ଚିଲିକା ହ୍ରଦ

Coordinates: 19°43′N 85°19′E / 19.717°N 85.317°E / 19.717; 85.317
ଉଇକିପିଡ଼ିଆ‌ରୁ
ଚିଲିକା ହ୍ରଦ
ଚିଲିକାରେ ବିଦେଶାଗତ ପକ୍ଷୀ
ଚିଲିକା ହ୍ରଦ is located in Odisha
ଚିଲିକା ହ୍ରଦ
ଚିଲିକା ହ୍ରଦ
ଅବସ୍ଥାନଓଡ଼ିଶା
ଦିଗବାରେଣି19°43′N 85°19′E / 19.717°N 85.317°E / 19.717; 85.317
ହ୍ରଦର ପ୍ରକାରଲବଣାକ୍ତ
ପ୍ରାଥମିକ ଭିତରଧାରାଭାର୍ଗବୀ, ଦୟା, ମକରା, ମଲାଗୁଣି ଓ ନୁଣା ନଦୀ ସମେତ ୩୫ଟି ଜଳଧାରା [୧]
ପ୍ରାଥମିକ ବାହାରଧାରାଅରଖକୁଦଠାରେ ପୁରୁଣାମୁହଁ, ସାତପଡ଼ାରେ ବଙ୍ଗୋପସାଗର ଆଡ଼କୁ ନୂଆ ମୁହଁ
ଅବବାହିକା3,560 km2 (1,370 sq mi)
ନିଷ୍କାସନ କ୍ଷେତ୍ରସ୍ଥ  ଦେଶଭାରତ
ସର୍ବାଧିକ ଲମ୍ବ64.3 km (40.0 mi)
Surface areamin.: 740 km2 (286 sq mi)
max.: 1,165 km2 (450 sq mi)
ସର୍ବାଧିକ ଗଭୀରତା4.2 m (13.8 ft)
Water volumekm3 (3,200,000 acre⋅ft)
ଭୂମି ଉଚ୍ଚତା0 – 2 m (6.6 ft)
Islands223 km2 (86.1 sq mi): ବଡ଼କୁଦ, ହନିମୁନ, କାଳିଜାଇ ପାହାଡ଼, କାନ୍ଥପାଟଣା, କୃଷ୍ଣପ୍ରସାଦ (ପୁରୁଣା ପାରିକୁଦ), ନଳବଣ, ନୂଆପଡ଼ା ଓ ସାନକୁଦ ।
ଜନବସତିପୁରୀସାତପଡ଼ା
ଆଧାର[୧]

ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଖାରିଆ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ । ଅଂଶୁପାସର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଖାର ପାଣି ହ୍ରଦ।

ପ୍ରବାସୀ ପକ୍ଷୀମାନଙ୍କ ପାଇଁ ଏହା ଭାରତୀୟ ଉପମହାଦେଶରେ ସବୁଠାରୁ ବଡ଼ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ଉଡ଼ି ଆସନ୍ତି । ଏହି ହ୍ରଦରେ ଅନେକ ସଙ୍କଟାପର୍ଣ୍ଣ ପ୍ରଜାତିର ଉଦ୍ଭିଦ ଏବଂ ପ୍ରାଣୀ ବାସ କରନ୍ତି ।[୨][୩]

ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ୱୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।

ଅନେକ ପୁସ୍ତକରେ ଚିଲିକା ଏକ ହ୍ରଦ ଭାବରେ ବର୍ଣ୍ଣିତ ଓ ଆଲୋଚିତ । ହ୍ରଦ ଏକ ଜଳଭାଗ ଯାହାର ଚତୁଃପାର୍ଶ୍ୱ ସ୍ଥଳଭାଗଦ୍ୱାରା ପରିବେଷ୍ଟିତ । ମାତ୍ର ଚିଲିକା ହେଉଛି ଏକ "ଲବଣାକ୍ତ ହ୍ରଦ" ବା ଲଗୁନ୍ (Lagoon) । ଏହା ଏପରି ଏକ ଜଳଭାଗ ଯାହାର ପ୍ରାୟଶଃ ତିନିପାର୍ଶ୍ୱ ସ୍ଥଳଭାଗଦ୍ୱାରା ପରିବେଷ୍ଟିତ ହୋଇଥିବା ବେଳେ ଏକ ପାର୍ଶ୍ୱ ସମୁଦ୍ର ସହ ସଂଯୁକ୍ତ। ସୁତରାଂ ଚିଲିକାକୁ ହ୍ରଦ ପରିବର୍ତ୍ତେ ଲଗୁନ୍ କୁହାଯିବା ଯୁକ୍ତିଯୁକ୍ତ ।

