ଭଦ୍ରକ

ଉଇକିପିଡ଼ିଆ ରୁ
Jump to navigation Jump to search
ଭଦ୍ରକ
—  ସହର  —
ଭଦ୍ରକ
ଭଦ୍ରକର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 21°04′N 86°30′E / 21.06°N 86.50°E / 21.06; 86.50Coordinates: 21°04′N 86°30′E / 21.06°N 86.50°E / 21.06; 86.50
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ଭଦ୍ରକ
ଲୋକସଂଖ୍ୟା

ଘନତା

୧୩,୩୪,୦୦୦ (2010)

୭୭୫/କି.ମି. (୨,୦୦୭/sq mi)

ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା

୧,୭୨୧ square କିଲୋମିଟର (୬୬୪ sq mi)

୨୩ metres (୭୫ ft)

ବେବସାଇଟ http://bhadrak.nic.in/

ଭଦ୍ରକ ଭାରତର ଓଡ଼ିଶାରେ ଥିବା ଭଦ୍ରକ ଜିଲ୍ଲାର ସଦର ମହକୁମା ଓ ଏକ ମୁଖ୍ୟ ସହର (ପୌର ପରିଷଦ) । ଭଦ୍ରକ ଭଦ୍ରକାଳୀ ମନ୍ଦିର ପାଇଁ ଜଣାଶୁଣା, ଭଦ୍ରକାଳୀ ମନ୍ଦିରରେ ସବୁବର୍ଷ କାଳୀପୂଜା ଧୁମଧାମରେ ପାଳନ କରାଯାଏ ଯାହା ଦେଖିବାକୁ ଓଡ଼ିଶା ଓ ବାହାର ଅନେକ ରାଜ୍ୟରୁ ବହୁ ଲୋକ ଆସିଥାନ୍ତି । ଏଠାକାର ବସନ୍ତିଆ ପୋଖରୀଠାରେ ସବୁବର୍ଷ ଓଡ଼ିଆ ସାଧବମାନଙ୍କ ସ୍ମୃତିରେ କାର୍ତ୍ତିକ ପୁର୍ଣ୍ଣିମାଦିନ ବୋଇତ ବନ୍ଦାଣ କରାଯାଏ ଯାହା ଦେଖିବାକୁ ଅନେକ ଜନସମାଗମ ଗହୋଇଥାଏ । [୧][୨]

ନାମକରଣ[ସମ୍ପାଦନା]

  • ଭଦ୍ରକ ଶବ୍ଦ ଭଦ୍ରୌକଃ ଶବ୍ଦର ଅପଭ୍ରଂଶ। ‘ଭଦ୍ର’ (ମଙ୍ଗଳ ବା ଉତ୍ତମ) ଓ ‘ଓକଃ’ (ବାସସ୍ଥାନ) ଏଇ ଦୁଇଟି ଶବ୍ଦକୁ ମିଶାଇ ତିଆରି ହୋଇଥିବା ଶବ୍ଦ ହେଲା ଭଦ୍ରୌକଃ। ଏହାର ଉଚ୍ଚାରଣ ସୁଗମ ନ ହୋଇଥିବାରୁ କାଳକ୍ରମେ ଏହା ଭଦ୍ରକ ଶବ୍ଦରେ ପରିଣତ ହୋଇଛି।
  • ଆକବରଙ୍କ ଶାସନ କାଳରେ ଓଡ଼ିଶା ଯେଉଁ ତିନିଟି ଡିଭିଜନରେ ବିଭକ୍ତ ହୋଇଥିଲା ତନ୍ମଧ୍ୟରୁ ‘ବୃଦରକ’ ହେଉଛି ଗୋଟିଏ। ସେହି ବୃଦରକ ଆଧୁନିକ ଭଦ୍ରକ ବୋଲି କେହି କେହି ମତ ଦେଇଥାନ୍ତି।
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ନାମାନୁସାରେ ଏହାର ନାମକରଣ ହୋଇଛି ବୋଲି ବିଶିଷ୍ଟ ସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ର ତାଙ୍କ ସନ୍ଦର୍ଭ ‘ଜନ୍ମ ଓ ଜନ୍ମଭୂମି’ରେ ଉଲ୍ଲେଖ କରିଛନ୍ତି।
  • ଭଦ୍ରକସ୍ଥ ଚରମ୍ପା ଖ୍ରୀ.ପୂ.୪୪୦ରେ ଚମ୍ପାନଗର ନାମକ ସମୃଦ୍ଧିଶାଳୀ ରାଜ୍ୟରୂପେ ପରିଚିତ ଥିଲା। ସେଠାକର ଶାସକ ଥିଲେ ଜୈନ ଧର୍ମ ଅବଲମ୍ବୀ ରାଜା ଦଧିବାମନ। ମଗଧ ରାଜାଙ୍କର ସେନାପତି ଭଦ୍ରିକ ତାଙ୍କୁ ପରାସ୍ତ କରିଥିଲେ। ଭଦ୍ରିକଙ୍କ ନାମାନୁସାରେ ଏହି ଜାଗାର ନାମକରଣ ହୋଇଛି ବୋଲି ମଧ୍ୟ ଜଣାଯାଏ।[୩]

