ଭୂଖା
ଭୂଖା | |
---|---|
ନିର୍ଦ୍ଦେଶକ | ସବ୍ୟସାଚୀ ମହାପାତ୍ର |
ମୂଳ ଆଧାର | ଭୁଖା by ମଙ୍ଗଳୁ ଚରଣ ବିଶ୍ୱାଳ |
କଳାକାର | ଶରତ ପୂଜାରୀ, ସାଧୁ ମେହେର, ବିଜୟ ପୂଜାରୀ, ସ୍ୱାତୀ ରାୟ |
ସଙ୍ଗୀତ | ରମେଶ କୁମାର ମହାନନ୍ଦ |
ମୁକ୍ତିଲାଭ ତାରିଖ | ୧୯୮୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଭୂଖା ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ କଥାଚିତ୍ର । 'ଭୂଖା' ସମ୍ବଲପୁରୀ ଭାଷାରେ ନିର୍ମିତ ପ୍ରଥମ କଥାଚିତ୍ର, ଏହା ସବ୍ୟସାଚୀ ମହାପାତ୍ରଙ୍କଦ୍ୱାରା କୁମାର୍ ପ୍ରଡକ୍ସନ୍ ବ୍ୟାନର୍ ତଳେ ନିର୍ମିତ ହୋଇଥିଲା । ଏହା ମଙ୍ଗଳୁ ଚରଣ ବିଶ୍ୱାଳଙ୍କଦ୍ୱାରା ଲିଖିତ ସମ୍ବଲପୁରୀ ନାଟକ ଭୂଖା ଉପରେ ଆଧାରିତ ।[୧] 'ଭୂଖା'ରେ ପଶ୍ଚିମ ଓଡ଼ିଶାର ଗରିବ ହରିଜନ ଅଧିବାସୀଙ୍କ ବଜନିଆ ସମାଜର ଲୋକଙ୍କ ଜୀବନ ଓ ଜୀବିକା ଉପରେ ଆଧୁନିକ ସଭ୍ୟତା କିଭଳି ଭାବରେ ପ୍ରଭାବ ପକାଉଛି ଏବଂ ସେମାନେ ଧନୀ ଶ୍ରେଣୀର ଲୋକଙ୍କ ଅତ୍ୟାଚାର ସତ୍ତ୍ୱେ ନିଜର ଜୀବିକା, ସଂକୃତି,ଓ ପରମ୍ପରାକୁ କିଭଳି ଭାବରେ ବଜାୟ ରଖିଛନ୍ତି ତାହା ଅତି ସୁନ୍ଦର ଭବରେ ଚିତ୍ରଣ କରାଯାଇଛି । ଏହା ଓଡ଼ିଶାର ପ୍ରଥମ ଆଞ୍ଚଳିକ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । [୨][୩][୪]
ଅଭିନୟରେ
[ସମ୍ପାଦନା]‘ଭୂଖା’ କଥାଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ
[ସମ୍ପାଦନା]ବଜନିଆମାନଙ୍କଦ୍ୱାରା ବ୍ୟବହୃତ ପାରମ୍ପରିକ ଢୋଲ ଓ ମହୁରିଦ୍ୱାରା ପରିବେଷିତ ଏହାର ପଲ୍ଲିଗୀତଗୁଡ଼ିକ ପଶ୍ଚିମାଞ୍ଚଳର ପର୍ବପର୍ବାଣିର ପରମ୍ପରା ଓ ପ୍ରଥାକୁ ସୂଚାଏ ।
- ଫଟାଇ ଖାଇଲି ବେଲ କୁକିଲ ରେ
- ଆରତ ତାରିଣୀ ଗୋ ଅଶ୍ଟଉଦୟା ଆରତେ ଯେ ଚିନ୍ତେ
- ମଲ୍ଲି ଫୁଟି ମହକିଲା
- ଶୁଭ ଲଗନେ ବର କଲେ ଗମନ ହୋ
ପୁରସ୍କାର ଏବଂ ଚୟନ
[ସମ୍ପାଦନା]- ୧୯୯୦ ମସିହା ସ୍ପେନ୍ର ଗିଜୋନ୍ ଆନ୍ତର୍ଜାତୀୟ ଫିଲ୍ମ୍ ମହୋତ୍ସବରେ ଆନ୍ତର୍ଜାତୀୟ ଜୁରି ପୁରସ୍କାର ।
- ଫ୍ରାନ୍ସ୍ର ଓରିଲାକ୍ଠାରେ ଅନୁଷ୍ଠିତ ବିଶ୍ୱ ଗ୍ରାମୀଣ ଫିଲ୍ମ୍ ମହୋତ୍ସବ ପାଇଁ ନାମାଙ୍କିତ ଓ ଶ୍ରେଶ୍ଠ ପରିସ୍ଥିତି ଉପରେ ଅଧାରିତ ଫିଲ୍ମ୍ ଭାବେ ପୁରଷ୍କ୍ରୁତ ।
ଆଧାର
[ସମ୍ପାଦନା]- ↑ ତ୍ରିପାଠୀ, ଶିବପ୍ରସାଦ. "ପିତାପାଲିର ମିଠା ମଣିଷ ମଙ୍ଗଳୁଚରଣ". ନଜର୍ (ନିତିଦିନ). Retrieved 2 October 2016.[permanent dead link]
- ↑ Chakra, Shyamahari (8 November 2014). "Acclaimed film-maker starts his second film". The Hindu. Retrieved 23 January 2016.
- ↑ Ramanath V, Riyan (10 December 2012). "Sambalpuri art film wins hearts". The Times of India. Retrieved 23 January 2016.
- ↑ Pratyush, Patra (2 November 2013). "GenY film-makers shun rip-offs, turn scene stealers at international arena". Retrieved 23 January 2016.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଭୂଖା