ଢେଙ୍କାନାଳ ଜିଲ୍ଲା
ଢେଙ୍କାନାଳ | |
---|---|
ଜିଲ୍ଲା | |
![]() ଓଡ଼ିଶାରେ ଅବସ୍ଥାନ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ଢେଙ୍କାନାଳ |
ଭାଷା | ଓଡ଼ିଆ, ଇଂରାଜୀ,ହୋ |
ବିଧାନ ସଭା | ୪ଟି ଆସନ
|
Area | |
• ଜିଲ୍ଲା | 4452 km2 (1,719 sq mi) |
Population (୨୦୧୧) | |
• ଜିଲ୍ଲା | ୧୧୯୨୯୪୮ |
• Density | 268/km2 (690/sq mi) |
• Urban | ୧୧୭୨୩୪ |
• Rural | ୧୦୭୫୭୧୪ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୫୯ xxx |
ତାର (ଏସ୍.ଟି.ଡ଼ି) | ୦୬୭୬୨ |
ଯାନବାହାନ ପଞ୍ଚୀକରଣ | OD-06 |
ଜିଲ୍ଲାପାଳ | ରୁପା ରୋଶନ ସାହୁ |
Website | Official website |
ଢେଙ୍କାନାଳ ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଢେଙ୍କାନାଳ ସହର ଏହି ଜିଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟସବୁ ଅଛି । ଢେଙ୍କାନାଳ ଜିଲ୍ଲା ମଧ୍ଯ ପୂର୍ବତନ ଗଡ଼ଜାତ ଜିଲ୍ଲା ମଧ୍ୟରୁ ଅନ୍ୟତମ। ଢେଙ୍କାନାଳ ଜିଲ୍ଲା ବିଭିନ୍ନ ପ୍ରକାର ପ୍ରାକୃତିକ ସମ୍ପଦ, ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ। ଢେଙ୍କାନାଳ ଜିଲ୍ଲା ଏହାର ସ୍ଵତନ୍ତ୍ର ସଂସ୍କୃତି, ପରମ୍ପରା ପାଇଁ ମଧ୍ୟ ଓଡ଼ିଶା ରେ ଆଦୃତି ଲାଭ କରିଛି। ଯୋରନ୍ଦା ମେଳା, ଭୁବନ ଦଶହରା ବଳଦ ଯାତ୍ରା , ଢେଙ୍କାନାଳ ଲକ୍ଷ୍ମୀ ପୂଜା, ଭୁବନ କଂସା ବାସନ, ଢେ଼ଙ୍କାନାଳ ବରା ପାଇଁ ମଧ୍ୟ ଢେଙ୍କାନାଳ ଜିଲ୍ଲା ଓଡ଼ିଶା ରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛି ।
ଇତିହାସ
[ସମ୍ପାଦନା]ଏହା ଗଡ଼ଜାତ ରାଜା ଢେ଼ଙ୍କ ଶବରଦ୍ୱାରା ସ୍ଥାପିତ ହୋଇଥିଲା । ବର୍ତ୍ତମାନ୍ ଏହି ଜିଲ୍ଲା ର ରାଜା ସାହେବ୍ ଅଛନ୍ତି ଓଡ଼ିଶାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ବ୍ରିଗେଡ଼ିୟର କାମାକ୍ଷା ପ୍ରସାଦ ସିଂଦେଓ ମହାରାଜ । ଏହୀ ଜିଲ୍ଲା ର ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠ ଗ୍ରାମରେ ଜନ୍ମ ନେଇଥିଲେ ଦେଶର ସର୍ବ କନିଷ୍ଠ ସହିଦ ବାଜି ରାଉତ।
ଭୂଗୋଳ
