Jump to content

ପ୍ରମୋଦ କୁମାର ମହାପାତ୍ର

ଉଇକିପିଡ଼ିଆ‌ରୁ
ପ୍ରମୋଦ କୁମାର ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ (1956-02-19) ୧୯ ଫେବୃଆରୀ ୧୯୫୬ (ବୟସ ୭୦)
ଓଳିହା, କେନ୍ଦ୍ରାପଡ଼ା ଜିଲ୍ଲା
ବୃତ୍ତିଶିକ୍ଷାବିତ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାପିଏଚ୍ ଡି (ବିଜ୍ଞାନ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ଉତ୍କଳ ବିଶ୍ୱବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର,
ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର
ଜୀବନସାଥୀଅନସୂୟା ମିଶ୍ର

ପ୍ରମୋଦ କୁମାର ମହାପାତ୍ର (ଜନ୍ମ ୧୯ ଫେବୃଆରୀ ୧୯୫୬) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଜ୍ଞାନ ଲେଖକ, ସାମ୍ବାଦିକ ଓ ସମ୍ପାଦକ । ସେ ୧୯୯୬ ମସିହାରେ ଶତାବ୍ଦୀ ସାଧକ ପୁସ୍ତକ ପାଇଁ ଜୀବନୀ ଓ ଭ୍ରମଣ ସାହିତ୍ୟ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ପ୍ରମୋଦ କେନ୍ଦ୍ରାପଡ଼ା ଜିଲ୍ଲାର ଓଳିହାଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନସା କଲେଜରୁ ବିଜ୍ଞାନରେ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡଃ ଖଗେନ୍ଦ୍ରନାଥ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ''ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ରାଧାନାଥ ରଥଙ୍କ ଦାନ'' ଶୀର୍ଷକ ନିବନ୍ଧ ଉପସ୍ଥାପନ କରି ପିଏଚ୍ ଡି ଡିଗ୍ରୀ ଲାଭ କରିଥିଲେ । ପ୍ରଥମ ଓଡ଼ିଆ ବିଜ୍ଞାନ ଏନସାଇକ୍ଲୋପାଡ଼ିଆ ବିଜ୍ଞାନ କୋଷର ଲେଖକ ଭାବେ ଜଣାଶୁଣା ପ୍ରମୋଦ ବିଜ୍ଞାନ ସାହିତ୍ୟରେ ଶତାଧିକ ପୁସ୍ତକର ଲେଖକ । ଏଯାବତ୍ ଏହାର ୪ଭାଗ ପ୍ରକାଶିତ । ସେ ପୁଣି ପ୍ରଥମ ବିଜ୍ଞାନ କ'ଣ, କାହିଁକି ଏନସାଇକ୍ଲୋପାଡ଼ିଆ ଜ୍ଞାନ ବିଜ୍ଞାନର ଯୁଗ୍ମ ଲେଖକ । ଏହାର ୮ଟି ଭାଗ ପ୍ରକାଶିତ । ୩୬ ବର୍ଷ ସାମ୍ବାଦିକତା ସଂପୂର୍ଣ୍ଣ କରିବା ସହିତ ସେ ଦୈନିକ ସମାଜର ସମ୍ପାଦକ ରହି ଆସିଥିଲେ । ନିଜ କୃତି ଓ କୃତିତ୍ୱ ପାଇଁ ସେ ୩୦ରୁ ଉର୍ଦ୍ଧ୍ୱ ଅନୁଷ୍ଠାନରୁ ସମ୍ମାନୀତ ।[] ସେ ବିଜ୍ଞାନ ପ୍ରଚାର ସମିତିର ଆଜୀବନ ସଭ୍ୟ ରହିବା ସ ହିତ ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ବିଜ୍ଞାନ ପ୍ରଭା ସମ୍ପାଦନା କରିବା ସହ ବିଜ୍ଞାନାଲୋକ ସମ୍ପାଦନା ମଣ୍ଡଳୀରେ ସଭ୍ୟ ରହିଆସିଛନ୍ତି ।[][]

