କଣ୍ଡୁରୀ ଚରଣ ଦାସ
କଣ୍ଡୁରୀ ଚରଣ ଦାସ | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ୧୨ ଡିସେମ୍ବର ୧୯୨୯ ଖଣ୍ଡିଅନ୍ତା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା |
ମୃତ୍ୟୁ | ୨୬ ମଇ ୨୦୧୪ | (ବୟସ ୮୪)
ଜାତୀୟତା | ![]() |
ପ୍ରସିଦ୍ଧି | ସାହିତ୍ୟିକ, ସମ୍ପାଦକ ଓ ପ୍ରକାଶକ |
ଜୀବନସାଥି | କଳ୍ପନା କୁମାରୀ ଦେବୀ[୧] |
ସନ୍ତାନ | ସବର୍ଣ୍ଣୀ ଦାସ |
କଣ୍ଡୁରୀ ଚରଣ ଦାସ (୧୨ ଡିସେମ୍ବର ୧୯୨୯ - ୨୬ ମଇ ୨୦୧୪)[୨] ଜଣେ ରହସ୍ୟ ରୋମାଞ୍ଚ ଭରା ଉପନ୍ୟାସ ଲେଖକ ଥିଲେ ।[୩] ତାଙ୍କର ପ୍ରାୟ ୫୦ଟିରୁ ଅଧିକ ଉପନ୍ୟାସ ପ୍ରକାଶିତ ହୋଇସାରିଛି । ନିଜର ପ୍ରଥମ ଉପନ୍ୟାସ ଧୂଳିର ଧରଣୀରୁ ହିଁ ସେ ଲୋକପ୍ରିୟତା ହାସଲ କରିପାରିଥିଲେ । ସାରସ୍ୱତ ସୃଷ୍ଟି ପାଇଁ ୨୦୦୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।[୪]
ଜୀବନୀ[ସମ୍ପାଦନା]
କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଖଣ୍ଡିଅନ୍ତା ଗ୍ରାମରେ ଜନ୍ମିତ କଣ୍ଡୁରୀ ଚରଣ ମାତ୍ର ୧୨ବର୍ଷ ବୟସରେ ଘର ଛାଡ଼ି କଲିକତା ପଳାଇ ଆସିଥିଲେ । ନିଜର ଅଦମ୍ୟ ପ୍ରଚେଷ୍ଟା ବଳରେ, ସେ ନିଜକୁ ପ୍ରତିଷ୍ଠା କରିପାରିଥିଲେ । ରାଜ୍ୟବାହରେ ରହିଥିଲେ ମଧ୍ୟ ସେ ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି ପାଇଁ ସର୍ବଦା ଚେଷ୍ଟିତ ଥିଲେ । 'ରାଜଶ୍ରୀ ପକେଟ ବୁକ' ନାମରେ ତାଙ୍କଦ୍ୱାରା ପ୍ରକାଶିତ ପକେଟ ବୁକ ମାଧ୍ୟମରେ, ସେ ୧୦୦ରୁ ଉର୍ଦ୍ଧ ଓଡ଼ିଆ ସାହିତ୍ୟିକଙ୍କର ଉପନ୍ୟାସ ଛାପିଥିଲେ । [୫] ବିଭୂତି ପଟ୍ଟନାୟକ ଓ ଜଗନ୍ନାଥ ପ୍ରସାଦ ଦାସଙ୍କ ସହ ମିଶି, ସେ 'ନବରବି' ଓ 'ଆସନ୍ତାକାଲି' ପତ୍ରିକାର ପରିଚାଳନା ମଧ୍ୟ କରିଆସୁଥିଲେ । 'ନବରବି'କୁ ଏକ ପୂଜାପତ୍ରିକା ଭାବରେ ପ୍ରକାଶକରି, ସେ ଏକ ନୂତନଧାରାର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ବହୁ ପତ୍ରିକା ଏହି ଧାରାରେ ପୂଜାପତ୍ରିକା ପ୍ରକାଶ କରୁଛନ୍ତି । [୬]
ସାହିତ୍ୟ କୃତି[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ http://www.orissadiary.com/CurrentNews.asp?id=50256
- ↑ http://odishasuntimes.com/57020/popular-odisha-writer-kanduri-charan-das-dies/
- ↑ American Libraries Book Procurement Center, New Delhi (1972). Accessions List, India. American Libraries Book Procurement Center.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 7 December 2020.
- ↑ http://www.telegraphindia.com/1140527/jsp/odisha/story_18385055.jsp#.U4QtnnbRNeE
- ↑ ସମ୍ବାଦ ୨୭/୫/୨୦୧୪ ପୃଷ୍ଠା ୨
- ↑ "ପରଲୋକରେ ଲେଖକ କଣ୍ଡୁରୀ ଚରଣ ଦାସ". ଧରିତ୍ରୀ. Retrieved 30 November 2016.
- ↑ http://www.dailypioneer.com/state-editions/bhubaneswar/writer-kanduri-das-passes-away-at-85.html
- ↑ ପ୍ରମେୟ ୨୭/୫/୨୦୧୪ ପୃଷ୍ଠା ୩
- ↑ Kanduri Charan Das (1962). Chāẏa kuheḷī: ḍiṭekṭibh upanyāsa. Rājaśrī prakāśanī.
- ↑ Kanduri Charan Das (1963). Rakta golāpa o raṅgin surā: rahasya upanyāsa. Rājaśrī prakāśanī.
- ↑ Kanduri Charan Das (1963). Sarpa Urbasī rātri: rahasya upanyāsa. Rājaśrī prakāśanī.
- ↑ Kanduri Charan Das (1963). Citrāṅgadāra ātmahatyā: rahasya upanyāsa. Rājaśrī prakāśanī.