ଦେବ ପ୍ରସାଦ ଦାସ

ଉଇକିପିଡ଼ିଆ‌ରୁ
ଦେବ ପ୍ରସାଦ ଦାସ
ଜନ୍ମ(1932-10-28)୨୮ ଅକ୍ଟୋବର ୧୯୩୨
କେଉଲ ଚାବି ସୁଅ (Keul Chabi Sua), କଟକ, ଭାରତ
ମୃତ୍ୟୁ୧୬ ଜୁଲାଇ ୧୯୮୬(1986-07-16) (ବୟସ ୫୩)
ବୃତ୍ତିକ୍କାସିକାଲ ନର୍ତ୍ତକ
ବୈବାହିକ-ସାଥୀଜିତାରାଣୀ ଦାସ
ସନ୍ତାନବିପଞ୍ଚୀ ଦାସ[୧]
ପିତାମାତା(s)ଦୁର୍ଗା ଚରଣ ଦାସ
ଇନ୍ଦ୍ରମଣୀ ଦେବୀ
ପୁରସ୍କାରସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
ୱର୍ଲଡ୍ ଡେଭଲପମେଣ୍ଟ ପୁରସ୍କାର
ୱେବସାଇଟସରକାରୀ ୱେବ ସାଇଟ

ଦେବ ପ୍ରସାଦ ଦାସ(୨୮ ଅକ୍ଟୋବର ୧୯୩୨ - ୧୬ ଜୁଲାଇ ୧୯୮୬) ଜଣେ ଓଡ଼ିଶୀ ନର୍ତ୍ତକ ଓ ଗୁରୁ ଥିଲେ । [୨][୩] ସେ ୧୯୭୪ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ[୪] ଓ ୧୯୭୭ରେ ପାଇଥିଲେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର[୫]

ଜୀବନୀ[ସମ୍ପାଦନା]

ଦୁର୍ଗା ଚରଣ ଦାସ ଓ ଇନ୍ଦ୍ରମଣୀ ଦେବୀଙ୍କ ଔରସରୁ ଓଡ଼ିଶା ଷ୍ଟେଟର କଟକ ପାଖରେ ଥିବା କେଉଲ ଚାବି ସୁଅ ଗ୍ରାମରେ ସନ ୧୯୩୨ରେ ଦେବ ପ୍ରସାଦ ଦାସ ଜନ୍ମ ଗ୍ରହଣ କରିଥିଲେ ।[୬][୭] ଅତି ଅଳ୍ପ ବ‌ୟସରୁ ସେ ତାଙ୍କ ମାତାଙ୍କୁ ହରେଇ ଅଜା ଘରେ ପାଳିତ ହୋଇଥିଲେ ଯିଏ କି ଜଣେ ସ୍ଥାନୀୟ ବେହେଲା ବାଦକ ଥିଲେ । [୬] ପୁରୀରେ ଦାସ ତାଙ୍କର ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ ଓ ପାଖରେ ଥିବା ମୋହନ ଚନ୍ଦ୍ର ଦାସଙ୍କ ପରିଚାଳିତ ପାରମ୍ପରିକ ସ୍କୁଲ (ପଥର ଆଖଡ଼ା)ରେ ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । [୨][୬] ପରେ ତାଙ୍କ ପିତାଙ୍କର ବରହମ‌ପୁର ବଦଳି ହୋଇଯିବାରୁ ସେ ସେଠାକୁ ଗଲେ । [୭]

ଦାସଙ୍କୁ ୧୪ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କ ପିତା ତାଙ୍କୁ ନିଉ ଥିଏଟର ସଙ୍ଗୀତ ନିର୍ଦ୍ଦଶକ ରାଧା ରମଣ ରାଏଙ୍କ ସଙ୍ଗୀତ ବିଦ୍ୟାଳୟକୁ ଶିକ୍ଷା ନିମନ୍ତେ ପଠାଇଦେଲେ ।[୬] ସେ ୩ ଟଙ୍କା ବେତନ ଓ ଖାଦ୍ୟ ପାଇ ଗ୍ରୀନ୍ ରୁମ୍‌ରେ କଳାକାରଙ୍କୁ ସାହାଯ୍ୟ କରୁଥିଲେ । ପରେ ପରେ ସେ ଜଗୁଆଳି, ଟିକେଟ୍ କଲେକ୍ଟର ଓ ପ୍ରମ୍ପଟର କାମ କଲେ । ଏହା ପରେ ସୁଯୋଗ ଆସିଲା ଯେତେବେଳେ ଗୁରୁ ପଙ୍କଜ ଚରଣ ଦାସ ଓ ପରେ ମୋହ ମହାପାତ୍ର ନିଉ ଥିଏଟର ସାଥୀରେ ମିଶିଲେ ଓ ସେ ନାଚ ଆରମ୍ଭରେ ଗୋଟିଏ ଛୋଟ ଭୂମିକା ପାଇଲେ । ସନ ୧୯୪୯ରେ ନିଉ ଥିଏଟର ବନ୍ଦ ହୋଇଗଲା ପରେ ସେ ଅନ୍ନପୂର୍ଣ୍ଣା ଥିଏଟରରେ ଯୋଗ ଦେଲେ[୬] ଓ ସେଠାରେ କିଛି ବର୍ଷ କାମ କଲାପରେ ବିଖ୍ୟାତ ପଙ୍କଜ ଚରଣ ଦାସ, କେଳୁଚରଣ ଦାସ, କୁମାର ଦୟାଲ ସରନ ଓ ମାୟାଧର ରାଉତଙ୍କ ସ‌ହ କାମ କରିବା ସୁଯୋଗ ପାଇଲେ । ସନ ୧୯୫୩ରେ ଅନ୍ନପୂର୍ଣ୍ଣା ବନ୍ଦ ହେବାବେଳକୁ ଦେବ ଦାସ ଓଡ଼ିଶୀ ନୃତ୍ୟରେ ପ୍ରବୀଣ ହୋଇସାରିଥିଲେ ।[୭]

