ବାଲେଶ୍ୱର ଜିଲ୍ଲା

ଉଇକିପିଡ଼ିଆ ରୁ
(ବାଲେଶ୍ଵର ଜିଲ୍ଲା ରୁ ଲେଉଟି ଆସିଛି)
Jump to navigation Jump to search
ବାଲେଶ୍ଵର
ଜିଲ୍ଲା
ତାଳସାରି ବେଳାଭୂମି
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
Coordinates: 21°30′N 86°54′E / 21.5°N 86.9°E / 21.5; 86.9Coordinates: 21°30′N 86°54′E / 21.5°N 86.9°E / 21.5; 86.9
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀଲୋକ ସଭା ବାଲେଶ୍ଵର
ଭାଷା ଓଡ଼ିଆ, ଇଂରାଜୀ
ନାମରେ ନାମିତ ଓଡ଼ିଶାର ଭାତହାଣ୍ଡି
ବିଧାନ ସଭା

୭ଟି ଆସନ [୧]

କ୍ଷେତ୍ରଫଳ
 • ଜିଲ୍ଲା  km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
 • ବେଳାଭୂମି 81 km2 (Bad rounding here31 sq mi)
Population (୨୦୧୧)
 • କ୍ରମାଙ୍କ ଓଡ଼ିଶାରେ ଚତୁର୍ଥ (୪/୩୦)
 • ଘନତା 609/km2 (Bad rounding here1,600/sq mi)
IST (+୫.୩୦)
ପିନ କୋଡ଼ ୭୫୬୦୦୧[୨]
Area code(s) +୦୬୭୮୨
ଗାଡ଼ି ପଞ୍ଜିକରଣ OR/01
ୱେବସାଇଟ ମୁଖ୍ୟ ୱେବସାଇଟ
ପ୍ରଶାସନିକ ବିଭାଗ
ଉପଖଣ୍ଡ:
ବ୍ଳକ: ୧୨
ସହର:
ପୌର ପରିଷଦ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ତହସିଲ: 7
ଗ୍ରାମ ପଞ୍ଚାୟତ: ୨୮୯
ଗ୍ରାମ: ୨୯୭୧
ବେଳାଭୂମି: ୮୧ କିମି.

ବାଲେଶ୍ଵର ଜିଲ୍ଲା ଓଡ଼ିଶାର ଉତ୍ତରରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୧୯୪ କିମି ଦୁରରେ ଅବସ୍ଥିତ । ବାଲେଶ୍ଵର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ।

ଜନଗଣନା[ସମ୍ପାଦନା]

ବାଲେଶ୍ଵର ଷ୍ଟେଶନ ଛକ

୨୦୧୧ ଜନଗଣନା ଅନୁସାରେ ବାଲେଶ୍ଵର ଜିଲ୍ଲାର ମୋଟ ଲୋକସଂଖ୍ୟା ୨,୩୧୭,୪୧୯[୩] | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୨୦,୬୪,୩୫୭ ଓ ସହରାଞ୍ଚଳରେ ୨,୫୩,୦୬୨ ଲୋକ ବାସ କରନ୍ତି ।[୪]

  • ପୁରୁଷ: ୧୧,୮୪,୩୭୧
  • ମହିଳା: ୧୧,୩୩,୦୪୮
    • ଛ ବର୍ଷରୁ କମ: ୨,୭୪,୪୩୨
  • ପଢୁଆ ହାର ୮୦.୬୬%
    • ପୁରୁଷ: ୮୮.୦୬%
    • ମହିଳା: ୭୨.୯୫%

ବିଭାଗ[ସମ୍ପାଦନା]

ବାଲେଶ୍ଵର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଲ୍ଲାର ୨ଟି ସଦର ମହକୁମା , ବାଲେଶ୍ଵର ଓ ନୀଳଗିରି ଓ ୧୨ଟି ବ୍ଲକ ଅଛି ଯାହାସବୁ ଗ୍ରାମାଞ୍ଚଳର ଉନ୍ନତି ସକାଶେ କାମ କରିଥାନ୍ତି, ଖଜଣା ଓ ପ୍ରଶାସନିକ କାରବାର ପାଇଁ ୭ଟି ତହସିଲ ଓ ୨୮୯ ଗ୍ରାମ ପଞ୍ଚାୟତ ଅଛି । ତାହା ଛଡା ୪ଟି ସହର (ଗୋଟିଏ ମୁନିସିପାଲିଟି ଓ ୩ଟି ଏନ.ଏ.ସି) ଅଛି । ଆହୁରି ମଧ୍ୟ ୨,୯୭୧ଟି ଗାଆଁ ଅଛି ଯାହା ଭିତରୁ ୨,୬୦୨ଟିରେ ଲୋକେ ବସବାସ କରନ୍ତି ।
ଏହି ଜିଲ୍ଲାରେ ଗୋଟିଏ ଲୋକ ସଭା ନିର୍ବାଚନ ମଣ୍ଡଳୀ ଓ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଛି ।

