ଗୋପାଳକୃଷ୍ଣ ପଟ୍ଟନାୟକ
କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ | |
---|---|
ଜନ୍ମ | ୧୭୮୪ (ଆଷାଢ଼ ଶୁକ୍ଳ ପ୍ରତିପଦ- ୧୧ ଦିନ, ଶାଳିବାହନ ଅବ୍ଦ ୧୭୦୭) |
ମୃତ୍ୟୁ | ୧୮୬୨ (୧୭୭୮ ଶାଳିବାହନ ଅବ୍ଦ) |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ବସନ୍ତ କୋକିଳ,ପାରଳା ଭକ୍ତକବି |
ବୃତ୍ତି | କବି |
ଉଲ୍ଲେଖନୀୟ କୃତି |
|
ବୈବାହିକ-ସାଥୀ | ହୀରା ଦେଈ[୧] (ଅନ୍ୟମତେ ସୁଲକ୍ଷଣା) |
ସନ୍ତାନ | ଗୌରଚନ୍ଦ୍ର ପଟ୍ଟନାୟକ, ହରିବନ୍ଧୁ ପଟ୍ଟନାୟକ, କରୁଣାନିଧି ପଟ୍ଟନାୟକ |
ପିତାମାତା(s) | ବନବାସୀ ପଟ୍ଟନାୟକ ଲଳିତାଦେଈ |
କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ (୧୭୮୪ - ୧୮୬୨)[୨] ଅଷ୍ଟାଦଶ ଶତାବ୍ଦୀର ଜଣେ ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତକାର କବି । ସେ ପ୍ରାଚୀନ ଉତ୍କଳୀୟ ସଙ୍ଗୀତ ଅନୁସରଣରେ ବହୁସଂଖ୍ୟକ ଓଡ଼ିଶୀ ପ୍ରବନ୍ଧ, ଛାନ୍ଦ, ଚଉତିଶା, ଭଜନ ଓ ଜଣାଣ, କୋଇଲି, ଚଉତିଶା ଆଦି ରଚନା କରିଛନ୍ତି । 'ଉଠିଲୁ ଏଡ଼େ ବେଗି କାହିଁକି ରେ', 'ଅନୁସରିତ ପ୍ରଭୋ କାଳଯାକ ଗଲା ସରିତ', 'ସଙ୍ଗିନୀରେ ରାସ ରଙ୍ଗିନୀରେ' ଇତ୍ୟାଦି ଗୋପାଳକୃଷ୍ଣଙ୍କ ଅସଂଖ୍ୟ ଗୀତଗୁଡ଼ିକ ଅଦ୍ୟାବଧି ଓଡ଼ିଶାର ଗ୍ରାମେ ଗ୍ରାମେ ଲୋକମୁଖରେ ଶୁଣାଯାଏ । ତାଙ୍କ କବିତାଗୁଡ଼ିକ ସଂଗୃହିତ ହୋଇ ରଚନାବଳୀ ବା ଗ୍ରନ୍ଥାବଳୀ ଭାବେ ଅନେକବାର ପ୍ରକାଶିତ ହୋଇଛି ।[୧]
ଜୀବନୀ
[ସମ୍ପାଦନା]ଗୋପାଳକୃଷ୍ଣ ପଟ୍ଟନାୟକ ୧୭୮୪ ମସିହାରେ ଦକ୍ଷିଣ ଓଡ଼ିଶାର ପ୍ରଧାନ ସଂସ୍କୃତି କେନ୍ଦ୍ର ପାରଳାଖେମୁଣ୍ଡି ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ବନବାସୀ ପଟ୍ଟନାୟକ ଓ ମାତାଙ୍କ ନାମ ଲଳିତା ଦେଈ । ସେ ପ୍ରାୟ କୋଡ଼ିଏ ବର୍ଷ ବୟସରେ ହୀରା ଦେଈଙ୍କ ସହିତ ବିବାହ କରିଥିଲେ । ଗୋପାଳକୃଷ୍ଣ ପ୍ରଥମେ ପାରଳା ମହାରାଜାଙ୍କ ପାଖରେ ପାଞ୍ଜିଆ କରଣ ହିସାବରେ କାମ କରୁଥିଲେ । ପରେ ତାଙ୍କର କବି ପ୍ରତିଭାର ପରିଚୟ ପାଇ ମହାରାଜା ତାଙ୍କୁ ନିଜ ଦରବାରରେ ଏକ ସମ୍ମାନଜନକ ପଦବୀ ପ୍ରଦାନ କରିଥିଲେ ।
ବଂଶାବଳୀ
