ଭଦଭଦଳିଆ

ଉଇକିପିଡ଼ିଆ‌ରୁ

ଭଦଭଦଳିଆ
An Indian Roller (ssp. benghalensis) from Bandhavgarh National Park, India
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Coraciiformes
କୁଳ: Coraciidae
ପ୍ରଜାତି: Coracias
ଜାତି: C. benghalensis
ବାଇନୋମିଆଲ ନାମ
Coracias benghalensis
(Linnaeus, 1758)
Synonyms

Corvus benghalensis
Coracias indica

ଭାରତୀୟ ଲୋଟଣୀ, ଭଦଭଦଳିଆ ଚଢ଼େଇ ଓଡ଼ିଶାର ଗର୍ବ ଓ ସଙ୍କେତ ଅଟେ । ଏହାକୁ ଓଡ଼ିଶାର ରାଜ୍ୟ ପକ୍ଷୀ (State Bird of Odisha) ଭାବେ ଘୋଷଣା କରାଯାଇଅଛି । ଏହି ପକ୍ଷୀ ମୁଖ୍ୟତଃ ଭାରତୀୟ ଉପମହାଦେଶରେ ଦେଖିବାକୁ ମିଳିଥାଏ । ଏହାଛଡା ଥାଇଲାଣ୍ଡଇରାକରେ ମଧ୍ୟ ଏମାନେ ଦେଖା ଯାଆନ୍ତି । ଭାରତର ଅନେକ ରାଜ୍ୟ ଏହି ପକ୍ଷୀକୁ ସେମାନଙ୍କର ରାଜ୍ୟ ପକ୍ଷୀ ଭାବେ ଘୋଷଣା କରିଛନ୍ତି ।

ପରିଚୟ[ସମ୍ପାଦନା]

ଭଦଭଦଳିଆ ଲୋଟଣୀ (roller) ଜାତିର ଏକ ପକ୍ଷୀ । ଏହାକୁ ହିନ୍ଦୀରେ ନୀଳକଣ୍ଠ ବା ସବଜକ୍ କୁହାଯାଏ।

ଶାରୀରିକ ଗଠନ[ସମ୍ପାଦନା]

ଶୁଭଭାଇ

ଏହାର ଶାରୀରିକ ଗଠନ ମାଛରଙ୍କା (King fisher) ଓ ପାରାର ଶାରୀରିକ ଗଠନ ସହିତ ଊଣାଅଧିକେ ସମାନ । ଏହାର ମୁଣ୍ଡ ପାରାଠାରୁ ବଡ଼ ଓ ଶକ୍ତ, ଥଣ୍ଟଟି ଓଜନିଆ ଓ ମୁନିଆ। ପେଟ ପାଖର ରଙ୍ଗ ଧୂସର, ଲାଞ୍ଜ ପାଣିଚିଆ ନୀଳ, ଡେଣା ଦୁଇଟି ନୀଳ ଓ ଏଥିରେ କଳା ରଙ୍ଗର ପଟା ପଟା ଦାଗ ରହିଥାଏ। ଦୂରରୁ ଦେଖିଲେ ଚକଚକ ନୀଳବର୍ଣ୍ଣର ଦେଖାଯାଏ। ଦେହ ତୁଳନାରେ ଲାଞ୍ଜଟି ଛୋଟ ଓ ଆୟତାକାର। ପିଠି ପାଖ ଚଉଡା।

ଜୀବନଶୈଳୀ[ସମ୍ପାଦନା]

ଏମାନଙ୍କର ଆମୋଦଦାୟକ ଉଡ଼ିବା ଶୈଳୀପାଇଁ ଏମାନେ ଅତି ଲୋକପ୍ରିୟ। ଘିରିଘିରି ହୋଇ ବୁଲିବା, ତଳୁ ଉପରକୁ ରକେଟ ପରିଯିବା, ଉପରୁ ତଳକୁ ଖସିବାବେଳେ ମୁଣ୍ଡକୁ ଲମ୍ବାଇ ଉଡ଼ିବା, ଚିତ୍ ପଟାଙ୍ଗ ମାରିବା, ଡାହାଣରୁ ବାମକୁ ଓ ବାମରୁ ଡାହାଣକୁ କଡ଼େଇ କଡ଼େଇ ଉଡ଼ିବା ଆଦି ନାନାଦି କରାମତି ନ ଦେଖିଲେ ବିଶ୍ୱାସ କରିବା କଷ୍ଟକର ।

