ଭଞ୍ଜନଗର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଭଞ୍ଜନଗର
ବିଜ୍ଞାପିତ ଅଞ୍ଚଳ ପରିଷଦ
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଗଞ୍ଜାମ
Elevation
69 m (226 ft)
Population
 (2001)
 • Total୧୯,୬୯୯
ଭାଷା
 • ସରକାରୀଓଡ଼ିଆ
Time zoneUTC+୫.୩୦ (ଆଇ.ଏସ୍.ଟି)
ପିନ୍‌
୭୬୧୧୨୬
ଦୁରଭାଷ କୋଡ୬୮୨୧
ଯାନବାହାନ ପଞ୍ଚୀକରଣOR-07/OD-32

ଭଞ୍ଜନଗର, ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) । ଏହାର ପୂରାତନ ନାମ ରସୁଲକୋଣ୍ଡା ଥିଲା । ପରେ ଏହା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ ହେଲା । ଏହା ମଧ୍ୟ ଦେଇ ଲୋହାରଖଣ୍ଡି ଏବଂ ବଡନଦୀ ପ୍ରବାହିତ ହେଉଅଛି । ଭଞ୍ଜନଗରର ଜାତୀୟ ପଥ କ୍ରମାଙ୍କ ୭ ବ୍ରହ୍ମପୁରରୁ ଫୁଲବାଣୀକୁ ସଂଯୋଗ କରୁଛି | ବହୁତ ଦେବଦେବୀ ମନ୍ଦିର, ଗୀର୍ଜା, ଚର୍ଚ୍ଚ୍, ମସଜିଦ୍, ବିଦ୍ୟାଳୟ, ଏଠାରେ ଅବସ୍ଥିତ । ଏହା ଛତ୍ରପୁରଠାରୁ ୮୯ କି.ମି ଦକ୍ଷିଣ ଏବଂ ଭୁବନେଶ୍ୱରଠାରୁ ୧୫୯ କି.ମି ପୁର୍ବରେ ଅବସ୍ଥିତ [୧]

ଇତିହାସ[ସମ୍ପାଦନା]

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଭଞ୍ଜନଗର ସହରରେ ଥିବା ଜଳଭଣ୍ଡାର ନିକଟରେ ୧୭ ଏକର ପରିମିତ ଜାଗାରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଅବସ୍ଥିତ । ଏହି ଶିଶୁ ଉଦ୍ୟାନ ନିକଟରେ ବେଲଗଛରେ ଭରପୁର ଥିବା ଏକ ପାହାଡ଼ ଉପରେ, ୬୧ଫୁଟ ଉଚ୍ଚତା ବିଶିଷ୍ଟ ଶିବଙ୍କ ପ୍ରତିମୂର୍ତ୍ତି ବେଲେଶ୍ୱର ନାମରେ ପୂଜା ପାଉଛନ୍ତି ।[୨] ଏହି ମୂର୍ତ୍ତି ଓଡ଼ିଶାର ଉଚ୍ଚତମ (ଭାରତର ସପ୍ତମ) ଶିବ ମୂର୍ତ୍ତି ।[୩] ଏହାଛଡ଼ା ମୂର୍ତ୍ତିଠାରୁ ଅଳ୍ପ ଦୂରରେ ଚନ୍ଦ୍ରଶେଖର ଶିବ ମନ୍ଦିର ଅବସ୍ଥିତ । ଫୁଲବାଣି, ଚିଲିକା ହ୍ରଦ, ଗୋପାଳପୁର୍ ଆଉ ପୁରୀ ଏଠାର ନିକଟତମ ଦର୍ଶନୀୟ ସ୍ଥଳୀ ଅଟନ୍ତି । ଗରମ ଦିନରେ ଏହି ସହରର ତାପମାତ୍ରା 35 ଡିଗ୍ରୀଠାରୁ 45 ଡିଗ୍ରୀ ସେଲସିଅସ୍ ମଧ୍ୟରେ ରହେ । ସାଧାରଣତଃ ଜାନୁଆରୀ ମାସରେ ୨୩ ଡିଗ୍ରୀ , ଫେବୃଆରି ମାସରେ ୨୪ ଡିଗ୍ରୀ , ମାର୍ଚ୍ଚ୍ ମାସରେ ୨୮ ଡିଗ୍ରୀ , ଅପ୍ରେଲ୍ ମାସରେ 35 ଡିଗ୍ରୀ ଆଉ ମେ ମାସରେ 45 ଡିଗ୍ରୀ ଏହି ସହରର ତାପମାତ୍ରା ରହେ । [୪] ।ଭଂଜନଗରର ବାଇପାସ୍ ରୋଡ଼ରେ ଶିରିଡି ସାଇବାବାଙ୍କ ମନ୍ଦିର ଅଛି ।