ଚିଲିକାର ଅବସ୍ଥିତି[ସମ୍ପାଦନା]

ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଚିଲିକା ଓଡ଼ିଶାର ବୃହତ୍ତମ ହ୍ରଦ ଭାବରେ ଜଣାଶୁଣା । ପୂର୍ବତଟ ରେଳପଥ (East Coast Railway)ରେ ଯାତ୍ରା କଲେ ନିକଟତମ ଷ୍ଟେସନଗୁଡ଼ିକ ହେଉଛି ବାଲୁଗାଁ ଓ ରମ୍ଭା । ଜାତୀୟ ରାଜପଥ ୫ରେ ଗଲେ ବାଲୁଗାଁ, ବରକୁଳ ଓ ରମ୍ଭାରେ ଓହ୍ଲାଇ ଚିଲିକା ଯାଇହୁଏ। ଭୁବନେଶ୍ୱରଠାରୁ ବାଲୁଗାଁ ପ୍ରାୟ ୧୦୦ କି.ମି., ବରକୁଳ ୧୧୦ କି.ମି. ଓ ରମ୍ଭା ୧୩୦ କି.ମି.। ପୁରୀବାଟଦେଇ ଗଲେ ସାତପଡ଼ାରୁ ଯିବାକୁ ହୁଏ । ପୁରୀଠାରୁ ସାତପଡ଼ା ୫୦ କି.ମି.। ବୁଲାବୁଲି ପାଇଁ ସର୍ବୋତ୍କୃଷ୍ଟ ସମୟ ହେଉଛି ଅକ୍ଟୋବର ମାସରୁ ଫେବୃୟାରୀ ମାସ, ମାତ୍ର ଉପଭୋଗର ସମୟ ଡିସେମ୍ବର ଜାନୁୟାରୀ ମାସ । ଭୌଗୋଳିକ ସ୍ଥିତି ଅନୁଯାୟୀ ଚିଲିକା ୧୯ ୦ -୨୮'ରୁ ୧୯ ୦ -୫୪' ଉତ୍ତର ଅକ୍ଷାଂଶ ଏବଂ ୮୫ ୦ -୦୫'ରୁ ୮୫ ୦ -୩୮' ପୂର୍ବ ଦ୍ରାଘିମା ରେଖା ମଧ୍ୟରେ ଅବସ୍ଥିତ । ପୁରୀ, ଖୋର୍ଦ୍ଧାଗଞ୍ଜାମ ପରି ଓଡ଼ିଶାରେ ତିନୋଟି ଜିଲ୍ଲାକୁ ଏହା ସ୍ପର୍ଶ କରିଛି ।[୪]

ଚିଲିକାର ବିଶେଷତ୍ୱ[ସମ୍ପାଦନା]

ପୃଥିବୀରେ ଯେତେଗୁଡ଼ିଏ ଜଳଭାଗ, ହ୍ରଦ ବା ଲଗୁନ ରହିଛି ତନ୍ମଧ୍ୟରେ ଚିଲିକାର ସ୍ଥାନ ସ୍ୱତନ୍ତ୍ର। ତାହାର କାରଣ ଏହା :-

