ସୋରଡା
ସୋରଡା
ସୁରଡା | |
|---|---|
ସହର | |
ସୋରଡାର ଆକାଶରେଖା | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ଗଞ୍ଜାମ |
| Founded by | ରାଜା ଷଣ୍ଢଧନୁ ସିଂହ (ଅଭୟ ପ୍ରତାପ) |
| Government | |
| • Type | ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ. ଏ. ସି.) |
| • Body | ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦ |
| • ଏନ. ଏ. ସି. ଅଧ୍ୟକ୍ଷ | ଶିବଶଙ୍କର ପଣ୍ଡା (ବିଜେଡ଼ି) |
| • କାର୍ଯ୍ୟନିର୍ବାହୀ ଅଧିକାରୀ | ଉମେଶ ଚନ୍ଦ୍ର ସାହୁ |
| • ବିଧାନସଭା ସଦସ୍ୟ | ନୀଳମଣି ବିଷୋୟୀ (ବିଜେପି) |
| • ସାଂସଦ | ଅନୀତା ଶୁଭଦର୍ଶିନୀ (ବିଜେପି) |
| Population (୨୦୧୧) | |
| • Total | ୧୪,୮୬୭ |
| ଭାଷା | |
| • ସରକାରୀ | ଓଡ଼ିଆ, ଇଂରାଜୀ |
| Time zone | UTC+୫:୩୦ (ଭାରତୀୟ ମାନକ ସମୟ) |
| ଡାକ କୋଡ଼ | 761108 |
| ଦୂରଭାଷ କୋଡ଼ | 06819 |
| ଯାନବାହାନ ପଞ୍ଚୀକରଣ | OD-୩୨ (ପୁରୁଣା OR-୦୭/OD-୦୭) |
| Website | sujogportal.odisha.gov.in/surada |
ସୋରଡ଼ା ଭାରତର ଓଡ଼ିଶା ରାଜ୍ୟରେ ଥିବା ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର ଏବଂ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ।
ଭୂଗୋଳ
[ସମ୍ପାଦନା]ସୋରଡା ୧୯°୪୬′N ୮୪°୨୬′E/୧୯.୭୬ °N ୮୪.୪୩ °E/
ଏହା ଗଞ୍ଜାମ ଜିଲ୍ଲା ଉତ୍ତର-ପଶ୍ଚିମ ସୀମାରେ ଋଷିକୁଲ୍ୟା ଏବଂ ଜରଉ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ, ଯାହା ଗଞ୍ଜାମ ଜିଲ୍ଲାର ଧରାକୋଟ, ବେଲଗୁଣ୍ଠା, ଭଞ୍ଜନଗର ଏବଂ କନ୍ଧମାଳ ଜିଲ୍ଲାର ରାଇକିଆ, ଦାରିଙ୍ଗିବାଡି ଦ୍ୱାରା ସୀମାବଦ୍ଧ।
ବ୍ୟୁତ୍ପତ୍ତି
