ପଦମପୁର
ପଦମପୁର
ପଦ୍ମପୁର ରାଜବୋଡ଼ାସମ୍ବର | |
|---|---|
ବିଜ୍ଞାପିତ ଅଞ୍ଚଳ ପରିଷଦ | |
ବୋଡ଼ାସମ୍ବର ରାଜପ୍ରାସାଦ, ପଦମପୁର | |
| Coordinates: 21°00′N 83°04′E / 21.0°N 83.07°E | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ବରଗଡ଼ ଜିଲ୍ଲା |
| ଉପଖଣ୍ଡ | ପଦମପୁର ଉପଖଣ୍ଡ |
| Elevation | 205 m (673 ft) |
| Population (୨୦୧୧) | |
| • Total | ୧୭୬୨୫ |
| Time zone | UTC+୫:୩୦ (ଭାରତୀୟ ମାନକ ସମୟ) |
| ଡାକ ପିନ୍ କୋଡ଼୍ | ୭୬୮୦୩୬ |
| ଯାନବାହାନ ପଞ୍ଚୀକରଣ | OD-17 |
ପଦମପୁର (ପଦ୍ମପୁର ନାମରେ ମଧ୍ୟ ପରିଚିତ) ଭାରତର ଓଡ଼ିଶା ରାଜ୍ୟର ବରଗଡ଼ ଜିଲ୍ଲାରେ ଅବସ୍ଥିତ ଏକ ପ୍ରମୁଖ ସହର ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅଟେ। ଏହା ପଦ୍ମପୁର ଉପଖଣ୍ଡର ସଦର ମହକୁମା ଏବଂ ବରଗଡ଼ ଜିଲ୍ଲାର କ୍ଷେତ୍ରଫଳ ଦୃଷ୍ଟିରୁ ସବୁଠାରୁ ବଡ଼ ଉପଖଣ୍ଡ।
ଇତିହାସ
[ସମ୍ପାଦନା]ପଦ୍ମପୁରର ପୂର୍ବତନ ନାମ ଥିଲା 'ରାଜବୋଡ଼ାସମ୍ବର'। ସ୍ୱାଧୀନତା ପୂର୍ବରୁ ଏହା ଏକ ପ୍ରମୁଖ ଜମିଦାରୀ ଅଞ୍ଚଳ ଥିଲା। ଏହି ଅଞ୍ଚଳକୁ ବରିହା ସମ୍ପ୍ରଦାୟର ଜମିଦାରମାନେ ଶାସନ କରୁଥିଲେ। ରାଜବୋଡ଼ାସମ୍ବର ଜମିଦାରୀ ଇତିହାସରେ ଏହି ଅଞ୍ଚଳର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି।
ଭୂଗୋଳ
[ସମ୍ପାଦନା]ପଦ୍ମପୁର ସମୁଦ୍ର ପତ୍ତନଠାରୁ ପ୍ରାୟ ୨୦୫ ମିଟର ଉଚ୍ଚତାରେ ଅବସ୍ଥିତ। ଏହା ବରଗଡ଼ ଜିଲ୍ଲାର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳ।
ଜନସଂଖ୍ୟା ଓ ଭାଷା
[ସମ୍ପାଦନା]୨୦୧୧ ଜନଗଣନା ଅନୁଯାୟୀ, ପଦ୍ମପୁରର ମୋଟ ଜନସଂଖ୍ୟା ୧୭,୬୨୫। ଏଠାକାର ଲୋକେ ମୁଖ୍ୟତଃ ଓଡ଼ିଆ ଭାଷାରେ କଥାବାର୍ତ୍ତା କରନ୍ତି। ଏହା ବ୍ୟତୀତ ସ୍ଥାନୀୟ ସ୍ତରରେ ସମ୍ବଲପୁରୀ ଭାଷାର ବହୁଳ ବ୍ୟବହାର ଦେଖିବାକୁ ମିଳେ।
ପ୍ରଶାସନ
[ସମ୍ପାଦନା]ପଦ୍ମପୁର ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଦ୍ୱାରା ପରିଚାଳିତ। ଏହା ଏକ ଉପଖଣ୍ଡ ସଦର ମହକୁମା ହୋଇଥିବାରୁ ଏଠାରେ ସରକାରୀ କାର୍ଯ୍ୟାଳୟ ଏବଂ ପ୍ରଶାସନିକ ସୁବିଧା ସୁଲଭ।
ଭୌଗୋଳିକ ସ୍ଥିତି
