ମିନତି ମିଶ୍ର
ମିନତି ମିଶ୍ର | |
---|---|
ଜନ୍ମ | |
ମୃତ୍ୟୁ | ୬ ଜାନୁଆରୀ ୨୦୨୦ ଜୁରିକ, ସୁଇଜରଲ୍ୟାଣ୍ଡ | (ବୟସ ୮୩)
ମୃତ୍ୟୁର କାରଣ | କର୍କଟ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର ଓଡ଼ିଆ, ପି.ଏଚ.ଡ଼ି(ନୃତ୍ୟଶାସ୍ତ୍ର) |
ବୃତ୍ତି | ଓଡ଼ିଶୀ ନୃତ୍ୟଗୁରୁ |
ସକ୍ରିୟ ବର୍ଷ | ୧୯୬୩-୧୯୬୭ |
ପ୍ରସିଦ୍ଧି | ଓଡ଼ିଶୀ ନୃତ୍ୟଶିଳ୍ପୀ, ଓଡ଼ିଆ କଥାଚିତ୍ର ଅଭିନେତ୍ରୀ |
ବୈବାହିକ-ସାଥୀ | ନିତ୍ୟାନନ୍ଦ ମିଶ୍ର |
ସନ୍ତାନ | ସବିତାଭ ମିଶ୍ର |
ପିତାମାତା | ବସନ୍ତ କୁମାର ଦାସ ବସନ୍ତ କୁମାରୀ ଦେବୀ |
ମିନତି ମିଶ୍ର (୧୪ ଅପ୍ରେଲ ୧୯୩୬ - ୦୬ ଜାନୁଆରୀ ୨୦୨୦) ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଥିଲେ । ଭାରତ ବାହାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ୧୯୬୬ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇ, ୧୯୯୨ ପର୍ଯ୍ୟନ୍ତ ଚାକିରିରେ ରହି ଅନେକ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇଥିଲେ । ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ସ୍ନାତକ ଥିଲେ । ଆକାଶବାଣୀରେ "ଏ ଗ୍ରେଡ଼" ଡ୍ରାମା କଳାକାର ମଧ୍ୟ ଥିଲେ ।[୧] ୨୦୧୨ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ମିନତି, ୧୯୩୬ ମସିହାରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ଥିଲା ବସନ୍ତ କୁମାର ଦାସ ଓ ମାତାଙ୍କ ନାମ ବସନ୍ତ କୁମାରୀ ଦେବୀ । ସମ୍ପର୍କୀୟ ବଡ଼ବାପା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କଠାରୁ ଓ ପଡ଼ିଶା ଘରେ ରହୁଥିବା ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ୧୯୪୮ରେ ପ୍ରଥମେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ପରେ ଦୁର୍ଲଭ ଚନ୍ଦ୍ର ସିଂହ ଓ ଯୁଧିଷ୍ଟିର ମହପାତ୍ରଙ୍କଠାରୁ ମଧ୍ୟ ନୃତ୍ୟ ଶିକ୍ଷା କରିଥିଲେ । ପଚାଶ ଦଶକରେ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଏକ ଗୀତିନାଟ୍ୟ 'ଷଡ଼ଋତୁ' ପାଇଁ ନାଚ ଶିଖିଥିଲେ । ସେହି ସମୟରେ କେଳୁଚରଣଙ୍କର ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନୃତ୍ୟ ଦେଖି ଆକୃଷ୍ଟ ହେଇଥିଲେ ଓ କେଳୁଚରଣଙ୍କଠାରୁ ନାଚ ଶିଖିବା ଆରମ୍ଭ କରିଥିଲେ । ପରେ ଗୁରୁ ପଙ୍କଜ ଚରଣ ଦାସଙ୍କଠାରୁ ଓଡ଼ିଶୀ ଶିଖିଥିଲେ । ସେ ଓଡ଼ିଶୀ ନୃତ୍ୟର ତିନି ମୁଖ୍ୟ ଗୁରୁଙ୍କଠାରୁ ସେମାନଙ୍କ ଶୈଳୀରେ ଓଡ଼ିଶୀ ନୃତ୍ୟ ଶିଖିଥିଲେ । ପରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ୧୯୫୪ମସିହାରେ ସେ ଓଡ଼ିଶା ସରକାରଙ୍କଠାରୁ ବୃତ୍ତି ପାଇ, ତତ୍କାଳୀନ ମାଡ୍ରାସରେ ଥିବା ମୀନାକ୍ଷୀ ସୁନ୍ଦରମ ପିଲାଇଙ୍କଠାରୁ କଳାକ୍ଷେତ୍ରରେ ଭରତନାଟ୍ୟମ ନୃତ୍ୟ ଶିକ୍ଷା କରିଥିଲେ । ରୁକ୍ମିଣୀ ଅରୁଣ୍ଡଳେ, କୁଟ୍ଟୀ ସାରଦା ଓ ପେରିଆ ସାରଦାଙ୍କଠାରୁ ମଧ୍ୟ ସେ ନୃତ୍ୟଶିକ୍ଷା କରିଥିଲେ ।[୨] ୧୯୫୫ ମସିହାରେ ସେ "ଇଣ୍ଡିଆନ ଇନଷ୍ଟିଉଟ ଅଫ ଆର୍ଟସ"ରେ ଯୋଗ ଦେଇଥିଲେ । ୧୯୫୯ରୁ ୧୯୬୩ ମଧ୍ୟରେ ସେ ଦେଶବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି, ଏହାକୁ ଜନପ୍ରିୟ କରେଇଥିଲେ । ଓଡ଼ିଶୀ ନୃତ୍ୟରେ ପୂର୍ଣ୍ଣ ଚଉକର ଶୁଦ୍ଧତା ତାଙ୍କ ନୃତ୍ୟର ଏକ ବିଶେଷତା ଥିଲା ।