ଇତିହାସ[ସମ୍ପାଦନା]

ଭଦ୍ରକ ପୌରାଣିକ ଯୁଗର ପୋଥିପତ୍ରରେ ଉଲ୍ଲିଖିତ ଏକ ପ୍ରାଚୀନ ସହର। ଓଡ଼ିଶାର ଉପକୂଳବର୍ତ୍ତୀ ଓ କୃଷିମୂଳକ ପ୍ରାଚୁର୍ଯ୍ୟ, ବାଣିଜ୍ୟ ଓ ପରମ୍ପରାକୁ ଭଦ୍ରକର ଦାନ ଆବୁଲ ଫାଜଲଙ୍କ ଆଇନ୍-ଇ-ଆକବରୀର ରଚନାଠାରୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ। ଏହାର ପ୍ରାଚୀନତା ଧାମନଗରର ସପ୍ତମ ଓ ଅଷ୍ଟମ ଶତାବ୍ଦୀର ବୌଦ୍ଧ ଅବଶେଷରୁ ଜଣାପଡ଼େ। କୁପାରି ପାଖର ଶାରୀ-ଶୁଆ ବୌଦ୍ଧ ଗୁମ୍ଫା, ପାଳିଆର ରହସ୍ୟମୟ ବିରଞ୍ଚି ନାରାୟଣ ମନ୍ଦିର କୋଣାର୍କର ସୂର୍ଯ୍ୟ ମନ୍ଦିର ପରି ଅନ୍ୟ ଏକ ସୂର୍ଯ୍ୟପୂଜା ପୀଠ। ଧାମନଗର ନିକଟସ୍ଥ ଗେଙ୍ଗୁଟି ନଦୀ କୂଳର ଗୋହୀରାଟିକିରି ଆଜି ବି ସ୍ୱାଧୀନତାପାଇଁ ଓଡ଼ିଆମାନଙ୍କର ଶେଷ ସଂଗ୍ରାମର ଚିହ୍ନ ବହନ କରେ, ଯେଉଁଠି ପରାସ୍ତ ରାଜା ମୁକୁନ୍ଦଦେବ ସନ ୧୫୬୮ ମସିହାରେ ଇହଲୀଳା ସମ୍ବରଣ କରିଥିଲେ।

୧୫୭୫ରେ ରାଜା ମାନସିଂହଙ୍କଦ୍ୱାରା ଆଫଗାନମାନେ ପରାସ୍ତ ହେଲାପରେ ମୁସଲିମ୍ ସମ୍ପ୍ରଦାୟର ଲୋକେ ଭଦ୍ରକରେ ଅବସ୍ଥାପିତ ହୋଇଥିଲେ। ମୋଗଲ ଶାସନ କାଳରେ ଭଦ୍ରକ ବଙ୍ଗର ନବାବଙ୍କ ଅଧୀନରେ ଥିଲା। ମୋଗଲ ସତ୍ତାର ଅବସାନ ପରେ ଏ ଅଞ୍ଚଳ ହିନ୍ଦୁ କ୍ଷତ୍ରିୟମାନଙ୍କର ଶାସନାଧୀନ ହୋଇଥିଲା। ଇଂରେଜମାନେ ଓଡ଼ିଶା ଅଧିକାର କରିବା ପରେ ୧୮୦୪ରେ କଟକ ଓ ବାଲେଶ୍ୱରକୁ ଦୁଇଟି ପ୍ରଶାସନିକ ଖଣ୍ଡରେ ବିଭକ୍ତ କରାଯାଇଥିଲା। ୧୮୨୮ରେ ବାଲେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦିଆଯାଇଥିଲା, କିନ୍ତୁ ଭଦ୍ରକକୁ ଏକ ସବ୍-ଡିଭିଜନ୍ ବୋଲି ଘୋଷଣା କରାଗଲା। ଭଦ୍ରକରେ ସହାୟକ ମାଜିଷ୍ଟ୍ରେଟ୍ ବସୁଥିଲେ ବି ମୁନସିଫ କୋର୍ଟ ୧୯୦୧ ପର୍ଯ୍ୟନ୍ତ ଯାଜପୁରଠାରେ ଥିଲା।

ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ଭଦ୍ରକ ଏକ ଅଗ୍ରଣୀ ଭୂମିକା ନିଭାଇଥିଲା। ଗାନ୍ଧିଜୀଙ୍କ ଆହ୍ୱାନରେ ୧୯୨୦ ମସିହାର ଅସହଯୋଗ ଆନ୍ଦୋଳନ ସମୟରେ ଏଠାରେ ଲଗାତାର ବର୍ଷେକାଳ କଚେରୀ ବର୍ଜନ କରାଯାଇଥିଲା। ୧୯୨୧ ମସିହା ମାର୍ଚ ମାସର ଶେଷ ସପ୍ତାହ ବେଳକୁ ଲୋକମାନଙ୍କ ଦେଶପ୍ରେମ ଓ ସଂଗ୍ରାମ ପ୍ରତି ସ୍ପୃହାରେ ଅଭିଭୂତ ହୋଇ ଗାନ୍ଧିଜୀ ଭଦ୍ରକ ଆସିଥିଲେ। ୧୯୨୨ରେ କନିକାର ଐତିହାସିକ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା, ଯାହା ଅଳ୍ପସମୟପାଇଁ ଭଦ୍ରକରେ ଅବସ୍ଥାପିତ ହୋଇଥିବା ଇଂରେଜ ସେନା ବାହିନୀଙ୍କ ଚାପରେ ଧିମା ପଡ଼ିଯାଇଥିଲା, କିନ୍ତୁ ଚକ୍ରଧର ବେହେରାଙ୍କ ସଫଳ ନେତୃତ୍ୱରେ କନିକାର ଏଇ ବିଦ୍ରୋହ ବିଜୟଲାଭ କଲା। ୧୯୩୦ର ଆଇନ ଅମାନ୍ୟ ଆନ୍ଦୋଳନରେ ଭଦ୍ରକ ନିଜର ଦେଶପ୍ରେମ ଓ ବଳିଦାନର ପରିଚୟ ଦେଇଥିଲା। ଡଃ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ଏଇ ଆନ୍ଦୋଳନ ସରକାରଙ୍କ ଲୁଣ ଆଇନ୍ ଭଙ୍ଗ କରିଥିଲା ଓ ସରକାରଙ୍କ ସ୍ଥିତିକୁ ଦୋହଲାଇ ଦେଇଥିଲା। ମହାତ୍ମାଗାନ୍ଧୀ ଏହାଦ୍ୱାର ମୁଗ୍ଧ ହୋଇ ୧୯୩୪ରେ ପୁଣିଥରେ ଭଦ୍ରକ ଗସ୍ତ କରିଥିଲେ ଓ ମହତାବଙ୍କ ବାସ ଭବନରେ ରହିଥିଲେ। ସେତେବେଳେ ସେ ଜୀବରାମ ଆଶ୍ରମ (ନୂଆସାହି, ଆଶ୍ରମ, ଗାରଦପୁର)ର ହରିଜନମାନଙ୍କୁ ଭେଟିଥିଲେ। ଏ ସମୟରେ ଇରମ୍ର ବାଞ୍ଛାନିଧି ମହାନ୍ତି ନିଜର ଅଗ୍ନିବର୍ଷୀ, ଦେଶପ୍ରେମ ମୂଳକ ରଚନାଦ୍ୱାରା ଲୋକମାନଙ୍କୁ ଜାତୀୟତାର ଭାବନାରେ ଉଦ୍ବୁଦ୍ଧ କରୁଥିଲେ।