ପଞ୍ଚାୟତ ସମିତି ଓ ଵ ତହସିଲ[ସମ୍ପାଦନା]

  • ପଞ୍ଚାୟତ ସମିତିସବୁର ନାମ:
  1. ବାଲେଶ୍ଵର ଶାଖା - ବାହାନଗା, ବାଲେଶ୍ଵର, ବାଲିଆପାଳ, ବସ୍ତା, ଭୋଗରାଇ, ଜଳେଶ୍ଵର, ଖଇରା, ରେମୁଣା, ସିମୁଳିଆ, ସୋର
  2. ନୀଳଗିରି ସଦରମହକୁମା - ନୀଳଗିରି, ଔପଦା
  • ତହସିଲସବୁ - ବାଲେଶ୍ଵର, ବାଲିଆପାଳ, ବସ୍ତା, ଜଳେଶ୍ଵର, ନୀଳଗିରି, ସିମୁଳିଆ, ସୋର

ଭୂଗୋଳ[ସମ୍ପାଦନା]

ଓଡ଼ିଶାର ପୂର୍ବରେ ବାଲେଶ୍ଵର ଅବସ୍ଥିତ । ଭାରତର ଦକ୍ଷିଣ ପୂର୍ବ ଉପକୂଳରେ ବଙ୍ଗୋପସାଗର କଡ଼ରେ ଏହା ଅଛି । ଏହା ୨୧°୩୦` ଉତ୍ତର, ୮୬°୫୬` ପୂର୍ବରେ ଅଛି । ବାଲେଶ୍ଵର ୩,୦୭୬ କି.ମି.ର ଜାଗାରେ ବ୍ୟାପିଛି | ଦକ୍ଷିଣ-ପୂର୍ବ ପର୍ବତ ମାଳାର ତିନୋଟି ଅଞ୍ଚଳ ବାଲେଶ୍ଵର ଭିତରେ ଅଛି । ଏହା ବାରିପଦା ଠାରୁ ୨୫ କି.ମି. ଦୁରରେ ଅବସ୍ଥିତ ।

ବାଲେଶ୍ଵରକୁ ଓଡ଼ିଶାର ଭାତହାଣ୍ଡି ବୋଲି କୁହାଯାଇଥାଏ ।

ବାଲେଶ୍ଵରରେ ଅନେକ ଜଙ୍ଗଲ ଓ ଖଣିମାନ ରହିଅଛି । ଏଠାରେ ବୁଢ଼ା ବଳଙ୍ଗସୁବର୍ଣ୍ଣରେଖା ନଦୀ ବହୁଅଛି ଆଉ ୩,୮୨୪ ଫୁଟ ଉଚ୍ଚର ମହାଗିରି ପର୍ବତ ଅଛି । ବାଲେଶ୍ଵରରେ ସମୁଦ୍ର ମୁହାଣକୁ ଛୁଇଁଥିବା ଅନେକ ନଇ ଓ ଶାଖାନଇ ଅଛି । ବାଲେଶ୍ଵରରେ ଜଳସେଚନ ଭଲ ଭାବରେ ବ୍ୟାପିଛି ।

ଇତିହାସ[ସମ୍ପାଦନା]

ବୌଦ୍ଧ ଯୁଗ[ସମ୍ପାଦନା]

ବୌଦ୍ଧ ଯୁଗରେ ବାଲେଶ୍ଵରକୁ “କୋଶାମ୍ବ” ବା “କୋସାମ୍ବ” କୁହାଯାଉଥିଲା । ତପସୁ ଓ ବହ୍ଲିକ ନାମକ ଦୁଇ ଭାଇ ୫୦୦ ଶଗଡ଼ରେ ବଣିଜ କରବା ନିମନ୍ତେ ପଣ୍ୟ ନେଇ ଯିବା ସମୟରେ ଉରୁବେଳା ନିକଟରେ ଭଗବାନ ବୁଦ୍ଧଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ବୁଦ୍ଧଦେବ ସେମାନଙ୍କୁ ଶିଷ୍ୟ ଭାବରେ ଗ୍ରହଣ କରିଥିଲେ । ଖ୍ରୀ.ଅ. ୩ ଯ ଶତାବ୍ଦୀରେ କଳିଙ୍ଗର ରାଜା ବାଲୁକେଶ୍ଵରଙ୍କ ସମୟରେ ସଧବପୁଅମାନେ ବାଲି ଦ୍ଵୀପ ସହିତ ଯେତେବେଳେ ବେପାର ବଣିଜ କରୁଥିଲେ ସେତେବେଳେ ମଧ୍ୟ ଏହାର ନାମ ବାଲେଶ୍ଵର ଥିଲା ।[୫] ବାଲେଶ୍ଵର ଜିଲା ପ୍ରାଚୀନ କଳିଙ୍ଗର ଏକ ମୁଖ୍ୟ ଭାଗ ଥିଲା । ମୁକୁନ୍ଦ ଦେବଙ୍କ ପରଲୋକ ପରେ ଏହା ତୋଷାଳି ବା ଉତ୍କଳର ଏକ ଭାଗରେ ପରିଣତ ହେଲା ।