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]୧୯୬୩ ମସିହାରେ ସୂର୍ଯ୍ୟମୁଖୀ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ମୀନତି, ୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ଅରୁନ୍ଧତୀ | ୧୯୬୭ | ପ୍ରଫୁଲ୍ଲ ସେନଗୁପ୍ତା |
ଭାଇ ଭାଉଜ | ୧୯୬୭ | ସାରଥୀ |
ସାଧନା | ୧୯୬୪ | ପ୍ରଭାତ ମୂଖାର୍ଜୀ |
ଜୀବନସାଥୀ | ୧୯୬୩ | ପ୍ରଭାତ ମୂଖାର୍ଜୀ |
ସୂର୍ଯ୍ୟମୁଖୀ | ୧୯୬୩ | ପ୍ରଫୁଲ୍ଲ ସେନଗୁପ୍ତା |
ନିର୍ଜନ ସୈକତେ | ୧୯୬୩ର ବଙ୍ଗଳା ଚଳଚ୍ଚିତ୍ର | ତପନ ସିଂହା |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ପଦ୍ମଶ୍ରୀ (୨୦୧୨) [୩][୪]
- ଗୁରୁ ଦେବପ୍ରସାଦ ସମ୍ମାନ[୫]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ (୨୦୦୬)
- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ (୨୦୦୬, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ)[୬][୭]
- କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
- ଫିଲିପ ବିଶ୍ୱବିଦ୍ୟାଳୟ, (ମାର୍ବର୍ଗ, ଜର୍ମାନୀ)ରୁ ନୃତ୍ୟ ଶାସ୍ତ୍ରରେ ପି.ଏଚ. ଡି. - ୧୯୬୨[୮]
- ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି.
- ନାଟ୍ୟ କଳାଭୂଷଣମ - ୧୯୫୬
୨୦୨୦ ମସିହା ଜାନୁଆରୀ ୦୬ ତାରିଖରେ ସୁଇଜରଲ୍ୟାଣ୍ଡରେ ମିନତିଙ୍କର ପରଲୋକ ଘଟିଥିଲା ।[୯]
ଆଧାର
[ସମ୍ପାଦନା]- ↑ "ଆରପାରିରେ ପଦ୍ମଶ୍ରୀ ମିନତି ମିଶ୍ର". No. ସମ୍ବାଦ ୦୭/୦୧/୨୦୨୦ ଭୁବନେଶ୍ୱର ସଂସ୍କରଣ. ସମ୍ବାଦ. Retrieved 7 January 2020.
- ↑ Chakra, Shyamhari. "Dance is my life and mokshya". The Hindu. Retrieved 1 May 2015.
- ↑ "articles.timesofindia.indiatimes.com: Jatin Das, Minati Mishra get Padma awards". Archived from the original on 2013-12-27. Retrieved 2012-01-27.
- ↑ "orissadiary.com: Odisha's Dr. Minati Mishra gets Padma Shri Award". Archived from the original on 2013-03-09. Retrieved 2012-01-27.
- ↑ odisha360.com: Guru Debaprasad Samman Conferred on Dr. Minati Mishra
- ↑ http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
- ↑ hindu.com: Akademi honour for Minati Mishra
- ↑ "Minati Mishra". radhubabu.com. 2007. Retrieved 8 January 2013.
In 1962 she was awarded Doctor of Philosophy in Indology by the Phillip University in Marburg, Germany, for her research work on Natyashastra.
- ↑ "Eminent Odissi dancer Minati Mishra passes away at 91". pragativadi.com. pragativadi. Retrieved 6 January 2020.
ଅଧିକ ତଥ୍ୟ
[ସମ୍ପାଦନା]- odissi.itgo.com: Minati Mishra
- ଇଣ୍ଟରନେଟ ମୁଭି ଡାଟାବେସରେ ମିନତି ମିଶ୍ର
- ଇଣ୍ଟରନେଟ ମୁଭି ଡାଟାବେସରେ ମିନତି ମିଶ୍ର