[ସମ୍ପାଦନା]ଢେଙ୍କାନାଳ ଜିଲ୍ଲାର ଉତ୍ତାର-ପୂର୍ବାଂଶରେ ପର୍ବତଶ୍ରେଣୀ ରହିଛି । ମାଲ୍ୟଗିରି ପର୍ବତ ଏହି ଅଂଶରେ ଅବସ୍ତିତ । ଉତ୍ତର ଦିଗରେ କେନ୍ଦୁଝର ଜିଲ୍ଲା ଦକ୍ଷିଣ ଦିଗରେ କଟକ ଜିଲ୍ଲା ପୂର୍ବରେ ଯାଜପୁର ଜିଲ୍ଲା ଓ ପଶ୍ଚିମ ଦିଗ ରେ ଅନୁଗୋଳ ଜିଲ୍ଲା ଏହାର ସୀମା ସହ ଅବସ୍ଥିତ। ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଏହି ଜିଲ୍ଲା ଦେଇ ପ୍ରବାହିତ ହେଉଛି। ଓଡ଼ିଶାର କୈଳାଶ କପିଳାସ , ଯୋରନ୍ଦା ର ମହିମା ଧର୍ମ ର ଶୂନ୍ୟ ମନ୍ଦିର ଢେଙ୍କାନାଳ ଜିଲ୍ଲା ର ଶୋଭା ମଣ୍ଡନ କରୁଛନ୍ତି । ଢେଙ୍କାନାଳ ଜିଲ୍ଲା ଏକ ପ୍ରାକୃତିକ ସୋନ୍ଦର୍ଯ୍ୟ ରେ ପରିପୂର୍ଣ ଜିଲ୍ଲା ଅଟେ।
ଜନଗଣନା
[ସମ୍ପାଦନା]୨୦୧୧ ଜନଗଣନା [୧] ଅନୁସାରେ ଢେଙ୍କାନାଳ ଜିଲ୍ଲାର ଲୋକସଂଖ୍ୟା ୧୧,୯୨,୯୪୮ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୭୫,୭୧୪ ଓ ସହରାଞ୍ଚଳରେ ୧,୧୭,୨୩୪ ଲୋକ ବାସ କରନ୍ତି [୨] ।
- ପୁରୁଷ: ୬,୧୨,୫୯୭
- ମହିଳା: ୫,୮୦,୩୫୧
- ଛ ବର୍ଷରୁ କମ: ୧,୩୨,୬୪୭
- ସାକ୍ଷରତା ହାର ୭୯.୪୧%
- ପୁରୁଷ: ୮୭.୦୮%
- ମହିଳା: ୭୧.୪୦%
ବିଭାଗ
[ସମ୍ପାଦନା]- ଢେଙ୍କାନାଳ ଜିଲ୍ଲା, ୮ଟି ପ୍ରଶାସନିକ ବ୍ଳକ (୧୯୯ଟି ପଞ୍ଚାୟତ ଓ ୨୭ଟି ଜିଲ୍ଲା ପରିଷଦ ଆସନ)ରେ ବିସ୍ତ୍ରୃତ ।
- ଓଡ଼ାପଡ଼ା: ୨୫ ପଞ୍ଚାୟତ ଓ ୩ଟି ଜିଲ୍ଲା ପରିଷଦ ଜୋନ
- କଙ୍କଡ଼ାହାଡ଼: ୨୧ଟି ପଞ୍ଚାୟତ
- କାମାକ୍ଷାନଗର: ୨୦ଟି ପଞ୍ଚାୟତ
- ଗଁଦିଆ: ୨୭ଟି ପଞ୍ଚାୟତ
- ଢେଙ୍କାନାଳ:୨୭ଟି ପଞ୍ଚାୟତ(୩୮୩ ୱାର୍ଡ଼) ଓ ୪ଟି ଜିଲ୍ଲା ପରିଷଦ
- ପରଜଙ୍ଗ: ୨୬ ପଞ୍ଚାୟତ ଓ ୩ଟି ଜିଲ୍ଲା ପରିଷଦ ଜୋନ
- ଭୁବନ: ୧୭ ପଞ୍ଚାୟତ (୨୫୪ୱାର୍ଡ଼) ଓ ୩ଟି ଜିଲ୍ଲା ପରିଷଦ ଆସନ
- ହିନ୍ଦୋଳ: ୩୬ଟି ପଞ୍ଚାୟତ ଓ ୪ଟି ଜିଲ୍ଲାପରିଷଦ ଜୋନ
ପର୍ଯ୍ୟଟନ ସ୍ଥଳୀ
[ସମ୍ପାଦନା]- କପିଳାସ ଶିବ ମନ୍ଦିର
- ଅନନ୍ତଶୟନ, ସରାଙ୍ଗ
- କପିଳାସ ଚିଡ଼ିଆଖାନା: କପିଳାସର ପାଦଦେଶରେ ୧୯୭୯ ମସିହା ଜାନୁଆରୀ ୨୬ ତାରିଖରେ ଉଦଘାଟିତ ହୋଇଥିବା ମୃଗବିହାର ବର୍ତ୍ତମାନ ଏକ କ୍ଷୁଦ୍ର ଚିଡ଼ିଆଖାନାରେ ପରିଣତ ହୋଇଛି । ଏଠାରେ ବିଭିନ୍ନ କିସମର ହରିଣ ସାଙ୍ଗକୁ ହାତୀ, କୁମ୍ଭୀର ଆଦି ୧୮ ପ୍ରକାରର ୧୮୮ଟି ପଶୁପକ୍ଷୀ ରହୁଛନ୍ତି । ଚିଡ଼ିଆଖାନା ପରିସରରେ ବିଭିନ୍ନ କିସମର ଦୋଳି ସାଙ୍ଗକୁ ସୁନ୍ଦର ବଗିଚା ମଧ୍ୟ ରହିଛି ।
