍ଦ୍ରତା ଦେଖାଯାଏ ଓ କିଛି ଗରମ ଓ କିଛି ଶୀତ ଅନୁଭୂତ ହେଇଥାଏ। ଜାନୁଆରୀ ଓ ଫେବୃଆରୀରେ ଅଳ୍ପ ଥଣ୍ଡା ପଡିଥାଏ, ଏଠାରେ ହଉଥିବା ଶୀତ ଉତ୍ତରରୁ ଆସୁଥିବା ଥଣ୍ଡା ପବନ ଯୋଗୁଁ ହେଇଥାଏ।

ମୁମ୍ବାଇର ସର୍ବାଧିକ ତାପମାତ୍ରା ୩୮ସେ. (୧୦୦ଫା.)ରୁ ସର୍ବନିମ୍ନ ୧୧ସେ. (୫୨ଫା.) ମଧ୍ୟରେ ରହେ। ଏପର୍ଯ୍ୟନ୍ତର ସର୍ବାଧିକ ତାପମାତ୍ରା ୪୩.୩ସେ. (୧୦୯.୯ଫା.) ଥିଲାବେଳେ ଏପର୍ଯ୍ୟନ୍ତର ସର୍ବନିମ୍ନ ତାପମାତ୍ରା ୨୨ ଜାନୁଆରୀ ୧୯୬୨ରେ ୭.୪ସେ. (୪୫.୩ଫା.) ଥିଲା।।[୨୧] କିନ୍ତୁ ଏଠାରେ ଥିବା ଦୁଇଟି ପାଣିପାଗ ବିଭାଗ ତରଫରୁ କହ୍ନେରୀ ଗୁମ୍ଫା ପାଖରେ ଥିବା ପାଣିପାଗ ବିଭାଗ ୮ ଫେବୃଆରୀ ୨୦୦୮ରେ ସର୍ବନିମ୍ନ ୬.୫ସେ. (୪୩.୭ଫା.) ମାପିଥିଲା।[୨୨]

ଉପଯୋଗୀ ସେବାଗୁଡିକ[ସମ୍ପାଦନା]

ବିଏମସି ପ୍ରଧାନ କାର୍ଯାଳୟ

ବି ଏମ ସି ସହରର ପାନୀୟ ଜଳର ଆବଶ୍ୟକତା ପୂର୍ଣ୍ଣ କରିଥାଏ। ଏହି ଜଳର ଅଧିକାଂଶ ଭାଗ ତୁଳସୀ ଓ ବିହାର ତଥା ଅନ୍ୟ ଉତ୍ତରରେ ଥିବା ହ୍ରଦରୁ ଆସିଥାଏ। ଏହି ଜଳ ଭାଣ୍ଡୁପରେ ଥିବା ଏସିଆର ସବୁଠୁ ବଡ ବିଶୋଧନାଗାରରେ ବିଶୁଦ୍ଧ ହେଇ ଅନ୍ୟ ଅଞ୍ଚଳକୁ ପଠାଯାଇଥାଏ। ଭାରତର ପ୍ରଥମ ଭୂତଳ ଜଳ ସୁଡଙ୍ଗ ମୁମ୍ବାଇରେ ହିଁ ତିଆରି ହବାର ଅଛି।[୨୩] ବି ଏମ ସି ହିଁ ସହରର ରକ୍ଷଣାବେକ୍ଷଣ ଓ ବର୍ଯ୍ୟବସ୍ତୁ ପରିଚାଳନା କରିଥାଏ। ପ୍ରତିଦିନ ସହରର ପ୍ରାୟ ୭୮୦୦ ମେଟ୍ରିକ ଟନ ଅଳିଆ ଉତ୍ତର-ପୂର୍ବ କ୍ଷେତ୍ରରେ ମୁଲୁଣ୍ଡ, ଉତ୍ତର-ପଶ୍ଚିମ କ୍ଷେତ୍ରରେ ଗୋରାଇ ଓ ପୁର୍ବରେ ଦେଓନାର ପକାଯାଇଥାଏ। ନର୍ଦ୍ଦମା ଜଳକୁ ବର୍ଲି ଓ ବାନ୍ଦ୍ରାରେ ଉପଚାର କରାଯାଇ ସମୁଦ୍ରରେ ଛଡାଯାଇଥାଏ।