[ସମ୍ପାଦନା]ପଦ୍ମପୁର ସହରର ଅବସ୍ଥିତି ହେଲା 21°00′N 83°04′E / 21.0°N 83.07°E.[୧] ସମୁଦ୍ରପତ୍ତନଠାରୁ ୬୭୩ ଫୁଟ ଉଚ୍ଛତାରେ ଥିବା ଏହାର ଦୁରତ୍ୱ ରାଜ୍ୟର ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୪୪୦ କିଲୋମିଟର ଏବଂ ଜିଲା ସଦର ମହକୁମା ବରଗଡଠାରୁ ୮୦ କିଲୋମିଟର । ନିକଟସ୍ଥ ବଲାଙ୍ଗିର ଜିଲ୍ଲା ସଦର ମହକୁମାଠାରୁ ମଧ୍ୟ ଏହା ୮୦ କିଲୋମିଟର ଦୂରତାରେ ରହିଛି । ପଦ୍ମପୁରର ନିକଟସ୍ଥ ରେଳ ଷ୍ଟେସନଗୁଡ଼ିକ ହେଲା ଖରିଆର ( ୭୬ କିଲୋମିଟର ) ଓ ବରଗଡ (୮୦ କିଲୋମିଟର )

ମୁଖ୍ୟତ ବର୍ଷାଜଳ ଉପରେ ନିର୍ଭର ଶୀଳ ପଦ୍ମପୁର ଉପଖଣ୍ଡ ଚିର ମରୁଡି ଗ୍ରସ୍ତ ଆଞ୍ଚଲ ଭାବେ ପରିଚିତ । 'ଅଙ୍ଗ' ନଦୀ , ଯାହା ମହାନଦୀର ଏକ ଉପନଦୀ , ପଦ୍ମପୁର ସହରର ପୂର୍ବକୁ ୨ କିଲୋମିଟର ଦୂରରେ ପ୍ରବାହିତ ହାଉଥିଲେ ମଧ୍ୟ ଏହା ବର୍ଷର ଅନେକ ସମୟରେ ଶୁଖିଲା ହୋଇଯାଏ । ପଦ୍ମପୁରର ଦକ୍ଷିଣ ପୂର୍ବରେ ୪୦ କିଲୋମିଟର ଦୂରରେ ସୁନ୍ଦର ଗନ୍ଧମାର୍ଦନ ପର୍ବତ ଅନବସ୍ଥିତ । ଅଙ୍ଗ ନଦୀରେ ପ୍ରସ୍ତାବିତ ପୂଜାରିପାଳି ବନ୍ଧ ନିର୍ମାଣ ହେଲେ ଏହି ଅଞ୍ଚଳର ମରୁଡି ସମସ୍ଯାର ସମାଧାନ ହୁଅନ୍ତା ।
ଆବାଦି
[ସମ୍ପାଦନା]୨୦୧୧ ଜାତୀୟ ଜନଗଣନା ଅନୁସାରେ ପଦ୍ମପୁରର ଜନସଂଖ୍ୟା ୧୭,୬୨୫ । ପୁରୁଷ ଓ ମହିଳାଙ୍କ ଅନୁପାତ ୧୦୦୦:୯୬୧ ଥିବା ବେଳେ ସାକ୍ଷ୍ୟରତା ପରିମାଣ ୬୯% , ଯାହା କି ଜାତୀୟ ହାର ୭୪.୦୪%ଠାରୁ କମ ।୭୮% ପୁରୁଷ ସାକ୍ଷ୍ୟର ହେଇଥିବା ବେଳେ ମହିଳାଙ୍କ ହାର ୬୦% । ପଦ୍ମପୁର ଉପଖଣ୍ଡ ( Sub-Division)କୁ ହିସାବ କାଲେ ଜନସଂଖ୍ୟା ୮୧,୨୫୯ । ଉପଖଣ୍ଡରେ ୭୧ଟି ଗ୍ରାମ ରହିଛି ।
ଶିକ୍ଷା ବ୍ୟବସ୍ଥା
[ସମ୍ପାଦନା]
ପଦ୍ମପୁରରେ ଥିବା ଅଞ୍ଚଲ କଲେଜ ୧୯୬୫ରେ ସ୍ଥାପିତ ହେଇଥିଲା ଆଉ ଏହା ପଶ୍ଚିମ ଓଡ଼ିଶାର ଗୋଟିଏ ସର୍ବପୁରାତନ ସରକାରୀ ଅନୁଦାନପ୍ରପ୍ତ କଲେଜ । ଏହି କଲେଜରେ କଳା , ବିଜ୍ଞାନ ଓ ବାଣିଜ୍ୟ ସ୍ନାତକ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏହା ବ୍ୟତୀତ ପଦ୍ମପୁରରେ ୧୯୯୫ରୁ ଏକ ମହିଳା ମହାବିଦ୍ୟାଳୟ ମଧ୍ୟ ରହିଛି । ନିକଟବର୍ତୀ ଇଲାକାରେ କିଛି ଯୁକ୍ତ ୨ କଲେଜ ମାନ ମଧ୍ୟ ରହିଛି ।

ରାଜବୋଡ଼ାସମ୍ବର ହାଇ ସ୍କୁଲ ଓ ଅନ୍ୟ ସ୍କୁଲସବୁ
