ଲକ୍ଷ୍ମୀପ୍ରିୟା ମହାପାତ୍ର
ଲକ୍ଷ୍ମୀପ୍ରିୟା ମହାପାତ୍ର | |
---|---|
ମୃତ୍ୟୁ | ମାର୍ଚ୍ଚ ୨୦, ୨୦୨୧ |
ଜାତୀୟତା | ଭାରତୀୟ |
ବୃତ୍ତି | ଓଡ଼ିଶୀ ନୃତ୍ୟଶିଳ୍ପୀ |
ପ୍ରସିଦ୍ଧି | ଓଡ଼ିଶୀ ନୃତ୍ୟଶିଳ୍ପୀ, ଓଡ଼ିଆ ସିନେମା ଅଭିନେତ୍ରୀ |
ବୈବାହିକ-ସାଥୀ | କେଳୁଚରଣ ମହାପାତ୍ର |
ସନ୍ତାନ | ରତିକାନ୍ତ ମହାପାତ୍ର |
ଲକ୍ଷ୍ମୀପ୍ରିୟା ମହାପାତ୍ର ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଥିଲେ । ସେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ଥିଲେ । ୧୯୪୬ ମସିହାରୁ ସେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ମଞ୍ଚରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିବା, ସେ ପ୍ରଥମ ମହିଳା ନର୍ତ୍ତକୀ ଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଲକ୍ଷ୍ମୀପ୍ରିୟାଙ୍କ ଜନ୍ମସ୍ଥାନ ଥିଲା ଖୋର୍ଦ୍ଧା । ସେ ରାମ ମାଣିଆ, କାଶୀନାଥ ସାହୁ, ଲକ୍ଷ୍ମୀଧର ପାତ୍ର ଓ ଲିଙ୍ଗରାଜ ନନ୍ଦ ଆଦି ଗୁରୁଙ୍କ ପାଖରୁ ଅଭିନୟ ଓ ନୃତ୍ୟ ଶିକ୍ଷାଲାଅ କରିଥିଲେ । ସେ ନିଜ ଅନ୍ନପୂର୍ଣ୍ଣା ବି ରଙ୍ଗମଞ୍ଚର ସହ ଅଭିନେତା ଓ ନୃତ୍ୟସାଥୀ କେଳୁଚରଣ ମହାପାତ୍ରଙ୍କୁ ବିବାହ କରିଥିଲେ ।[୧] ତାଙ୍କ ପୁତ୍ର ରତିକାନ୍ତ ମହାପାତ୍ର ମଧ୍ୟ ଜଣେ ଓଡ଼ିଶୀ ଗୁରୁ । ତାଙ୍କ ବୋହୁ ସୁଜାତା ମହାପାତ୍ର ମଧ୍ୟ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ । ୨୦୨୧ ମସିହା ମାର୍ଚ୍ଚ ମାସ ୨୦ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ପରଲୋକ ଘଟିଥିଲା । ପୁରୀ ସ୍ୱର୍ଗଦ୍ୱାରଠାର ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।
ଅଭିନେତ୍ରୀ ଜୀବନ
[ସମ୍ପାଦନା]୧୯୪୬ ମସିହାରୁ ସେ ରଞ୍ଚମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ନାଟକ ମଧ୍ୟରେ ମ୍ୟାନେଜର, ଭରସା, ତଅପୋଇ, କଳାପାହାଡ଼, ମୂଲିଆ, ସାଧବ ଝିଅ, ଦଶାବତାର ଆଦି ଅନ୍ୟତମ ଥିଲା ।[୨] ୧୯୫୯ ମସିହାରେ ମା କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଲକ୍ଷ୍ମୀପ୍ରିୟା, ୪ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ଅମଡ଼ା ବାଟ | ୧୯୬୪ | ଅମର ଗାଙ୍ଗୁଲି |
ଶ୍ରୀ ଶ୍ରୀ ପତିତପାବନ | ୧୯୬୩ | ସୁକୁମାର ଗାଙ୍ଗୁଲି |
ସୂର୍ଯ୍ୟମୁଖୀ | ୧୯୬୩ | ପ୍ରଫୁଲ୍ଲ ସେନଗୁପ୍ତା |
ମା | ୧୯୫୯ | ନିତାଇ ପାଲିତ |
ପୁରସ୍କାର
[ସମ୍ପାଦନା]- ଆଦିଗୁରୁ ପଙ୍କଜ ଚରଣ ଦାସ ପୁରସ୍କାର[୩]
ଆଧାର
[ସମ୍ପାଦନା]- ↑ "ଗୁରୁ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ବିୟୋଗ". No. ସମାଜ ୨୧ ମାର୍ଚ୍ଚ ୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. ସମାଜ. ୨୧ ମାର୍ଚ୍ଚ ୨୦୨୧. Archived from the original on 22 March 2021. Retrieved 22 March 2021.
{{cite news}}
: Check date values in:|date=
(help) - ↑ "ଓଡ଼ିଶୀ ନୃତ୍ୟାଙ୍ଗନା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟଦାରେ ଶେଷକୃତ୍ୟ ସମ୍ପର୍ଣ୍ଣ". No. ଧରିତ୍ରୀ ୨୨/୦୩/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. ଧରିତ୍ରୀ. 22 March 2021. Retrieved 22 March 2021.
- ↑ "Award for danseuse at Odissi gala". The Telegraph. Retrieved 24 September 2015.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲକ୍ଷ୍ମୀପ୍ରିୟା ମହାପାତ୍ର