Jump to content

ସୋରଡା

ଉଇକିପିଡ଼ିଆ‌ରୁ
(ସୋରଡ଼ାରୁ ଲେଉଟି ଆସିଛି)
ସୋରଡା
ସୁରଡା
ସହର
Skyline of Sorada
ସୋରଡାର ଆକାଶରେଖା
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଗଞ୍ଜାମ
Founded byରାଜା ଷଣ୍ଢଧନୁ ସିଂହ (ଅଭୟ ପ୍ରତାପ)
Government
  Typeବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ. ଏ. ସି.)
  Bodyସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦ
  ଏନ. ଏ. ସି. ଅଧ୍ୟକ୍ଷଶିବଶଙ୍କର ପଣ୍ଡା (ବିଜେଡ଼ି)
  କାର୍ଯ୍ୟନିର୍ବାହୀ ଅଧିକାରୀଉମେଶ ଚନ୍ଦ୍ର ସାହୁ
  ବିଧାନସଭା ସଦସ୍ୟନୀଳମଣି ବିଷୋୟୀ (ବିଜେପି)
  ସାଂସଦଅନୀତା ଶୁଭଦର୍ଶିନୀ (ବିଜେପି)
Population
 (୨୦୧୧)
  Total୧୪,୮୬୭
ଭାଷା
  ସରକାରୀଓଡ଼ିଆ, ଇଂରାଜୀ
Time zoneUTC+୫:୩୦ (ଭାରତୀୟ ମାନକ ସମୟ)
ଡାକ କୋଡ଼
761108
ଦୂରଭାଷ କୋଡ଼06819
ଯାନବାହାନ ପଞ୍ଚୀକରଣOD-୩୨ (ପୁରୁଣା OR-୦୭/OD-୦୭)
Websitesujogportal.odisha.gov.in/surada

ସୋରଡ଼ା ଭାରତର ଓଡ଼ିଶା ରାଜ୍ୟରେ ଥିବା ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର ଏବଂ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ।

ଭୂଗୋଳ

[ସମ୍ପାଦନା]

ସୋରଡା ୧୯°୪୬′N ୮୪°୨୬′E/୧୯.୭୬ °N ୮୪.୪୩ °E/

ଏହା ଗଞ୍ଜାମ ଜିଲ୍ଲା ଉତ୍ତର-ପଶ୍ଚିମ ସୀମାରେ ଋଷିକୁଲ୍ୟା ଏବଂ ଜରଉ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ, ଯାହା ଗଞ୍ଜାମ ଜିଲ୍ଲାର ଧରାକୋଟ, ବେଲଗୁଣ୍ଠା, ଭଞ୍ଜନଗର ଏବଂ କନ୍ଧମାଳ ଜିଲ୍ଲାର ରାଇକିଆ, ଦାରିଙ୍ଗିବାଡି ଦ୍ୱାରା ସୀମାବଦ୍ଧ।

ବ୍ୟୁତ୍ପତ୍ତି

[ସମ୍ପାଦନା]

ସ୍ଥାନୀୟ ଓଡ଼ିଆ ଭାଷାରେ ସୋରଡା, ସଉରା ଜନଜାତି ରହୁଥିବା ସ୍ଥାନକୁ ବୁଝାଏ, ଯେଉଁମାନେ ଏହି ଅଞ୍ଚଳରେ ବୋଧହୁଏ ପୁର୍ବରୁ ବସବାସ କରୁଥିଲେ । କିଛି ଅନ୍ୟ ସୁତ୍ରରୁ ଜଣାଯାଏ, ସୋରଡା ଶବ୍ଦଟି ମୁଳତ: ସଂସ୍କୃତ ଶବ୍ଦ ''ସୁରଡା''ର ଏକ ଅପଭ୍ରନ୍ଷ । ସୁରଡା ଶବ୍ଦଟି ଦୁଇଟି ସଂସ୍କୃତ ଶବ୍ଦ ଅର୍ଥାତ୍ ସୁର (ଦେବ/ଦେବତା) ଏବଂ ଅଡ୍ଡାର ମିଶ୍ରଣ ଅଟେ, ଯାହାର ଅର୍ଥ ହେଉଛି ଦେବସ୍ଥଳୀ ଅଥବା ଦେବତାମାନଙ୍କର ସ୍ଥାନ କିମ୍ବା ଅମୃତ ଅଥବା ଅମୃତପ୍ରଦ ସ୍ଥାନ ।[]

