ଗୋବିନ୍ଦ ଚନ୍ଦ୍ର ଦାସ

ଉଇକିପିଡ଼ିଆ‌ରୁ
ଗୋବିନ୍ଦ ଚନ୍ଦ୍ର ଦାସ
ଜନ୍ମ(1930-06-30)୩୦ ଜୁନ ୧୯୩୦
ତିସାଣିଆ, କଲ୍ୟାଣପୁର, ଯାଜପୁର ଜିଲ୍ଲା
ମୃତ୍ୟୁ୧୭ ଅକ୍ଟୋବର ୨୦୦୮(2008-10-17) (ବୟସ ୭୮)
ଜାତୀୟତାଭାରତୀୟ
ବୃତ୍ତିଓକିଲ ଓ ସାହିତ୍ୟିକ
ଉଲ୍ଲେଖନୀୟ କାମଅମାବାସ୍ୟାର ଚନ୍ଦ୍ର
ଜୀବନସାଥୀଶାନ୍ତି ଦାସ[୧]
ପୁରସ୍କାର(ଗୁଡ଼ିକ)ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ

ଗୋବିନ୍ଦ ଚନ୍ଦ୍ର ଦାସ (୩୦ ଜୁନ ୧୯୩୦ - ୧୭ ଅକ୍ଟୋବର ୨୦୦୮) ଜଣେ ଓଡ଼ିଆ ସାହିତ୍ୟିକ ତଥା ଆଇନଜୀବୀ ଥିଲେ । ସେ ଓଡ଼ିଶାର ପୂର୍ବତନ ଆଡଭୋକେଟ ଜେନେରାଲ ଓ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଓକିଲାତି କରିବାରେ ସେ ପ୍ରଥମ ଓଡ଼ିଆ ବ୍ୟକ୍ତି ଅଟନ୍ତି ।

ଜୀବନୀ[ସମ୍ପାଦନା]

ଗୋବିନ୍ଦ ଚନ୍ଦ୍ର ଦାସ ୧୯୩୦ ମସିହା ଜୁନ ମାସ ୩୦ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । [୨]ଛାତ୍ର ଜୀବନରୁ ସମାଜବାଦଦ୍ୱାରା ଆକର୍ଷିତ ହୋଇ, ସୋସାଲିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ତାଙ୍କ ବାପାଙ୍କ ଇଚ୍ଛା ଥିଲା, ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦିଅନ୍ତୁ । କିନ୍ତୁ ସୋସାଲିଷ୍ଟ ପାର୍ଟିର ସଭ୍ୟ ହୋଇ, ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ଗୋବିନ୍ଦ ଚନ୍ଦ୍ରଙ୍କର ଇଚ୍ଛା ନଥିଲା । ବାପାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଭାରତୀୟ ପ୍ରଶାସନିକ ସେବା ଲିଖିତ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ ସୁଦ୍ଧା ସାକ୍ଷାତକାର ପରୀକ୍ଷା ଦେବାକୁ ଯାଇନଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଶିକ୍ଷା ସମାପ୍ତ କରି ଲଣ୍ଡନର ଲିଙ୍କନସ୍-ଇନରୁ ବାର୍-ଆଟ-ଲ ଡିଗ୍ରୀ ଲାଭ କରିଥିଲେ । ସେ ୧୯୫୩ ମସିହାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରଥମ ଓଡ଼ିଆ ଭାବରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଓକିଲାତି କରିଥିଲେ । ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୮୮ ମସିହାରେ ଦୁଇଥର ପାଇଁ ସେ ଓଡ଼ିଶାର ଆଡଭୋକେଟ ଜେନେରାଲ ପଦବୀ ଅଳଙ୍କୃତ କରିଥିଲେ ।

ସାହିତ୍ୟ ସାଧନା ଗୋବିନ୍ଦ ଚନ୍ଦ୍ରଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ଦିଗ । ୧୯୬୪ ମସିହାରେ ତାଙ୍କ ଉପନ୍ୟାସ ଅମାବାସ୍ୟାର ଚନ୍ଦ୍ର ପ୍ରକାଶ ପାଇଥିଲା । ଏହି ଉପନ୍ୟାସଟିର ଲୋକପ୍ରିୟତା ଏଥିରୁ କଳନା କରାଯାଇପାରେ ଯେ, ୨୦୧୨ ମସିହାରେ ଏହାର ଅଣତିରିଶତମ ସଂସ୍କରଣ ପ୍ରକାଶ ପାଇଥିଲା । ଉପନ୍ୟାସ ବ୍ୟତିତ ସେ ଭ୍ରମଣକାହାଣୀ, କ୍ଷୁଦ୍ରଗଳ୍ପ ଓ କବିତା ମଧ୍ୟ ଲେଖୁଥିଲେ । ସେ "କୃଷକ" ପତ୍ରିକାର ସମ୍ପାଦନା ମଧ୍ୟ କରୁଥିଲେ ।

୨୦୦୮ ଅକ୍ଟୋବର ୧୭ ତାରିଖରେ କଟକଠାରେ ଗୋବିନ୍ଦ ଚନ୍ଦ୍ର ଦାସଙ୍କର ତିରୋଧାନ ଘଟିଥିଲା । [୩]

ରଚନାବଳୀ[ସମ୍ପାଦନା]

  • ଦେଶେ ଦେଶେ - ୧୯୬୩[୪]
  • ଅମାବାସ୍ୟାର ଚନ୍ଦ୍ର - ୧୯୬୪[୫]
  • ଲାସୁ
  • ଭଗ୍ନାଂଶ
  • ସୂର୍ଯ୍ୟାସ୍ତ[୬]
  • ଜାତକ
  • ମିଶ୍ର ରାଗ
  • ସାନ ଗୋଟିଏ ଜୀବନ (ଆତ୍ମଚରିତ)[୭]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୧୯୯୫

ଆଧାର[ସମ୍ପାଦନା]

  1. "Guv moots heritage status to Ram Chandra Bhawan". The New Indian ExpressThe New Indian Express. Retrieved 30 June 2016.
  2. "Advocates bid tearful adieu to Barrister Das". The Hindu. Retrieved 30 June 2016.
  3. http://www.nerve.in/news:253500173999
  4. Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 4380–. ISBN 978-81-260-1221-3.
  5. India Today. Thomson Living Media India Limited. 2002.
  6. "ସୁପ୍ରିମ୍ କୋର୍ଟର ପ୍ରଥମ ଓଡ଼ିଆ ଓକିଲ". ସମ୍ବାଦ ୨୬/୦୬/୨୦୧୫ ଭୁବନେଶ୍ୱର ସଂସ୍କରଣ. 26 June 2015. Retrieved 26 June 2015.
  7. "'ଅମାବାସ୍ୟାର ଚନ୍ଦ୍ର'ର ସ୍ରଷ୍ଟା". ସମ୍ବାଦ ୩୦/୦୬/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 30 June 2016.