ଗୋପାଳ ଚନ୍ଦ୍ର ପ୍ରହରାଜ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଗୋପାଳ ଚନ୍ଦ୍ର ପ୍ରହରାଜ
ଗୋପାଳ ଚନ୍ଦ୍ର ପ୍ରହରାଜ
ଜନ୍ମ ଓ ଜନ୍ମସ୍ଥାନ ୯ ସେପ୍ଟେମ୍ବର ୧୮୭୪
ସିଦ୍ଦେଶ୍ୱରପୁର
ମୃତ୍ୟୁ ୧୬ ମଇ ୧୯୪୫(୭୦ ବର୍ଷ ବୟସରେ)[୧]
ଜାତୀୟତା ଭାରତୀୟ
ଜୀବିକା ଗପ ଓ ପ୍ରବନ୍ଧ ରଚନା, ଓକିଲାତି
ପ୍ରସିଦ୍ଧି ଭାଷାବିଦ, ଲେଖକ ଓ ବାରିଷ୍ଟର
ପୈତୃକ ବାସସ୍ଥାନ କଟକ, ଓଡ଼ିଶା
ଜୀବନସାଥି ମୁକ୍ତାମଣି

ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଜଣେ ଖ୍ୟାତନାମା ଓଡ଼ିଆ ଭାଷାବିଦ, ଲେଖକ ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ଏକ ସମ୍ଭ୍ରାନ୍ତ ଜମିଦାର ବ୍ରାହ୍ମଣ ପରିବାରରେ ହୋଇଥିଲା । ପେଷାରେ ଜଣେ ଓକିଲ ହୋଇଥିଲେ ମଧ୍ୟ ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରଚିତ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଗୋପାଳ ଚନ୍ଦ୍ର ପ୍ରହରାଜ ୧୮୭୪ ମସିହା ସେପ୍ଟେମ୍ୱର ୯ ତାରିଖରେ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ଗୋଟିଏ ସମ୍ଭ୍ରାନ୍ତ ବ୍ରାହ୍ମଣ ଜମିଦାର ଘରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ପ୍ରହରାଜ ରେଭେନ୍ସା କଲିଜେଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ । ପରବର୍ତ୍ତୀ ସମୟରେ କଟକର ସେ ରେଭେନ୍ସା ମହାବିଦ୍ୟାଳୟରୁ କଳା(Final of Arts) ବିଭାଗରେ ଅଧ୍ୟୟନ କଲେ । ଏହା ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓକିଲାତି ପାଠ ଅଧ୍ୟୟନ କରି ୧୯୦୨ ମସିହାରେ ଓକିଲ ହୋଇଥିଲେ । ସେ ମଧୁବାବୁଙ୍କ ଅଧିନରେ ଓକିଲାତି ବ୍ୟବସାୟ କରୁଥିଲେ । ସେ ସରକାରୀ ଓକିଲ ହିସାବରେ ମଧ୍ୟ କାମ କରିଥିଲେ । ବ୍ୟବସାୟ ବହୁତ ଭଲ ଚାଲିଥିଲା ଓ ରୋଜଗାର ଭଲ ହେଉଥିଲା । ଭାଷାକୋଷ ପ୍ରସ୍ତୁତିରେ ଏହି ରୋଜଗାରରୁ ସଞ୍ଚିତ ସବୁ ଅର୍ଥ ଖର୍ଚ୍ଚ ହୋଇ ଯାଇଥିଲା । ପ୍ରହରାଜଙ୍କ ପତ୍ନୀଙ୍କ ନାମ ଥିଲା ମୁକ୍ତାମଣି । ପ୍ରହରାଜ ନିଜ ବିଧବା ଶାଳୀ ପିତାମ୍ବରୀଙ୍କ ସହ କଟକରେ ରହୁଥିଲେ । କଟକରେ ସେ ରହୁଥିବା ସ୍ଥାନ ଏବେ ଭାଷାକୋଷ ଲେନ୍ ଭାବରେ ପରିଚିତ । ୧୯୪୫ ମସିହା ମେ ୧୬ତାରିଖରେ ବିଷ ମିଶା ଦୁଧ ପାନ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ।[୨]