ଟଲେମିଙ୍କ ଭୌଗଳିକ ପୋଥି ଓ ଐତିହାସିକ ଲେସୋମିଙ୍କ ବାଲେଶ୍ଵର ଉପରେ ଥିବା ନିବନ୍ଧରୁ ଜଣାପଡ଼େ ଯେ ବାଲେଶ୍ଵର ପୁରାତନ ଯୁଗରେ ବାଣିଜ୍ୟରେ ଅନେକ ଅଗ୍ରଗତି କରିଥିଲା । [୬]

ପ୍ରାଚୀନ କଳିଙ୍ଗର ନରପତିଙ୍କ ସମୟରେ ଯେତେବେଳେ ଜବା ଦ୍ଵୀପ (ଜାଭା), ସୁମାତ୍ରା, ବାଲି ଦ୍ଵୀପକୁ କଳିଙ୍ଗର ବଣିକମାନେ ନୌବାଣିଜ୍ୟ କରିବାକୁ ଯାଉଥିଲେ, ସେତେବେଳେ ମଧ୍ୟ କୋଶାମ୍ବ ବାଲେଶ୍ଵର ପରମିଟ ଘାଟ ବନ୍ଦରରୁ ପଣ୍ୟ ଦ୍ରବ୍ୟ ବିକାହେବା ପାଇଁ ଯାଉଥିଲା । ଆଜିର ବାଲିଘାଟ ବନ୍ଦର ଓ ପରମିଟ ଘାଟରୁ ୧୬୯୦ ବେଳକୁ ଆଉରଙ୍ଗଜେବବାଲେଶ୍ଵରରେ ବେପାର ବଣିଜ କରିବା ପାଇଁ ଇଂରେଜମାନଙ୍କୁ ସନନ୍ଦ ଦେଇଥିଲେ ।

ମୋଗଲ ଶାସନ[ସମ୍ପାଦନା]

ଏଠାକୁ ମୋଗଲମାନେ ୧୫୬୮ରେ ଆସିଥିଲେ ଓ ସେମାନଙ୍କ ଅଧିନରେ ଏହା ୧୭୫୦-୫୧ ଯାଏଁ ଥିଲା । ଆଫଗାନ ଶାସନ କାଳରେ ଆଫଗାନୀମାନେ ବାଲେଶ୍ଵର ଦାଖଲ କରି ଶାସନ କରୁଥିଲେ । ୧୫୯୨ରେ ମୋଗଲ ସମ୍ରାଟ ଆକବର ବାଲେଶ୍ଵର ଦଖଲ କରି ବହୁକାଳ ଶାସନ କରିଥିଲେ । ୧୪୭୦ରେ ବାଙ୍ଗର ନବାବ ଆଲିବର୍ଦ୍ଦିନ ଖାଁଙ୍କ ଠାରୁ ବାଲେଶ୍ଵରର ସୁବାଦାର ମୁରସିଦ ଖାଁ ଲୁଣିଆଯୋଡ଼ି ପୋଲ ନିକଟରେ ଥିବା ହାଜିପୁର (ଏବେକାର ହରିପୁର)ଠାରେ ଯୁଦ୍ଧରେ ପରାସ୍ତ ହୋଇଥିଲେ ଓ ଓଡ଼ିଶା ଛାଡ଼ି ପଳାଇଲେ ।

ମରାଠା ଶାସନ[ସମ୍ପାଦନା]

୧୭୫୧ରେ ମରାଠାମାନେ ମୋଗଲମାନଙ୍କୁ ହଟାଇ ବାଲେଶ୍ଵର ଦାଖଲ କରିଥିଲେ । ମରାଠା ସେନାପତି ଭାସ୍କର ପଣ୍ଡିତ ଏହାର ଦାୟିତ୍ଵରେ ଥିଲେ । କେତେକ ମରାଠା କର୍ମଚାରି ବାଲେଶ୍ଵରରେ ବାଣ୍ଠୁଆ ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର ଆଦି ତୋଳାଇଥିଲେ । ସେ ସମୟରେ ହସ୍ତଶିଳ୍ପ ଓ ତନ୍ତରେ ଉନ୍ନତ ବାଲେଶ୍ଵରୀ ବାନ୍ଧ ବୁଣାଯାଉଥିଲା । ମାକଲପୁର ଏଥିପାଇଁ ଜଣାଶୁଣା ଥିଲା । ମରାଠାମାନେ ଅମର୍ଦାଠାରେ ଥିବା ରାଇବଣିଆ ଦୁର୍ଗଠାରେ ଥିଲେ । ବାଲେଶ୍ଵରକୁ ୫ଟି ପରଗଣାରେ ବିଭକ୍ତ କରାଯାଇଥିଲା ।

