ସୁବର୍ଣ୍ଣପୁର
Appearance
ସୋନପୁର
ସୁବର୍ଣ୍ଣପୁର | |
---|---|
ସହର | |
ଦେଶ | India |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସୁବର୍ଣ୍ଣପୁର |
Area | |
• ସମୁଦାୟ | 2,284.89 km2 (882.20 sq mi) |
Elevation | 121 m (397 ft) |
Population (2001) | |
• Total | ୧୭,୫୩୫ |
• Density | 7.7/km2 (20/sq mi) |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+5:30 (IST) |
PIN | 767017 |
Telephone code | 06654 |
ଯାନବାହାନ ପଞ୍ଚୀକରଣ | OD 31 |
Website | subarnapur |
ସୋନପୁର ଭାରତର ଓଡ଼ିଶାରେ ଥିବା ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର ।
ଭୂଗୋଳ
[ସମ୍ପାଦନା]ଇତିହାସ
[ସମ୍ପାଦନା]ପର୍ଯ୍ୟଟନ
[ସମ୍ପାଦନା]- ଶଶିସେଣା ମନ୍ଦିର: ଏହିମନ୍ଦିରର କୌଣସି ପ୍ରବେଶ ପଥ ନଥିବାରୁ ଏହା ଆଞ୍ଚଳିକ ଭାଷାରେ ନିମୁଁହ ଦେଉଳ ଭାବେ ପରିଚିତ । ଅମରାବତୀ ରାଜ୍ୟ ରାଜକୁମାରୀ ଶଶିସେଣା ଓ ସୁବର୍ଣ୍ଣପୁର ରାଜ୍ୟର ମନ୍ତ୍ରୀଙ୍କ ପୁଅ ଅହିମାଣିକ୍ୟର ଅନାବିଳ ପ୍ରେମର ସ୍ମୃତିରେ ଏହି ମନ୍ଦିର ନିର୍ମିତ । କବି ପ୍ରତାପ ରାୟ ଶଶିସେଣା କାବ୍ୟରେ ଏହି କିମ୍ବଦନ୍ତୀକୁ ଜୀବନ୍ତ ରୂପ ଦେଇଛନ୍ତି ।
- ସୁବର୍ଣ୍ଣମେରୁ ମନ୍ଦିର: ଏହା ସୋନପୁର ସହରର ଦକ୍ଷିଣ ଦିଗରେ ତେଲ ନଦୀ କୂଳରେ ଅବସ୍ଥିତ ।
- ରାମେଶ୍ୱର ମନ୍ଦିର: ଏହା ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳରେ ଅବସ୍ଥିତ । କିମ୍ବଦନ୍ତୀ ମତେ ଲଙ୍କାବିଜୟ ପରେ ରାମଚନ୍ଦ୍ର ରାମେଶ୍ୱର ଶିବଙ୍କ ପ୍ରତିଷ୍ଠା କରିଥିଲେ ।
- ଗୋକର୍ଣ୍ଣେଶ୍ୱର ମନ୍ଦିର: ଏହା ସୋନପୁର ସହରର ପଶ୍ଚିମ ଦିଗରେ ଅବସ୍ଥିତ । ଏଠାରେ ରାମଚଣ୍ଡୀଙ୍କ ସହ ଗୋକର୍ଣ୍ଣେଶ୍ୱରଙ୍କୁ ପୂଜା କରାଯାଏ ।
- ପଶ୍ଚିମ ସୋମନାଥ ମନ୍ଦିର: ଏହା ସୋନପୁର ସହରର ପଶ୍ଚିମ ଦିଗରେ ଅବସ୍ଥିତ ଏକ ଶିବ ମନ୍ଦିର । ସୋମନାଥ ସୋମବଂଶୀ ରାଜବଂଶର ଇଷ୍ଟଦେବତା ଥିବା କହାଯାଏ ।
- ପଞ୍ଚରଥ ମନ୍ଦିର: ଏହା ସହରର ମଧ୍ୟସ୍ଥଳରେ ଅବସ୍ଥିତ । ରଥାକୃତିରେ ନିର୍ମିତ ପାଞ୍ଚଟି ମନ୍ଦିରର ଗର୍ଭଗୃହରେ ଶିବ, ପାର୍ବତୀ, ଗଣେଶ, କାର୍ତ୍ତିକେୟ ଓ ବୃଷଭଙ୍କ ବିଗ୍ରହ ସ୍ଥାପିତ ହୋଇ ପୂଜା ପାଉଛନ୍ତି । କିମ୍ବଦନ୍ତୀ ମତେ ଯୁବରାଜ ସୋମଭୂଷଣଙ୍କ ଅକାଳ ବିୟୋଗରେ ମର୍ମାହତ ହୋଇ ରାଜା ବୀରମିତୋଜୟ ସିଂହଦେବ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏହି ମନ୍ଦିରକୁ ନିର୍ମାଣ କରିଥିଲେ ।
- ସୁରେଶ୍ୱରୀ ମନ୍ଦିର ସହରର ସର୍ବପ୍ରାଚୀନ ଚଣ୍ଡୀମନ୍ଦିର । କିମ୍ବଦନ୍ତୀ ମତେ ପର୍ଶୁରାମ କ୍ଷତ୍ରୀୟ ସଂହାର ପରେ ସୁରେଶ୍ୱରୀ ଦେବୀଙ୍କୁ ସ୍ଥାପନ କରିଥିଲେ । ସୋମବଂଶୀ ରାଜା ପ୍ରଥମ ଜନ୍ମେଜୟଙ୍କ ରାଜତ୍ୱ କାଳରେ ସୁରେଶ୍ୱରୀ ଦେବୀ ଦୁର୍ଗଦ୍ୱାରରେ ଅଧିଷ୍ଠିତ ହୋଇ ନଗର ଦେବୀ ଭାବରେ ପୂଜିତା ହେଉଥିଲେ । କାଳକ୍ରମେ ଏହି ଦୁର୍ଗ ଧ୍ୱଂସ ପାଇ ପୁଷ୍କରଣୀରେ ପରିଣତ ହୋଇ ମନ୍ଦିର ନିକଟରେ ଅଛି ।
- ମାଣିକେଶ୍ୱରୀ ମନ୍ଦିର ସହରର କୈବର୍ତ୍ତମାନଙ୍କ ଇଷ୍ଟଦେବୀଙ୍କ ମନ୍ଦିର । ଏହା ସହରର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ । ମାଣିକେଶ୍ୱରୀ ଗଙ୍ଗରାଜ ବଂଶର ଇଷ୍ଟଦେବୀ ଭାବେ ପୂଜା ପାଉଥିଲେ ।