  1. ଏକ ବୃହତମ ଲବଣାକ୍ତ ହ୍ରଦ ବା ଲଗୁନ ।
  2. ଚିଲିକା ଭାରତ ଉପମହାଦେଶରେ ପରିବ୍ରାଜୀ ପକ୍ଷୀମାନଙ୍କର ଏକ ବୃହତ୍ତମ ଓ ଉତ୍ତମ "ଶୀତ ଭୂମି" (wintering ground)।
  3. ଭାରତ ବର୍ଷର ଜୈବବିଭିନ୍ନତା (biodiversity)ର ଏକ ବୃହତ "ଉଷ୍ମସ୍ଥଳ" ବା ହଟ୍ ସ୍ପଟ୍ (hot spot)।
  4. ଲଗୁନଭାବେ ମତ୍ସ୍ୟମାନଙ୍କ ରଏକ ଅତି ଉତ୍ପାଦନକ୍ଷମ ପରିସଂସ୍ଥା ।
  5. ଦେଶର ଜଳୀୟ ପକ୍ଷୀମାନଙ୍କର ଏକ ବୃହତ୍ତମ ଆବାସ ତଥା ପ୍ରଜନନସ୍ଥଳୀ, ଯାହାକି ଶୀତଋତୁରେ ପ୍ରତୀୟମାନ ।
  6. ଲଗୁନ ମଧ୍ୟସ୍ଥ ନଳବଣ ଦ୍ୱୀପ ବନ୍ୟଜନ୍ତୁ (ସଂରକ୍ଷଣ) ନିୟମାନୁଯାୟୀ ଏକ ପକ୍ଷୀ ଅଭୟାରଣ୍ୟ ଭାବରେ ଘୋଷିତ ।
  7. ଜୈବ ବିଭିନ୍ନତାର ସଂରକ୍ଷଣ ଓ ପରିଚାଳନା ନିମିତ୍ତ ଏହି ଲଗୁନ ଭାରତ ସରକାରଙ୍କ ଜାତୀୟ ଆର୍ଦ୍ରଭୂମି, ହେନ୍ତାଳ ବଣ ଓ ପ୍ରବାଳଶ୍ରେଣୀ ସମିତି (National Wetlands, Mangroves and Coral Reefs Committee of Ministry of Envrionment and Forests, Government of India)ଦ୍ୱାରା ଏକ ପ୍ରମୁଖ ସ୍ଥାନ ଭାବରେ ଚିହ୍ନିତ, ନିର୍ଦ୍ଧାରିତ ଓ ବିବେଚିତ।
  8. କାସ୍ପିଆନ ସାଗର, ବୈକାଲ ହ୍ରଦ, ଆରଲ ସାଗର (Aral Sea), ରୁଷିଆ, ମଙ୍ଗୋଲିଆର କିରଗିଜ ତୃଣଭୂମି, କେନ୍ଦ୍ର ଓ ଦକ୍ଷିଣ ପୂର୍ବ ଏସିଆ, ଲଦାଖ ଏବଂହିମାଳୟ ଆଦି ଦୂରଦୂରନ୍ତରୁ ଆସି ପରିବ୍ରାଜୀ ପକ୍ଷୀଗଣଙ୍କ ରଙ୍କ ଶୀତଋତୁରେ ଠୁଳ ହେବା ଭାରତ କାହିଁକି ସମଗ୍ର ପୃଥିବୀରେ ଏକ ବିସ୍ମୟ ପରିସଂସ୍ଥା, ଖାଦ୍ୟର ପ୍ରାଚୁର୍ଯ୍ୟ ଓ ପ୍ରଜନନର ଅନୁକୂଳ ପରିସ୍ଥିତି ଦୃଷ୍ଟିରୁ ଏହା ସମ୍ଭବ ହୋଇଛି।
  9. ଚିଲିକାର ସୁସ୍ୱାଦୁ ମତ୍ସ୍ୟ, ଚିଙ୍ଗୁଡ଼ି ଓ କଙ୍କଡ଼ା ପୃଥିବୀ ବିଖ୍ୟାତ।
  10. ବିପୁଳ ଜୈବବିଭିନ୍ନତା ଓ ସାମାଜିକ ଅର୍ଥନୈତିକ ପ୍ରାଧାନ୍ୟ ହେତୁ ଭାରତ ସରକାର ୧୯୮୧ ମସିହାରେ ଆର୍ଦ୍ରଭୂମି ଆନ୍ତର୍ଜାତିକ ପ୍ରାଧାନ୍ୟ (Convention of Wetlands of International Importance) ପ୍ରଦାନ କରିଛନ୍ତି।

ଚିଲିକାର ଭୌଗୋଳିକ ସ୍ଥିତି[ସମ୍ପାଦନା]

ଆନ୍ତର୍ଜାତିକ ସ୍ତରରେ ଚିଲିକା ଏକ ମୁଖ୍ୟ ସ୍ଥାନ ପାଇବାର ପ୍ରଧାନ କାରଣ ହେଉଛି ତାର ଭୌଗୋଳିକ ସ୍ଥିତି ତଥା ଅନ୍ୟ ବିଭବ (ସାରଣୀ ୧) ।