ଜାଗାର ନାମକରଣ[ସମ୍ପାଦନା]

ମରାଠା ସର୍ଦାର ଭାସ୍କର ପଣ୍ଡିତଙ୍କ ନାମ ଅନୁସାରେ ଭାସ୍କରଗଞ୍ଜ, ମୋତିରମ ଫଉଜଦାରଙ୍କ ନାମ ଅନୁସାରେ ମୋତିଗଞ୍ଜ, ନୀଳଖୋଲୁ ସର୍ଦାରଙ୍କ ନାମ ଅନୁସାରେ ନୀଳଗିରି ନାମ ହୋଇଥିବାର ଜଣାଯାଏ ।[୫] ସେହିପରି ମାନସିଂହ ନାମାନୁସାରେ ମାନସିଂହ ବଜାର ଓ ଅନ୍ୟାନ୍ୟ ମୋଗଲ ସର୍ଦାରଙ୍କ ନାମରୁ ବାଇରମ ନଗର, ମିର୍ଜା ପୋଖରୀ, ଦର୍ଜି ପୋଖରୀ, ଆଜିମାବାଦ, ପଠାଣ ମହଲା ନାମକରଣ ହୋଇଥିଲା । ଲାଲା କିଶୋର ରାଜଙ୍କ ନାମ ଅନୁସାରେ ବାରବାଟି ଓ ଲାଲା ବଜାର ହୋଇଥିଲା ।

ଅଝାଲ ସିଲାଇ[ସମ୍ପାଦନା]

ନିମକ ମାହାଲ ନାମରେ ଏକ ଦପ୍ତର ବାଲେଶ୍ଵରଠାରେ ଥିଲା । ଏହି ଦପ୍ତରରେ ଜାହାଜ ଗୁଡ଼ିକର ପାଲ ସିଲାଇ ଓ ଲୁଣ ମହଜୁଦ ହୋଇ ରପ୍ତାନି ପାଇଁ ପଠାଯାଉଥିଲା । କାର୍ତ୍ତିକ ପୂର୍ଣ୍ଣମୀ ଦିନ ବେପାରୀ ଓ ବୋଇତମାନଙ୍କୁ ବିଦାୟ ଦିଆଯାଉଥିଲା । ଆଜି ମଧ୍ୟ ବାଲିଘାଟ ବନ୍ଦରରେ ତାର ସ୍ମୃତି କାର୍ତ୍ତିକ ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ ।[୫]

ପର୍ତୁଗୀଜ, ଫରାସି ଓ ଓଲନ୍ଦାଜ ଶାସନ[ସମ୍ପାଦନା]

୧୫୧୪ରେ ପର୍ତୁଗୀଜମାନେ ଓ ତା ପରେ ଫରାସୀ, ଦିନାମାର ଓ ଓଳନ୍ଦାଜମାନେ ବାଲେଶ୍ଵରରେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ । ୧୯୯୬ ନଭେମ୍ବର ୨୩ରେ ବାଲେଶ୍ଵରର ବାରବାଟି ଉଚ୍ଚ ବିଦ୍ୟାଳୟର ଏହି ସମୟର ସ୍ମୃତିରେ ମାଇକେଲ ସେଇନସ ଓ ଏନାବେଲା ନାମ୍ନୀ ଜଣେ ଓଳନ୍ଦାଜ ଯୁବତୀଙ୍କ ନାମରେ ୨ଟି ସମାଧି ତିଆରି କରାଯାଇଥିଲା ।[୫] ୧୭୧୯ରେ ଫରାସି ବଣିକମାନେ ଫରାସି ଡିଙ୍ଗାରେ ବାଣିଜ୍ୟ କୋଠିମାନ ସ୍ଥାପନା କରିଥିଲେ । ୧୭୪୨ରେ ଏବେକାର ବାଲେଶ୍ଵର କଚେରିଠାରେ ମରାଠା ସେନାପତି ଭାସ୍କର ପଣ୍ଡିତ ଓ ଆଲିବର୍ଧନଙ୍କ ଭିତରେ ହୋଇଥିବା ଯୁଦ୍ଧରେ ମରାଠାମାନେ ପରାଜିତ ହୋଇଥିଲେ । ୧୭ଶ ଶତାବ୍ଦୀର ଆରମ୍ଭରେ ବାଲେଶ୍ଵର ପୂର୍ବ ଉପକୂଳର ବେପାର ବଣିଜର ପେଣ୍ଠସ୍ଥଳ ପାଲଟିଥିଲା । ଏଠାକାର ବାସିନ୍ଦାମାନେ ସମୁଦ୍ରପଥରେ ଦକ୍ଷିଣପୂର୍ବ ଏସିଆର ଲାକ୍ଷାଦ୍ଵୀପମାଳଦ୍ଵୀପକୁ ବେପାର ବଣିଜ ପାଇଁ ଯାଉଥିଲେ । ଭୋଗରାଇରୁ ମିଳିଥିବା ତମ୍ବା ମୁଦ୍ରା ଓ ଅଭଣା, କୁପାରି, ବସ୍ତାଅଯୋଦ୍ଧାରୁ ମିଳିଥିବା ବୁଦ୍ଧଙ୍କ ମୂର୍ତ୍ତି ଏଠାରେ ବୁଦ୍ଧ ଧର୍ମର ଅବସ୍ଥିତି ଉପରେ ପ୍ରମାଣ ଦିଏ ଯାହା ଭୌମକର ରାଜଶାସନ କାଳରେ ବିକାଶ କରିଥିଲା । ଜଳେଶ୍ଵର, ବାଲେଶ୍ଵର ଓ ଅଭଣାରୁ ମିଳିଥିବା ମହାବୀର ଜୈନଙ୍କ ୧୦ମ-୧୧ଶ ଶତାବ୍ଦୀରେ ତିଆରି ମୂର୍ତ୍ତି ଏଠାରେ ଜୈନ ଧର୍ମ ଥିବାର ମଧ୍ୟ ପ୍ରମାଣ ଦେଇଥାଏ । ୧୮୬୫ରେ ଓଳନ୍ଦାଜମାନଙ୍କ ବାଣିଜ୍ୟ କୋଠିକୁ ଇଂରେଜମାନେ ଦଖଲ କରିଥିଲେ ଓ ୧୮୬୪ରେ ଓଳନ୍ଦାଜମାନଙ୍କ କୋଠିକୁ ଦଖଲ କରିଥିଲେ ।[୫]