ଗମନାଗମନ[ସମ୍ପାଦନା]

ଭଞ୍ଜନଗର ସହରକୁ ଯାତାୟତ କରିବା ନିମିତ୍ତ ବସ୍ର ସୁବିଧା ଉପଲବ୍ଧ । ଏହାର ନିକଟତମ ରେଳପଥ ହେଉଛି ବ୍ରହ୍ମପୁର ଏବଂ ନିକଟତମ ଆକାଶପଥ ହେଉଛି ଭୁବନେଶ୍ୱର ।

ଶିକ୍ଷାନୁଷ୍ଠାନ[ସମ୍ପାଦନା]

ଉଚ୍ଚ ବିଦ୍ୟାଳୟ[ସମ୍ପାଦନା]

  • ସ୍ୱାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲ୍
  • ପଣ୍ଡିତ ଶ୍ରୀଧର ରଥ ଡି.ଏ.ଭି. ପବ୍ଲିକ୍ ସ୍କୁଲ୍
  • ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ
  • ପି.ଏସ୍.ବି. ସ୍କୁଲ୍
  • ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର (ଡିହ ପଢାଳ)
  • ଶ୍ରୀ ସତ୍ୟସାଇ ବିଦ୍ୟା ବିହାର
  • କେନ୍ଦ୍ରିୟ ବିଦ୍ୟାଳୟ
  • ଦିବ୍ୟଶକ୍ତି ଇଂରାଜୀ ମାଧ୍ୟମ ବିଦ୍ୟାଳୟ
  • ଦୀନବନ୍ଧୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
  • ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟ

ମହାବିଦ୍ୟାଳୟ[ସମ୍ପାଦନା]

  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ
  • ଘୁମୁସର ଆବାସିକ ମହାବିଦ୍ୟାଳୟ
  • ଭଞ୍ଜ କଲେଜ୍ ଅଫ୍ କମ୍ପ୍ୟୁଟର୍ ଆଣ୍ଡ୍ ମ୍ୟାନେଜମେଣ୍ଟ୍
  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷଣ ମହାବିଦ୍ୟାଳୟ

ମନ୍ଦିର[ସମ୍ପାଦନା]

  • ବେଲେଶ୍ୱର ମହାଦେବ ମନ୍ଦିର (ଓଡ଼ିଶାର ଉଚ୍ଚତ୍ତମ ଶିବ ମୂର୍ତ୍ତି, ୬୧ ଫୁଟ ଏଠାରେ ଅବସ୍ଥିତ)
  • ରଘୁନାଥ ମନ୍ଦିର
  • ଶିରିଡି ସାଇ ମନ୍ଦିର
  • ସତ୍ୟସାଇ ମନ୍ଦିର
  • ବାଞ୍ଛେଶ୍ୱର ମନ୍ଦିର
  • ଗୁପ୍ତେଶ୍ୱର ମନ୍ଦିର
  • ବାଗଦେବୀ ମନ୍ଦିର
  • ବ୍ରାହ୍ମଣୀ ଦେବୀ ମନ୍ଦିର
  • ସୌରାଦେବୀ ମନ୍ଦିର
  • ଠାକୁରାଣୀ ମନ୍ଦିର

ଦର୍ଶନୀୟ ସ୍ଥାନ[ସମ୍ପାଦନା]

  • ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ
  • ବେଲେଶ୍ୱର ଶିବ ମୂର୍ତ୍ତି
  • ବନ ବିହାର
  • ଗାନ୍ଧୀ କୈଳାସ ପର୍ବତ

ଆଧାର[ସମ୍ପାଦନା]

  1. "About Bhanjanagar Tehsil" onefivenine
  2. Pattnaik, Rakesh Kumar (2013). "Article: Inauguration of 61 feet height Lord Shiva Statue at Bhanjanagar, Ganjam. By Rakesh Kumar Pattnaik". nuaodisha.com. Retrieved 29 June 2013. Beleswar Mahadev with a huge 61 feet height Statue of Lord Shiva and 21 feet height statue of Nandi
  3. "World's 7th largest Siva statue Beleswar Mahadev".
  4. " Weather and Climate of Bhanjanagar Tehsil " onefivenine