ଭରତନାଟ୍ୟମ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଭରତନାଟ୍ୟମ ନୃତ୍ୟ

ଭରତନାଟ୍ୟମ ଅନ୍ୟନାମ ସାଦିର, ତାମିଲନାଡୁରେ ଉତ୍ପନ୍ନ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ଏକ ପ୍ରମୁଖ ଶୈଳୀ ଅଟେ । [୧][୨][୩] ପରମ୍ପରାଗତ ରୂପେ ଭରତନାଟ୍ୟମ ନୃତ୍ୟ ବିଶେଷତଃ ମହିଳା ମାନଙ୍କ ଦ୍ୱାରା କରାଯାଇଥାଏ । [୪][୫] ଏବଂ ହିନ୍ଦୁ ଧର୍ମ କୁ ଧାର୍ମିକ ବିଷୟ ଏବଂ ଆଧ୍ୟାତ୍ମିକ ବିଚାରକୁ ବିଶେଷ ରୂପେ ଶୈବ ବାଦ, ବୈଷ୍ଣବ ବାଦ ଏବଂ ଶକ୍ତି ବାଦ ରେ ବ୍ୟକ୍ତ କରାଯାଇଥିଲା[୧][୬][୭]ଭରତନାଟ୍ୟମର ସିଦ୍ଧାନ୍ତର ମୂଳ ପ୍ରାଚୀନ ସଂସ୍କୃତ ପାଠକ "ଭରତ ମୁନୀ", "ନାଟ୍ୟଶାସ୍ତ୍ର"ର ଅନୁସନ୍ଧାନ କରିଥାଏ [୬] ଦ୍ଵିତୀୟ ଶତାବ୍ଦୀ ସୀଈ ଦ୍ୱାରା ଏହାର ଅସ୍ତିତ୍ବ ପ୍ରାଚୀନ ତାମିଲ ମହାକାବ୍ୟ "ସିଲପ୍ପଟିକାରମ"ରେ ବର୍ଣ୍ଣିତ ହୋଇଛି, ଏମିତି କି 6 ବିଂ ରୁ 9 ବିଂ ଶତାବ୍ଦୀର ମନ୍ଦିର ମୂର୍ତ୍ତି ଗୁଡିକ ଏହା ସୂଚିତ କରାଏ କି, ଏହା ମଧ୍ୟ ଏକ ସହସ୍ତ୍ରାବ୍ଦୀ ସୀଈ ଦ୍ୱାରା ଭଲରୂପେ ପରିସ୍କୃତ ପ୍ରଦର୍ଶନ କଳା ଥିଲା ।[୫] ଭରତନାଟ୍ୟମ ଭାରତର ସବୁଠାରୁ ପୁରୁଣା ଶାସ୍ତ୍ରୀୟ ନୃତ୍ୟ ପରମ୍ପରା ଅଟେ ।[୮]

ଭରତନାଟ୍ୟନ ଶୈଳୀ ନିଜ ଚେହେରାର ଅଙ୍ଗଭଙ୍ଗୀ ଉପରେ ଧ୍ୟାନ ଦେଇଥାଏ । ପାଦ ର ଚାଲିଚଳନ ସହିତ ଆଖି ଏବଂ ହାତର ମାଂସପେଶୀୟ ଗଠଣୀ ଉପରେ ଆଧାରିତ ହୋଇଥାଏ । ନୃତ୍ୟ ସଙ୍ଗୀତ ଏବଂ ଜଣେ ଗାୟକ ଏକ ସଙ୍ଗେ ସାମିଲ ହୁଅନ୍ତି , ସାଧାରଣତଃ ସେମାନଙ୍କ ଗୁରୁ ନିର୍ଦ୍ଦେଶକ ଏବଂ ପ୍ରଦର୍ଶନର କଣ୍ଡକ୍ଟର ରୂପେ ଉପସ୍ଥିତ ହୋଇଥାନ୍ତି ।[୧] ପାରମ୍ପରିକ ରୂପେ ନୃତ୍ୟ ହିନ୍ଦୁ ଗ୍ରନ୍ଥରୁ ପୌରାଣିକ କିମ୍ବଦନ୍ତୀ ଏବଂ ଆଧ୍ୟାତ୍ମିକ ବିଚାର ଗୁଡିକର ବ୍ୟାଖ୍ୟାତ୍ମକ ରୂପର ଏକ ରୂପ ରହିଛି ।[୪] ଅନ୍ୟ ଶାସ୍ତ୍ରୀୟ ନୃତ୍ୟ ପରି ଭରତନାଟ୍ୟମର ପ୍ରଦର୍ଶନରେ "ନିତିତା" (ଶୁଦ୍ଧ ନୃତ୍ୟ), "ନୃତ୍ୟ" (ଏକଳ ଅଭିବ୍ୟଞ୍ଜକ ନୃତ୍ୟ) ଏବଂ "ନାଟ୍ୟ" (ସମୂହ ନାଟକୀୟ ନୃତ୍ୟ) ସାମିଲ ହୋଇଛି ।[୪][୯]

