ଦୁଗଲ
ଦୁଗଲ | |
---|---|
ଗାଆଁ | |
Country | India |
State | ଓଡ଼ିଶା |
District | ପୁରୀ |
Population | |
• Total | ୧୩୦୦ |
Languages | |
Time zone | UTC+5:30 (IST) |
PIN | ୭୫xxx |
Telephone code | ୦୬୭୫୨ |
ଯାନବାହାନ ପଞ୍ଚୀକରଣ | OR/13 |
ଦୁଗଲ ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ପଞ୍ଚାୟତରେ ଥିବା ଏକ ଗାଆଁ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଭୁବନେଶ୍ୱରରୁ ପୁରୀ ଗଲା ବାଟରେ ସାକ୍ଷୀଗୋପାଳ ପଞ୍ଚାୟତ କାର୍ଯ୍ୟାଳୟରୁ ବାମ ପଟେ ଗଲା ପରେ ୮ କିଲୋମିଟର ଦୂରରେ ଧାନ କ୍ଷେତ, ଆମ୍ବ ଗଛ, ନଡିଆ ଗଛ ତଥା ସବୁଜ ବନାନୀରେ ଭରପୁର ଗ୍ରାମଟିଏ ଦୁଗଲ ଗ୍ରାମ । ଏହି ଗ୍ରାମ ଦେଇ ଭାର୍ଗବୀ ନଦୀ ଯାଇଅଛି । ଜାତି ଅନୁସାରେ ଲୋକେ ଏଠାରେ ସାହି କରି ରହୁଛନ୍ତି ପରସ୍ପର ସୌହାର୍ଦ୍ୟପୁର୍ଣ ବାତାବରଣରେ।
ପର୍ବ ପର୍ବାଣି
[ସମ୍ପାଦନା]ଏଠାରେ ବାରମାସରେ ତେର ପର୍ବ ପାଳନ କରାଯାଏ । ସବୁଠାରୁ ମୁଖ୍ୟ ପର୍ବ ହେଉଛି ମହଶିବରାତ୍ରି । ଏହି ଗାଁ ଦୁଗଲର ଆରାଧ୍ୟ ଦେବତାଙ୍କ ନାମ “ବୁଧନାଥ” ଶିବଶଙ୍କର । ବୁଧନାଥଙ୍କ ବିଶେଷତ୍ୱ ହେଉଛି କି ସ୍ୱୟଂ ଭଗବାନ ପାଣି ଭିତରେ ପୂଜା ପାଆନ୍ତି ଏବଂ ପାଣି ଭିତରେ ନିଶ୍ୱାସ ପ୍ରଶ୍ୱାସ ନେଲା ଭଳିଆ ପାଣି ଉପରେ ଭୁଡ଼କି ବାହାରେ । ଏହା ହିଁ ସ୍ଥାନୀୟ ଲୋକମାନଙ୍କ ଆସ୍ଥାର କାରଣ ପାଲଟିଛି । ଶିବରାତ୍ରିର ଏକ ମାସ ପରେ ସାଗରସ୍ନାନ ଉତ୍ସବ ଅନୁଷ୍ଠିତ ହୁଏ ଯେଉଁଥିରେ ଆରାଧ୍ୟ ଦେବତା ଶିବଙ୍କ ସହ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗଙ୍ଗା ନାରାୟଣପୁରର ଆରାଧ୍ୟା ଦେବୀ ପାର୍ବତୀଙ୍କ ସହ ଭାର୍ଗବୀ ନଦୀ ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ ହୁଏ । ବିବାହ ପୂର୍ବରୁ ଶିବଙ୍କ ବରଯାତ୍ରୀ ଦୋଳ ସାହାଯ୍ୟରେ ସମଗ୍ର ଗ୍ରାମ ପରିକ୍ରମା କରେ ।
ଜୀବନ ଜୀବିକା
[ସମ୍ପାଦନା]ଏହି ଗ୍ରାମର ବ୍ରାହ୍ମଣମାନେ ପୂଜାପାଠ ସହ ଶିକ୍ଷାଦାନ କରନ୍ତି ଏବଂ ଚଷାମାନେ ଚାଷ କରନ୍ତି । ଅନ୍ୟ ସବୁ ଜାତି ନିଜ ନିଜ ଜୀବିକାକୁ ଉପଭୋଗ କରନ୍ତି, ଯାହାଫଳରେ ଏଠାରେ କେହି ବେକାର ନୁହନ୍ତି । ଆଧୁନିକ ସମୟରେ ଏଠାକାର ଲୋକେ ସହର ଯାଇ ଅନ୍ୟ ଜୀବିକା ତଥା ଶିକ୍ଷା ଗ୍ରହଣରେ ବ୍ୟସ୍ତ ଅଛନ୍ତି ।
ସୁବିଧା ସୁଯୋଗ
[ସମ୍ପାଦନା]ଭାର୍ଗବୀ ନଦୀ ଏହି ଗ୍ରାମର ଜୀବନ ରେଖା । ଏହାକୁ ନିର୍ଭର କରି ଲୋକେ ଚାଷବାସ କରନ୍ତି । ଆମ୍ବ, ପଣସ, ନଡିଆ, ଖଜୁରି ଇତ୍ୟାଦି ଫଳ ମୂଳ ଚାଷ ହେବା ସହ ଧାନ, ମୁଗ, ବିରି ଇତ୍ୟାଦି ଚାଷ ହୁଏ । ଏହିଗ୍ରାମକୁ ବିଜୁଳି ସୁବିଧା ସରକାର ଯୋଗାଇ ଦେଇଛନ୍ତି ତଥା ଯିବାଆସିବା ପାଇଁ ପିଚୁ ରାସ୍ତା ମଧ୍ୟ ଅଛି । ଗ୍ରାମର ସଡ଼କ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ସହାୟତାରେ ସିମେଣ୍ଟରେ ତିଆରି ହୋଇଛି । ଗ୍ରାମର ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଅଛି।