ରାୟଗଡ଼ା

ଉଇକିପିଡ଼ିଆ ରୁ
Jump to navigation Jump to search


ରାୟଗଡା

Rayagada

ରାୟଗଡ
ସହର
Rayagada Railway Station
Rayagada Railway Station
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
207 m (679 ft)
ଜନସଂଖ୍ୟା
 (2011)
 • ମୋଟ୫୭୭୫୯
ଭାଷା
 • ସରକାରୀଓଡ଼ିଆ
 • OtherTelugu
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
୭୬୫୦୦୧
Telephone code୦୬୮୫୬
ଗାଡ଼ି ପଞ୍ଜିକରଣOR, OD 18 A, B, C

ରାୟଗଡ଼ା ଭାରତର ଓଡ଼ିଶାରେ ଥିବା ରାୟଗଡ଼ା ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ୧୯୯୨ ଅକ୍ଟୋବର ୨ ତାରିଖରୁ ରାୟଗଡ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବାପରେ ରାୟଗଡ ଜିଲ୍ଲା ସଦର ମହକୁମା ଭାବେ ମାନ୍ୟତା ପାଇଛି । ବଣ, ପାହାଡ, ନଦୀ ଓ ଝରଣାରେ ଭରା ଏଇ ଜିଲ୍ଲା ମୁଖ୍ୟତଃ ଆଦିବାସୀଙ୍କ ବାସସ୍ଥଳୀ ।[୧]

ଇତିହାସ[ସମ୍ପାଦନା]

ଖ୍ରୀଷ୍ଟପୁର୍ବ ତୃତୀୟ ଶତାବ୍ଦୀରେ ଅଶୋକଙ୍କ ରାଜତ୍ୱ ବେଳେ ଏହା କଳିଙ୍ଗ ଅଧୀନରେ ଥିଲା । ଗଙ୍ଗବଂଶୀ ଏବଂ ସୂର୍ଯ୍ୟବଂଶୀ ରାଜାମାନଙ୍କ ରାଜତ୍ୱ କାଳରେ ଏହା ଗୁଡାରି କଟକର କରଦ ରାଜା ଦାଦାର୍ଣ୍ଣବ ଦେବଙ୍କ ଅଧିନରେ ଥିଲା । ମୁକୁନ୍ଦଦେବଙ୍କ ପରାଜୟପରେ ନନ୍ଦପୁର ରାଜାଙ୍କ ଅଧୀନରେ ଏହା ୪୭ ବର୍ଷ ପାଇଁ ରହିଥିଲା । ଇଂରେଜ ଶାସନ ଅମଳରେ ଏହା ଜୟପୁର ରାଜାଙ୍କ ଅଧିନରେ ରହିଲା ଏବଂ ସ୍ୱାଧୀନ ଓଡ଼ିଶାରେ ଏହା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନ୍ତର୍ଭୁକ୍ତ ଥିଲା ।

ରାୟଗଡାର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ କୃଷ୍ଣଚନ୍ଦ୍ର ବକ୍ସିପାତ୍ର ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ଥିଲେ ।

ଜନସଂଖ୍ୟା[ସମ୍ପାଦନା]

୨୦୦୧ ଜନଗଣନା ଅନୁସାରେ ରାୟଗଡ଼ା ସହରର ଲୋକସଂଖ୍ୟା ୫୭,୭୩୨ । ସେଥିରୁ ପୁରୁଷ ସଂଖ୍ୟା ୨୯,୫୧୪ ଓ ମହିଳା ସଂଖ୍ୟା ୨୮,୨୧୮[୨] । ୨୦୧୧ ଜନଗଣନା ଅନୁଯାୟୀ ରାୟଗଡାର ଲୋକସଂଖ୍ୟା ୭୧,୨୦୮ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୩୬,୦୩୬ ଏବଂ ମହିଳା ସଂଖ୍ୟା ୩୫,୧୭୨ ।[୩] ହିନ୍ଦୁ ବ୍ୟତୀତ ସିନ୍ଧୀ, ଗୁଜରାଟୀ, ମାରବାଡି ସଂପ୍ରଦାୟର ଲୋକ ମଧ୍ୟ ଏଠାରେ ବସବାସ କରନ୍ତି । ପଡୋଶୀ ଆନ୍ଧ୍ର ପ୍ରଦେଶ ସହିତ ସଡକ ପଥ ଏବଂ ରେଳପଥରେ ଉତ୍ତମ ଯୋଗାଯୋଗ ରହିଥିବାରୁ ଏଠାରେ ତେଲୁଗୁ ଭାଷାଭାଷୀ ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ । ଓଡ଼ିଆ, ତେଲୁଗୁ ସହିତ ସୌରା ଓ କୁଇ ଭାଷା ମଧ୍ୟ ଏଠାରେ ପ୍ରଚଳିତ ।