ସାରଣୀ (୧)[ସମ୍ପାଦନା]

କ୍ରମିକ ସଂଖ୍ୟା ବିଭିନ୍ନ ଭୌଗୋଳିକ କାରକ ପରିମାପ, ସଂଖ୍ୟା, ନାମ, ଆକାର
୧. ଓଡ଼ିଶାର କେଉଁ ଜିଲ୍ଲା ଛୁଇଁଛି ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ
୨. କ୍ଷେତ୍ରଫଳ (Catchment Area) ୩୫୬୦ ବର୍ଗ କିଲୋମିଟର
୩. ସୀମା
  • ପୂର୍ବ -ବଙ୍ଗେ।ପସାଗର
  • ପଶ୍ଚିମ -ପୂର୍ବଘାଟ ପର୍ବତମାଳାର ପାହାଡ଼
  • ଉତ୍ତର -ମହାନଦୀ ତ୍ରିକୋଣଭୂମିର ସମତଳ ଅଞ୍ଚଳ
  • ଦକ୍ଷିଣ -ପୂର୍ବଘାଟ ପର୍ବତମାଳାର ପାହାଡ
୪. ଲଗୁନର ଆକାର ନାସପାତି ଫଳପରି (pear shaped)
୫. ସ୍ଥିତି
  • ଅକ୍ଷାଂଶ - ଉତ୍ତର ୧୯ ୦ -୨୮'ରୁ ୧୯ ୦ -୫୪ '
  • ଦ୍ରାଘିମା - ପୂର୍ବ ୮୫ ୦ -୦୫'ରୁ ୮୦ ୦ -୩୮'
୬. ଲମ୍ବ ଓ ପ୍ରସ୍ଥ
  • ସର୍ବାଧିକ ଲମ୍ବ - ୬୪.୩୦ କି.ମି.
  • ସର୍ବାଧିକ ପ୍ରସ୍ଥ - ୧୮.୦୦ କି.ମି.
  • ସର୍ବନିମ୍ନ ପ୍ରସ୍ଥ - ୫.୦୦ କି.ମି.
୭. ଜଳ ସ୍ଥିତି
  • ସର୍ବାଧିକ - ୧୧୬୫ ବର୍ଗ କି.ମି.
  • ସର୍ବନିମ୍ନ - ୭୪୦ ବର୍ଗ କି.ମି.
୮. ଲଗୁନରେ ମିଶୁଥିବା ନଦୀ ନାଳ ୩୫
୯. ଦ୍ୱୀପ ସଂଖ୍ୟାର କ୍ଷେତ୍ରଫଳ ୨୨୩ ବର୍ଗ କି.ମି.
୧୦. ଗଭୀରତା ୦.୩୮ରୁ ୪.୨ ମିଟର
୧୧. ମୁଖ୍ୟ ପରିସଂସ୍ଥା ବିଭାଗ (Major Ecological Division)
  • ଉତ୍ତର ଖଣ୍ଡ (Northern Sector)
  • କେନ୍ଦ୍ର ଖଣ୍ଡ (Central Sector)
  • ଦକ୍ଷିଣ ଖଣ୍ଡ (Southern Sector)
  • ବାହ୍ୟ କେନାଲ (Outer Channel)

ଚିଲିକାର ଜୈବବିଭିନ୍ନତା[ସମ୍ପାଦନା]

ଦେଖଣାହାରୀ ତଥା ପର୍ଯ୍ୟଟକଙ୍କ ପାଇଁ ଚିଲିକାର ମୁଖ୍ୟ ଆକର୍ଷଣ ହେଉଛି ଏହାର ଜୈବବିଭିନ୍ନତା । ଉଦ୍ଭିଦ ଓ ପ୍ରାଣୀମାନଙ୍କ ଅପୂର୍ବ ସମାବେଶ ହେତୁ ଏହା ପୃଥିବୀର ଏକ ଅନନ୍ୟ, ଅନୁପମ ଓ ଅନବଦ୍ୟ ଜୈବବିଭିନ୍ନତା ହଟ ସ୍ପଟ ଭାବରେ ଗୃହୀତ, ଆଲୋଚିତ ଓ ପରିଗଣିତ (ସାରଣୀ ୨)।

ସାରଣୀ (୨)[ସମ୍ପାଦନା]