୧୯୪୨ର ଐତିହାସିକ ଭାରତଛାଡ଼ ଆନ୍ଦୋଳନରେ ଭଦ୍ରକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା। ମୂରଲୀଧର ପଣ୍ଡାଙ୍କ ନେତୃତ୍ୱରେ, ରାଧୁ ମହାଳିକ,ନିଧି ମହାଳିକ ଓ ଅନ୍ୟ ଆଠଜଣ ଦେଶପ୍ରେମୀଙ୍କଦ୍ୱାରା ୨୨ ସେପ୍ଟେମ୍ବର ୧୯୪୨ରେ ଲୁଣିଆ, କାଟସାହିରେ ଏହି ସଂଗ୍ରାମ ଭୟଂକର ରୂପନେଲା, ଯେଉଁଠି ଏମାନେ ଭାରତମାତାର ସ୍ୱାଧୀନତା ପାଇଁ ଆତ୍ମବଳି ଦେଇଥିଲେ। ସେଥିପାଇଁ ଏହି ଜାଗାକୁ ଯଥାର୍ଥରେ ଶହୀଦ ନଗର କୁହାଯାଏ। ୨୮ ସେପ୍ଟେମ୍ବର ୧୯୪୨ରେ ଇରମ୍ଠାରେ ଜାଲିଆନାୱାଲାବାଗ ପରି ଏକ ନିବୁଜ ସ୍ଥାନରେ ଦେଶର ସ୍ୱାଧୀନତାପାଇଁ ବ୍ରିଟିଶ ସରକାରଙ୍କ ଗୁଳି ବିଦ୍ଧ କରିଥିଲା ପାଖାପାଖି ୪୦ଜଣ ସଂଗ୍ରାମୀଙ୍କର ବକ୍ଷକୁ। ଭାରତଛାଡ଼ ଆନ୍ଦୋଳନରେ ଏ ଅଞ୍ଚଳର ଡଃ ହରେକୃଷ୍ଣ ମହତାବ, ମହମ୍ମଦ ହନିଫ୍, ମୂରଲୀଧର ଜେନା, ଗୋକୁଳାନନ୍ଦ ମହାନ୍ତି, ନୀଳମଣି ରାଉତରାୟ ଓ ଅନ୍ୟ ଅନେକ ସଂଗ୍ରାମୀମାନଙ୍କର ଭୂମିକା ଉଲ୍ଲେଖନୀୟ। ସ୍ୱାଧୀନତାର ପରବର୍ତ୍ତୀ କାଳରେ ଭଦ୍ରକ ବହୁମୁଖୀ ଉନ୍ନତି ପଥରେ ଉତ୍ତରୋତ୍ତର ଅଗ୍ରଗତି କରିଚାଲିଛି। ଶିକ୍ଷା, ଶିଳ୍ପ, କୃଷି, ବାଣିଜ୍ୟ ଆଦି କ୍ଷେତ୍ରରେ ଭଦ୍ରକ ଏକବିଂଶ ଶତାବ୍ଦୀରେ ଏକ ଉଚ୍ଚତର ସ୍ଥାନରେ ପହଞ୍ଚି ପାରିଛି।

ଜଳବାୟୁ[ସମ୍ପାଦନା]

ଭଦ୍ରକ
Climate chart (explanation)
JFMAMJJASOND
 
 
12
 
28
16
 
 
24
 
32
19
 
 
24
 
35
22
 
 
22
 
37
25
 
 
56
 
38
27
 
 
196
 
35
26
 
 
325
 
32
25
 
 
330
 
31
25
 
 
288
 
32
25
 
 
208
 
31
23
 
 
37
 
30
19
 
 
28
 
28
15
Average max. and min. temperatures in °C
Precipitation totals in mm
Source: IMD

ସଂସ୍କୃତି[ସମ୍ପାଦନା]