ଭୂଗୋଳ[ସମ୍ପାଦନା]

ନଦ ନଦୀ, ଝରଣା ଓ ପ୍ରପାତ ତଥା ଜଙ୍ଗଲରେ ଭରପୁର ଏହି ଜିଲ୍ଲାରେ ଆଦିବାସୀ ଜନସଂଖ୍ୟା ଅପେକ୍ଷାକୃତ ଅଧିକ । ରାୟଗଡ଼ାର ଭୋଗୋଳିକ ଅବସ୍ଥାନ ହେଉଛି, ଅକ୍ଷାଂଶ = ୧୯° ୧୦′ ୧୨″ ଉ:, ଦ୍ରାଘିମା = ୮୩° ୨୫′ ୧୨″ ପୂ: । ଏହାର ପଶ୍ଚିମ ଦିଗରେ ଝଂଜାବତି ନଦୀ ଏବଂ ପୂର୍ବରେ ନାଗାବଳୀ ନଦୀ ବହିଯାଉଅଛି । ସହରଟି ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ୩୯୦କି.ମି.  ଦୂରରେ ଅବସ୍ଥିତ ଏବଂ ଏହା ରେଳପଥଦ୍ୱାରା ଭୁବନେଶ୍ୱର, ଜୟପୁର, ବିଶାଖାପାଟଣା, ରାୟପୁର, କୋରାପୁଟ, କୋଲକାତା, ଚେନ୍ନାଇ, ବାଙ୍ଗାଲୋର, ମୁମ୍ବାଇ, ହାଇଦରାବାଦଦିଲ୍ଲୀ ସହ ସଂଯୁକ୍ତ ।

ଶିକ୍ଷା ଓ ସଂସ୍କୃତି[ସମ୍ପାଦନା]

ସହରସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ଏବଂ ଗୋପବନ୍ଧୁ ମ୍ୟୁନିସିପାଲ ହାଇସ୍କୁଲ.sri aurobinda intergal education center , aurobinda nagar. ଏଠାକାର ଶିକ୍ଷା ବିକାଶରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛନ୍ତି । ଏହାଛଡା ୧୯୬୪ ମସିହାରେ ପ୍ରତିଷ୍ଠିତ ସରକାରୀ ବାଳିକା ବିଦ୍ୟାଳୟ ଏଠାକାର ନାରୀଶିକ୍ଷାରେ ପ୍ରଗତି ପାଇଁ ଚେଷ୍ଟିତ । ସ୍ଥାନୀୟ ଠକ୍କର ବାପା ଆଶ୍ରମ ପରିସରରେ ଅନୁସୂଚିତ ଉପଜାତିର ପିଲାଙ୍କ ପାଇଁ ପ୍ରାଇମେରୀ ବିଦ୍ୟାଳୟଟିଏ ରହିଅଛି । ଏଠାକାର ଅନ୍ୟାନ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ହେଲା:-

ଏହା ଜିଲ୍ଲାର ସଦର ମହକୁମା ହୋଇଥିବାରୁ ଏଠାରେ ସବୁ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଯଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ଅଦାଲତ ତଥା ଅନ୍ୟାନ୍ୟ ମୁଖ୍ୟ କାର୍ଯ୍ୟାଳୟସବୁ ରହିଅଛି । ଏତଦ୍‌ବ୍ୟତୀତ ତହସିଲ କାର୍ଯ୍ୟାଳୟ, ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଓ ସ୍କୁଲ ତଥା କଲେଜ ସବୁ ରହିଅଛି ।

ପ୍ରତିବର୍ଷ ସ୍ଥାନୀୟ କାଳୀପୂଜା ଛକରେ କାଳୀପୂଜା, ନିୟୁ କଲୋନୀରେ ଗଜଲକ୍ଷ୍ମୀପୂଜା ଏବଂ ସହରର ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜା ଧୁମ୍‌ଧାମ୍‌ରେ ପାଳିତ ହୁଏ । ଏହାଛଡା ମା ମଝିଘରିଆଣୀଙ୍କ ଚଇତି ପରବ ଏବଂ ଜିସିଡି ହାଇସ୍କୁଲ ପଡିଆରେ ରାୟଗଡ଼ା ମହୋତ୍ସବ (ଚଇତି) ବେଶ୍ ଜାକଜମକରେ ପାଳିତ ହୁଏ ।

ସାଂସ୍କୃତିକ ପର୍ବ ଚଇତି
ଜଗନ୍ନାଥ ମନ୍ଦିର, ରାୟଗଡ଼ା
ରାଣୀଗୁଡା ନିକଟସ୍ଥ ମା ମଙ୍ଗଳା ମନ୍ଦିର
ରାୟଗଡାର ଝୁଲନ୍ତା ପୋଲ

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ରାୟଗଡ଼ା ମା ମଝିଘରିଆଣୀଙ୍କ ପ୍ରାଚୀନ ପୀଠ ଅଟେ । ଏହି ପୀଠ ଏବେ ନୂତନ ରୂପରେ ଏକ ଦର୍ଶନୀୟ ସ୍ଥାନ ପାଲଟିଛି । ନାଗାବଳୀ ନଦୀର ଦୁଇପାର୍ଶ୍ୱକୁ ସଂଯୋଗ କରୁଥିବା ଝୁଲନ୍ତା ପୋଲ ରାୟଗଡାର ଏକ ଦର୍ଶନୀୟ ସ୍ଥାନ[୫]। ରାୟଗଡା ସହର ଉପକଣ୍ଠରେ ହାତୀପଥର ଏକଦା ଏକ ଦର୍ଶନୀୟ ସ୍ଥାନ ଥିଲା ।[୬] ଏତଦ୍‌ ବ୍ୟତୀତ ସହରର ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା:-

  • ରାଣୀଗୁଡା ନିକଟସ୍ଥ ମା ମଙ୍ଗଳା ମନ୍ଦିର,
  • ସ୍ଥାନୀୟ ଜଗନ୍ନାଥ ମନ୍ଦିର,
  • ରେଳବାଇ କଲୋନୀର ଶିରିଡୀ ସତ୍ୟସାଈ ମନ୍ଦିର,
  • ବ୍ରାହ୍ମଣ ସାହିସ୍ଥିତ ରାଧାକୃଷ୍ଣ ମନ୍ଦିର,
  • ଗୌତମ ନଗରସ୍ଥିତ ଶିବ ମନ୍ଦିର ଓ ଗଣେଶ ମନ୍ଦିର,
  • ପି.ଏଚ୍.ଡି କଲୋନୀସ୍ଥିତ ଶିବ ମନ୍ଦିର,
  • ପି.ଏଚ୍.ଡି କଲୋନୀନିକଟସ୍ଥ ହନୁମାନ ମନ୍ଦିର ।

ରାୟଗଡ଼ା ଆଖପାଖରେ ଥିବା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ସବୁ ହେଲା:-

ଚର୍ଚ୍ଚିତ ବ୍ୟକ୍ତିତ୍ୱ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Rayagada". Retrieved 23 May 2018.
  2. "ଜନସଂଖ୍ୟା -୨୦୦୧"
  3. "Population of Rayagada-୨୦୧୧". www.censusindia.gov.in. Census of India. Retrieved 16 June 2015.
  4. କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡ଼ା
  5. "Rayagada district websiteରେ ଚର୍ଚ୍ଚିତ ଝୁଲନ୍ତା ପୋଲ"
  6. "Tourism". Tourism Department. Retrieved 5 July 2015.