ବଲାଙ୍ଗୀର ଜିଲ୍ଲା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବଲାଙ୍ଗିର
ଭାଷାଓଡ଼ିଆ,କୋଶଳି,ଇଂରାଜୀ
ବିଧାନ ସଭା୫ଟି ଆସନ
 
  • ୧. ଲୋଇସିଙ୍ଘା(୦୬୬)
    ୨. ପାଟଣାଗଡ଼(୦୬୭)
    ୩. ବଲାଙ୍ଗିର(୦୬୮)
    ୪. ଟିଟିଲାଗଡ଼(୦୬୯)
    ୫. କଣ୍ଟାବାଞ୍ଜି (୭୦)
Area
 • ଜିଲ୍ଲା6575 km2 (2,539 sq mi)
Population
 (୨୦୧୧)
 • ଜିଲ୍ଲା୧୬୪୮୫୭୪
 • Rankଓଡ଼ିଶାରେ ଦଶମ (୧୦/୩୦)
 • Density251/km2 (650/sq mi)
 • Urban
୧୯୭୧୬୧
 • Rural
୧୪୫୧୪୧୩
 • ୬ ବର୍ଷରୁ କମ ଶିଶୁ
୨୦୬୯୬୪
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୭ xxx
ତାର (ଏସ୍.ଟି.ଡ଼ି)୦୬୬୫୨
ଯାନବାହାନ ପଞ୍ଚୀକରଣOD-03
ଜିଲ୍ଲାପାଳଡା. ଏମ. ମୁଥୁକୁମାର
WebsiteOfficial website

ବଲାଙ୍ଗିର ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହାର ଆୟତନ ୫,୧୬୫ ବର୍ଗ କିମି । ବଲାଙ୍ଗିର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଳ୍ଲାର ମୁଖ୍ୟ ଭାଗ ଗ୍ରାମାଞ୍ଚଳ । ମୁଖ୍ୟ ବଡ଼ ଓ ସାନ ସହର ଆଉ ଥାନା ଗୁଡ଼ିକ ହେଲା ବଲାଙ୍ଗୀର,, ପାଟଣାଗଡ଼, ଟିଟିଲାଗଡ,କଣ୍ଟାବାଞ୍ଜି, ଲୋଇସିଙ୍ଘା, ସଇଁତଳା, ବେଲପଡା, ଆଗଲପୁର, ଦେଓଗାଁ, ମୁରିବାହାଲ , ଗୁଡଭେଳା, ଖୋପ୍ରାଖୋଲ, ବଙ୍ଗୋମୁଣ୍ଡା, ତୁରେକେଲା,ତୁଷୁରା,ସିନ୍ଧେକେଲା, ଲାଠୋର, ଲରମ୍ଭା,

ମୁଖ୍ୟ ନଦୀ ଓ ଶାଖାନଦୀ[ସମ୍ପାଦନା]

  • ମହାନଦୀ
  • ତେଲ
  • ଉନଦର, ଲାନ୍ଥ୍, ସୁନଗଡ଼ ଓ ସୁଖତେଲ (ତେଲ ନଦୀର ଶାଖାନଦୀ)
  • ଅଙ୍ଗ
  • ଜିରା
  • ସେଲଷିଙ୍ଗ

ଭୂଗୋଳ[ସମ୍ପାଦନା]

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା[୧] ଅନୁସାରେ, ବଲାଙ୍ଗୀର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୪୮,୫୭୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୪୧୩ ଓ ସହରାଞ୍ଚଳରେ ୧,୯୭,୧୬୧ ଲୋକ ବାସ କରନ୍ତି [୨]

  • ପୁରୁଷ: ୮,୩୧,୩୪୯
  • ମହିଳା: ୮,୧୭,୨୨୫
    • ଛ ବର୍ଷରୁ କମ: ୨,୦୬,୯୬୪
  • ସାକ୍ଷରତା ହାର ୬୫.୫୦%
    • ପୁରୁଷ: ୭୭.୦୮%
    • ମହିଳା: ୫୩.୭୭%

ପ୍ରଶାସନିକ ବିଭାଗ[ସମ୍ପାଦନା]

  • ଉପଖଣ୍ଡ: (୩): ବଲାଙ୍ଗୀର, ଟିଟିଲାଗଡ଼ପାଟଣାଗଡ଼
  • ପୌରାଞ୍ଚଳ: (୪)
    • ପୌର ପରିଷଦ: (୧): ବଲାଙ୍ଗୀର କଣ୍ଟାବାଞ୍ଜି ଟିଟିଲାଗଡ଼
    • ବିଜ୍ଞାପିତ ଅଞ୍ଚଳ ପରିଷଦ (୩): ପାଟଣାଗଡ଼ ଓ କଣ୍ଟାବାଞ୍ଝି ଓ ତୁଷୁରା ବେଳପଡ଼ା ସଇଁତଳା ଟିଟିଲାଗଡ[୩]
  • ପଞ୍ଚାୟତ ସମିତି (ବ୍ଲକ): (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁରେଇକେଲା,
  • ତହସିଲ (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁସରା

ରାଜନୀତି[ସମ୍ପାଦନା]

ଲୋକ ସଭା[ସମ୍ପାଦନା]

ଏହି ଜିଲ୍ଲାରୁ କଳିକେଶ ନାରାୟଣ ସିଂହ ଦେଓ ଲୋକ ସଭାକୁ ନିର୍ବାଚିତ ହୋଇଅଛନ୍ତି ।

ବିଧାନ ସଭା[ସମ୍ପାଦନା]

ଏହି ଜିଲ୍ଲା ଅନ୍ତର୍ଗତ ୫ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଲା:

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
୬୬ ଲୋଇସିଂହା ଅନୁସୂଚିତ ଜାତି ଲୋଇସିଂହା, ଆଗଲପୁର, ପୁଇଁତଳା ମୁକେଶ୍ ମହାଳିଂ ବିଜଦ
୬୭ ପାଟଣାଗଡ଼ ଅଣ ସଂରକ୍ଷିତ ପାଟଣାଗଡ଼ (ବି), ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ା କନକ ବର୍ଦ୍ଧନ ସିଂଦେଓ ଭାଜପା
୬୮ ବଲାଙ୍ଗୀର ଅଣ ସଂରକ୍ଷିତ ବଲାଙ୍ଗୀର (ପୌ), ବଲାଙ୍ଗୀର, ଦେଓଗାଁ ଅନଙ୍ଗ ଉଦୟ ସିଂହ ଦେଓ ବିଜଦ
୬୯ ଟିଟିଲାଗଡ଼ ଅଣ ସଂରକ୍ଷିତ ଟିଟିଲାଗଡ଼ (ବି), ଟିଟିଲାଗଡ଼, ସଇଁତଳା, ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା) ଟୁକୁନୀ ସାହୁ ବିଜେଡ଼ି
୭୦ କଣ୍ଟାବାଞ୍ଝି ଅଣ ସଂରକ୍ଷିତ କଣ୍ଟାବାଞ୍ଝି (ବି), ତୁରକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ

ଆଧାର[ସମ୍ପାଦନା]

  1. Census 2011: Odisha: Provisional Population Totals
  2. Census 2011: Odisha: Rural Urban Distribution
  3. "Municipalities/NAC". Balangir District | India (in Indian English). Retrieved 2023-11-03.

ଅଧିକ ତଥ୍ୟ[ସମ୍ପାଦନା]