[ସମ୍ପାଦନା]ସ୍ଥାନୀୟ ଓଡ଼ିଆ ଭାଷାରେ ସୋରଡା, ସଉରା ଜନଜାତି ରହୁଥିବା ସ୍ଥାନକୁ ବୁଝାଏ, ଯେଉଁମାନେ ଏହି ଅଞ୍ଚଳରେ ବୋଧହୁଏ ପୁର୍ବରୁ ବସବାସ କରୁଥିଲେ । କିଛି ଅନ୍ୟ ସୁତ୍ରରୁ ଜଣାଯାଏ, ସୋରଡା ଶବ୍ଦଟି ମୁଳତ: ସଂସ୍କୃତ ଶବ୍ଦ ''ସୁରଡା''ର ଏକ ଅପଭ୍ରନ୍ଷ । ସୁରଡା ଶବ୍ଦଟି ଦୁଇଟି ସଂସ୍କୃତ ଶବ୍ଦ ଅର୍ଥାତ୍ ସୁର (ଦେବ/ଦେବତା) ଏବଂ ଅଡ୍ଡାର ମିଶ୍ରଣ ଅଟେ, ଯାହାର ଅର୍ଥ ହେଉଛି ଦେବସ୍ଥଳୀ ଅଥବା ଦେବତାମାନଙ୍କର ସ୍ଥାନ କିମ୍ବା ଅମୃତ ଅଥବା ଅମୃତପ୍ରଦ ସ୍ଥାନ ।[୧]
ଇତିହାସ
[ସମ୍ପାଦନା]୧୮୮୦ ମସିହାର ଟି. ଜେ. ମାଲ୍ଟବିଙ୍କ ଜନଗଣନା ରିପୋର୍ଟ ଅନୁଯାଇ, ଖିଣ୍ଡିରିଶୃଙ୍ଗ (ଖିଡିସିଙ୍ଗି ବା ଖିଡିସିଙ୍ଗୀ ଇଷ୍ଟେଟ) ର ପ୍ରତିଷ୍ଠା ସିବେଇଜୟପୁରର ରାଜା ଶୋଭାଚନ୍ଦ୍ର ସିଂହଙ୍କ ଦ୍ୱାରା ୧୧୬୮ ମସିହାରେ କରାଯାଇଥିଲା, ଯେଉଁଥିରେ ଗଞ୍ଜାମ ଜିଲ୍ଲାର ବର୍ତ୍ତମାନର ସୋରଡା, ଧରାକୋଟ, ଶେରଗଡ଼ ବ୍ଲକ (ଗଜପତି ଜିଲ୍ଲା ମୋହନା ବ୍ଲକର କିଛି ଅଂଶ) ଅନ୍ତର୍ଭୁକ୍ତ ଥିଲା । ୧୪୭୬ ମସିହାରେ, ରାଜା ବଳିୟାର ସିଂହଙ୍କ ବଡ଼ ପୁଅର ଅକାଳ ବିୟୋଗ ପରେ ଖିଡିସିଙ୍ଗିକୁ ସେ ଚାରୋଟି ଭିନ୍ନ ଭିନ୍ନ ଜମିଦାରୀରେ ବିଭକ୍ତ କରିଥିଲେ । ସୋରଡା ଜମିଦାରୀ ତାଙ୍କ ତୃତୀୟ ପୁଅ ରାଜା ଷଣ୍ଢଧନୁ ସିଂହଙ୍କ ଭାଗକୁ ଯାଇଥିଲା।[୨]
- ବଡଗଡ଼ - ରାଜା ଦମନ ସିଂହ (ବଳିୟାର ସିଂହଙ୍କ ନାତି, ତାଙ୍କ ବଡ଼ ପୁଅଙ୍କ ଠାରୁ)
- ଧରାକୋଟ - ରାଜା ହାଡୁ ସିଂହ
- ସୋରଡା - ରାଜା ଷଣ୍ଢଧନୁ ସିଂହ (ଅଭୟ ପ୍ରତାପ ନାମରେ ମଧ୍ୟ ଜଣାଶୁଣା)
- ଶେରଗଡ - ରାଜା ପରଶୁରାମ ସିଂହ (ନାବାଳକ) (ରାଜା ବଳିୟାରଙ୍କ ଦ୍ୱାରା ପରିଚାଳିତ) ।
ଯେତେବେଳେ ବ୍ରିଟିଶମାନେ ଗଞ୍ଜାମ ଉପରେ ଅଧିକାର କଲେ, ସେମାନେ ଏହି ଜମିଦାରୀକୁ ମାଡ୍ରାସ ପ୍ରେସିଡେନ୍ସି ପ୍ରଶାସନ ଅଧୀନରେ ରଖିଥିଲେ, ଯାହା ମାଡ୍ରାସ ପ୍ରେସିଡେନସିର ଜମିଦାରୀ ଇଷ୍ଟେଟ ତାଲିକାରେ ଉଲ୍ଲେଖ କରାଯାଇଛି । ପରବର୍ତ୍ତୀ ସମୟରେ ୧୮୩୬ ମସିହାରେ, ବ୍ରିଟିଶମାନେ ଏକାଧିକ ବିଦ୍ରୋହ ଏବଂ ଟିକସ ଦେୟରେ ଅନିୟମିତତାର କାରଣରୁ ଘୁମୁସର ସହିତ ସୋରଡାର ଜମିଦାରୀ ଅଧିକାରକୁ ନିଲାମ କରି ଉଚ୍ଛେଦ କରିଥିଲେ । ୧୯୩୬ ମସିହାରେ ସୋରଡା ନବଗଠିତ ଓଡ଼ିଶା ପ୍ରଦେଶର ଅଂଶବିଶେଷ ହୋଇଥିଲା ଏବଂ ଭାରତର ସ୍ୱାଧୀନତା ପରଠାରୁ ଏହା ଓଡ଼ିଶା ରାଜ୍ୟ ଦ୍ୱାରା ପରିଚାଳିତ ହୋଇଆସୁଛି ।[୩]