ଫିରିଙ୍ଗି ଶାସନ[ସମ୍ପାଦନା]

୧୮୦୩ରେ ଏହା ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିନକୁ ଯାଇଥିଲା ଓ ୧୯୧୨ ଯାଏଁ ସେମାନଙ୍କ ଅଧିନରେ ରହିଥିଲା । ଏହା ବ୍ରିଟିଶ, ଡଚ ଓ ଓଲନ୍ଦାଜମାନଙ୍କ ପାଇଁ ବେପାର ବଣିଜର ଏକ ପ୍ରମୁଖ ବନ୍ଦର ଥିଲା । ଏଠାରେ ୧୬୪୦ରେ ପ୍ରଥମ ବ୍ରିଟିଶ କାରଖାନା ବସାଯାଇଥିଲା ।

ସ୍ଵତନ୍ତ୍ର ଜିଲ୍ଲା ଗଠନ[ସମ୍ପାଦନା]

ଅକ୍ଟୋବର ୧୮୨୮ରେ ବାଲେଶ୍ଵର ଏକ ଅଲଗା ଜିଲ୍ଲାରେ ପରିଣତ ହେଲା । ୧ ଏପ୍ରିଲ ୧୯୩୬ରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ବାଲେଶ୍ଵର ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲାରେ ପରିଣତ ହେଲା । ୧୯୨୧ରେ ମହାତ୍ମା ଗାନ୍ଧୀଙ୍କ ଆସିବା କାଳରେ ଏଠାରେ ସ୍ଵାଧିନତା ଆନ୍ଦୋଳନ ଆରମ୍ଭ ହୋଇଥିଲା । ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ଓ ଟିକସ ନଦେବା ପାଇଁ ଶ୍ରୀଜଙ୍ଗ ବାଲେଶ୍ଵରରେ ହୋଇଥିବା ସତ୍ୟାଗ୍ରହ ସ୍ଵାଧିନତା ଆନ୍ଦୋଳନର କେତେକ ଜଣାଶୁଣା ଭାଗ । ନୀଳଗିରିଗଡ଼ଜାତର ରାଜାଙ୍କ ବିରୋଧରେ ନୀଳଗିରିରେ ପ୍ରଜାମେଳି ହୋଇଥିଲା । ଜାନୁଆରି ୧୯୪୮ରେ ନୀଳଗିରି ଗଡ଼ଜାତ ଓଡ଼ିଶା ସହ ମିଶିଥିଲା ଓ ବାଲେଶ୍ଵର ଜିଲ୍ଲା ଭିତରକୁ ସରକାରୀ ଭାବେ ଆସିଥିଲା ।

ସ୍ଵାଧୀନତା ପର[ସମ୍ପାଦନା]

୩ ଏପ୍ରିଲ ୧୯୯୩ରେ ଭଦ୍ରକ ସଦର ମହକୁମା ଏକ ଅଲଗା ଜିଲ୍ଲା ପାଲଟିଥିଲା ।

ବେପାର ବଣିଜ[ସମ୍ପାଦନା]

