ଶିବ

ଉଇକିପିଡ଼ିଆ‌ରୁ
ଶିବ
ଧ୍ୟାନରତ ଅବସ୍ଥାରେ ଶିବ
ସଂସ୍କୃତ ଅନୁବାଦŚiva
ଉପାଧିଦେବତା
ବାସସ୍ଥାନକୈଳାଶ ପର୍ବତ[୧]
ମନ୍ତ୍ରଓଁ ନମଃ ଶିବାୟ
ଅସ୍ତ୍ରତ୍ରିଶୂଳ
ବାହନନନ୍ଦୀ

ଶିବ ବା ମହାଦେବ ହିନ୍ଦୁମାନଙ୍କ ଶ୍ରେଷ୍ଠ ଦେବତାତ୍ରୟଙ୍କ ମଧ୍ୟରୁ ଅନ୍ୟତମ ଓ ପରମେଶ୍ୱରଙ୍କ ସଂହାରଶକ୍ତି । ମହାଦେବଙ୍କୁ ଶକ୍ତିନିହିତ ଲିଙ୍ଗମୂର୍ତ୍ତିରେ ପୂଜା କରାଯାଏ । ତିନି ଗୋଟି ଆଖି, ପାଞ୍ଚ ଗୋଟି ମୁଖ, ବୃଷଭ ଏହାଙ୍କର ବାହାନ। ଅତ୍ରିମୁନି ଏହାଙ୍କର ଗୁରୁ । ସବୁପ୍ରକାର ଅସ୍ତ୍ରଶସ୍ତ୍ର ଚାଳନାରେ ଏ ଦକ୍ଷ । ତ୍ରିଶୁଳ ଏହାଙ୍କର ପ୍ରଧାନ ଆୟୁଧ। ଏହାଙ୍କ ଧନୁର ନାମ ପିନାକ । ଡମରୁ ଏହାଙ୍କ ବାଦ୍ୟ ।ଏହାଙ୍କର ତାଣ୍ଡବ ନୃତ୍ୟ ଅତି ଭୟଙ୍କର । ଏହାଙ୍କ ବାସ କୈଳାଶଶିଖର । ଏହାଙ୍କ ପରିଧାନ ବ୍ୟାଘ୍ରଚର୍ମ।ସର୍ପ ଏହାଙ୍କର କଟିବନ୍ଧ ଓ ଉତ୍ତରୀୟ । ଦେହ ଭସ୍ମ ବୋଳା, ମୁଣ୍ଡରେ ଜଟା ଓ ଜଟାରେ ଗଙ୍ଗା ପ୍ରବହମାନା । ନନ୍ଦୀ ଏହାଙ୍କ ପ୍ରଧାନ ପାର୍ଶ୍ୱଚର । ପ୍ରମଥଗଣ ବା ଭୁତପ୍ରେତ ଏହାଙ୍କର ସହଚର ।[୨]ପାର୍ବତୀ ହେଉଛନ୍ତି ଶିବଙ୍କ ଶକ୍ତି଼।ଶିବ ପରାଶକ୍ତିଦ୍ୱାରା ପ୍ରକାଶିତ ହୁଅନ୍ତି । ଅର୍ଥାତ ଶିବଙ୍କ ଜ୍ୟୋତି ହେଉଛି ପରାଶକ୍ତି।

ପୌରାଣିକ[ସମ୍ପାଦନା]

ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କୁ ହିନ୍ଦୁଧର୍ମ ବିଶ୍ୱାସରେ ସୃଷ୍ଟି, ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ । ମହେଶ୍ୱର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବଦେବ ମହାଦେବ-ସତ୍ୟ, ଶିବ, ସୁନ୍ଦର । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ । ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ । ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ । ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଶିବଙ୍କ କୃପାରୁ ମନୁଷ୍ୟ ଅକାଳ ମୃତ୍ୟୁକୁ ଜୟ କରିପାରେ । ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପର ଫଳ ସ୍ୱରୂପ ମନୁଷ୍ୟ ସଦଜ୍ଞାନ ଲାଭକରି ସାଂସାରିକ ଦୁଃଖତାପରୁ ମୁକ୍ତି ପାଏ । ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ୱରୂପ ଶିବ ହେଉଛନ୍ତି ମହାକାଳେଶ୍ୱର ।

ଯେଉଁମାନେ ଶିବଙ୍କର ଭକ୍ତ ସେମାନଙ୍କୁ ଶୈବ କୁହାଯାଏ । ମହାଦେବ ତନ୍ତ୍ର ଶାସ୍ତ୍ରର ପ୍ରଣେତା ।ତନ୍ତ୍ର ଶାସ୍ତ୍ରରେ ଶକ୍ତି ପୂଜାହିଁ ପ୍ରଧାନ ଅଙ୍ଗ । ତାନ୍ତ୍ରୀକ ମତରେ ଶକ୍ତି ଉପାସନାକାରୀମାନଙ୍କୁ ଶାକ୍ତ କୁହାଯାଏ ।

ଅନ୍ୟନାମ[ସମ୍ପାଦନା]

  • ପଞ୍ଚାନନ: ଶିବଲିଙ୍ଗରେ ପାଞ୍ଚଟି ମୁଖଥିଲେ, ତାଙ୍କୁ ପଞ୍ଚାନନ ଶିବ କୁହାଯାଏ । ପଞ୍ଚାନନ ଶିବଙ୍କର ପାଞ୍ଚ ମୁଖର ନାମ ହେଲା: ସଦ୍ୟୋଜାତ, ବାମଦେବ, ଅଘୋର, ତତ୍‌ପୁରୁଷ ଏବଂ ଇଶାନ ।
  • ଆଶୁତୋଷ: ତାଙ୍କୁ ନିଷ୍ଠାର ସହିତ ପ୍ରାର୍ଥନା କଲେ, ସେ ଅବିଳମ୍ବେ ପ୍ରସନ୍ନ ହୋଇ ବର ପ୍ରଦାନ କରୁଥିବାରୁ ଆଶୁବର ପ୍ରଦାନକାରୀ ଆଶୁତୋଷ ।

ପର୍ବ ପର୍ବାଣି[ସମ୍ପାଦନା]

ଶିବଙ୍କୁ ଉପାସନା କରି କରାଯାଉଥିବା ପର୍ବପର୍ବାଣି ମଧ୍ୟରେ ମହା ଶିବରାତ୍ରି (ଜାଗର ଯାତ୍ରା) ଓ ବୋଲ ବମ ପ୍ରଧାନ ।

  • ଏତଦବ୍ୟତୀତ ଶିବଙ୍କର ଅନ୍ୟାନ୍ୟ ଓଷାବ୍ରତ ପର୍ବପର୍ବାଣି ମଧ୍ୟରେ ରହିଛି କେଦାରବ୍ରତ,କୁକ୍କୁଟୀବ୍ରତ,ଶୁକୁତୁନୀବ୍ରତ,ସଂକଟ ଚଉଠୀବ୍ରତ, ସୋମନାଥ ବ୍ରତ,ଚାଉଳଭଜା ଓଷା ଇତ୍ୟାଦି।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. For the name Kailāsagirivāsī (Sanskrit कैलासिगिरवासी), "With his abode on Mount Kailāsa", as a name appearing in the Shiva Sahasranama, see: Sharma 1996, p. 281.
  2. http://www.mahashivratri.org/about-lord-shiva.html

ଅଧିକ ତଥ୍ୟ[ସମ୍ପାଦନା]