ରଚନାବଳୀ

[ସମ୍ପାଦନା]
  • ବିଶ୍ୱ ବିସ୍ମୟ
  • ବିଂଶ ଶତାବ୍ଦୀର ପୃଥିବୀ
  • ଉଦ୍ଭିଦର କିଏ କ'ଣ
  • ଓଡ଼ିଶାର ଔଷଧ ବୃକ୍ଷ
  • ଆଜିର ଆମେରିକା
  • କୋମୋଡ଼ ଦ୍ୱୀପର ଡ୍ରାଗନ
  • ଶତାବ୍ଦୀର ଶ୍ରେଷ୍ଠ ବିଜ୍ଞାନ କଥା
  • ଘର ଭିତରେ କଙ୍କାଳ
  • ବିଜ୍ଞାନ ଯୁଗର ମାଳିକା
  • ବିଭୀଷିକାମୟ ମଙ୍ଗଳ ଯାତ୍ରା
  • ଆଜିର ବିଜ୍ଞାନ
  • ଏକ ବିଂଶ ଶତାବ୍ଦୀର ବଜ୍ଞାନ
  • ଶତାବ୍ଦୀ ସାଧକ
  • ଗଛ ବଞ୍ଚିଲେ ଆମେ ବଞ୍ଚିବା
  • ଭାଗବତ ଟୁଙ୍ଗୀରେ ସନ୍ଧ୍ୟା
  • ମହାକାଶକୁ ଯାତ୍ରା ୧ମ ଓ ୨ୟ
  • ଆମ ପୃଥିବୀ
  • ଜଳ ହିଁ ଜୀବନ
  • ଅଜଣା ଗ୍ରହରେ ଜନ୍ ଓ ମେରୀ
  • ନୀଳ ସାଗରର ଆତ୍ମଲିପି
  • ବିସ୍ଫୋରିତ ପୃଥିବୀ
  • ଏକୋଇଶି ଶହ ମସିହାର ପୃଥିବୀ
  • ରାକ୍ଷସ ଜୀବଙ୍କ କଥା
  • ବିଜ୍ଞାନ ମୁଣି ୧ମ (ଆମ ବାସସ୍ଥଳୀ ପୃଥିବୀ)
  • ବିଜ୍ଞାନ ମୁଣି ୨ୟ (ପରମାଣୁ)
  • ବିଜ୍ଞାନ ମୁଣି ୩ୟ (ପରିବେଶ ପ୍ରଦୂଷଣ)
  • ବିଜ୍ଞାନ ମୁଣି ୪ର୍ଥ (ପ୍ରାଣୀ ଜଗତ)
  • ବିଜ୍ଞାନ ମୁଣି ୫ମ (ଉଦ୍ଭିଦ ଜଗତ)
  • ବିଜ୍ଞାନ ମୁଣି ୬ଷ୍ଠ (ନୀଳ ସାଗର)
  • ବିଂଶ ଶତାବ୍ଦୀର ପୃଥିବୀ
  • ବିବର୍ତ୍ତିତ ପୃଥିବୀ

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଶ୍ରେଷ୍ଠ ବିଜ୍ଞାନ ଲେଖା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡଃ * ରାଧାନାଥ ରଥ ସ୍ୱର୍ଣ୍ଣ ପଦକ ଲାଭ ୧୯୯୧
  • ପଠାଣି ସାମନ୍ତ ପ୍ରତିଭା ପୁରସ୍କାର ୧୯୯୧
  • କଣ୍ଢେଇ ପୁରସ୍କାର
  • ନିତ୍ୟ ନୂତନ ପୁରସ୍କାର ୧୯୯୩
  • ଝୁମୁକା ପୁରସ୍କାର ୧୯୯୩
  • ମଣି ମାଣିକ ତରଫରୁ ବିଜ୍ଞାନ ଗୌରବ ଉପାଧି ୧୯୯୪
  • ବିଜ୍ଞାନ ଭାରତୀ ତରଫରୁ ରୌପ୍ୟ ପଦକ ଲାଭ
  • ଡଃ ରାଧାନାଥ ରଥ ଜନ୍ମ ଶତବାର୍ଷିକୀ ସମିତି ପକ୍ଷରୁ ପୁରସ୍କାର
  • ବିଜ୍ଞାନାଲୋକ ଶ୍ରେଷ୍ଠ ଲେଖକ ପୁରସ୍କାର ୧୯୯୬
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୬ ଶତାବ୍ଦୀ ସାଧକ ପାଇଁ
  • ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର ୧୯୯୫, ଆଜିର ବିଜ୍ଞାନ ପାଇଁ[]
  • କଳିଙ୍ଗ ସମ୍ମାନ ୨୦୧୦[]
  1. http://odishasahityaakademi.org/English/sahitya-award7.php
  2. https://www.scribd.com/document/383313004/Biodata-Pramod-Mohapatra
  3. ମହାପାତ୍ର, ଗୋକୁଳାନନ୍ଦ (୧୯୯୭). ଓଡ଼ିଶାର ବିଜ୍ଞାନ ଲେଖକ. କଟକ: ବିଜ୍ଞାନ ପ୍ରଚାର ସମିତି. pp. ୧୫୪-୫୫.
  4. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୮୫୬. ISBN 81-903352-2-7.
  5. "ଆର୍କାଇଭ୍ କପି". Archived from the original on 2024-12-25. Retrieved 2024-12-19. {{cite web}}: Cite has empty unknown parameter: |1= (help)
  6. "ଆର୍କାଇଭ୍ କପି". Archived from the original on 2024-12-19. Retrieved 2024-12-19. {{cite web}}: Cite has empty unknown parameter: |1= (help)