କୁନ୍ତଳା କୁମାରୀ ଆଚାର୍ଯ୍ୟ
Appearance
କୁନ୍ତଳା କୁମାରୀ ଆଚାର୍ଯ୍ୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୧ ଫେବୃଆରୀ ୧୯୩୨ |
ଭାଷା | ଓଡ଼ିଆ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ଅଦିନ ମେଘ[୧] |
ପୁରସ୍କାର | କାଦମ୍ବିନୀ ସାହିତ୍ୟ ସମ୍ମାନ ଜାନକୀ ଦେବୀ ବଜାଜ ପୁରସ୍କାର କସ୍ତୁରିବା ଗାନ୍ଧୀ ସମ୍ମାନ |
ଜୀବନସାଥୀ | ଶିବ ନାରାୟଣ ଆଚାର୍ଯ୍ୟ |
ସନ୍ତାନ | ୪ |
କୁନ୍ତଳା କୁମାରୀ ଆଚାର୍ଯ୍ୟ (ଜନ୍ମ: ୧୧ ଫେବୃଆରୀ ୧୯୩୨) ଜଣେ ଓଡ଼ିଆ ସାହିତ୍ୟିକା[୨] ଓ ସମାଜସେବୀ ।[୩] ୧୯୭୦ ମସିହାର ଚଳଚ୍ଚିତ୍ର ଅଦିନ ମେଘ ତାଙ୍କ ଉପନ୍ୟାସ "ଅଦିନ ମେଘ" ଉପରେ ପର୍ଯ୍ୟବସିତ ଥିଲା ।[୪] ସେ "ସୀମା ଆନ୍ଦୋଳନ", "ଭୂଦାନ ଆନ୍ଦୋଳନ", ନାରୀଶିକ୍ଷା ଆନ୍ଦୋଳନ ଆଦିରେ ଅଂଶଗ୍ରହଣ କରିଥିଲେ । ସମାଜସେବା ପାଇଁ ସେ "ଜାନକୀ ଦେବୀ ବଜାଜ ପୁରସ୍କାର" ଓ "କସ୍ତୁରିବା ଗାନ୍ଧୀ ସମ୍ମାନ" ଆଦିରେ ସମ୍ମାନିତ ହୋଇଛନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]କୁନ୍ତଳା, ଶିବ ନାରାୟଣ ଆଚାର୍ଯ୍ୟଙ୍କୁ ବିବାହ କରିଥିଲେ । ଶିବ ନାରାୟଣ, ଜଣେ କଂଗ୍ରେସ କର୍ମୀ ଥିଲେ ଓ ପୁରୀ ବିଧାନ ସଭା ଆସନରୁ କଂଗ୍ରେସ ପ୍ରାଥୀ ଭାବରେ ନିର୍ବାଚନ ମଧ୍ୟ ଲଢିଥିଲେ ।[୫]
ରଚନାବଳୀ
[ସମ୍ପାଦନା]କୁନ୍ତଳା, ୧୮ଖଣ୍ଡ ପୁସ୍ତକର ରଚୟିତା । ସେଥି ମଧ୍ୟରେ ଉପନ୍ୟାସ, ଗଳ୍ପ ଓ ଅନୁବାଦ ପୁସ୍ତକ ରହିଛି ।
ଉପନ୍ୟାସ
[ସମ୍ପାଦନା]- ଦୂର ଦିଗନ୍ତ
- ଜୀବନ ମହାନିଶା
- ଏକାନ୍ତ ଆପଣାର
- ତା ପରେ
- ଅଦିନ ମେଘ
ଗଳ୍ପ
[ସମ୍ପାଦନା]- ନୀଳ ଅନଳ
- ହିସାବ ଖାତା
ଅନୁବାଦ
[ସମ୍ପାଦନା]- ଶେଷରେ
- ଇଚ୍ଛା ନଇର ସୁଅ
- ଅଲିଖିତ ଅନୁଲିପି
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କାଦମ୍ବିନୀ ସାହିତ୍ୟ ସମ୍ମାନ - ୨୦୦୯[୬]
- କଥାକାର ସମ୍ମାନ - ୨୦୧୩ (ଯୁଗଶ୍ରୀ ଯୁଗନାରୀଦ୍ୱାରା ପ୍ରଦତ୍ତ)[୭]
- ଜାନକୀ ଦେବୀ ବଜାଜ ପୁରସ୍କାର
- କସ୍ତୁରବା ଗାନ୍ଧୀ ସମ୍ମାନ[୮]
- ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଶ୍ରେଷ୍ଠ କାହାଣୀ - ୧୯୭୩-୭୪ [୯]
- ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ- ୨୦୦୫
ଆଧାର
[ସମ୍ପାଦନା]- ↑ Indian Cinema. Directorate of Film Festivals, Ministry of Information and Broadcasting. 1994.
- ↑ The Indian P.E.N. P.E.N. All-India Centre. 1968.
- ↑ Amal Ghose (1977). Who's who of Indian women, international. National Biographical Centre.
- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1994–. ISBN 978-1-135-94325-7.
- ↑ Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
- ↑ "Functions & Awards". kadambini.org/. କାଦମ୍ବିନୀ. Retrieved 3 March 2020.
- ↑ "EVENTs @ Jugashree Juganari". jugashreejuganari.com/. ଯୁଗଶ୍ରୀ ଯୁଗନାରୀ. Retrieved 3 March 2020.
- ↑ "ଆଢୁଆଳରେ 'ଅଦିନ ମେଘ'ର ନାୟିକ". No. ଧରିତ୍ରୀ ୦୩/୦୩/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଧରିତ୍ରୀ. Retrieved 3 March 2020.
- ↑ Annual Administration Report of the Tourism & Cultural Affairs Department (Cultural Affairs Wing) for the Year ... 1975.