୧୯୪୪ରେ ସ୍ଥାପିତ ଏହି ହାଇ ସ୍କୁଲ ଜିଲ୍ଲାର ଅନ୍ଯତମ ପୁରାତନ ହାଇ ସ୍କୁଲ । ଏକ ଅତ୍ୟନ୍ତ ଉତ୍ତମ ବିଦ୍ୟାନୁଷ୍ଠାନ ଭାବରେ ଏହାର ସୁନାମ ଆଜିଯାଏ ରହିଛି । ଏହା ଛଡା ପଦ୍ମପୁରରେ ସରକାରୀ ବାଳିକା ଉତ୍ଛ ବିଦ୍ୟାଳୟ , ସରସ୍ୱତୀ ଶିଶୁମନ୍ଦିର , ଗୁରୁକୁଳ ପରି ବିଦ୍ୟାଳୟସବୁ ରହିଛି ।
ରାଜନୀତି
[ସମ୍ପାଦନା]ପଦ୍ମପୁର ବିଧାନ ସଭା ମଣ୍ଡଳୀ ପୂର୍ବରୁ ସମ୍ବଲପୁର ଲୋକ ସଭା ଅଞ୍ଚଳ ଅଧୀନରେ ଥିବା ବେଳେ ବର୍ତ୍ତମାନ ନୂତନ ବରଗଡ ଲୋକ ସଭା ମଣ୍ଡଳୀରେ ରହିଛି । ୨୦୧୪ ବିଧାନ ସଭା ନିର୍ବାଚନରେ BJP ଦଳ ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହେଇ ଏହି ଅଞ୍ଚଳର ପ୍ରତିନିଧି ଅଛନ୍ତି । ଏହା ପୂର୍ବରୁ BJD ଦଳର ଶ୍ରୀଯୁକ୍ତ ବିଜୟ ସିଂହ ବରିହା ( ପୂର୍ବତନ ପଦ୍ମପୁର ଜମିଦାରଙ୍କ ବଂଶଜ ) ଏହି ନିର୍ବାଚନ ମଣ୍ଡଳୀକୁ ୪ ଥର ପ୍ରତିନିଧିତ୍ୱ କରିଥିଲେ । ତତ ପୂର୍ବରୁ INCର ପ୍ରତିନିଧି ଏହି ଅଞ୍ଚଳର ସଦସ୍ୟ ଥିଲେ ।
ସଂସ୍କୃତି
[ସମ୍ପାଦନା]ପଦ୍ମପୁର ଅଞ୍ଚଳର ଲୋକ ସଂସ୍କୃତି ଖୁବ ଜନପ୍ରିଯ । ଏଠାରେ ନୂଆଖାଇ ପର୍ବ ଖୁବ ଜାକ୍ ଜମକ୍ରେ ପାଳିତ ହୁଏ ଏବଂ ଏହି ସମୟରେ ଏଠାକାର ଲୋକ ନୃତ୍ୟ ଓ ଗୀତାର ଆସର ଖୁବ ଜମେ । ପଦ୍ମପୁରରେ ABCD ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ସଂସୃତିକ କାର୍ଯ୍ୟକ୍ରମସବୁ ହୁଏ । ଏଠାରେ ଅଞ୍ଚଳର ସର୍ବ ବୟୋଜେଷ୍ଠ ବ୍ୟକ୍ତିଙ୍କୁ ନୂଆଖାଇ ସମୟରେ ସମ୍ବର୍ଦ୍ଧନା ଦେବାର ଏକ ନିଆରା ପରମ୍ପରା ରହିଛି । (https://sites.google.com/site/abcdpadampur/home/nuakhai-bhetghat Archived 2016-11-17 at the Wayback Machine.).
ସଂସ୍କୃତିକ ଅନୁଷ୍ଠାନ
[ସମ୍ପାଦନା]ଲୂ , ରବୀନ୍ଦ୍ର କଳା ପରିଷଦ , ନଟରାଜ ନୃତ୍ୟ ପରିଷଦ ପରି ସଂସୃତିକ ଅନୁଷ୍ଠାନ ମାନ ସମ୍ବଲପୁରୀ ଭାଷାର ନାଟକ ପରିବେଷଣ କରି ସାରା ଭାରତର ବିଭିନ୍ନ ଅଞ୍ଚଳରେ ପୁରସ୍କୃତ ହେଇଛନ୍ତି ।
ଦର୍ଶନୀୟ ପର୍ଯ୍ୟଟକ ସ୍ଥଳୀ
[ସମ୍ପାଦନା]ପଦ୍ମପୁର ନିକଟରେ ନୃଶିଙ୍ଘନାଥ(୩୫ କିଲୋମିଟର ), ହରିଶଙ୍କର( ୪୫ କିଲୋମିଟର ), ପାଟରା ବନ୍ଧ( ୮୫ କିଲୋମିଟର) କିଙ୍କାରି ବନ୍ଧ(୭୮ କିଲୋମିଟର) ଦେବଦରାହ ( ୨୫ କିଲୋମିଟର )ଆଦି ପ୍ରକୃତିକ ସୌନ୍ଦଜ୍ୟ ଭାରା ପର୍ଯ୍ୟଟନ ସ୍ଥଳୀସବୁ ରହିଛି ।
ଐତିହାସିକ ସ୍ଥାନସବୁ
[ସମ୍ପାଦନା]ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |