ଗୁଡଭେଲି ପଦର

ଉଇକିପିଡ଼ିଆ‌ରୁ

ଗୁଡଭେଲି ପଦର, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଏକ ଗ୍ରାମ। ଏହି ଗ୍ରାମ ତମ୍ବା ନାଗ ମୁର୍ତ୍ତୀ ପାଇଁ ସାରା ରାଜ୍ୟରେ ପ୍ରସିଦ୍ଧ ଲାଭ କରିଛି। ଏହି ଗ୍ରାମରେ ପ୍ରାୟ ୭ ରୁ୮ ପରିବାର ତମ୍ବା ନାଗ କାମକୁ ବୄତି ଭାବେ ଗ୍ରହଣ କରିଛନ୍ତି । ଏହି କାମ ପାଇଁ ଆବଶ୍ୟକ ହେଉଥିବା ତମ୍ବା,ରଙ୍ଗ, ହୁଆଟ ମେଟାଲ ଆଦି ସମ୍ବଲପୁରରେଙ୍ଗାଲିରୁ ଅଣାଯାଇଥାଏ । ପ୍ରାୟ ୧୦୦ ବର୍ଷ ହେବ ଏହି ଗ୍ରାମରେ ତମ୍ବା ନାଗ ମୁର୍ତି କାମ କରାଯାଉଛି। ଗ୍ରାହକଙ୍କ ବରାଦ ଅନୁଯାୟୀ ୩ ଫେଣୀ, ୭ଫେଣୀ, ଏବଂ ୧ଫେଣୀ ନାଗ ମୁର୍ତି ତିଆରି କରାଯାଏ ବୋଲି । ଏହି ମୁର୍ତି ନିର୍ମାଣ ପାଇଁ କୌଣସି ଛାଞ୍ଛର ବ୍ୟବହାର କରାଯାଇନଥାଏ । ରାଜ୍ୟର ବିଭିନ୍ନ ମନ୍ଦିର ଯଥା : ସମଲେଇ ମନ୍ଦିର, ବିନିକାର ଚରଦା ମନ୍ଦିର ଆଦି ସ୍ଥାନରେ ଏହି ଗ୍ରାମରୁ ତିଆରି କରଯାଇଥିବା ନାଗ ମୁର୍ତ୍ତିଗୁଡ଼ିକ ପୁଜା ପାଉଛି । [୧]

ଆଧାର[ସମ୍ପାଦନା]