କ୍ରମିକ ସଂଖ୍ୟା ଉଦ୍ଭିଦ ବା ପ୍ରାଣୀ ନାମ ସେମାନଙ୍କ ପ୍ରକାର (Species)
୧. ପ୍ଲବ ଉଦ୍ଭିଦ (Phytoplankton) ୪୩
୨. ଶୈବାଳ (Algal Communities) ୨୨
୩. ସମ୍ବାହୀ ଉଦ୍ଭିଦ (Vascular Plant) ୧୫୦
୪. ଏକକୋଷୀ ପ୍ରାଣୀ (Protozoa) ୬୧
୫. ଚଟକାକୃମିଜାତୀୟ ପ୍ରାଣୀ (Platyhelminthes) ୨୯
୬. ସୂତ୍ରକୃମିଜାତୀୟ ପ୍ରାଣୀ (Nematodes) ୩୭
୭. ଦଶପଦୀ (Decapodes) ୩୦
୮. ଶମ୍ବୁକ (Molluscs) ୧୩୬
୯. ମତ୍ସ୍ୟ (Pisces ବା Fishes) ୨୨୫
୧୦. ଉଭୟଚର ଓ ସରୀସୃପ (Amphibians ଓ Reptiles) ୩୭
୧୧. ପକ୍ଷୀ (Aves) ୧୫୬
୧୨. ସ୍ତନ୍ୟପାୟୀ (Mammals) ୧୮
ଉତ୍ସ : ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରକାଶନ (ଏହି ସଂଖ୍ୟା ଅବଶ୍ୟ ପରିବର୍ତ୍ତନୀୟ)

ଏରାବ଼ାଡ଼ି ଡଲଫିନ୍ (ଇରାବତୀ ଡଲଫିନ୍ ବା ଶିଶୁମାର) ଓ ବିଶାଳ ପକ୍ଷୀ ଅଭୟାରଣ୍ୟ ନଳବଣ ଯୋଗୁଁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଓ ମାନ ପାଇଥିବା ନୀଳାମ୍ବୁ ଚିଲିକା ବେଶ ବିଦିତି ଓ ବିଖ୍ୟାତ । ସାତପଡ଼ା "ଡଲଫିନ୍ ଗଡ଼" ଭାବରେ ସୁବିଦିତ। ଚିଲିକାରେ ଅବସ୍ଥିତ ମୁଖ୍ୟ ଦ୍ୱୀପ ଗୁଡ଼ିକ ହେଉଛି ନଳବଣ, କାଳିଜାଈ, ସୋମୋଲୋ (Somolo), ହନିମୁନ୍ (Honeymoon), ବ୍ରେକ୍ ଫାଷ୍ଟ (Breakfast), ବିକନ୍ (Beacon), ଦୁମକୁଡ଼ି, ପାରିକୁଦ, ମାଲୁଦ, ବରୁଣକୁଦ ଓ ପକ୍ଷୀ ଦ୍ୱୀପ (Birds Island) । ପ୍ରତ୍ୟେକ ବର୍ଷ ଡିସେମ୍ବର ଓ ଜାନୁୟାରୀ ମାସରେ ଶିପକୁଦା, ଗମ୍ଭାରୀ, ମିର୍ଜାପୁର, ବାସୁଦେବପୁର, ସାତପଡ଼ା, ବାଲୁଗାଁ ଓ କୃଷ୍ଣପ୍ରସାଦ ଗଡ଼ ଜେଟ୍ଟି ନିକଟରେ ପର୍ଯ୍ୟଟଙ୍କ ଭିଡ଼ ହିଁ ଚିଲିକାର ଗୁରୁତ୍ୱ ଓ ଗାରିମାର ସୂଚନା ଦିଏ । ବାଲୁଗାଁ ବନ୍ୟଜୀବ ଡିଭିଜନ ଅଧୀନସ୍ଥ ଟାଙ୍ଗୀ, ଚିଲିକା, ସାତପଡ଼ା, ରମ୍ଭା ଓ ବାଲୁଗାଁ ପରି ପାଞ୍ଚଟି ରେଞ୍ଜର ୧୭ଟି ଜୋନ ଜରିଆରେ କରାଯାଇଥିବା ପକ୍ଷୀଗଣନାରୁ ଜଣାଯାଏ ଯେ ବିଗତ ୫ ବର୍ଷ (୨୦୦୬-୦୭ଠାରୁ ୨୦୧୦-୧୧) ଭିତରେ ଚିଲିକାର ପକ୍ଷୀସଂଖ୍ୟା ୮-୯ ଲକ୍ଷ ଭିତରେ ରହୁଛି । ୨୦୧୦ ମସିହାର ସର୍ବାଧିକ ୯,୨୪,୫୭୮ଟି ପକ୍ଷୀ ଗଣନା କରାଯାଇଥିବା ସ୍ଥଳେ ୨୦୧୧ ମସିହାରେ ଏହି ସଂଖ୍ୟା ହ୍ରାସ ପାଇ ୮,୦୪,୪୫୨ରେ ପହଞ୍ଚିଥିଲା । ଚିଲିକାର ଜୈବବିବିଧତା ସୁରକ୍ଷା ତଥା ସଂରକ୍ଷଣ ଦିଗରେ ବନ୍ୟଜୀବ ବିଭାଗ (Wildlife Division), ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (Chilika Development Authority ବା CDA) ଓ ଜିଲ୍ଲା ପ୍ରଶାସନ (ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ) ବେଶ ତତ୍ପର ଅଛନ୍ତି । ୨୦୧୦-୨୦୧୧ ମଧ୍ୟରେ ୮୭ଟି ମୃତପକ୍ଷୀ ଶିକାରୀଙ୍କ ନିକଟରୁ ଜବତ କରାଯାଇଛି ଏବଂ ବନ୍ୟଜୀବ (ସୁରକ୍ଷା) ଆଇନ [Wildlife (Protection) Act] ୧୯୭୨ ଧାରା-୯ ଓ ଧାରା-୩୯ ଅନୁଯାୟୀ ଏଥିରେ ସଂପୃକ୍ତ ଥିବା ୩୫ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏହି ଆଇନର ଧାରା-୫୧ ଅନୁଯାୟୀ ୩ରୁ ୭ ବର୍ଷ କାରାଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି।