ସନ ୧୯୬୪ରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ନାଚ ଶିକ୍ଷକ ଭାବରେ ଯୋଗଦାନ କଲେ ।[୬] ଏଠାରେ ଇନ୍ଦ୍ରାଣୀ ରହମାନ‌ଙ୍କୁ ସେ ଓଡ଼ିଶୀ ନୃତ୍ୟରେ ପ୍ରଶିକ୍ଷଣ ଦେଇଥିଲେ[୭] ଯିଏ ସେ ସମୟରେ ଭାରତ ନାଟ୍ୟମ ନୃତ୍ୟ ଯୋଗୁ ପ୍ରସିଦ୍ଧ ଥିଲେ । [୬][୮] ରହମାନ ଗୁରୁଙ୍କୁ ନେଇ ନୃତ୍ୟ ପ୍ରଦର୍ଶନ ନିମନ୍ତେ ବିଭିନ୍ନ ସ୍ଥାନ‌କୁ ଯିବାଦ୍ୱାରା ଜନସାଧାରଣଙ୍କ ଦୃଷ୍ଟି ଗୋଚର ହେଲେ ।[୨] ଦେବ ପ୍ରସାଦ ଦାସଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଇନ୍ଦ୍ରାଣୀ ସନ ୧୯୫୭ରେ ଅନୁଷ୍ଠିତ ନୃତ୍ୟ ଉତ୍ସବରେ ଓଡ଼ଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ ଓ ଏହି ପ୍ରଦର୍ଶନ ଯୋଗୁ ଓଡ଼ିଶୀକୁ କ୍ଲାସିକାଲ ନୃତ୍ୟର ମାନ୍ୟତା ମିଳିବା ନିମନ୍ତେ ଦୃଷ୍ଟିପାତ ହୋଇଥିଲା ।[୭] ପରେ ରହମାନ ନିଜେ କପିଳ ବାତ୍ସାୟନ ଓ ଚାର୍ଲସ୍ ଫାବ୍ରି[୯] ଓ ଅନ୍ୟମାନଙ୍କ ଆଗରେ ନୃତ୍ୟ ପ୍ରଦର୍ଶନ କରିଥିଲେ ଯାହା ଦେବ ପ୍ରସାଦ ସ୍ଟାଇଲର ଓଡ଼ିଶୀ ନାମରେ ପରିଚିତ ହେଲା । ଏହି ଧରଣର ନୃତ୍ୟରେ ଏକ ବିଶେଷ ବୈଶିଷ୍ଟ୍ୟ ଥିଲା ଯାହାକୁ 'ଶବ୍ଦ ସ୍ୱର ପାତ' କୁହାଯାଏ ।[୭]

ଗୋଟିପୁଅ ସଂସ୍କୃତିର ପ୍ରତିନିଧି ଶ୍ରୀ ଦାସଙ୍କୁ[୨][୧୦] ଓଡ଼ିଶୀ ନୃତ୍ୟର ପ୍ରଥମ ପିଢ଼ିର ୪ ଗୁରୁଙ୍କ ମଧ୍ୟରୁ ଅନ୍ୟତମ ଭାବରେ ଅନେକ ବିବେଚନା କରନ୍ତି[୨][୩] ଓ ତାଙ୍କୁ ଦେବ ପ୍ରସାଦ ଘରାନାର ପ୍ରତିଷ୍ଠାତା ମାନନ୍ତି ।[୧୧][୧୨] ତାଙ୍କର ଅନେକ ଶିଷ୍ୟ ଥିଲେ ଯଥା:- ଇନ୍ଦ୍ରାଣୀ ରହମାନ, ବିଜୟଲକ୍ଷ୍ମୀ ମହାନ୍ତି, ଶ୍ରୀନାଥ ମହାନ୍ତି, ସୁଧାକର ସାହୁ, ଦୁର୍ଗା ଚରଣ ରଣବୀର, ଧୁଳେଶ୍ୱର ବେହେରା, ଅନିତା ସିଂହଦେଓ, ସଙ୍ଗୀତା ଦାସ, ସୁଜାତା ମିଶ୍ର, ରମଲି ଇବ୍ରାହିମ, ଗଜେନ୍ଦ୍ର ପଣ୍ଡା, ମନୋଜ ବେହେରା, ଗୋପ ବିଶ୍ୱାସ, ଗାୟତ୍ରୀ ଚାନ୍ଦ ଓ ଅତସୀ ତ୍ରିପାଠୀ ଉଲ୍ଲେଖନୀୟ ଥିଲେ ।[୭] ଭାରତ ନାଟ୍ୟମ ଗୁରୁ ଲୀଳା ରାମନାଥନ୍ ମଧ୍ୟ ତାଙ୍କଠାରୁ ଓଡ଼ିଶୀ ଶିଖିଥିଲେ । ଅନେକ ନୃତ୍ୟ ଓ ନାଟକମାନଙ୍କର ସେ ନିର୍ଦ୍ଦଶକ ଥିଲେ । [୧୧]

୧୯୮୬ ଜୁଲାଇ ୧୬ରେ ୫୪ ବର୍ଷ ବୟସରେ ଦେବ ପ୍ରସାଦ ଦାସଙ୍କର ଦେହାନ୍ତ ହୋଇଥିଲା ।[୬][୭]

ପୁରସ୍କାର ଓ ମାନ୍ୟତା[ସମ୍ପାଦନା]

ଭାରତ ସରକାରଙ୍କ ସିନିଅର ରିସର୍ଚ୍ଚ ଫେଲୋସିପ ପ୍ରାପ୍ତ ଦେବ ପ୍ରସାଦ ଦାସ ସନ ୧୯୮୩ରେ ୱର୍ଲଡ୍ ଡେଭଲପମେଣ୍ଟ କର୍ପୋରେସନ ପୁରସ୍କାର [୬] ଓ ସନ ୧୯୭୪ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ।[୪][୭] ସନ ୧୯୭୭ରେ ସଙ୍ଗୀତ ନାଟକ ଏକାଡେମୀ ତାଙ୍କୁ ବାର୍ଷିକ ପୁରସ୍କାର ଦେଇ ସମ୍ମାନିତ କରିଥିଲେ ।[୫] ତାଙ୍କ ମୃତ୍ୟୁର ୨୬ ବର୍ଷ ପରେ ସନ ୨୦୧୨ରେ ଦେବ ପ୍ରସାଦ ଶୈଳୀର ନୃତ୍ୟାଙ୍ଗନା ଗାୟତ୍ରୀ ଚାନ୍ଦ ତାଙ୍କ ନାମରେ ଗୋଟିଏ ବ‌ହି ଲେଖିଥିଲେ ଯାହାର ନାମ ଗୁରୁ ଦେବ ପ୍ରସାଦ ଦାସ: ଆଇକନ ଅଫ ଓଡ଼ିଶୀ ରଖିଥିଲେ ।

ଆଧାର[ସମ୍ପାଦନା]

  1. ସମ୍ବାଦ ୦୫/୦୬/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୭ http://sambadepaper.com/Details.aspx?id=456779&boxid=24628775. Retrieved 5 June 2018. {{cite news}}: Missing or empty |title= (help)[permanent dead link]
  2. ୨.୦ ୨.୧ ୨.୨ ୨.୩ ୨.୪ "Odissi Kala Kendra". Odissi Kala Kendra. 2014. Retrieved November 30, 2014.
  3. ୩.୦ ୩.୧ "Olywa". Olywa. 2014. Retrieved November 30, 2014.
  4. ୪.୦ ୪.୧ "Odisha Sangeet Natak Akademi Award" (pdf). Odisha Sangeet Natak Akademi. 2004. Retrieved December 1, 2014.
  5. ୫.୦ ୫.୧ "Sangeet Natak Akademi". Sangeet Natak Akademi. 2014. Retrieved November 30, 2014.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ ୬.୭ ୬.୮ "Radhu Babu". Radhu Babu. 2014. Retrieved November 30, 2014.
  7. ୭.୦ ୭.୧ ୭.୨ ୭.୩ ୭.୪ ୭.୫ ୭.୬ ୭.୭ ୭.୮ Ashish Mohan Khokar (November 2010). "Guru Deba Prasad Das: Guru of Global Orissi". Narthaki.
  8. Reginald Massey (2004). India's Dances: Their History, Technique, and Repertoire. Abhinav Publications. p. 210. ISBN 81-7017-434-1.
  9. Charles Louis Fabri (1980). Charles Louis Fabri, his life and works. Sterling.
  10. "India Today". India Today. December 5, 2013. Retrieved November 30, 2014.
  11. ୧୧.୦ ୧୧.୧ "Madhumita Misra". Madhumita Misra. 2014. Retrieved November 30, 2014.
  12. "Odissi Dance By Sarita Mishra Dasavatara in Guru Deba Prasad Das style". Video. YouTube. June 24, 2012. Retrieved December 1, 2014.

ଅଧିକ ଦେଖନ୍ତୁ[ସମ୍ପାଦନା]

ଅଧିକ ପଢ଼ନ୍ତୁ[ସମ୍ପାଦନା]

ବାହ୍ୟ ଲିଙ୍କ[ସମ୍ପାଦନା]