Jump to content

ସମ୍ବର

ଉଇକିପିଡ଼ିଆ‌ରୁ

ସମ୍ବର / ଶମ୍ବର
Temporal range: Early Oligocene–Recent
Scientific classification
Kingdom:
Phylum:
Class:
Order:
Artiodactyla
Suborder:
Ruminantia
Family:
Cervidae
Subfamily:
Cervinae
Genus:
Species:
R. unicolor
Binomial name
Rusa unicolor
(Kerr, 1792)
Synonyms
  • Cervus unicolor


ସମ୍ବର ହେଉଛି ଓଡ଼ିଶାର ରାଜ୍ୟ ପଶୁ

ସେରଭିଡା (Cervidae) ପରିବାରର ପ୍ରାଣୀ ସମ୍ବର ଏକ ପ୍ରକାର ମୃଗ। ଏହାର ପ୍ରଜାତିମାନେ ହେଲେ, ବାରଶିଙ୍ଘା, ପାରା ହରିଣ, ଚିତଳ, କୁଟୁରା, କସ୍ତୁରୀ ମୃଗ, ଖୁରାଣ୍ଟ, ସାଙ୍ଗାଇ ହରିଣ, ହାଙ୍ଗଲ। କେବଳ ଅଣ୍ଡିରା ମୃଗର ଶିଙ୍ଗ ଥାଏ, ମାଈ ମୃଗର ଶିଙ୍ଗ ନ ଥାଏ।

ଚଉଶିଙ୍ଘା, ନୀଳଗାଇ, କୃଷ୍ଣସାର ଓ ଚିଙ୍କାରା ବା ଭାରତୀୟ ଗେଜେଲ ଏମାନେ ଏଣ୍ଟିଲୋପ (antelope) ପରିବାରର, ଏମାନେ ହରିଣ ନୁହଁନ୍ତି। ଏ ଜାତୀୟ ମାଈ, ଅଣ୍ଡିରା ସବୁ ହରିଣଙ୍କର ଶିଙ୍ଗଥାଏ।

ଶମ୍ବର ବାଙ୍ଗାଲୋରରେ

ଅଞ୍ଚଳ

[ସମ୍ପାଦନା]

ସମ୍ବର ଭାରତରେ ବହୁତ ସଂଖ୍ୟାରେ ଦେଖାଯାଆନ୍ତି । ଏହାଛଡା ବର୍ମା, ଶ୍ରୀଲଙ୍କା ଓ ଫିଲିପାଇନସରେ ମଧ୍ୟ ଏମାନେ ଦେଖିବାକୁ ମିଳନ୍ତି । ଭାରତରେ ଦେଖା ଯାଉଥିବା ସମ୍ବର ବଡ଼ ହୋଇଥାଏ ଓ ଏହାର ଶିଙ୍ଗ ମଧ୍ୟ ବଡ଼ ହୋଇଥାଏ ।

କଉତୁକିଆ ସମ୍ବର ଛୁଆ, ମା ପାଖରେ ହୋଇଛି ଠିଆ

ଭାରତରେ ଦେଖାଯାଉଥିବା ହରିଣମାନଙ୍କ ଭିତରେ ହରିଣ ସବୁଠାରୁ ବଡ଼। କାନ୍ଧଠାରେ ଏହା ପ୍ରାୟ ପାଞ୍ଚଫୁଟ ଉଚ୍ଚ। ଓଜନ ୩୦୦ କିଲୋଗ୍ରାମ। ଶିଙ୍ଗର ଉଚ୍ଚତା ୩ରୁ ୪ ଫୁଟ। ଦେହସାରା ଟାଉଁସିଆ ଲୋମରେ ପୂର୍ଣ୍ଣ। ଖରାଦିନେ ଏ ଲୋମ ଝଡ଼ିଯାଏ। ଦେହର ବର୍ଣ୍ଣ ସାମାନ୍ୟ ହଳଦିଆ ବା ଧୂସର ବାଦାମୀ ମିଶା । ମାଈ ସମ୍ବରର ରଙ୍ଗ ଅଣ୍ଡିରା ସମ୍ବରର ରଙ୍ଗଠାରୁ ଟିକେ ଫିକା। ସମ୍ବରର ଶିଙ୍ଗରେ ଶାଖାଥାଏ। ଏହି ଶାଖା ପ୍ରତି ବର୍ଷ ଝଡ଼ିପଡେ ଓ ନୂଆ ଶାଖା ଜାତ ହୁଏ। ଗାଈ ମଇଁଷିଙ୍କ ପରି ଏମାନଙ୍କ ଶିଙ୍ଗ ପୋଲା ନୁହେଁ, ନିଦା। ସମ୍ବର ବୁଢ଼ା ହୋଇଗଲେ ଦେହର ରଙ୍ଗ ସାମାନ୍ୟ କଳା ହୋଇଯାଏ।

