ପ୍ରଭାତ ମୁଖାର୍ଜୀ

ଉଇକିପିଡ଼ିଆ‌ରୁ
(ପ୍ରଭାତ ମୂଖାର୍ଜୀରୁ ଲେଉଟି ଆସିଛି)

ପ୍ରଭାତ ମୁଖାର୍ଜୀ (୧୯୧୭ - ୧୯୯୭) ଜଣେ ଭାରତୀୟ ବଙ୍ଗଳା ଭାଷୀ ଲେଖକ, ଅଭିନେତା ତଥା କଥାଚିତ୍ର ନିର୍ଦ୍ଦେଶକ ଥିଲେ ଏବଂ ବଙ୍ଗଳା ଚଳଚ୍ଚିତ୍ର ସମେତ ଓଡ଼ିଆ, ଅସମୀୟା, ଓ ହିନ୍ଦୀ ଭାଷୀ ସିନେମାରେ ମଧ୍ୟ ସକ୍ରିୟ ଥିଲେ । ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ନୂଆ ବୋଉ, ଦସ୍ୟୁ ରତ୍ନାକର, ଜୀବନସାଥୀ, ଓ ସାଧନା ଅନ୍ୟତମ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ତାଙ୍କ ନିର୍ଦ୍ଦେଶିତ ପ୍ରଥମ ବଙ୍ଗଳା ଛବି ମା'ରେ (୧୯୫୬) ଅଭିନୟ କରିଥିବା ଅରୁନ୍ଧତୀ ଦେବୀଙ୍କୁ ସେ ପରେ ବିବାହ କରିଥିଲେ ଓ ପରେ ବିବାହ ବିଚ୍ଛେଦ ହୋଇଥିଲା । ପରେ ସେ ଦ୍ୱିତୀୟ ବିବାହ କରିଥିଲେ ଓ ବିବାହ ବିଚ୍ଛେଦ ହୋଇଥିଲା । ମଲ୍ଲିକା ସରାଭାଇ ତାଙ୍କ ନିର୍ଦ୍ଦେଶିତ ଛବିରେ ପ୍ରଥମେ ଅଭିନୟ କରିଥିଲେ।

ବର୍ଷ କଥାଚିତ୍ର କଳାକାର ପ୍ରଯୋଜକ ମନ୍ତବ୍ୟ
୧୯୬୨ ନୂଆବୋଉ ଶରତ ପୂଜାରୀ, ପଦ୍ମା ବିଶ୍ବାସ, ଲୀଳା ଦୁଲାଳି, ପ୍ରଶାନ୍ତ ନନ୍ଦ, ଧୀର ବିଶ୍ବାଳ, ଦୀନବନ୍ଧୁ ଦାସ (ଟିମା) ପଞ୍ଚସଖା ପିକ୍ଚର୍ସ ବଙ୍ଗଳା ଛବି ରାମେର ସୁମତି (ଶରତଚନ୍ଦ୍ରଙ୍କ ଗଳ୍ପ) ଛାୟାରେ ନିର୍ମିତ।
୧୯୬୨ ଦସ୍ୟୁ ରତ୍ନାକର ଶରତ ପୂଜାରୀ, ଧୀର ବିଶ୍ବାଳ, ପ୍ରଶାନ୍ତ ନନ୍ଦ, ଶାନ୍ତି ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନ
୧୯୬୪ ଜୀବନସାଥୀ ଶରତ ପୂଜାରୀ, ମିନତି ମିଶ୍ର, ଗୀତା ରାଓ, ନିରଞ୍ଜନ ଶତପଥୀ ଦେବାଶିଷ ପିକ୍ଚର୍ସ ବଙ୍ଗଳା ଗଳ୍ପ ଛାୟାରେ ନିର୍ମିତ।
୧୯୬୪ ସାଧନା ଶରତ ପୂଜାରୀ, ମିନତି ମିଶ୍ର, ଅନନ୍ତ ମହାପାତ୍ର ଡାଇମଣ୍ଡ ଭ୍ଯାଲି ପ୍ରଡ଼କ୍ସନ୍ ଆଶାପୂର୍ଣ୍ଣା ଦେବୀଙ୍କ ଗଳ୍ପ ଛାୟାରେ ନିର୍ମିତ।