ରହିବାସ୍ଥାନ[ସମ୍ପାଦନା]

ଶାନ୍ତ କୋଳାହଳ ଶୂନ୍ୟ ପଡ଼ିଆ ଏମାନଙ୍କର ପ୍ରିୟ ସ୍ଥାନ । ଏମାନେ ଏକୁଟିଆ ରହିବାକୁ ଭଲ ପାଆନ୍ତି । ଚୁପ୍ ଚାପ୍ ବସିଥାନ୍ତି । ଶିକାର ପାଇଲେ ଝାମ୍ପିପଡ଼ନ୍ତି।

ଖାଦ୍ୟ[ସମ୍ପାଦନା]

ବିଭିନ୍ନ ପ୍ରକାରର ପୋକଜୋକ, କୀଟ, ପ୍ରଜାପତି ଏପରିକି ଏଣ୍ଡୁଅ, ବେଙ୍ଗ, ଝିଟିପିଟି, ଚମ୍ପେଇ ନେଉଳ, ମୂଷା ଆଦି ଏମାନଙ୍କର ପ୍ରିୟ ଖାଦ୍ୟ।

ପ୍ରଜନନ ଓ ବଂଶବୃଦ୍ଧି[ସମ୍ପାଦନା]

ଏମାନେ ଉଚ୍ଚଗଛର କୋରଡ଼କୁ ଅଣ୍ଡାଦେବାପାଇଁ ବାଛିଥାନ୍ତି। ଅଣ୍ଡା ଦେବା ଆଗରୁ କାଠି, କୁଟା, ପକ୍ଷୀମାନଙ୍କର ପର ଓ ଅନ୍ୟାନ୍ୟ ନରମ ଜିନିଷ ଆଣି ନୀଡ଼ ରଚନା ତରନ୍ତି। ଥରକେ ଚାରିଟିରୁ ପାଞ୍ଚଟି ଅଣ୍ଡା ପାଡ଼ିଥାନ୍ତି।

ବିଶେଷତ୍ତ୍ୱ[ସମ୍ପାଦନା]

ଏହାକୁ ଓଡ଼ିଶାରେ ଲୋକେ ଶୁଭ ପକ୍ଷୀ ହିସାବରେ ମାନିଥାନ୍ତି। ଦୁର୍ଗାପୂଜାଦଶହରା ସମୟରେ ଅନେକ ଚଢେଇଆ ଗାଁ ଗହଳରେ ଏଇ ପକ୍ଷୀକୁ ବୁଲାଇ ପଇସା ରୋଜଥାନ୍ତି। ଲୋକେ ବିଶ୍ୱାସ କରନ୍ତି ଯେ ଏ ପକ୍ଷୀକୁ ଦେବୀ ପୂଜା ସମୟରେ ଦେଖିଲେ ଶୁଭ ହୁଏ ଓ ପୂଜା ପରେ ନାନାଦି ଅମଙ୍ଗଳ ଓ ଅସୁବିଧା ଦୂର ହୋଇଥାଏ। ସେଥିପାଇଁ ଗାଁ ଗହଳିରେ ପିଲାଏ ଏ ପକ୍ଷୀକୁ ଦେଖିଲେ ‘ଶୁଭ ଭାଇ ନମସ୍କାର’ ବୋଲି କହିଥାନ୍ତି।

ଆଧାର[ସମ୍ପାଦନା]

  1. BirdLife International (2008). Coracias benghalensis. In: IUCN 2008. IUCN Red List of Threatened Species. Downloaded on 04 July 2009.

ଅଧିକ ତଥ୍ୟ[ସମ୍ପାଦନା]

  • ଉତ୍କଳ ପ୍ରସଂଗ, ଜାନୁଆରୀ ୨୦୦୫-‘ଭଦଭଦଳିଆ ପକ୍ଷୀ’-ଡଃ ପ୍ରଫୁଲ୍ଲ କୁମାର ମହାନ୍ତି
  • Indian Roller videos, photos & sounds on the Internet Bird Collection