ବାଲେଶ୍ଵର ସହର ବାଲେଶ୍ଵର ଜିଲାର ବାଣିଜ୍ୟର ପେଣ୍ଠସ୍ଥଳ । ବାଲିଆପାଳ ଅନ୍ୟ ଏକ ସହର, ଏହାକୁ ପାନ, ଧାନ ଓ ମୀନର ସହର କୁହାଯାଏ । ଚାଷବାସ, କଳକାରଖାନା, ମାଛଧରା ଆଦି ଏଠାକାର ମୂଳବେଉସା । ନୁଆ ବଜାର, ମୋତିଗଞ୍ଜ, ବିବେକାନନ୍ଦ ମାର୍ଗ, ଫକିରମୋହନ ଗୋଲେଇ, ଷ୍ଟେସନ ଛକ, ଆଇଟିଆଇ ଛକ, କଚେରୀ ବଜାର, ନୁଆସାହି ଆଦି ଏଠାକାର ବେପାର ବାଣିଜ୍ୟର ମୁଳ । ବାଲେଶ୍ଵରର ଜଉ କଣ୍ଢେଇ ବିରଳ, କୋଟିକମ କରା ଓ ସାରା ଓଡ଼ିଶାରେ ପ୍ରସିଦ୍ଧ । ଓଡ଼ିଶାର କଳା, ସାହିତ୍ୟ, ଚଳଣି, ଖାଇବା ପିଇବା, ଚାଷବାସ ଓ କଳକାରଖାନାର ବିକାଶରେ ବାଲେଶ୍ଵର ଭୂମିକା ଅଶେଷ । ଏଠାରେ ବିରଳା ଟାୟାର, ଇମାମି କାଗଜ କଳ, ଓରିପ୍ଲାଷ୍ଟ ପ୍ଲାଷ୍ଟିକ କାରଖାନା ସହ ଆହୁରି ଅନେକ କାରଖାନା ଅଛି ।

ଗମନାଗମନ[ସମ୍ପାଦନା]

ବାଲେଶ୍ଵର ରେଳ ଷ୍ଟେସନ ଚେନାଇରୁ କଲିକତା ଯାଏଁ ଲମ୍ବିଥିବା ଦକ୍ଷିଣ-ପୂର୍ବ ରେଳପଥରେ ପଡେ । ଜାତୀୟ ରାଜପଥ-୫/ଜଗନ୍ନାଥ ସଡ଼କ କଲିକତାରୁ ଚେନ୍ନାଇ ଯାଇଛି ଓ ଚାରି ଲେନବାଲା ଜାତୀୟ ରାଜପଥ-୬୦ ବାଲେଶ୍ଵରରୁ କଲିକତା ଯାଇଛି ।

ନିକଟତମ ବିମାନଘାଟି: ଭୁବନେଶ୍ୱର (୧୯୧ କି.ମି.) ଓ କଲିକତା ଯାହାକି ଏଠାରୁ ପ୍ରାୟ ସାଢେ ୩ ଘଣ୍ଟାର ବାଟ ।

ଭଦ୍ରକ, ଜାଜପୁର, କଟକ, ଭୁବନେଶ୍ୱର, କୋରାପୁଟ, ରାଉରକେଲା, ସମ୍ବଲପୁର, ବରଗଡ଼ ଓ ଓଡ଼ିଶାର ବାକି ସହରମାନଙ୍କ ସହ ବାଲେଶ୍ଵର ବସ ଓ କାର ଆଦିରେ ଭଲ ଭାବେ ଜୋଡ଼ା । ବାଲେଶ୍ଵରଠୁ ୬୦କିମି ଦୁରରେ ବାରିପଦା ସହର ଅବସ୍ଥିତ |.

ପର୍ଯ୍ୟଟନ ସ୍ଥଳ[ସମ୍ପାଦନା]

ବନ୍ଦର ଓ ବେଳାଭୂମି[ସମ୍ପାଦନା]

ଏହା ବାଲେଶ୍ଵର ସହରଠାରୁ ୧୨ କି.ମି. ଦୂରରେ ଥିବା ଏକ ବେଳାଭୁଇଁ । ଏହା ବାକି ବେଳାଭୁଇଁ ଠାରୁ ଅଲଗା, ଏଠାରେ ଲହଡ଼ି କେବଳ ଭୋର ଓ ରାତିରେ ଦେଖିବାକୁ ମିଳେ । ଦିନସାରା ସମୁଦ୍ରର ୩-୪ ମାଇଲ ଯାଏଁ କେବେ ଲହଡି଼ ଆସେ ନାହିଁ । ଏହାର ଅନତି ଦୂରରେ ବଳରାମଗଡ଼ି ମାଛଧରା ବନ୍ଦର ରହିଅଛି ।
ତାଳସାରିରେ ସୂର୍ଯ୍ୟାସ୍ତ
ଏହା ବାଲିଆପାଳ ନିକଟରେ ଅବସ୍ଥିତ ବାଲେଶ୍ଵର ଜିଲାର ଏକ ବେଳାଭୂମି ।
ଏହା ଏକ ସୁନ୍ଦର ବନ୍ଦର ଓ ଏଠାକାର "ହୁଇଲର୍ସ ଦ୍ଵୀପ"ରେ ଗୋଳାବାରୁଦ ପରୀକ୍ଷଣ କରାଯାଇଥାଏ ।
ବାଲେଶ୍ଵର ସହରରେ ଅବସ୍ଥିତ ଏହି ପୁରାତନ ବନ୍ଦର ଏକ ପ୍ରମୁଖ ମାଛଧରା ବନ୍ଦର ।
ବୁଢାବଳଙ୍ଗ ନଦୀ କଡ଼ରେ ଡଙ୍ଗା

