Jump to content

ବରଗଡ଼ ଜିଲ୍ଲା

ଉଇକିପିଡ଼ିଆ‌ରୁ
ବରଗଡ଼
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବରଗଡ଼
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୫ଟି ଆସନ
 
  • ୧. ପଦ୍ମପୁର (୦୦୧)
    ୨. ବିଜେପୁର (୦୦୨)
    ୩. ବରଗଡ଼ (୦୦୩)
    ୪. ଅତାବିରା (୦୦୪)
    ୫. ଭଟ୍‌ଲି (୦୦୫)
Area
 • ଜିଲ୍ଲା5837 km2 (2,254 sq mi)
Population
 (୨୦୧୧)
 • ଜିଲ୍ଲା୧୪୭୮୮୩୩
 • Density253/km2 (660/sq mi)
 • Urban
୧୪୯୭୦୮
 • Rural
୧୩୨୯୧୨୫
 • ୬ ବର୍ଷରୁ କମ ଶିଶୁ
୧୫୬୧୮୫
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୪ xxx
ତାର (ଏସ୍.ଟି.ଡ଼ି)୦୬
ଯାନବାହାନ ପଞ୍ଚୀକରଣOD-17
ଜିଲ୍ଲାପାଳଭାବଗ୍ରାହୀ ମିଶ୍ର [୧]
WebsiteOfficial website

ବରଗଡ଼ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ବରଗଡ଼ ଏହାର ପ୍ରଶାସନିକ ମୁଖ୍ୟ ସହର ।

ଅବସ୍ଥାନ

[ସମ୍ପାଦନା]

ବିଶେଷତା

[ସମ୍ପାଦନା]
  • ଆୟତନ: ୫୮୩୨ ବର୍ଗ ମି.
  • ଲୋକସଂଖ୍ୟା: ୧,୩୪୫,୬୦୧
  • ଲୋକସଂଖ୍ୟା ଘନତା: କି.ମି. ପ୍ରତି ୨୩୧

ଜନସଂଖ୍ୟା

[ସମ୍ପାଦନା]

୨୦୧୧ ଜନଗଣନା [୨] ଅନୁସାରେ, ବରଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୭୮,୮୩୩ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୯,୧୨୫ ଓ ସହରାଞ୍ଚଳରେ ୧,୪୯,୭୦୮ ଲୋକ ବାସ କରନ୍ତି [୩] |

  • ପୁରୁଷ: ୭,୪୮,୩୩୨
    • ଗ୍ରାମାଞ୍ଚଳ: ୬,୭୨,୦୦୪
    • ସହରାଞ୍ଚଳ: ୭୬,୩୨୮
  • ମହିଳା: ୭,୩୦,୫୦୧
    • ଗ୍ରାମାଞ୍ଚଳ: ୬,୫୭,୧୨୧
    • ସହରାଞ୍ଚଳ: ୭୩,୩୮୦
  • ଛ ବର୍ଷରୁ କମ: ୧,୫୬,୧୮୫
    • ଗ୍ରାମାଞ୍ଚଳ: ୧,୪୦,୬୪୮
    • ସହରାଞ୍ଚଳ: ୧୫,୫୩୭
  • ସାକ୍ଷରତା ହାର: ୭୫.୧୬%
    • ପୁରୁଷ: ୮୪.୨୮%
    • ମହିଳା: ୬୫.୮୪%

ଏହି ଜିଲ୍ଲାଟି ଅବିଭକ୍ତ ସମ୍ବଲପୁରରୁ ବିଭକ୍ତ ହୋଇ ତିଆରି ହୋଇଛି । ମହାନଦୀ ଉପରେ ତିଆରି ହୀରାକୁଦ ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲ୍ଲାର ଉତ୍ତର ଅଧା ଧାନ ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।ବରଗଡ଼କୁ ଓଡ଼ିଶାର ଭାତ ହାନ୍ଡି ବୋଲି କୁହାଯାଏ।[୪]

ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, ବରଗଡ଼ ଓ ପଦମପୁର ଓ ୧୨ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା ବରଗଡ଼, ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି ।

ଏହି ଜିଲ୍ଲାର ଦର୍ଶନୀୟ ସ୍ଥାନମାନଙ୍କ ମଧ୍ୟରେ ନୃସିଂହନାଥ ଅନ୍ୟତମ । ଏଠାରେ ତୟୋଦଶ ଶତାବ୍ଦୀରେ ନିର୍ମିତ ଏକ ବୈଷ୍ଣବ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୂଜା ପାଇଥାନ୍ତି । [୫]

ଦର୍ଶନୀୟ ସ୍ଥାନ

[ସମ୍ପାଦନା]

ରାଜନୀତି

[ସମ୍ପାଦନା]
# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
୧ ପଦ୍ମପୁର ଅଣ ସଂରକ୍ଷିତ ପଦ୍ମପୁର (ବି), ଝାରବନ୍ଧ, ପାଇକମାଳ, ରାଜବୋଡ଼ାସମ୍ବର, ବିଜୟ ରଞ୍ଜନ ସିଂ ବରିହା ବିଜଦ
୨ ‌‌ବିଜେପୁର ଅଣ ସଂରକ୍ଷିତ ବରପାଲି (ବି), ବିଜେପୁର, ଗାଇସିଲଟ, ବରପାଲି (ଆଂଶିକ) ସୁବଳ ସାହୁ କଂଗ୍ରେସ
୩ ବରଗଡ଼ ଅଣ ସଂରକ୍ଷିତ ବରଗଡ଼ (ପୌ), ବରଗଡ଼, ବରପାଲୀ (ଆଂଶିକ) ସାଧୁ ନେପାକ କଂଗ୍ରେସ
୪ ଅତାବିରା ଅନୁସୂଚିତ ଜାତି ଅତାବିରା, ଅତାବିରା, ଭେଡେନ ନିହାର ରଞ୍ଜନ ମହାନନ୍ଦ କଂଗ୍ରେସ
୫ ଭଟଲୀ ଅଣ ସଂରକ୍ଷିତ ସୋହେଲା, ଭଟଲୀ, ଅମ୍ବାଭୋନା ସୁଶାନ୍ତ ସିଂହ ବିଜଦ

ଅଧିକ ତଥ୍ୟ

[ସମ୍ପାଦନା]