[ସମ୍ପାଦନା]ମାନ୍ଧାତା ପଟ୍ଟନାୟକ | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ନନ୍ଦକିଶୋର (କିଶୋର) | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଭାସ୍କର | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ବଂଶୀଧାରୀ | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଲଳିତା | ବନବାସୀ | ବ୍ରଜବାସୀ | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ହୀରାମଣି | ଗୋପାଳକୃଷ୍ଣ | ଜୟକୃଷ୍ଣ | କହ୍ନେଇଚାନ୍ଦ | ରାଧାକୃଷ୍ଣ | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ସୁନାମା | ଗୌରଚନ୍ଦ୍ର | ହରିବନ୍ଧୁ (କବି) | କରୁଣାନିଧି (ବାଲ୍ୟମୃତ) | ଲଳିତା ମା | ବିଶାଖା | ସୁଦେବୀ | ନିତ୍ୟାନନ୍ଦ | ମାଗତା | ଚୈତନ୍ୟ | ଗୋରାଚାନ୍ଦ | ବାଙ୍କବିହାରୀ | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଗୋପୀନାଥ | ବୈଷ୍ଣବ | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ରାମକୃଷ୍ଣ | ସୂର୍ଯ୍ୟନାରାୟଣ | ନୀଳମଣି | ବନବାସୀ | ଗୋବିନ୍ଦ ଚନ୍ଦ୍ର | ଚକ୍ରପାଣି | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ରଚନାବଳୀ
[ସମ୍ପାଦନା]ମୁଦ୍ରଣ
[ସମ୍ପାଦନା]ଗୋପାଳକୃଷ୍ଣ ଓଡ଼ିଶାର ପ୍ରସିଦ୍ଧ କବିମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ତାଙ୍କର ରଚନାବଳୀ ବହୁ ଗବେଷକଙ୍କଦ୍ୱାରା ସଙ୍ଗୃହୀତ ହୋଇ ଅନେକ ଥର ତାଙ୍କ ରଚନାବଳୀ ବା ଗ୍ରନ୍ଥାବଳୀ ପ୍ରକାଶିତ ହୋଇଛି । ତଳେ ତାହାର ତାଲିକା ଦିଆହୋଇଛି ।[୫]
କ୍ରମ | ନାମ | ସଂକଳନକାରୀ | ଜୀବନ କାଳ | ପ୍ରକାଶନ ବର୍ଷ | ପ୍ରକାଶକ | ଅଧିକ |
---|---|---|---|---|---|---|
୧ | ସଙ୍ଗୀତ ସାଗର | ଦାମୋଦର ପଟ୍ଟନାୟକ | ୧୮୬୫-୧୯୧୫ | ୧୮୮୯ରୁ ୧୯୦୩ | ଏହାର ଛଅଟି ତରଙ୍ଗ ୧୮୮୯ରୁ ୧୯୦୩ ମସିହା ମଧ୍ୟରେ ପ୍ରକାଶିର ହୋଇଥିଲା । ପ୍ରଥମ ତରଙ୍ଗ ଭୂମିକାରେ ସଂକଳନକାରୀ ଢେଙ୍କାନାଳର ଦାମୋଦର ପଟ୍ଟନାୟକ ଲେଖିଛନ୍ତି- "ଆମ୍ଭେ ଅନେକ ଯତ୍ନ ଓ ପରିଶ୍ରମ ସହକାରେ ସେମାନଙ୍କ (କବିସୂର୍ଯ୍ୟ, ଉପେନ୍ଦ୍ର ଭଞ୍ଜ, ବନମାଳୀ, ରାମକୃଷ୍ଣ ଓ ଗୋପାଳକୃଷ୍ଣ) ଯେଉଂ ସବୁ ଉତ୍କୃଷ୍ଟ ଗୀତ ସଂଗ୍ରହ କରିଅଛୁଁ, ତହିଁ ମଧ୍ୟରୁ ଏକଶତ ଗୀତ ପ୍ରଥମ ତରଙ୍ଗରେ ପ୍ରକାଶିତ ହେଲା ।" | |
୨ | ଚଉପଦୀ ଚନ୍ଦ୍ରୋଦୟ | ପଣ୍ଡିତ ଗୋବିନ୍ଦ ରଥ | ୧୮୪୮-୧୯୧୮ | ୧୮୯୫ | କଟକ ପ୍ରିଣ୍ଟିଂ କମ୍ପାନୀ, କଟକ | ଏଥିରେ ଅନ୍ୟାନ୍ୟ କବିଙ୍କ ଚଉପଦୀ ସହ ଗୋପାଳକୃଷ୍ଣଙ୍କ ଚଉପଦୀ ସ୍ଥାନ ପାଇଛି । |
୩ | ଗୋପାଳକୃଷ୍ଣ କୋଇଲି | ୧୮୯୫ | ଗଜପତି ପ୍ରେସ, ପାରଳାଖେମୁଣ୍ଡି | ଏହା କବିଙ୍କ ଏକ ପ୍ରାଥମିକ ପ୍ରକାଶିତ ରଚନା । ପଦ୍ମନାଭ ନାରାୟଣ ଦେବଙ୍କଦ୍ୱାରା ସଂଶୋଧିତ ହୋଇଥିଲା । | ||
୪ | ଗୋପାଳକୃଷ୍ଣ ସଙ୍ଗୀତ | ଶ୍ୟାମସୁନ୍ଦର ରାଜଗୁରୁ, ରଘୁନାଥ ପରିଚ୍ଛା | ୧୯୧୩ | କଟକ ପ୍ରିଣ୍ଟିଂ କମ୍ପାନୀ, କଟକ | ||
୫ | ଗୋପାଳକୃଷ୍ଣ ପଦାବଳୀ | ରାମକୃଷ୍ଣ ପଟ୍ଟନାୟକ (ଗୋପାଳକୃଷ୍ଣଙ୍କ ଅଣନାତି) | ୧୯୧୯ | ୩୦୭ ଗୋଟି ଗୀତ ସଂକଳିତ ହୋଇ ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ପୃଷ୍ଠପୋଷକତାରେ ପ୍ରକାଶିତ ହୋଇଥିଲା । | ||
୬ | ଗୋପାଳକୃଷ୍ଣ ପଦ୍ୟାବଳୀ | ୧୯୪୯ | କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କଦ୍ୱାରା ସମ୍ପାଦିତ ଓ ବ୍ରହ୍ମପୁରର ସୀମାଦ୍ରି ପଣ୍ଡାଙ୍କଦ୍ୱାରା ପ୍ରକାଶିତ । | |||
୭ | ଗୋପାଳକୃଷ୍ଣ ଗ୍ରନ୍ଥାବଳୀ ଓ ଗୋପାଳକୃଷ୍ଣ ପଦାବଳୀ | ବାବାଜୀ ବୈଷ୍ଣବ ଚରଣ ଦାସ | ୧୮୯୦-୧୯୬୨ | ଦୁଇ ଖଣ୍ଡରେ, ୧୯୫୯-୬୦ | ଏଥିରେ ୬୧୯ ଗୋଟି ସଙ୍ଗୀତ ସଂକଳିତ ହୋଇଛି । ପାରଳାଖେମୁଣ୍ଡିର ଖାରଡ଼ା ଗ୍ରାମରେ ଥିବା ରାଧାକାନ୍ତ ମଠର ମହନ୍ତ ବାବାଜୀ ଗୋପାଳ ଦାସଙ୍କଠାରୁ ପ୍ରାୟ ୩୦୦ କବିତା ସଂଗ୍ରହ କରି ବୈଷ୍ଣବ ଚରଣ ଏଥିରେ ସନ୍ନିବେଶିର କରିଥିଲେ । | |
୮ | ଗୋପାଳକୃଷ୍ଣ ପଦାବଳୀ | କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ | ୧୮୯୭-୧୯୭୮ | ୧୯୫୯ | ||
୯ | ଗୋପାଳକୃଷ୍ଣ ଗ୍ରନ୍ଥାବଳୀ | ସରୋଜକୁମାର ପାଣିଗ୍ରାହୀ | ୧୯୬୯ | ଓଡ଼ିଶା କୋହେନୂର ପ୍ରେସ, କଟକ | ||
୧୦ | ଗୋପାଳକୃଷ୍ଣ ରଚନାବଳୀ | ଡଃ କୃଷ୍ଣଚରଣ ବେହେରା | ୨୦୦୨ | ସାହିତ୍ୟ ସଂଗ୍ରହ ପ୍ରକାଶନ, ଗୋପାଳପୁର, କଟକ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ଗୋପାଳକୃଷ୍ଣ ରଚନାବଳୀ, ସମ୍ପାଦନା: ଡକ୍ଟର କୃଷ୍ଣ ଚରଣ ବେହେରା, ପ୍ରକାଶକ: ସାହିତ୍ୟ ସଂଗ୍ରହ ପ୍ରକାଶନ, ଗୋପାଳପୁର, କଟକ - ୭୫୩୦୧୧.
- ↑ Phakīramohana Dāsa (2002). Bhakta Kavi Gopāla Krishna. Sahitya Akademi. pp. 4–. ISBN 978-81-260-1201-5.
- ↑ ଜଗବଂଧୁ ସିଂହ - ପ୍ରାଚୀନ ଉତ୍କଳ (ପ୍ରଥମ ଭାଗ), ତୃତୀୟ ସଂସ୍କରଣ, ୧୯୮୨ । ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪ ।
- ↑ ଗୋପାଳକୃଷ୍ଣ ଗ୍ରନ୍ଥାବଳୀ, ଓଡ଼ିଶା କୋହେନୂର ପ୍ରେସ ଓ ପୁସ୍ତକ ଭଣ୍ଡାର। ୧୯୬୯ । ସଂକଳକ- ସରୋଜ କୁମାର ପାଣିଗ୍ରାହୀ । ପ୍ରକାଶକ- ସେଖ ଅମିନୂଲ ଆଇ ।
- ↑ ଗୋପାଳକୃଷ୍ଣ ପଟ୍ଟନାୟକ, ଡଃ କୃଷ୍ଣଚରଣ ବେହେରାଙ୍କଦ୍ୱାରା ସଂକଳିତ ଓ ସଂଶୋଧିତ - ଗୋପାଳକୃଷ୍ଣ ରଚନାବଳୀ । ସାହିତ୍ୟ ସଂଗ୍ରହ ପ୍ରକାଶନ, ଗୋପାଳପୁର, କଟକଦ୍ୱାରା ୨୦୦୨ରେ ପ୍ରକାଶିତ ।