ରହିବାସ୍ଥାନ ହେଉଛି ଜଙ୍ଗଲ। ଘାସପତ୍ର ଓ ଜଙ୍ଗଲି ଫଳ ଏମାନଙ୍ଗର ଖାଦ୍ୟ। ଏମାନେ ଦିନରେ ଲୁଚି ରହନ୍ତି ରାତିରେ ବାହାରନ୍ତି। ଏମାନଙ୍କ ଦୃଷ୍ଟି ଶକ୍ତି କମ୍ କିନ୍ତୁ ଶ୍ରବଣ ଓ ଘ୍ରାଣ ଶକ୍ତି ପ୍ରଖର। ଏତେ ବଡ଼ ଆକାରର ପ୍ରାଣୀ ହେଲେ ମଧ୍ୟ ଏମାନେ ଯିବା ଆସିବା କରିଲା ବେଳେ ଶବ୍ଦ ହୁଏ ନାହିଁ। ଏମାନେ ଜଙ୍ଗଲର ଏକ ନିର୍ଦ୍ଦିଷ୍ଟ ଇଲାକାରେ ରହିଥାନ୍ତି। ଏମାନଙ୍କ ଦଳରେ ଗୋଟିଏ ଅଣ୍ଡିରା ସମ୍ବର ରାଜା ହୋଇଥାଏ। ସେ ତା ରାଜ୍ୟ ଭିତରକୁ ଅନ୍ୟ ଅଣ୍ଡିରା ସମ୍ବରକୁ ପୁରାଇ ଦିଏ ନାହିଁ। ନଭେମ୍ବର, ଡିସେମ୍ବର ଏମାନଙ୍କର ପ୍ରଜନନ ସମୟ, ଏହାପରେ ଅଣ୍ଡିରା ସମ୍ବର ମାଈ ସମ୍ବରଠାରୁ ଅଲଗା ରହିଥାଏ। ବର୍ଷା ଆରମ୍ଭ ବେଳକୁ ଛୁଆ ଜନ୍ମ ନିଅନ୍ତି। ଏମାନେ ଦଳରେ ରହିବାକୁ ଭଲ ପାଆନ୍ତି। ଗୋଟିଏ ଦଳରେ ୪ରୁ ୧୦ଟି ସମ୍ବର ରହିଥାନ୍ତି। []

  1. Timmins, R.J., Steinmetz, R., Sagar Baral, H., Samba Kumar, N., Duckworth, J.W., Anwarul Islam, Md., Giman, B., Hedges, S., Lynam, A.J., Fellowes, J., Chan, B.P.L. & Evans. (2008). Rusa unicolor. In: IUCN 2008. IUCN Red List of Threatened Species. Downloaded on 12 December 2010.
  2. ଉତ୍କଳ ପ୍ରସଙ୍ଗ, ଅପ୍ରେଲ ୨୦୦୫ ଡଃ ପ୍ରଫୁଲ୍ଲ କୁମାର ମହାନ୍ତି

ଅଧିକ ତଥ୍ୟ

[ସମ୍ପାଦନା]