ମୁମ୍ବାଇ ସହରରେ ବିଦ୍ୟୁତ ସରବରାହ ବେଷ୍ଟ, ରିଲାଏନ୍ସ ଏନର୍ଜି, ଟାଟା ପାଉଆର ଓ ମହାବିତରଣ (ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନୀ ଲି.) କରିଥାନ୍ତି। ଏହାର ଅଧିକାଂଶ ଆବଶ୍ୟକତା ଜଳ-ବିଦ୍ୟୁତ ଓ ଆଣବିକ ଶକ୍ତିରୁ ମେଣ୍ଟିଥାଏ। ସହରର ବିଦ୍ୟୁତ ବ୍ୟବହାର ଉତ୍ପାଦନ କ୍ଷମତାକୁ ବଳିଯାଉଛି। ସହରର ସବୁଠୁ ବଡ ଦୂରଭାଷ ସେବା ଏମଟି ଏନ ଏଲ। ୨୦୦୦ ମସିହା ଯାଏଁ ଏହାର ଲ୍ୟାଣ୍ଡଲାଇନ ଓ ମୋବାଇଲ ସେବା ଉପରେ ଏକାଧିକାର ଥିଲା। ଏଠାରେ ଏବେ ମୋବାଇଲ ସେବା ପ୍ରଦାନ କରିବାପାଇଁ ଏୟାରଟେଲ, ଭୋଡାଫୋନ, ଏମଟି ଏନ ଏଲ, ବି ପି ଏଲ, ରିଲାଏନ୍ସ କମ୍ୟୁନିକେସନ୍ସ ଓ ଟାଟା ଟେଲି ସର୍ଭିସେସ ଇତ୍ୟାତି ରହିଛନ୍ତି। ସହରରେ ଜି ଏସ ଏମସି ଡି ଏମ ଏ ଉଭୟ ସୁବିଧା ଉପଲବ୍ଧ ଅଛି। ଏମଟି ଏନ ଏଲ ଓ ଟାଟା ଏଠାରେ ବ୍ରଡବ୍ୟାଣ୍ଡ ସେବା ମଧ୍ୟ ପ୍ରଦାନ କରୁଛି।

ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Sitaram Kunte new commissioner of Mumbai civic body". DNA India. Press Trust of India (Mumbai, India). 30 April 2012. http://www.dnaindia.com/mumbai/report_sitaram-kunte-new-commissioner-of-mumbai-civic-body_1682754. Retrieved 16 July 2012. 
  2. "Cities having population 1 lakh and above" (PDF). censusindia. The Registrar General & Census Commissioner, India. Retrieved 17 October 2011. 
  3. "Ranking of districts of Maharashtra by population size 2011". CensusIndia.gov.in. Retrieved 25 April 2011. 
  4. "Urban Agglomerations/Cities having population 1 lakh and above" (PDF). Censusindia. The Registrar General & Census Commissioner, India. Retrieved 17 October 2011. 
  5. "Only Marathi for official work, corporators tell devp body". The Indian Express. Express News Service (Mumbai, India): pp. 2. 26 February 2010. http://www.indianexpress.com/news/only-marathi-for-official-work-corporators-tell-devp-body/584629/. Retrieved 16 July 2012. 
  6. विश्व गैज़ेटियर अनुमान 2008-01-01
  7. "मुंबई अर्बन इंफ्रास्ट्रक्चर परियोजना". मुंबई महानगरीय क्षेत्र विकास प्राधिकरण]].  Unknown parameter |accessed= ignored (|accessdate= suggested) (help)
  8. "नवी मुंबई अन्तर्राष्ट्रीय विमानक्षेत्र". महाराष्ट्र नगर एवं औद्योगिक विकास निगम लिमिटेड. Archived from the original (JPG) on 2012-07-09. Retrieved 2008-07-18. 
  9. "Mumbai among world's top 10 financial flow hubs". Rediff News. 2007-06-18. 
  10. मनोरमा ईयरबुक ୨୦୦୬. कोट्टायम, भारत: मलयाला मनोरमा. ୨୦୦୬. ISBN ୮୧୮୯୦୦୪୦୭୭. 
  11. Krishnadas Warrior. "Kanheri, Lungs of Mumbai". Retrieved 2007-12-05. 
  12. A cat rouses Thane colony
  13. Killer Cats by Bijal Trivedi - National Geographic Channel
  14. "ହାଜି ଅଲି ସେଟ ଟୁ ଗୋ, ଆଣ୍ଡ ରାଇଜ ଏଗେନ". ମୁମ୍ବାଇ ମିରର. ୨୦୦୮-୦୮-୦୭. http://www.mumbaimirror.com/net/mmpaper.aspx?page=article&sectid=15&contentid=2008080720080807031759454b559597f. Retrieved ୨୦୦୮-୦୮-୧୭. 
  15. "UK Government Foreign and Commonwealth Office". 2007-06-28. Archived from the original on 2003-07-31. Retrieved 2008-01-06. 
  16. Ashraf, Syed Firdaus (2004-04-23). "Know your party". Elections 2004 Rediff Special. Rediff News. Retrieved 2007-12-05. 
  17. Raj Thackeray has a point
  18. "Special Report: Mumbai Train Attacks". BBC. 2006-09-30. http://news.bbc.co.uk/2/hi/in_depth/south_asia/2006/mumbai_train_attacks/default.stm. Retrieved 2008-08-13. 
  19. "Mumbai Plan". Department of Relief and Rehabilitation (Government of Maharashtra). 
  20. "Three drown as heavy rain lashes Mumbai for the 3rd day". Mumbai: Daily News and Analysis. 2006-07-03. http://www.dnaindia.com/report.asp?NewsID=1039257. 
  21. हर्रेरा, मैक्सीमिलियैनो. "अत्यंत तापमान". Retrieved 2007-12-06. 
  22. "सिटि कंटिन्यूज़ टू होवर इन 8-9 डिग्री C रेंज". मुंबई: टाइम्स ऑफ इंडिया. 2008-02-10. 
  23. "Country's first water tunnel to come up in Mumbai". DNA (Diligent Media Corporation Ltd.). Retrieved 2008-02-21. 

ଅଧିକ ତଥ୍ୟ[ସମ୍ପାଦନା]