ଜନସାଂଖିକୀୟ
[ସମ୍ପାଦନା]୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୋରଡାର ଜନସଂଖ୍ୟା ୧୪,୮୬୭ ଥିଲା । ପୁରୁଷମାନେ ଜନସଂଖ୍ୟାର ୫୧% ଏବଂ ମହିଳା ୪୯% ଅଟନ୍ତି। ସୋରଡାର ହାରାହାରି ସାକ୍ଷରତା ହାର ୬୮.୭%, ଯାହା ଜାତୀୟ ହାରାହାରି ୭୪.୦୪% ଠାରୁ କମ୍ । ପୁରୁଷ ସାକ୍ଷରତା ହାର ୫୫.୬% ଥିବାବେଳେ ମହିଳାଙ୍କ ସାକ୍ଷରତା ହାର ୪୪.୩% ରହିଛି ।
ଆକର୍ଷଣୀୟ ସ୍ଥାନ
[ସମ୍ପାଦନା]ସୋରଡା ସବୁଜ ପର୍ବତ ଏବଂ ଋଷିକୁଲ୍ୟା ଏବଂ ଜରଉ ନଦୀର ସଙ୍ଗମ ଦ୍ୱାରା ଘେରି ରହିଛି | ଆଠଟି ପ୍ରାଚୀନ ଶିବ ମନ୍ଦିର ଥିବା ଏହି ସହର ଅଷ୍ଟଶମ୍ଭୁ କ୍ଷେତ୍ର ନାମରେ ଜଣାଶୁଣା, ଯାହା ଏହାର ଶୁଭତା ପାଇଁ ପ୍ରଦାନ କରାଯାଇଥିବା ଏକ ଉପାଧି | ସେମାନଙ୍କ ମଧ୍ୟରୁ ସବୁଠାରୁ ପୁରୁଣା, ନଦୀ କୂଳରେ ଅବସ୍ଥିତ ପଞ୍ଚାନନ ମନ୍ଦିର, ଉଭୟ ଆଧ୍ୟାତ୍ମିକ ଏବଂ ମନୋରଞ୍ଜନ ଭ୍ରମଣ ପାଇଁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ।
- ସୋରଡା ଡ୍ୟାମ୍ - ଏହି ଜଳଭଣ୍ଡାର ୧୮୯୬ରେ ନିର୍ମିତ ହୋଇଥିଲା | ସ୍ଥାନୀୟ ଭାବେ ପାତମା ନାମରେ ପରିଚିତ ପଦ୍ମା ନଦୀର ଜଳ ଏଥିରେ ସଂରକ୍ଷିତ ରହିଛି । ଓଡ଼ିଶା ସରକାର ଏହାର ଆଖପାଖରେ ପାର୍କ, ଜେଟି ଏବଂ ଏକ ପିକନିକ୍ ସ୍ପଟ୍ ବିକଶିତ କରି ଏହାର ଆବେଦନକୁ ବୃଦ୍ଧି କରିଛନ୍ତି । ଖୁଣ୍ଟେଶ୍ୱରୀ ପାହାଡ଼ର ୱାଚ୍ ଟାୱାରରୁ ସୋରଡା ସହର ସହିତ ଡ୍ୟାମର ପାରିପାଶ୍ୱିକ ଦୃଶ୍ୟର ଆନନ୍ଦ ନେବାକୁ ପଯ୍ୟଟକମାନେ ଏଠାକୁ ଆସିଥାନ୍ତି | [୫]
ଉଲ୍ଲେଖନୀୟ ବ୍ୟକ୍ତିମାନେ
[ସମ୍ପାଦନା]- ଶଶିଭୂଷଣ ରଥ - ଦୈନିକ ଆଶା ସମ୍ବାଦପତ୍ରର ପ୍ରତିଷ୍ଠାତା, ସମାଜ ସଂସ୍କାରକ, ଜନ ପ୍ରତିନିଧି, ଶିଳ୍ପପତି ଏବଂ ସ୍ୱାଧୀନତା ସଂଗ୍ରାମୀ ।[୭]
ଜଳବାୟୁ ଏବଂ ଆଞ୍ଚଳିକ ସ୍ଥିତି