ସମସ୍ୟା ବଳୟରେ ଚିଲିକା[ସମ୍ପାଦନା]

ଅପୂର୍ବ ଜୈବବିଭିନ୍ନତା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପର୍ଯ୍ୟଟକଙ୍କୁ ଚିଲିକା ପ୍ରତି ଆକର୍ଷିତ କରିଥାଏ। ଏହା ସହ ପ୍ରାଣୀଜ ପୁଷ୍ଟିସାର ଖାଦ୍ୟର ଆକର୍ଷଣ ବା ମୋହ ଚିଲିକାକୁ ବିକୃତ କରିବାରେ ଲାଗିଛି। ଚିଲିକାର ସମସ୍ୟାଗୁଡ଼ିକ ନିମ୍ନରେ ଦିଆଗଲା।

  1. ବିଭିନ୍ନ ନଦୀନାଳରୁ ଆସୁଥିବା ପାଣି ଓ ପଟୁ ଜମା ହେବା ଯୋଗୁଁ ଚିଲିକା ଧୀରେ ଧୀରେ ପୋତି ହେବାରେ ଲାଗିଛି (siltation)। ଏହା ଏକ ପ୍ରାକୃତିକ ସମସ୍ୟା।
  2. ଲବଣ ମାତ୍ରା (salinity)ରେ କ୍ରମାଗତ ପରିବର୍ତ୍ତନ ଓ ମଧୁରଜଳ ଅନାବନା ଗଛ (weeds) ଜଳୀୟ ପ୍ରାଣୀ ସଂପଦକୁ ବେଶ ପ୍ରଭାବିତ କରିଛି
  3. ଚିଲିକା ସନ୍ନିକଟ ଅଧିବାସୀଗଣ ଚିଲିକା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ସେମାନେ ଅବିରତ ଚିଲିକା ଗର୍ଭରୁ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଆଦି ମୂଲ୍ୟବାନ ପ୍ରାଣୀମାନଙ୍କୁ ବିଭିନ୍ନ ଚିରାଚରିତ କୌଶଳ ମାଧ୍ୟମରେ ଧରି ବିକ୍ରୟକରି ପେଟ ପୋଷିଥାନ୍ତି। ଫଳରେ ଏସବୁ ପ୍ରାଣୀଙ୍କ ସଂଖ୍ୟା ହ୍ରାସ ସହ ସେମାନଙ୍କ ଅଭିବୃଦ୍ଧି ବେଶ ବାଧାପ୍ରାପ୍ତ ହେବାରେ ଲାଗିଛି। ଏପରି ଅତ୍ୟଧିକ ଜୈବ ସଂପଦର ସଂଗ୍ରହ ଜୈବବିଭିନ୍ନତା କ୍ଷୟର ଏକ ମୁଖ୍ୟ କାରଣ।
  4. ପର୍ଯ୍ୟଟନ କ୍ଷେତ୍ର ଭାବରେ ସୁନାମ ଅର୍ଜନ କରି ଥିବା ଚିଲିକାକୁ ନିରନ୍ତର ଭାବରେ ପର୍ଯ୍ୟ ଟକଙ୍କ ଆଗମନ , ଭ୍ରମଣ ଓ ଦର୍ଶନ ଆଦି ଡଲଫିନ ପରି ପ୍ରାଣୀମାନଙ୍କ ସୁରକ୍ଷା ପ୍ରତି ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟିକରିଛି । ୨୦୧୦ ମସିହାରେ ଡଲଫିନକୁ ଦେଖିବାକୁ ନ ମିଳିବାରୁ ସମସ୍ତଙ୍କ ମନରେ ସନ୍ଦେହ ଦେଖାଦେଇଛି ଏମାନଙ୍କ ସ୍ଥିତି, ଅବସ୍ଥିତି ଓ ପରିସ୍ଥିତି ଉପରେ।
  5. ପର୍ଯ୍ୟଟକଙ୍କ ଯାତ୍ରା ପାଇଁ ଯନ୍ତ୍ରଚାଳିତ ଡଙ୍ଗ।ର ବ୍ୟବହାର, ମତ୍ସ୍ୟ ସଂଗ୍ରହ ତଥା ପକ୍ଷୀ ଓ ଜଳଜୀବମାନଙ୍କ ଚଳପ୍ରଚଳରେ ବେଶ ବାଧା ସୃଷ୍ଟିକରିବା ସ୍ୱାଭାବିକ । ଏହା ଉପରେ ସେପରି କୌଣସି କଟକଣା ବା ନିୟନ୍ତ୍ରଣ ପରିଲକ୍ଷିତ ହୁଏନାହିଁ ।
  6. ପର୍ଯ୍ୟଟକଙ୍କ ଅବିରତ ଯାତ୍ରା ଓ ଭ୍ରମଣ ଚିଲିକା କୂଳ ଓ ଜଳଭାଗ ପ୍ରଦୂଷଣର କାରଣ । ବିଶେଷ କରି ପଲିଥିନ, ପ୍ଲାଷ୍ଟିକ ଓ ସେହିପରି ପ୍ରଦୂଷଣକାରୀ ପଦାର୍ଥର ବ୍ୟବହାର ଉପରେ ପ୍ରାୟତଃ କଟକଣା ନାହିଁ।
  7. ମୋଟର ଲଞ୍ଚରେ ବ୍ୟବହୃତ ଡିଜେଲ ପରି ତୈଳର ବ୍ୟବହାର ଜଳ ପ୍ରଦୂଷଣର ଅନ୍ୟ କାରଣ। ଫଳତଃ ଜଳୀୟ ପ୍ରାଣୀଙ୍କ ପରିବେଶ ଓ ଖାଦ୍ୟ ବେଶ ପ୍ରଦୂଷିତ ଓ କଳୁଷିତ ହେଉଛି।

ନୌବାଣିଜ୍ୟ ଯୋଗୁଁ ସ୍ଥାନର ନାମକରଣ[ସମ୍ପାଦନା]