ଇତିହାସ

[ସମ୍ପାଦନା]

୧୮୮୦ ମସିହାର ଟି. ଜେ. ମାଲ୍ଟବିଙ୍କ ଜନଗଣନା ରିପୋର୍ଟ ଅନୁଯାଇ, ଖିଣ୍ଡିରିଶୃଙ୍ଗ (ଖିଡିସିଙ୍ଗି ବା ଖିଡିସିଙ୍ଗୀ ଇଷ୍ଟେଟ) ର ପ୍ରତିଷ୍ଠା ସିବେଇଜୟପୁରର ରାଜା ଶୋଭାଚନ୍ଦ୍ର ସିଂହଙ୍କ ଦ୍ୱାରା ୧୧୬୮ ମସିହାରେ କରାଯାଇଥିଲା, ଯେଉଁଥିରେ ଗଞ୍ଜାମ ଜିଲ୍ଲାର ବର୍ତ୍ତମାନର ସୋରଡା, ଧରାକୋଟ, ଶେରଗଡ଼ ବ୍ଲକ (ଗଜପତି ଜିଲ୍ଲା ମୋହନା ବ୍ଲକର କିଛି ଅଂଶ) ଅନ୍ତର୍ଭୁକ୍ତ ଥିଲା । ୧୪୭୬ ମସିହାରେ, ରାଜା ବଳିୟାର ସିଂହଙ୍କ ବଡ଼ ପୁଅର ଅକାଳ ବିୟୋଗ ପରେ ଖିଡିସିଙ୍ଗିକୁ ସେ ଚାରୋଟି ଭିନ୍ନ ଭିନ୍ନ ଜମିଦାରୀରେ ବିଭକ୍ତ କରିଥିଲେ । ସୋରଡା ଜମିଦାରୀ ତାଙ୍କ ତୃତୀୟ ପୁଅ ରାଜା ଷଣ୍ଢଧନୁ ସିଂହଙ୍କ ଭାଗକୁ ଯାଇଥିଲା।[]

  • ବଡଗଡ଼ - ରାଜା ଦମନ ସିଂହ (ବଳିୟାର ସିଂହଙ୍କ ନାତି, ତାଙ୍କ ବଡ଼ ପୁଅଙ୍କ ଠାରୁ)
  • ଧରାକୋଟ - ରାଜା ହାଡୁ ସିଂହ
  • ସୋରଡା - ରାଜା ଷଣ୍ଢଧନୁ ସିଂହ (ଅଭୟ ପ୍ରତାପ ନାମରେ ମଧ୍ୟ ଜଣାଶୁଣା)
  • ଶେରଗଡ - ରାଜା ପରଶୁରାମ ସିଂହ (ନାବାଳକ) (ରାଜା ବଳିୟାରଙ୍କ ଦ୍ୱାରା ପରିଚାଳିତ) ।

ଯେତେବେଳେ ବ୍ରିଟିଶମାନେ ଗଞ୍ଜାମ ଉପରେ ଅଧିକାର କଲେ, ସେମାନେ ଏହି ଜମିଦାରୀକୁ ମାଡ୍ରାସ ପ୍ରେସିଡେନ୍ସି ପ୍ରଶାସନ ଅଧୀନରେ ରଖିଥିଲେ, ଯାହା ମାଡ୍ରାସ ପ୍ରେସିଡେନସିର ଜମିଦାରୀ ଇଷ୍ଟେଟ ତାଲିକାରେ ଉଲ୍ଲେଖ କରାଯାଇଛି । ପରବର୍ତ୍ତୀ ସମୟରେ ୧୮୩୬ ମସିହାରେ, ବ୍ରିଟିଶମାନେ ଏକାଧିକ ବିଦ୍ରୋହ ଏବଂ ଟିକସ ଦେୟରେ ଅନିୟମିତତାର କାରଣରୁ ଘୁମୁସର ସହିତ ସୋରଡାର ଜମିଦାରୀ ଅଧିକାରକୁ ନିଲାମ କରି ଉଚ୍ଛେଦ କରିଥିଲେ । ୧୯୩୬ ମସିହାରେ ସୋରଡା ନବଗଠିତ ଓଡ଼ିଶା ପ୍ରଦେଶର ଅଂଶବିଶେଷ ହୋଇଥିଲା ଏବଂ ଭାରତର ସ୍ୱାଧୀନତା ପରଠାରୁ ଏହା ଓଡ଼ିଶା ରାଜ୍ୟ ଦ୍ୱାରା ପରିଚାଳିତ ହୋଇଆସୁଛି ।[]