[ସମ୍ପାଦନା]ଗ୍ରୀଷ୍ମ ଋତୁରେ ସର୍ବାଧିକ ତାପମାତ୍ରା ୩୭°C ଏବଂ ଶୀତ ଋତୁରେ ସର୍ବନିମ୍ନ ତାପମାତ୍ରା ୧୭°C ରହିଥାଏ । ହାରାହାରି ଦୈନିକ ତାପମାତ୍ରା ୩୩°C ରୁ ୩୮°C ମଧ୍ୟରେ ରହିଥାଏ । ମେ ମାସ ହେଉଛି ସବୁଠାରୁ ଗରମ ମାସ, ଡିସେମ୍ବର ମାସ ହେଉଛି ସବୁଠାରୁ ଥଣ୍ଡା ମାସ । ହାରାହାରି ବାର୍ଷିକ ବୃଷ୍ଟିପାତ ୧୨୫୦ ମି. ମି. ଏବଂ ଏହି ଅଞ୍ଚଳରେ ଜୁଲାଇରୁ ଅକ୍ଟୋବର ମଧ୍ୟରେ ମୌସୁମୀ ଏବଂ ପ୍ରବଳ ବର୍ଷା ହୋଇଥାଏ।
| Climate data for Surada, Odisha | |||||||||||||
|---|---|---|---|---|---|---|---|---|---|---|---|---|---|
| Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
| Average high °C (°F) | 26 (79) |
29 (84) |
34 (93) |
36 (97) |
37 (99) |
34 (93) |
31 (88) |
30 (86) |
31 (88) |
31 (88) |
29 (84) |
27 (81) |
31.3 (88.3) |
| Average low °C (°F) | 14 (57) |
18 (64) |
22 (72) |
26 (79) |
28 (82) |
28 (82) |
26 (79) |
26 (79) |
25 (77) |
22 (72) |
18 (64) |
14 (57) |
22.3 (72) |
| Average rainfall mm (inches) | 15.50 (0.6102) |
17.40 (0.685) |
21.70 (0.8543) |
21.00 (0.8268) |
40.30 (1.5866) |
156.00 (6.1417) |
310.00 (12.2047) |
294.50 (11.5945) |
204.00 (8.0315) |
96.10 (3.7835) |
30.00 (1.1811) |
18.60 (0.7323) |
୧,୨୨୫.୧ (୪୮.୨୩୨୨) |
| Source: MSM Weather | |||||||||||||
ଶିକ୍ଷା
[ସମ୍ପାଦନା]- ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ
- କେଶବ ପଣ୍ଡା ସ୍ନାତକ ମହିଳା ମହାବିଦ୍ୟାଳୟ
- ଓଡ଼ିଶା ଆଦର୍ଶ ବିଦ୍ୟାଳୟ [୮]
- ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
- ପିସିଏମ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
- ବିନାୟକ ପବ୍ଲିକ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
- ଋଷିକୁଲ୍ୟା ଆଇ. ଟି. ସି.