ଲେଖକ ଜୀବନୀ[ସମ୍ପାଦନା]

ଶ୍ରୀ ପ୍ରହରାଜ ୧୯୦୧ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ ଭାଗବତ ଟୁଙ୍ଗୀରେ ସନ୍ଧ୍ୟା ଶୀର୍ଷକରେ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ ଏବଂ ଏହା ହେଉଛି ଲେଖକଙ୍କର ପ୍ରଥମ କରି ପ୍ରକାଶିତ ହୋଇଥିବା ଲେଖା । ସେ ଫକୀର ମୋହନ ସେନାପତିଙ୍କ ପଥକୁ ଅନୁସରଣ କରୁଥିଲେ ଏବଂ ଓଡ଼ିଆ ବ୍ୟଙ୍ଗ ସାହିତ୍ୟକୁ ଏକ ଉଲ୍ଲେଖନୀୟ ଉନ୍ନତୀ କରାଇଥିଲେ । ତାଙ୍କ ଲେଖାରେ ଓଡ଼ିଶାର ଅପଭ୍ରଂଶିତ ଭାଷା ସ‌ହିତ ହିନ୍ଦୁସ୍ଥାନୀ, ପାରାସି, ଇଂରାଜୀ, ସଂସ୍କୃତ ଏବଂ ଅନେକ ଭାଷାର ମିଶ୍ରଣ ଦେଖିବାକୁ ମିଳେ ।[୩] ଜୀବନର ଶେଷ ଯାଏ ଭିନ୍ନ ଶୀର୍ଷକ ଥାଇ ସେ ଅନେକ କଷ୍ଟକର ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ଲେଖିଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ରଚନା ଶେଷ କରିବା ପାଇଁ ସେ ପାଖାପାଖି ୩୦ ବର୍ଷ ନେଇଥିଲେ ।[୪]

ରଚନାବଳୀ[ସମ୍ପାଦନା]

ପ୍ରଥମ ଓଡ଼ିଆ ଭାଷାକୋଷ (୭ଟି ଖଣ୍ଡ)।[୫][୬] ୯୪୫୦ ପୃଷ୍ଠାର ଏହି ସଙ୍କଳନରେ ସର୍ବମୋଟ ମୋଟ ୧,୮୫,୦୦୦ ଶବ୍ଦର ବିଷଦ ବିବରଣୀ ସ୍ଥାନ ପାଇଛି । [୭]
  • ଭାଗବତ ଟୁଙ୍ଗୀରେ ସନ୍ଧ୍ୟା
  • ବାଇ ମାହାନ୍ତି ପାଞ୍ଜି
  • ଦୁନିଆର ହାଲଚାଲ
  • ନନାଙ୍କ ବସ୍ତାନି
  • ଆମ ଘରର ହାଲଚାଲ

ଆଧାର[ସମ୍ପାଦନା]

  1. ମହାପାତ୍ର, ପଣ୍ଡିତ ନରସିଂହ. ଭାଷାକୋଷ ପ୍ରଣେତା ଗୋପାଳଚନ୍ଦ୍ର. ନିଉ ଷ୍ଟୁଡେଣ୍ଟସ ଷ୍ଟୋର୍ସ ଲି. p. ୨୨. 
  2. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୧୬/୦୫/୨୦୧୭ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨୪. http://www.sambadepaper.com/Details.aspx?id=354854&boxid=33846306. Retrieved 16 May 2017. 
  3. "Reproducing a magnum opus". 3 September 2006. http://www.thehindu.com/todays-paper/tp-features/tp-literaryreview/article3219162.ece. Retrieved 25 August 2016. 
  4. Sebeok, Thomas Albert (1972). Current Trends in Linguistics. p. 138. Retrieved 25 August 2016. 
  5. http://www.orissadiary.com/personality/writer/GOPAL%20CHANDRA%20PRAHARAJ%20.asp
  6. http://www.archive.org/details/PurnachandraOdiaBhashakosha-Volume3-ConsonantsChaToTha
  7. "The Hindu : Literary Review / Personality : Reproducing a magnum opus". hindu.com. 2006. Retrieved 14 July 2012. This 'treasure of language' is a seven-volume magnum opus with 1,85,000 words in 9450 pages and 71 photographs