ଭରତନାଟ୍ୟମ 19ବିଂ ଶତାବ୍ଦୀ ଅନୁସାରେ ହିନ୍ଦୁ ମନ୍ଦିରରେ ଅନନ୍ୟ ରହିଛି, 1910 ମସିହାରେ ଔପନିବେସିକ ବ୍ରିଟିଶ ସରକାର ଦ୍ୱାରା ପ୍ରତିବନ୍ଧିତ କରାଯାଇଥିଲା , ଭାରତୀୟ ସମୁଦାୟ ପ୍ରତିବନ୍ଧର ବିରୋଧ କଲେ ଏବଂ ଏହାକୁ 20ବିଂ ସଦି ରେ ମନ୍ଦିରର ବାହାରେ ବିସ୍ତାରିତ କରାଗଲା ।[୧୦] ଭରତନାଟ୍ୟମର ଆଧୁନିକ ମଞ୍ଚ ନିର୍ମାଣରେ ଟେକନିକ ପ୍ରଦର୍ଶନ, ବାହାର-ଧର୍ମର ବିଚାର ରେ ଆଧାରିତ ଶୁଦ୍ଧ ନୃତ୍ୟ ସାମିଲ ହୋଇଛି ।[୫]

ଗ୍ୟାଲେରୀ[ଉତ୍ସ ସମ୍ପାଦନା]

ଚେହେରାର ଭାବଭଙ୍ଗି[ଉତ୍ସ ସମ୍ପାଦନା]

ଆଧାର[ଉତ୍ସ ସମ୍ପାଦନା]

  1. ୧.୦ ୧.୧ ୧.୨ Bharata-natyam Encyclopædia Britannica. 2007
  2. Williams 2004, pp. 83-84, the other major classical Indian dances are: Kathak, Kuchipudi, Odissi, Kathakali, Manipuri, Cchau, Satriya, Yaksagana and Bhagavata Mela.
  3. Banerjee, tProjesh (୧୯୮୩). Indian Ballet Dancing. New Jersey: Abhinav Publications. p. ୪୩. 
  4. ୪.୦ ୪.୧ ୪.୨ Peter J. Claus; Sarah Diamond; Margaret Ann Mills (୨୦୦୩). South Asian Folklore: An Encyclopedia. Routledge. p. ୧୩୬. ISBN ୯୭୮-୦-୪୧୫-୯୩୯୧୯-୫. 
  5. ୫.୦ ୫.୧ ୫.୨ Khokar, Mohan (୧୯୮୪). Traditions of Indian Classical Dance. India: Clarion Books. pp. ୭୩–୭୬. 
  6. ୬.୦ ୬.୧ Richard Schechner (୨୦୧୦). Between Theater and Anthropology. University of Pennsylvania Press. pp. ୬୫–୬୬. ISBN ୦-୮୧୨୨-୦୦୯୨-୬. 
  7. T Balasaraswati (1976), Bharata Natyam, NCPA Quarterly Journal, Volume 4, Issue 4, pages 1-8
  8. Richard Schechner (୨୦୧୦). Between Theater and Anthropology. University of Pennsylvania Press. p. ୬୫. ISBN ୯୭୮-୦୮୧୨୨୭୯୨୯୦. 
  9. Kavitha Jayakrishnan (2011), Dancing Architecture: the parallel evolution of Bharatanātyam and South Indian Architecture, MA Thesis, Awarded by University of Waterloo, Canada, page 25
  10. Janet O'Shea (୨୦୦୭). At Home in the World: Bharata Natyam on the Global Stage. Wesleyan University Press. pp. ୨୬–୩୮, ୫୫–୫୭, ୮୩–୮୭. ISBN ୯୭୮-୦-୮୧୯୫-୬୮୩୭-୩.