ଦୀର୍ଘ ସାତଦିନବ୍ୟାପୀ ଚରମ୍ପାରେ ହେଉଥିବା କାଳୀପୂଜାପାଇଁ ଭଦ୍ରକ ପ୍ରସିଦ୍ଧ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକ ରେଳଷ୍ଟେସନଠାରୁ ପ୍ରାୟ ୧୦ କି.ମି.ଦୂରରେ ଅବସ୍ଥିତ। ଆରଡ଼ିର ପ୍ରସିଦ୍ଧ ଆଖଣ୍ଡଳମଣୀ ମନ୍ଦିର ଭଦ୍ରକଠାରୁ ୪୦ କି.ମି. ଦୂରରେ ଅବସ୍ଥିତ। ମୁସଲିମ୍ ସୁଫି ସନ୍ଥ ମୁଜାହିଦ୍-ଇ-ମିଲ୍ଲାତଙ୍କର ସମାଧୀ (ମଜ୍ଜାର) ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡଠାରୁ ୨୨କି.ମି.ଦୂର ଧାମନଗରଠାରେ ରହିଅଛି। ଆଉଜଣେ ସୁଫିସନ୍ଥ, ସୟଦ ନାସିମ ଅଖତାର କ୍ୱାଦ୍ରି ଓରଫ ସରକାର ବାବାଙ୍କ ମସଜିଦ୍ ଭଦ୍ରକ ପୌରପରିଷଦ ଇଲାକାରେ ଅବସ୍ଥିତ ଯାହା ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡଠାରୁ ୩କି.ମି.ଦୂରରେ ରହିଛି । ସେ ଜଣେ ଜୀବନ୍ତ ମହାପୁରୁଷ ଓ ପ୍ରତିଦିନ ହଜାର ହଜାର ଭକ୍ତ ତାଙ୍କ ଆଶୀର୍ବାଦ ପାଇବାପାଇଁ ଏଠାକୁ ଆସିଥାନ୍ତି। ଶିଖ୍ ଗୁରୁଦ୍ୱାରା ପୁରୁଣା ବଜାରରେ ଅବସ୍ଥିତ ଯାହା ଭଦ୍ରକ ମୁଖ୍ୟ ବଜାରଠାରୁ ୫ କି.ମ. ଦୂରରେ ଅବସ୍ଥିତ। ଧାମରାର ମା ଧାମରେଇ ମନ୍ଦିର ଭଦ୍ରକଠାରୁ ୮୦ କି.ମି. ଦୂର। ଏଠାରେ ଭାରତୀୟ ରକ୍ଷା ଅନୁସନ୍ଧାନ ଓ ବିକାଶ ଅନୁଷ୍ଠାନ ରହିଛି ତଥା ଏଠାରୁ ଭିତର କନିକାର କୁମ୍ଭୀର ଚାଷ ପ୍ରକଳ୍ପକୁ ଯାଇହୁଏ।

ଭଦ୍ରକର କଦମ ରସୁଲ ମୁସଲମାନମାନଙ୍କପାଇଁ ପ୍ରମୁଖ ଆକର୍ଷଣର କେନ୍ଦ୍ର। ସନ୍ଥ ହଜରତ ମୁଜାହିଦ-ଇ-ମିଲାତଙ୍କ ଦରଗାଠାରୁ ୨ କି.ମି. ଦୂରରେ ଅବସ୍ଥିତ ଏଇ ସ୍ଥାନ ଜଗତିରେ ଅବସ୍ଥିତ। ଏଠାରେ ମସିହା ମହମ୍ମଦଙ୍କର କଦମ ରସୁଲ, ମୁ-ଇ-ମୁବାରକ ମସିହା ମହମ୍ମଦ, ପାଞ୍ଜା ମୁବାରକ ହଜରତ ମୌଲା ଅଲି, ଦୁପଟ୍ଟା ମୁବାରକ ଖତୁମ-ଇ-ଜନ୍ନତ, କଦମ ପାକ ହଜରତ ଗୌସ ଉଲ-ଆଜମ ଦସ୍ତେଗିରଙ୍କର ସ୍ମୃତି ଚିହ୍ନ ରହିଛି। ପ୍ରତିବର୍ଷ ଇଦ୍-ମିଲାଦୁନ-ନବିରେ ଭଦ୍ରକର ମୁସଲିମମାନେ ମହିହା ମହମ୍ମଦଙ୍କର ଜୟନ୍ତୀକୁ ବଡ଼ ଧୁମଧାମରେ ପାଳନ କରିଥାନ୍ତି। ସେମାନେ ଶଙ୍କରପୁରର ଏକ ପଡ଼ିଆରେ ଏକତ୍ର ହୁଅନ୍ତି ଯାହାକୁ ମଦିନା ମୈଦାନ କୁହାଯାଏ। JIMNC (ଜସନ ଇ ଇଦ୍-ମିଲାଦୁନ-ନବି କମିଟି) ଏଇ ପବିତ୍ର ପର୍ବର ଆୟୋଜନର ଦାୟିତ୍ୱ ନେଇଥାଏ।