ଜନସାଂଖିକୀୟ

[ସମ୍ପାଦନା]

୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୋରଡାର ଜନସଂଖ୍ୟା ୧୪,୮୬୭ ଥିଲା । ପୁରୁଷମାନେ ଜନସଂଖ୍ୟାର ୫୧% ଏବଂ ମହିଳା ୪୯% ଅଟନ୍ତି। ସୋରଡାର ହାରାହାରି ସାକ୍ଷରତା ହାର ୬୮.୭%, ଯାହା ଜାତୀୟ ହାରାହାରି ୭୪.୦୪% ଠାରୁ କମ୍ । ପୁରୁଷ ସାକ୍ଷରତା ହାର ୫୫.୬% ଥିବାବେଳେ ମହିଳାଙ୍କ ସାକ୍ଷରତା ହାର ୪୪.୩% ରହିଛି ।

Religion in Sorada []
Hinduism
 
93.04%
Islam
 
1.68%
Christianity
 
5.21%
Sikh
 
0.00%
Buddhist
 
0.01%
Jain
 
0.01%
Not Stated
 
0.05%
Other
 
0.00%

ଆକର୍ଷଣୀୟ ସ୍ଥାନ

[ସମ୍ପାଦନା]

ସୋରଡା ସବୁଜ ପର୍ବତ ଏବଂ ଋଷିକୁଲ୍ୟା ଏବଂ ଜରଉ ନଦୀର ସଙ୍ଗମ ଦ୍ୱାରା ଘେରି ରହିଛି | ଆଠଟି ପ୍ରାଚୀନ ଶିବ ମନ୍ଦିର ଥିବା ଏହି ସହର ଅଷ୍ଟଶମ୍ଭୁ କ୍ଷେତ୍ର ନାମରେ ଜଣାଶୁଣା, ଯାହା ଏହାର ଶୁଭତା ପାଇଁ ପ୍ରଦାନ କରାଯାଇଥିବା ଏକ ଉପାଧି | ସେମାନଙ୍କ ମଧ୍ୟରୁ ସବୁଠାରୁ ପୁରୁଣା, ନଦୀ କୂଳରେ ଅବସ୍ଥିତ ପଞ୍ଚାନନ ମନ୍ଦିର, ଉଭୟ ଆଧ୍ୟାତ୍ମିକ ଏବଂ ମନୋରଞ୍ଜନ ଭ୍ରମଣ ପାଇଁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ।

  • ସୋରଡା ଡ୍ୟାମ୍ - ଏହି ଜଳଭଣ୍ଡାର ୧୮୯୬ରେ ନିର୍ମିତ ହୋଇଥିଲା | ସ୍ଥାନୀୟ ଭାବେ ପାତମା ନାମରେ ପରିଚିତ ପଦ୍ମା ନଦୀର ଜଳ ଏଥିରେ ସଂରକ୍ଷିତ ରହିଛି । ଓଡ଼ିଶା ସରକାର ଏହାର ଆଖପାଖରେ ପାର୍କ, ଜେଟି ଏବଂ ଏକ ପିକନିକ୍ ସ୍ପଟ୍ ବିକଶିତ କରି ଏହାର ଆବେଦନକୁ ବୃଦ୍ଧି କରିଛନ୍ତି । ଖୁଣ୍ଟେଶ୍ୱରୀ ପାହାଡ଼ର ୱାଚ୍ ଟାୱାରରୁ ସୋରଡା ସହର ସହିତ ଡ୍ୟାମର ପାରିପାଶ୍ୱିକ ଦୃଶ୍ୟର ଆନନ୍ଦ ନେବାକୁ ପଯ୍ୟଟକମାନେ ଏଠାକୁ ଆସିଥାନ୍ତି | []
  • କଣ୍ଟାପିଢା ଯାତ୍ରା - ଭାଦ୍ରବ ଏବଂ ଆଶ୍ୱିନ ମାସମଧ୍ୟରେ ପାଳନ କରାଯାଉଥିବା ସୋରଡାର କନ୍ଧୁଣୀ ଦେବୀଙ୍କ ଏକ ପ୍ରସିଦ୍ଧ ବାର୍ଷିକ ଉତ୍ସବ |[]

ଉଲ୍ଲେଖନୀୟ ବ୍ୟକ୍ତିମାନେ

[ସମ୍ପାଦନା]
  • ଶଶିଭୂଷଣ ରଥ - ଦୈନିକ ଆଶା ସମ୍ବାଦପତ୍ରର ପ୍ରତିଷ୍ଠାତା, ସମାଜ ସଂସ୍କାରକ, ଜନ ପ୍ରତିନିଧି, ଶିଳ୍ପପତି ଏବଂ ସ୍ୱାଧୀନତା ସଂଗ୍ରାମୀ ।[]

ଜଳବାୟୁ ଏବଂ ଆଞ୍ଚଳିକ ସ୍ଥିତି

[ସମ୍ପାଦନା]

ଗ୍ରୀଷ୍ମ ଋତୁରେ ସର୍ବାଧିକ ତାପମାତ୍ରା ୩୭°C ଏବଂ ଶୀତ ଋତୁରେ ସର୍ବନିମ୍ନ ତାପମାତ୍ରା ୧୭°C ରହିଥାଏ । ହାରାହାରି ଦୈନିକ ତାପମାତ୍ରା ୩୩°C ରୁ ୩୮°C ମଧ୍ୟରେ ରହିଥାଏ । ମେ ମାସ ହେଉଛି ସବୁଠାରୁ ଗରମ ମାସ, ଡିସେମ୍ବର ମାସ ହେଉଛି ସବୁଠାରୁ ଥଣ୍ଡା ମାସ । ହାରାହାରି ବାର୍ଷିକ ବୃଷ୍ଟିପାତ ୧୨୫୦ ମି. ମି. ଏବଂ ଏହି ଅଞ୍ଚଳରେ ଜୁଲାଇରୁ ଅକ୍ଟୋବର ମଧ୍ୟରେ ମୌସୁମୀ ଏବଂ ପ୍ରବଳ ବର୍ଷା ହୋଇଥାଏ।

Climate data for Surada, Odisha
Month Jan Feb Mar Apr May Jun Jul Aug Sep Oct Nov Dec Year
Average high °C (°F) 26
(79)
29
(84)
34
(93)
36
(97)
37
(99)
34
(93)
31
(88)
30
(86)
31
(88)
31
(88)
29
(84)
27
(81)
31.3
(88.3)
Average low °C (°F) 14
(57)
18
(64)
22
(72)
26
(79)
28
(82)
28
(82)
26
(79)
26
(79)
25
(77)
22
(72)
18
(64)
14
(57)
22.3
(72)
Average rainfall mm (inches) 15.50
(0.6102)
17.40
(0.685)
21.70
(0.8543)
21.00
(0.8268)
40.30
(1.5866)
156.00
(6.1417)
310.00
(12.2047)
294.50
(11.5945)
204.00
(8.0315)
96.10
(3.7835)
30.00
(1.1811)
18.60
(0.7323)
୧,୨୨୫.୧
(୪୮.୨୩୨୨)
Source: MSM Weather

ଶିକ୍ଷା

[ସମ୍ପାଦନା]
  • ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ
  • କେଶବ ପଣ୍ଡା ସ୍ନାତକ ମହିଳା ମହାବିଦ୍ୟାଳୟ
  • ଓଡ଼ିଶା ଆଦର୍ଶ ବିଦ୍ୟାଳୟ []
  • ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
  • ପିସିଏମ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
  • ବିନାୟକ ପବ୍ଲିକ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
  • ଋଷିକୁଲ୍ୟା ଆଇ. ଟି. ସି.
  • ସରକାରୀ ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ
  • ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
  • ବୈଷୟିକ ଉଚ୍ଚ ବିଦ୍ୟାଳୟ
  • ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର []
  • ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର
  • ମଡେର୍ଣ ଡିପଲ ପବ୍ଲିକ୍ ସ୍କୁଲ
  • ପ୍ରଗତି ପବ୍ଲିକ୍ ସ୍କୁଲ