ଚିଲିକା କୂଳରେ ବନ୍ଦର ଜାଗାମାନଙ୍କରେ ରାଜପଥ ଓ ନଦୀ ଯୋଗେ ମାଲ୍‌ ଆସି ମହଜୁଦ୍‌ ରହୁଥିଲା ବା ସେଠୁ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ରାଜ୍ୟ ଭିତରକୁ। ମାଲ୍‌ ରହିବା ସ୍ଥାନକୁ ମାଲୁଦ ଏହି ନାମରେ ଏବେ ପାରିକୁଦରେ ମାଲୁଦ ବୋଲି ଜଣାଶୁଣା ଜାଗାଟିଏ ଅଛି। ଚିଲିକା ବକ୍ଷ ଦେଇ ମୁହାଣକୁ ଗଲାବେଳେ ଚିଲିକା ମଧ୍ୟରେ ଅନେକ କୁଦ ବା ଦୀପ ପାରିହେବାକୁ ପଡ଼େ। ଏହା ଦୀପ ସମୂହକୁ ପାରି ହେଉଥିବାରୁ ସେମାନଙ୍କର ନାମ ରଖାଯାଇଛି ପାରିକୁଦ। ରାତିରେ ବୋଇତମାନଙ୍କୁ ଦିଗ୍‌ଦର୍ଶନ ପାଇଁ ସେମାନେ ମୁଣ୍ଡିଆ ଉପରେ ପଥରରେ ଖାଲ କରି ସେଥିରେ ଘିଅ ଢ଼ାଳି ବତୀରେ ଅଗ୍ନି ସଂଯୋଗ କରି ଜାଳି ରଖୁଥିଲେ। ଏହିପରି ଏକ ମୁଣ୍ଡିଆର ନାମ ଦୀପ ମୁଣ୍ଡିଆ ଏବଂ ‘ଖଳା’ର ନାମ ଘିଅଖଳା। ସେହିପରି ବୋଇତ ପାଖକୁ ଯିବା ରାସ୍ତାକୁ ବୋଇତହୁଡ଼ା, ପାହାଡ଼ ତଳ ବନ୍ଦରକୁ ବୋଇତ ପାହାଡ଼। ଏମିତିକି ମାଣିକପାଟଣୀ ଅତୀତ ନୌବାଣିଜ୍ୟର ମୁକସାକ୍ଷୀ ସ୍ୱରୂପ ଏବେ ନାମ ବହନ କରି ବିଦ୍ୟମାନ।<ref>ବିପିନ ବିହାରୀ ମହାନ୍ତି, ସମୟ, ପୃଷ୍ଠା-୪, ୧୭.୧୧.୨୦୧୩</ref

ଇତିହାସ[ସମ୍ପାଦନା]

ଭୌଗୋଳିକ ପ୍ରମାଣ ସୂଚିତ କରେ ଯେ ପ୍ଲେଷ୍ଟୋସିନ୍ ସମୟର ପରବର୍ତ୍ତୀ ପର୍ଯ୍ୟାୟରେ ଚିଲିକା ହ୍ରଦ ବଙ୍ଗୋପସାଗରର ଏକ ଅଂଶ ଥିଲା (1.8 ମିଲିୟନ୍ରୁ 10,000 ବର୍ଷ ବିପି)।

ଗ୍ୟାଲେରି[ସମ୍ପାଦନା]

Alt text
ଚିଲିକା ମୁଁହାଣ
Alt text
ଚିଲିକା
Alt text
ମାଛରଙ୍କା ଚଢ଼େଇ
Alt text
ଫ୍ଲେମିଙ୍ଗୋ ଚଢ଼େଇ
Alt text
ଫ୍ଲେମିଙ୍ଗୋ ଚଢ଼େଇ
Alt text
ଲୁଣିପାଣି ପିଉଥିବା ଗାଇ
Alt text
କଳା ଲାଞ୍ଜ ବାଲା ଗୁଡ଼ଉଇଟ
Alt text
ସାଣ୍ଡରଲିଙ୍ଗ ଚଢ଼େଇ
Alt text
ଇଗଲ ଚଢ଼େଇ
Alt text
Alt text
Alt text

ଆଧାର[ସମ୍ପାଦନା]

  1. ୧.୦ ୧.୧ Tripati, Sila; A. P. Patnaik (2008-02-10). "Stone anchors along the coast of Chilika Lake: New light on the maritime activities of Orissa, India" (PDF). CURRENT SCIENCE. Bangalore: Indian Academy of Sciences. 94 (3): 386–390.
  2. "Chilika at a Glance". Chilika Development Authority. Archived from the original on 8 March 2013. Retrieved 2013-01-23.
  3. WWF India (2008). "Chilika Lake". Archived from the original on 18 October 2007. Retrieved 2008-12-16.
  4. http://www.orissabigyanacademy.nic.in/pdf/June-2012-SH.pdf Archived 2016-03-11 at the Wayback Machine. Monthly Odia magazine "Bigyan Diganta"(January,2012 )

ଅଧିକ ତଥ୍ୟ[ସମ୍ପାଦନା]