ଆରଡିରେ ସମସ୍ତ ପର୍ବ ପର୍ବାଣି ପାଳନ ଏବ୍ଂ ମହା ଶିବରାତ୍ରୀ ଧୁମ୍ ଧାମରେ ପାଳନ କରା ଯାଏ ।

ଦୋଳପୂର୍ଣ୍ଣିମାରେ ଗୁଆଁମାଳ, ଲୁଣିଆ, କାଳିମେଘା, ତିହିଡ଼ି, ବ୍ରାହ୍ମଣୀଗାଁ, ପାଟରାଜପୁରରେ ମେଲଣ ବଡ଼ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଏ। ଭଦ୍ରକ, ତିହିଡ଼ି ଗୁଆଁମାଳରେ ରଥଯାତ୍ରା ମଧ୍ୟ ପାଳନ କରାଯାଏ।

ପର୍ଯ୍ୟଟନ[ସମ୍ପାଦନା]

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକ ରେଳଷ୍ଟେସନଠାରୁ ପ୍ରାୟ ୧୦ କି.ମି.ଦୂରରେ ଅବସ୍ଥିତ। ଆରଡ଼ିର ପ୍ରସିଦ୍ଧ ଆଖଣ୍ଡଳମଣୀ ମନ୍ଦିର ଭଦ୍ରକଠାରୁ ୪୦ କି.ମି. ଦୂରରେ ଅବସ୍ଥିତ। ମୁସଲିମ୍ ସୁଫି ସନ୍ଥ ମୁଜାହିଦ୍-ଇ-ମିଲ୍ଲାତଙ୍କର ସମାଧୀ (ମଜ୍ଜାର) ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡଠାରୁ ୨୨କି.ମି.ଦୂର ଧାମନଗରଠାରେ ରହିଅଛି। ଆଉଜଣେ ସୁଫିସନ୍ଥ, ସୟଦ ନାସିମ ଅଖତାର କ୍ୱାଦ୍ରି ଓରଫ ସରକାର ବାବାଙ୍କ ମସଜିଦ୍ ଭଦ୍ରକ ପୌରପରିଷଦ ଇଲାକାରେ ଅବସ୍ଥିତ ଯାହା ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡଠାରୁ ୩କି.ମି.ଦୂରରେ ରହିଛି । ସେ ଜଣେ ଜୀବନ୍ତ ମହାପୁରୁଷ ଓ ପ୍ରତିଦିନ ହଜାର ହଜାର ଭକ୍ତ ତାଙ୍କ ଆଶୀର୍ବାଦ ପାଇବାପାଇଁ ଏଠାକୁ ଆସିଥାନ୍ତି। ଶିଖ୍ ଗୁରୁଦ୍ୱାରା ପୁରୁଣା ବଜାରରେ ଅବସ୍ଥିତ ଯାହା ଭଦ୍ରକ ମୁଖ୍ୟ ବଜାରଠାରୁ ୫ କି.ମ. ଦୂରରେ ଅବସ୍ଥିତ। ଧାମରାର ମା ଧାମରେଇ ମନ୍ଦିର ଭଦ୍ରକଠାରୁ ୮୦ କି.ମି. ଦୂର। ଏଠାରେ ଭାରତୀୟ ରକ୍ଷା ଅନୁସନ୍ଧାନ ଓ ବିକାଶ ଅନୁଷ୍ଠାନ ରହିଛି ତଥା ଏଠାରୁ ଭିତର କନିକାର କୁମ୍ଭୀର ଚାଷ ପ୍ରକଳ୍ପକୁ ଯାଇହୁଏ।

ଶିକ୍ଷା[ସମ୍ପାଦନା]

