ସାଲେପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସାଲେପୁର
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭାସାଲେପୁର
Area
 • ସମୁଦାୟ3,634 km2 (1,403 sq mi)
Population
 (୨୦୦୧)
 • Total୧୭୪୬୫୫
Time zoneIST (+୫.୩୦)
ଡାକ କୋଡ଼
୭୫୪୨୦୨
Area code+୦୬୭୧
ଯାନବାହାନ ପଞ୍ଚୀକରଣOR/

ସାଲେପୁର ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ଏକ ସହର।

ଭୌଗଳିକ ଅବସ୍ଥିତି ଓ ଜଳବାୟୁ[ସମ୍ପାଦନା]

ଏହା କଟକଠାରୁ ପ୍ରାୟ ୨୫ କି.ମି. ଦୂରରେ ଅବସ୍ଥିତ । କଟକକେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ । ଏହା ଏକ ଛୋଟ ସହର ଏହା ଅନ୍ତର୍ଗତ ଗ୍ରାମଗୁଡ଼ିକ ହେଲା ମାଛୁଆତି, ରାଘବପୁର, ​ବାଲିସାହି, ଚନ୍ଦ୍ରାଦେଇପୁର, ଲୁଣାହାର, ରୋଧପୁର ଇତ୍ୟାଦି ।

ନାମକରଣ[ସମ୍ପାଦନା]

ସାଲି ଅର୍ଥ ଧାନ ଜାତୀୟ ଫସଲ ଏବଂ ପୁର ଅର୍ଥ ସହର । ଏଠାରେ ବହୁତ ପରିମାଣରେ ଧାନ୍ୟ ଉତ୍ପାଦନ ହେଉଥିବାରୁ ଏହାର ନାମକରଣ ଏହିପରି ହୋଇଛି ।

ଦେବଦେବୀ ଓ ମନ୍ଦିର[ସମ୍ପାଦନା]

ଏଠାରେ ଥିବା ପ୍ରସିଦ୍ଧ ସ୍ଥାନଗୁଡିକ ହେଲା ​​ମା ସାହେଶ୍ୱରୀ ମନ୍ଦିର, କୂଳିଆ ହନୁମାନ ମନ୍ଦିର, କଳାଗ୍ନି ମନ୍ଦିର (ମହାଦେବ), ବଟେଶ୍ୱର ମନ୍ଦିର (ମା ଭଗବତୀ), ବିଶ୍ୱେଶ୍ୱର ମନ୍ଦିର (ମହାଦେବ)

ସୁବିଧା ସୁଯୋଗ[ସମ୍ପାଦନା]

ଏଠାରେ ଦୁଇଟି ସରକାରୀ ମହାବିଦ୍ୟାଳୟ,ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ, ଗୋଟିଏ ଫାର୍ମାସି ମହାବିଦ୍ୟାଳୟ ଓ ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି । ଏକ ମଧ୍ୟମ ଧରଣର ସହରରେ ମିଳୁଥିବା ସୁବିଧା ସୁଯୋଗ ଯଥା ଚିକିତ୍ସା ପାଇଁ ଡାକ୍ତରଖାନା, ଥାନା, ଡାକଘର, ବ୍ୟାଙ୍କ୍, ଦମକଳ କେନ୍ଦ୍ର, ତହସିଲ୍ ଏବଂ ଅନ୍ୟାନ୍ୟ ଛୋଟବଡ଼ ସୁବିଧା ସୁଯୋଗ ଅଛି । ଏଠାରେ ଏକ ଚଳଚ୍ଚିତ୍ର ପ୍ରେକ୍ଷାଳୟ ମଧ୍ୟ ଅଛି ।

ଜୀବନ ଜୀବିକା[ସମ୍ପାଦନା]

ଏଠାରେ ଅଧିକାଂଶ ଲୋକ ଉଚ୍ଚଶିକ୍ଷିତ ଏବଂ ଚାକିରି ଉପରେ ନିର୍ଭର କରନ୍ତି ।

ପ୍ରସିଦ୍ଧି[ସମ୍ପାଦନା]

ଏଠାରେ ମିଳୁଥିବା ସାଲେପୁରୀ ରସଗୋଲା ପାଇଁ ଏହା ଓଡ଼ିଶା ପ୍ରସିଦ୍ଧ ଏହାଛଡା ଏଠାରେ ଶିକ୍ଷା ଗ୍ରହଣ ପାଇଁ ମିଳୁଥିବା ସୁବିଧା ସୁଯୋଗଗୁଡ଼ିକ ପାଇଁ ଏହା ସ୍ଥାନୀୟ ଅଞ୍ଚଳରେ ପ୍ରସିଦ୍ଧ ।

ଶିକ୍ଷା ଓ ସ୍ୱାସ୍ଥ୍ୟ[ସମ୍ପାଦନା]

ଏଠାରେ ଥିବା ଶିକ୍ଷାନୁଷ୍ଠାନଗୁଡିକ ହେଲା ସାଲେପୁର ମହାବିଦ୍ୟାଳୟ,ସାଲେପୁର ଉଚ୍ଚବିଦ୍ୟାଳୟ, ଆଇ.ପି.ଟି ସାଲେପୁର[୧]

ବାହାର ଆଧାର[ସମ୍ପାଦନା]

  1. http://www.iptsalipur.org/