- କପିଳାସ ଅଭୟାରଣ୍ୟ: ଢେଙ୍କାନାଳ ଜିଲ୍ଲାର କପିଳାସ ସଂରକ୍ଷିତ ଜଙ୍ଗଲକୁ ୨୦୧୧ ଅପ୍ରେଲ ୨ତାରିଖରେ ଅଭୟାରଣ୍ୟ ଭାବେ ୱାଇଲ୍ଡ ଲାଇଫ ପକ୍ଷରୁ ଘୋଷଣା କରାଯାଇଛି । ୧୨,୫୫୯ ହେକ୍ଟର ପରିଧି ମଧ୍ୟରେ କପିଳାସ ଅଭୟାରଣ୍ୟ ରହିଛି । ଜଙ୍ଗଲରେ ହାତୀ, ସମ୍ବର, ବାରହା, ଝିଙ୍କ, ହେଟାବାଘ, ଭାଲୁ, କୁଟୁରା, ଠେକୁଆ, ଅଜଗର, କିଙ୍ଗ କୋବ୍ରା, କୋବ୍ରା, ଉଡ଼ନ୍ତା ମୂଷା, ସାରିଆପତନି, ଗୋଧି ଆଦି ଜୀବ ଜନ୍ତୁ ବହୁ ପରିମାଣରେ ଦେଖିବାକୁ ମିଳନ୍ତି ।
- ଯୋରନ୍ଦା
- ସପ୍ତସଜ୍ୟା
- ରାମଚଣ୍ଡୀ ମନ୍ଦିର, ନାଧରା
- କୁଆଲୋ
- କନେକେଶ୍ୱର ମନ୍ଦିର
- ଦଣ୍ତଧର
- ବିଷ୍ଣୁ ମନ୍ଦିର
ରାଜନୀତି
[ସମ୍ପାଦନା]ରାଜନୀତି କ୍ଷେତ୍ର ରେ ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନନ୍ଦିନୀ ଶତପଥୀ , ଓଡ଼ିଶା ରାଜନୀତି ର ଚାଣକ୍ୟ ଭାବେ ନାମିତ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ୟାରୀ ମୋହନ ମହାପାତ୍ର ଏହି ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ।
ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ
* ଚିହ୍ନିତ ସଭ୍ୟମାନେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦଳ ତରଫରୁ ନିର୍ବାଚନ ଜିତିଥିଲେ ।
# | !ନିର୍ବାଚନ ମଣ୍ଡଳୀ | ଆରକ୍ଷଣ | ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) | ୧୪ଶ ବିଧାନ ସଭା ସଦସ୍ୟ | |
---|---|---|---|---|---|
୫୫ | ଢେଙ୍କାନାଳ | ଅଣ ସଂରକ୍ଷିତ | ଢେଙ୍କାନାଳ (ପୌ), ଗନ୍ଦିଆ, ଢେଙ୍କାନାଳ (ଅଂଶ) | ||
୫୬ | ହିନ୍ଦୋଳ | ଅନୁସୂଚିତ ଜାତି | ହିନ୍ଦୋଳ, ଓଡ଼ାପଡ଼ା | ||
୫୭ | କାମାକ୍ଷାନଗର | ଅଣ ସଂରକ୍ଷିତ | କାମାକ୍ଷାନଗର (ବି), ଭୁବନ (ବି), ଭୁବନ, କାମାକ୍ଷାନଗର (ଅଂଶ), ଢେଙ୍କାନାଳ (ଅଂଶ) | ||
୫୮ | ପର୍ଜଙ୍ଗ | ଅଣ ସଂରକ୍ଷିତ | ପର୍ଜଙ୍ଗ, କଙ୍କଡ଼ାହାଡ଼, କାମାକ୍ଷାନଗର (ଅଂଶ) |
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]- ଢେଙ୍କାନାଳ ଜିଲ୍ଲାର ସରକାରୀ ପୃଷ୍ଠା Archived 2011-07-24 at the Wayback Machine.