ଭଦ୍ରକର ଶିକ୍ଷାନୁଷ୍ଠାନ ଗୁଡ଼ିକ ହେଲେ ଭଦ୍ରକ ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି (BIET), ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ମହିଳା ମହାବିଦ୍ୟାଳୟ, ଜିଲ୍ଲାସ୍କୁଲ (ସ୍ଥାପିତ ୧୮୮୨), ଆର୍.ସି.ବି ହାଇସ୍କୁଲ, ଏନ୍.ସି. ହାଇସ୍କୁଲ, ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ମନ୍ଦିର, ନୂଆ ବଜାର, ଭଦ୍ରକ ବାଳିକା ବିଦ୍ୟାଳୟ, ବୀଣାପାଣି ହାଇସ୍କୁଲ ଗୁଆଁମାଳ, ଏସ୍.ବି.ଏମ୍. ହାଇସ୍କୁଲ ଗାରଦପୁର ଇତ୍ୟାଦି ଅନେକ ପୁରାତନ ଶିକ୍ଷାନୁଷ୍ଠାନ ଏଠାରେ ରହିଛି। ଭଦ୍ରକ ହାଇସ୍କୁଲ, ଯାହା ୧୮୮୨ରେ ସ୍ଥାପିତ ହୋଇଥିଲା, ତାହା ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ପରି ନେତାମାନଙ୍କର ବିଦ୍ୟାୟତନ। ଦୁର୍ଗାପ୍ରସାଦ ସରାଫ ବିଦ୍ୟାପୀଠ, ହାପି ହୋମ ସ୍କୁଲ, ସନ ସାଇନ ମିସନ ସ୍କୁଲ, କାରମେଲ ସ୍କୁଲ, ସେଣ୍ଟ ଜାଭିଅର ସ୍କୁଲ ଆଦି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମଧ୍ୟ ଏହି ସହରରେ ରହିଛି। ବୈଷୟିକ ଶିକ୍ଷାରେ ଜିଲ୍ଲାର ଅଗ୍ରଗତିର ନିଦର୍ଶନ ସ୍ୱରୂପ ଏଠାରେ ଗୋଟିଏ ଡିପ୍ଲୋମା କଲେଜ ସାଙ୍ଗକୁ ୬ଟି ଆଇ.ଟି.ଆଇ (ITI) (ଇଣ୍ଡଷ୍ଟ୍ରିୟାଲ ଟ୍ରେନିଂ ସେଣ୍ଟର) ମଧ୍ୟ ରହିଛି। ବି.ଏସ୍.ଇ.ଟି.ନାମକ ଏକ ନୂଆ ଡ଼ିପ୍ଲୋମା ସ୍କୁଲ ଅସୁରାଳିଠାରେ ଖୋଲାଯାଇଅଛି।

ରାଜନୀତି[ସମ୍ପାଦନା]

ଭଦ୍ରକ ହେଉଛି ଲୋକ ସଭା ନିର୍ବାଚନ ମଣ୍ଡଳୀ (ନଂ.୭)। ବିଜୁ ଜନତା ଦଳର ଶ୍ରୀ ଅର୍ଜ୍ଜୁନ ସେଠୀ ହେଉଛନ୍ତି ଆଜିର ସାଂସଦ। ବିଜୁ ଜନତା ଦଳର ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ ଆଦି ହେଉଛନ୍ତି ରାଜ୍ୟ ବିଧାନ ସଭାରେ ଆଜିର ବିଧାୟକ, ଯିଏ ୨୦୦୯ର ନିର୍ବାଚନ ଜିତିଛନ୍ତି। ପୂର୍ବତନ ବିଧାୟକ (MLA)ମାନେ ହେଲେ ନରେନ ପଲେଇ, ଭାରତୀୟ ଜାତୀୟ କଂଗ୍ରେସ (୨୦୦୪), ପ୍ରଫୁଲ୍ଲ ସାମଲ, ବିଜୁ ଜନତା ଦଳ(୧୯୯୫ ଓ ୧୯୯୦), ଯୁଗଳ କିଶୋର ପଟ୍ଟନାୟକ (୧୯୮୫ ଓ ୧୯୮୦ରେ ଭାରତୀୟ ଜାତୀୟ କଂଗ୍ରେସ ) ଓ ରତ୍ନାକର ମହାନ୍ତି (୧୯୯୭ ଜନତା ପାର୍ଟି).[୪]

ଭଦ୍ରକ ସହର ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। [୫]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • ଉତ୍କଳ ପ୍ରସଙ୍ଗ ମଇ ୨୦୧୧ - ଓଡ଼ିଶାର ସଂସ୍କୃତି ଓ ଭଦ୍ରକ-ଡଃ ନରହରି ବେହେରା