ଏସବୁ ଛଡ଼ା ଡଗରାଚଉମୁଖଠାରେ ଦୁଇଟି ବେଳାଭୂମି ମଧ୍ୟ ରହିଅଛି ।

ଉପାସନା ସ୍ଥଳ[ସମ୍ପାଦନା]

ଏହା ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ୱର ପାହାଡ଼ ଉପରେ ଅଛି । ପାହାଡ଼ି ଝରଣା ଭିତରେ ଥିବା ପାଞ୍ଚଟି ଶିବଲିଙ୍ଗକୁ ବାବା ପଞ୍ଚଲିଙ୍ଗେଶ୍ୱର କୁହାଯାଏ । ଖୋଲା ପାହାଡ଼ ଆଉ ଗଛଲତାରେ ବେଢ଼ା ଏହା ଖାଲି ଗୋଟିଏ ଶିବ ମନ୍ଦିର ନୁହେଁ, ଗୋଟିଏ ସୁନ୍ଦର ବଣଭୋଜି ଜାଗା । ବାଲେଶ୍ଵର ଜିଲ୍ଲାର ଏହା ଏକ ଜଣାଶୁଣା ବୁଲାବୁଲି ଜାଗା । ଓଡ଼ିଶା ଓ ପାଖାପାଖି ରାଜ୍ୟର ଅନେକ ଜାଗାରୁ ଲୋକେ ଏଠାକୁ ବୁଲିବା ପାଇଁ ଆସନ୍ତି ।
ସୁନହଟରେ ଥିବା ଭୁଜାଖିଆ ପିର ଉଭୟ ହିନ୍ଦୁ ଓ ମୁସଲିମ ଧର୍ମାବଲମ୍ବୀମାନଙ୍କ ଦେଇ ପୂଜିତ ହୋଇଥାନ୍ତି | ଆସ୍ଥାନା ସରିଫ ହଜରତ ପିରବାବା ଏଠାରେ ହଇଜା ରୋଗିଙ୍କର ସେବା ପାଇଁ ଆସିଥିବାରୁ ତାଙ୍କ ନାମ ଅନୁସାରେ ଏହି ପୀଠର ନାମ ଭୁଜାଖିଆ ପିର ରଖାଯାଇଛି ।

ଐତିହ୍ୟସ୍ଥଳୀ[ସମ୍ପାଦନା]

ରେମୁଣାରେ ଅବସ୍ଥିତକ୍ଷୀରଚୋରା ଗୋପୀନାଥ ମନ୍ଦିର ବାଲେଶ୍ଵରଠାରୁ ୯ କିମି ପୂର୍ବରେ ଅବସ୍ଥିତ ଓ ହାଓଡ଼ା ଓ ଭୁବନେଶ୍ଵର ମଝିରେ ପଡ଼େ । ଏହା ଉତ୍କଳର ନରପତି ଲାଙ୍ଗୁଳା ନରସିଂହ ଦେବଙ୍କ ଦେଇ ନିର୍ମିତ ।
ଏଠାରେ ରହିଛି ଏସିଆର ସବୁଠୁ ବଡ଼ ଶିବଲିଙ୍ଗ । ଏହା ଏକ ପ୍ରସିଦ୍ଧ ଶିବ କ୍ଷେତ୍ର ଭାବରେ ଜଣାଶୁଣା ।
ଏହା ଏକ ପ୍ରସିଦ୍ଧ ଶୈବପିଠ । ଏଠାକାର "ଜାଗର ମେଳା" ଏକ ଜଣାଶୁଣା ପର୍ବ ।
ଏହା ଏକ ପ୍ରସିଦ୍ଧ ଚଣ୍ଡୀ ମନ୍ଦିର ଓ ଉତ୍ତର ଓଡି଼ଶାର ଏକ ପ୍ରମୁଖ ଶାକ୍ତ ପୀଠ । ବାଲେଶ୍ଵର ଠାରୁ ଉଦଳା ଯିବା ବାଟରେ ସଜନାଗଡ଼ଠାରେ ଏହି ମନ୍ଦିର ଅବସ୍ଥିତ ।