- ସରକାରୀ ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ
- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
- ବୈଷୟିକ ଉଚ୍ଚ ବିଦ୍ୟାଳୟ
- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର [୯]
- ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର
- ମଡେର୍ଣ ଡିପଲ ପବ୍ଲିକ୍ ସ୍କୁଲ
- ପ୍ରଗତି ପବ୍ଲିକ୍ ସ୍କୁଲ
ଆର୍ଥିକ ଅନୁଷ୍ଠାନ
[ସମ୍ପାଦନା]- ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ
- ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ
- ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ
- ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ
- ଆକ୍ସିସ୍ ବ୍ୟାଙ୍କ
- ଆସ୍କା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିମିଟେଡ
ପରିବହନ
[ସମ୍ପାଦନା]ରାସ୍ତା
[ସମ୍ପାଦନା]ସୋରଡା ଜାତୀୟ ରାଜପଥ ୫୯ ଏବଂ ରାଜ୍ୟ ରାଜପଥ ୩୬ ସହିତ ସଂଯୁକ୍ତ ଯାହା ଓଡ଼ିଶାର ସମସ୍ତ ପ୍ରମୁଖ ସ୍ଥାନ ଏବଂ ସହରକୁ ସଂଯୋଗ କରେ | ତିନି ଚକିଆ ଅଟୋ ଟ୍ୟାକ୍ସି ହେଉଛି ସହରର ପରିବହନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ |
ରାଜନୀତି
[ସମ୍ପାଦନା]ସୋରଡା ହେଉଛି ସୋରଡା ବିଧାନସଭା କ୍ଷେତ୍ରର ଏକ ଅଂଶ ବିଶେଷ । ସୋରଡା ବିଧାନସଭା ନିର୍ବାଚନମଣ୍ଡଳୀରୁ ବର୍ତ୍ତମାନର ବିଧାୟକ ହେଉଛନ୍ତି ବିଜେପିର ନୀଳମଣି ବିଷୋୟୀ, ଯିଏ ୨୦୨୪ର ରାଜ୍ୟ ସାଧାରଣ ବିଧାନସଭା ନିର୍ବାଚନରେ ଏହି ଆସନରେ ବିଜୟୀ ହୋଇଥିଲେ।[୧୦]
ବିଜୁ ପଟ୍ଟନାୟକ ୧୯୫୭ ରାଜ୍ୟ ନିର୍ବାଚନରେ ସୋରଡା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ।[୧୧]
ସୋରଡା ହେଉଛି ଆସ୍କା (ଲୋକସଭା ନିର୍ବାଚନ ମଣ୍ଡଳୀ) ର ଏକ ଅଂଶ ବିଶେଷ । [୧୨]
ସନ୍ଦର୍ଭ
[ସମ୍ପାଦନା]- ↑ "Meaning of the name Surada". Wisdomlib.org. Retrieved 1 June 2026.
- ↑ The Orissa Historical Research Journal, vol. 6, Prajatantra Press, 1957
- ↑ "HISTORY OF ODISHA FROM 1803 TO 1948 AD" (PDF). ddceutkal.ac.in (in ଇଂରାଜୀ). Retrieved 2026-02-06.
- ↑ "Urban Agglomerations/Cities having Census 2011-2020 in Orissa". Registrar General and Census Commissioner of India. Retrieved 10 October 2014.
- ↑ "Water level dips to new low in Sorada reservoir". Orissapost.com. Retrieved 1 June 2026.
- ↑ "Kantapidha Yatra of Goddess Kandhunidevi in Ganjam's Surada". Kalingatv.com. Retrieved 1 June 2026.
- ↑ "Ganjam Gaurav Shashi Bhushan". Amritkaal.nic.in. Retrieved 2026-05-25.
- ↑ "Odisha Adarsha Vidyalaya, Sorada". Retrieved 2026-02-06.
- ↑ "Vidya Bharati Purv Chatra Parishad". Retrieved 2026-06-01.
- ↑ "Surada Assembly Election Results 2024". The Times of India. Retrieved 2026-05-18.
- ↑ "Profile-Details Late Biju Patnaik". Odisha Legislative Assembly. Retrieved 2026-05-19.
- ↑ "Assembly Constituencies - Corresponding Districts and Parliamentary Constituencies of Odisha" (PDF). Election Commission of India. Archived from the original (PDF) on 6 February 2009. Retrieved 2008-09-19.