ଆର୍ଥିକ ଅନୁଷ୍ଠାନ

[ସମ୍ପାଦନା]
  • ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ
  • ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ
  • ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ
  • ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ
  • ଆକ୍ସିସ୍ ବ୍ୟାଙ୍କ
  • ଆସ୍କା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିମିଟେଡ

ପରିବହନ

[ସମ୍ପାଦନା]

ରାସ୍ତା

[ସମ୍ପାଦନା]

ସୋରଡା ଜାତୀୟ ରାଜପଥ ୫୯ ଏବଂ ରାଜ୍ୟ ରାଜପଥ ୩୬ ସହିତ ସଂଯୁକ୍ତ ଯାହା ଓଡ଼ିଶାର ସମସ୍ତ ପ୍ରମୁଖ ସ୍ଥାନ ଏବଂ ସହରକୁ ସଂଯୋଗ କରେ | ତିନି ଚକିଆ ଅଟୋ ଟ୍ୟାକ୍ସି ହେଉଛି ସହରର ପରିବହନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ |

ରାଜନୀତି

[ସମ୍ପାଦନା]

ସୋରଡା ହେଉଛି ସୋରଡା ବିଧାନସଭା କ୍ଷେତ୍ରର ଏକ ଅଂଶ ବିଶେଷ । ସୋରଡା ବିଧାନସଭା ନିର୍ବାଚନମଣ୍ଡଳୀରୁ ବର୍ତ୍ତମାନର ବିଧାୟକ ହେଉଛନ୍ତି ବିଜେପିର ନୀଳମଣି ବିଷୋୟୀ, ଯିଏ ୨୦୨୪ର ରାଜ୍ୟ ସାଧାରଣ ବିଧାନସଭା ନିର୍ବାଚନରେ ଏହି ଆସନରେ ବିଜୟୀ ହୋଇଥିଲେ।[୧୦]

ବିଜୁ ପଟ୍ଟନାୟକ ୧୯୫୭ ରାଜ୍ୟ ନିର୍ବାଚନରେ ସୋରଡା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ।[୧୧]

ସୋରଡା ହେଉଛି ଆସ୍କା (ଲୋକସଭା ନିର୍ବାଚନ ମଣ୍ଡଳୀ) ର ଏକ ଅଂଶ ବିଶେଷ । [୧୨]

ସନ୍ଦର୍ଭ

[ସମ୍ପାଦନା]
  1. "Meaning of the name Surada". Wisdomlib.org. Retrieved 1 June 2026.
  2. The Orissa Historical Research Journal, vol. 6, Prajatantra Press, 1957
  3. "HISTORY OF ODISHA FROM 1803 TO 1948 AD" (PDF). ddceutkal.ac.in (in ଇଂରାଜୀ). Retrieved 2026-02-06.
  4. "Urban Agglomerations/Cities having Census 2011-2020 in Orissa". Registrar General and Census Commissioner of India. Retrieved 10 October 2014.
  5. "Water level dips to new low in Sorada reservoir". Orissapost.com. Retrieved 1 June 2026.
  6. "Kantapidha Yatra of Goddess Kandhunidevi in Ganjam's Surada". Kalingatv.com. Retrieved 1 June 2026.
  7. "Ganjam Gaurav Shashi Bhushan". Amritkaal.nic.in. Retrieved 2026-05-25.
  8. "Odisha Adarsha Vidyalaya, Sorada". Retrieved 2026-02-06.
  9. "Vidya Bharati Purv Chatra Parishad". Retrieved 2026-06-01.
  10. "Surada Assembly Election Results 2024". The Times of India. Retrieved 2026-05-18.
  11. "Profile-Details Late Biju Patnaik". Odisha Legislative Assembly. Retrieved 2026-05-19.
  12. "Assembly Constituencies - Corresponding Districts and Parliamentary Constituencies of Odisha" (PDF). Election Commission of India. Archived from the original (PDF) on 6 February 2009. Retrieved 2008-09-19.