ରବି ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ରବି ପଟ୍ଟନାୟକ
ଜନ୍ମ(1935-10-21)୨୧ ଅକ୍ଟୋବର ୧୯୩୫
ମୃତ୍ୟୁ୩ ଜୁନ ୧୯୯୧(1991-06-03) (ବୟସ ୫୫)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଭୂତତ୍ତ୍ୱ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିଭୂତତ୍ତ୍ୱବିଦ
ଉଲ୍ଲେଖନୀୟ କୃତିଅସାମାଜିକର ଡାଏରୀ
ଜୀବନସାଥୀବିଜୟଲକ୍ଷ୍ମୀ ପଟ୍ଟନାୟକ
ପିତାମାତା(s)କୃଷ୍ଣଚନ୍ଦ୍ର ପଟ୍ଟନାୟକ, ସୁନ୍ଦରମଣି ଦେବୀ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୨

ରବି ପଟ୍ଟନାୟକ (୧ ଅକ୍ଟୋବର ୧୯୩୫ - ୩ ଜୁନ, ୧୯୯୧) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୧] ଧରାବନ୍ଧା ଘଟଣାବୈଚିତ୍ର ଓ କାହାଣୀସର୍ବସ୍ୱ ବର୍ଣ୍ଣନାରୁ ହଟିଯାଇ, ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଅପାରମ୍ପରିକ ବିଷୟବିନ୍ୟାସ ତଥା ନୂତନ ପ୍ରୟୋଗ-ପରୀକ୍ଷାରେ ସମୃଦ୍ଧ କରିବାରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ରହିଛି ।

ଜୀବନୀ[ସମ୍ପାଦନା]

ରବି ପଟ୍ଟନାୟକ, ୧୯୩୫ ମସିହା ଅକ୍ଟୋବର ମାସ ୨୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କୃଷ୍ଣଚନ୍ଦ୍ର ପଟ୍ଟନାୟକ ଥିଲେ, ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ଶିକ୍ଷକ । ମାତଙ୍କ ନାମ ଥିଲା ସୁନ୍ଦରମଣି ଦେବୀ । ରବି ପଟ୍ଟନାୟକଙ୍କର ପାଞ୍ଚ ଭାଇ ଥିଲେ । ରବି ପଟ୍ଟନାୟକ ରାଇରଙ୍ଗପୁର, ବାରିପଦା ଆଦି ସ୍ଥାନରୁ ଶିକ୍ଷାଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ଭୂତତ୍ତ୍ୱରେ ସ୍ନାତକୋତ୍ତର ହାସଲ କରିଛନ୍ତି । ସେ ୧୯୬୦ ମସିହାରେ, ଭାରତ ସରକାରଙ୍କ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାରେ ଭୂତତ୍ତ୍ୱବିଦ ଭାବରେ ଚାକିରି ଆରମ୍ଭ କରିଥିଲେ । ୧୯୯୧ ମସିହା ଜୁନ ୩ ତାରିଖରେ ମାତ୍ର ୫୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟ ବେଳକୁ, ସେ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ୱର ଶାଖାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ । [୨]

ଭୁବନେଶ୍ୱରରେ ପୁସ୍ତକ ମେଳା ଆରମ୍ଭ କରିବାରେ ରବି ପଟ୍ଟନାୟକଙ୍କର ଅବଦାନ ରହିଥିଲା । ତାଙ୍କରି ସ୍ମୃତିରେ "ଭୁବନେଶ୍ୱର ପୁସ୍ତକ ମେଳା କମିଟି" ପକ୍ଷରୁ ପ୍ରତିବର୍ଷ, "ରବି ପଟ୍ଟନାୟକ ସ୍ମୃତି ପୁରସ୍କାର" ପ୍ରଦାନ କରାଯାଇଥାଏ ।[୩]

ରଚନାବଳୀ[ସମ୍ପାଦନା]

  • ଅସମାଜିକର ଡାଏରୀ (୧୯୬୪)
  • ଅନ୍ଧଗଳିର ଅନ୍ଧକାର (୧୯୭୨)
  • ରାଗତୋଡି (୧୯୭୯)
  • ବହୁରୂପୀ (୧୯୭୯)
  • ହିରଣ୍ୟଗର୍ଭ (୧୯୮୨)
  • ଗଳ୍ପ (୧୯୮୨)
  • ବିଷୁବରେଖା (୧୯୮୩)
  • ରାଜାରାଣୀ (୧୯୮୭)
  • ବନ୍ଧ୍ୟାଗାନ୍ଧାରୀ (୧୯୮୮)
  • ଅମରିଲତା (୧୯୯୦)
  • ବିଚିତ୍ରବର୍ଣ୍ଣା (୧୯୯୧)[୪]
  • ଛାୟା ପୁତ୍ରର କାଳ (୧୯୯୧)
  • ରବି ପଟ୍ଟନାୟକଙ୍କ ଶ୍ରେଷ୍ଠ ଗଳ୍ପ (୧୯୯୨)
  • ପ୍ରେମ ଓ ପ୍ରତିମା (୧୯୯୩)
  • ମେଘମହ୍ଲାର (୧୯୯୫)
  • ଅବିନଶ୍ୱର (୧୯୯୫)
  • ପ୍ରଜାପତିର ଘର (୧୯୯୬)
  • ଗଳ୍ପ ସମଗ୍ର ୧ମ ଭାଗ (୨୦୦୮)
  • ଗଳ୍ପ ସମଗ୍ର ୨ୟ ଭାଗ (୨୦୧୦)
  • ରତ୍ନାକର

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL070
  2. "ଅନନ୍ୟ ଗାଳ୍ପିକ ରବି ପଟ୍ଟନାୟକ". ସମ୍ବାଦ ୦୩/୦୬/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 3 June 2016.[permanent dead link]
  3. http://www.thehindu.com/todays-paper/tp-national/tp-otherstates/book-fair-panel-announces-annual-awards/article1457139.ece
  4. Indian Literature. Sahitya Akademi. 1994.
  5. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021. {{cite web}}: Check date values in: |accessdate= (help)
  6. ରବି ପଟ୍ଟନାୟକଙ୍କ ଶ୍ରେଷ୍ଠ ଗଳ୍ପ (ସଂପାଦନା - ସତ୍ୟପ୍ରିୟ ମହାଳିକ)
  7. http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  8. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୨ ଜୁନ ୨୦୨୧. {{cite web}}: Check date values in: |accessdate= (help)