ଲୋକକଳା[ସମ୍ପାଦନା]

ଲୋକଗୀତ ଓ ଲୋକନାଟ[ସମ୍ପାଦନା]

ବାଲେଶ୍ଵର ଜିଲ୍ଲାର ଚଢ଼େଇଆ ନାଚସଙ୍ଗୀତ ସମଗ୍ର ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଅଛି । ନୀଳଗିରିର ଛଉ ନାଟ, ପାଟୁଆ ନାଟ, ଯାତ୍ରା, ଗୀତିନାଟ୍ୟ, ସଜନାଗଡ଼, ବାହାନଗାଚନ୍ଦନେଶ୍ଵର ମେଳାର ଚଇତି ଘୋଡ଼ା ନାଚ ଆଦି ଖୁବ ଜଣାଶୁଣା । ଏହା ଛଡ଼ା ଶ୍ରୀଜଙ୍ଗ, ଚଣ୍ଡୀପୁର, ବର୍ଦ୍ଧନପୁର, ବାଙ୍କେଶ୍ଵର ଅଞ୍ଚଳର ବଣକୋଇଲା ନାଟ, ମଙ୍ଗଳପୁରଅଭଣାର ଦଧି ନାଟ, ବାଲେଶ୍ଵରର ପଡ଼ିଅଁ, ଶ୍ରୀଜଙ୍ଗର ବହୁରୂପା ନାଟ, ଅନନ୍ତପୁରଗୁଡ଼ସିଆଁର ଦାସକାଠିଆ, ଉତ୍ତର ବାଲେଶ୍ଵରର ଲଳିତା ପାଲା ଆଦି ଜନପ୍ରିୟ ।

ହାତକାମ[ସମ୍ପାଦନା]

ଭୋଗରାଇର ସପ ମସିଣା, ନୀଳଗିରିର ପଥର ବାସନ ଓ ମୂର୍ତ୍ତି, ରେମୁଣାର କଂସା ଓ ପିତ୍ତଳ କାମ, ସୋରର ପଥର ମୂର୍ତ୍ତି ଆଦି ବାଲେଶ୍ଵରର ବହୁ ପୁରାତନ ଲୋକକଳା ।

ଚିତ୍ରକଳା[ସମ୍ପାଦନା]

ବାଲେଶ୍ଵରଠାରେ ଅନେକ ଜଣାଶୁଣା ଚିତ୍ରକର ଓ ଶିଳ୍ପୀ ଜନ୍ମ ନେଇଛନ୍ତି । ଓଡ଼ିଶାର ସୁପରିଚିତ ଶିଳ୍ପୀ ବସନ୍ତ ପଣ୍ଡା, ଧର୍ମପଦ ପୁରସ୍କାରପ୍ରାପ୍ତ ଜଳେଶ୍ଵରର ଶିଳ୍ପୀ ଅନନ୍ତ ପଣ୍ଡାଉଦୟ ଜେନା ପ୍ରମୁଖ କେତେଜଣ ଶିଳ୍ପୀ ଅନେକ ସୁନ୍ଦର କଳାକୃତି ସବୁ ତିଅରି କରିଛନ୍ତି । ଏହି ଜିଲ୍ଲାର ବାଲେଶ୍ଵର ସହର ଉପକଣ୍ଠରେ ଏକ କଳା ମହାବିଦ୍ୟାଳୟ କଳାକ୍ଷେତ୍ର କଳା ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଶିକ୍ଷନୁଷ୍ଠାନ ।

ଜଣାଶୁଣା ଲୋକ[ସମ୍ପାଦନା]

ଶିକ୍ଷା[ସମ୍ପାଦନା]

କଲେଜ ଓ ବିଶ୍ଵବିଦ୍ୟାଳୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Assembly Constituencies - Corresponding Districts and Parliamentary Constituencies of Orissa" (PDF). Election Commission of India. Retrieved 2008-09-20. 
  2. onefivenine.com
  3. ୩.୦ ୩.୧ "CENSUS OF INDIA PROVISIONAL POPULATION TOTALS - ORISSA - DATA SHEET" (PDF). Government of India Ministry of Home Affairs, Janpath, Unit-IX, Bhubaneswar-751 022,. Retrieved 3 August 2011. 
  4. Census 2011: Odisha: Rural Urban Distribution
  5. ୫.୦ ୫.୧ ୫.୨ ୫.୩ ୫.୪ ଶଙ୍କର ଚରଣ ରାଉତ, ଉନ୍ନୟନୀ (ବାଲେଶ୍ଵର). ୨୦୦୬. ପୃ. ୮୪-୮୬
  6. ହରିଶ୍ଚନ୍ଦ୍ର ସରକାର, କାମାକ୍ଷାପ୍ରସାଦ ବସୁ.

ବାହାର ଲିଙ୍କ[ସମ୍ପାଦନା]