Jump to content

ଅନାଦି ଚରଣ ସାହୁ

ଉଇକିପିଡ଼ିଆ‌ରୁ
(ଅନାଦି ସାହୁରୁ ଲେଉଟି ଆସିଛି)
ଅନାଦି ଚରଣ ସାହୁ
ସାଂସଦ: ୧୩ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୯ – ୨୦୦୪
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1940-07-01)୧ ଜୁଲାଇ ୧୯୪୦
ଖଇରପଙ୍କା, ଗଞ୍ଜାମ
ମୃତ୍ୟୁ୧୯ ଜାନୁଆରୀ ୨୦୨୪(2024-01-19) (ବୟସ ୮୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେପି
ଜୀବନ ସାଥୀଉର୍ମିମାଳା ସାହୁ
ବାପା/ବୋଉପିତା: ମାଗତା ସାହୁ, ମାତା: ସ୍ୱର୍ଣ୍ଣ ଦେବୀ
ଘରବ୍ରହ୍ମପୁର
ବୃତ୍ତିରାଜନୀତିଜ୍ଞ, ପ୍ରଶାସକ ଏବଂ ଲେଖକ

ଅନାଦି ଚରଣ ସାହୁ (୧ ଜୁଲାଇ ୧୯୪୦ - ୧୯ ଜାନୁଆରୀ ୨୦୨୪) ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ, ପୁଲିସ ଅଧିକାରୀ ଏବଂ ଲେଖକ ଥିଲେ ।[] ସେ ଓଡ଼ିଶାର ଭାରତୀୟ ଜନତା ପାର୍ଟିର ସଦସ୍ୟ ଥିଲେ । ସେ ବ୍ରହ୍ମପୁର ରୁ ୧୩ଶ ଲୋକ ସଭାରେ ପ୍ରତିନିଧିତ୍ୱ କରିଥିଲେ । ସେ ଭାରତୀୟ ପୋଲିସ ସେବାର ଜଣେ ଅଫିସର ଥିଲେ । ସେ ଭୁବନେଶ୍ୱରରେ ଏସପି(୧୯୭୭), କଟକରେ ଏସପି(୧୯୭୮-୮୩) ଭିଜିଲାନ୍ସ ଏଆଇଜି(୧୯୮୩-୮୫), ପୁରୀରେ ଏସପି(୧୯୮୫-୮୭), କ୍ରୀଡା ନିର୍ଦ୍ଦେଶକ(୧୯୮୭-୯୧), ଡିଆଇଜି(୧୯୯୧-୯୨) ଥିଲେ । ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ଠାରୁ ପୋଲିସ ପଦକ ଓ ବିଶିଷ୍ଟ ସେବା ପଦକ ମଧ୍ୟ ପାଇଥିଲେ ।[][][][]

ସାହିତ୍ୟିକ କୃତି

[ସମ୍ପାଦନା]

ଓଡ଼ିଆ ଭାଷାରେ ତାଙ୍କର କିଛି ସାହିତ୍ୟିକ କୃତି ହେଲା, ଜଙ୍ଗଲୀ ସହର, ଜରାସନ୍ଧ, ମୟ, ତାଣ୍ଡବ, ମୁଣ୍ଡ ମେଖଳା । ତାଙ୍କରି ରଚିତ ଗଳ୍ପ ସଂକଲନ ହେଉଛି ପାଣ୍ଡୁର ବଳୟ, ଚକାଡ଼ୋଳା ଓ ନତଜାନୁ ।[]

ପ୍ରକାଶିତ ରଚନାବଳୀ

ଗଳ୍ପ

  • ଭିନ୍ନ ଘଟ ଅନ୍ୟ ତୁଠ
  • ପାଣ୍ଡୁର ବଳୟ ୧୯୮୨
  • ଚକାଡ଼ୋଳା
  • ନତଜାନୁ

ଉପନ୍ୟାସ

  • ମୁଣ୍ଡ ମେଖଳା ୧୯୮୧
  • ଜଙ୍ଗଲୀ ସହର
  • ଜରାସନ୍ଧ
  • ମୟ ୧୯୯୧
  • ଶୋଣିତ ଫଲଗୁ
  • କ୍ଷଣ ଭଙ୍ଗୁର ୧୯୮୩
  • କ୍ଷୁଧା
  • ତାଣ୍ଡବ ୧୯୯୪
  • ଛିନ୍ନନାଗ ୧୯୯୫
  • ରାକାରାୟ ୧୯୯୨
  • ଜରାସନ୍ଧ ୧୯୯୦
  • ବରୁଣ

ରମ୍ୟରଚନା

  • ଏଣ୍ଡୁଅ
  • ପାନଖିଆ ଖର୍ଚ୍ଚ
  • ନଦେଖିଲା ପୁଏ ଦେଖ

ଆତ୍ମଜୀବନୀ

  • ଗୋଲା ଗାଁରୁ ଗୋଲଗମ୍ବୁଜ

ପୁରସ୍କାର

  • ୧୯୯୮ରେ 'ଛିନ୍ନନାଗ' ଉପନ୍ୟାସ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ମୃତ୍ୟୁ

[ସମ୍ପାଦନା]

ବାର୍ଧ୍ୟକ୍ୟ ଜନିତ ରୋଗରେ ପିଡ଼ିତ ଥାଇ ୨୦୨୪ ମସିହା ଜାନୁଆରୀ ମାସ ୧୯ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।[][]

  1. Rout, Anupama (20 January 2024). "ପରଲୋକରେ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁ". Kanak News. Retrieved 20 January 2024.
  2. "13th Lok Sabha Members Bioprofile". Lok Sabha. Retrieved 28 April 2022.
  3. "Orissa Parliamentary Constituencies". Elections.in. Retrieved 8 September 2020.
  4. "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 28 April 2022.
  5. "Congress MP Anadi Charan Sahu meets Pramod Mahajan, visit causes initial flutters". India Today. Retrieved 28 April 2022.
  6. "Members : Lok Sabha". 164.100.47.194. Retrieved 28 April 2022.
  7. "Former Odisha MP Anadi Sahu passes away". The New Indian Express. 20 January 2024. Retrieved 20 January 2024.
  8. Dash, Mrunal Manmay (20 January 2024). "Former IPS officer and Odisha MP Anadi Sahu passes away at 84". Former IPS officer and Odisha MP Anadi Sahu passes away at 84. Retrieved 20 January 2024.