ମଙ୍ଗଳା ମନ୍ଦିର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମଙ୍ଗଳା ମନ୍ଦିର
MaaMangala.png
ମଙ୍ଗଳା ମନ୍ଦିର ଓଡ଼ିଶାରେ ଅବସ୍ଥିତ ।
ମଙ୍ଗଳା ମନ୍ଦିର
ମଙ୍ଗଳା ମନ୍ଦିର
Location within ଓଡ଼ିଶା
Geography
ଦିଗବାରେଣି 19°59′59.7″N 86°11′41.26″E / 19.999917°N 86.1947944°E / 19.999917; 86.1947944
ଦେଶ  ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ପୁରୀ
ସ୍ଥାନ କାକଟପୁର
Culture
ମୁଖ୍ୟ ଆରାଧ୍ୟ ମା ମଙ୍ଗଳା
ମୁଖ୍ୟ ପର୍ବପର୍ବାଣୀ ଝାମୁ ଜାତ୍ରା, ଜଗନ୍ନାଥଙ୍କ ନବକଳେବର, ଦୁର୍ଗା ପୂଜା
Architecture
ମନ୍ଦିର ସଂଖ୍ୟା
ସ୍ମୃତି ସ୍ତମ୍ଭ
History and governance
ନିର୍ମାଣ କାଳ ୧୫୪୮ A. D.
ନିର୍ମାତା ପଞ୍ଚାନନ ମିତ୍ର (ରାୟଚୁଡାମଣି)
'ମନ୍ଦିର ବୋର୍ଡ଼ ମା ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ

ମଙ୍ଗଳା ମନ୍ଦିର ଓଡ଼ିଶାର ପୁରୀ ଜିଲ୍ଲାର କାକଟପୁରଠାରେ ପ୍ରାଚୀ ନଦୀ କୂଳରେ ଅବସ୍ଥିତ । [୧][୨] ଏହା ଓଡ଼ିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶକ୍ତିପୀଠ ଅଟେ। ବର୍ଷ ତମାମ ଏଠାକୁ ଭକ୍ତମାନେ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ।

ଇତିହାସ[ସମ୍ପାଦନା]

କାକଟପୁର ମା'ମଙ୍ଗଳାଙ୍କ ମନ୍ଦିରକୁ ବିଗତ ୫୦୦ବର୍ଷ ପୂର୍ବେ ସ୍ଥାନୀୟ ଜମିଦାର "ରାୟଚୁଡାମଣି"ଙ୍କ ପରିବାର, ବିଶିଷ୍ଠ ଜ୍ଞାନୀ ସେବକ ମାନଙ୍କୁ ନେଇ ନିର୍ମାଣ କରିଥିଲେ। ଏହି ମନ୍ଦିର ପଞ୍ଚାନନ ମିତ୍ର ରାୟଚୁଡାମଣିଙ୍କ ଦ୍ୱାରା (୧୫୪୮ଖ୍ରୀଷ୍ଟାବ୍ଦ)ରେ ନିର୍ମିତ।

କିମ୍ବଦନ୍ତୀ[ସମ୍ପାଦନା]

ପ୍ରଚଳିତ ଲୋକକଥା ଅନୁଯାୟୀ, ମା' ମଙ୍ଗଳାଙ୍କ ବିଗ୍ରହ ବହୁକାଳ ପର୍ଯ୍ୟନ୍ତ ପ୍ରାଚୀ ନଦୀର ଗର୍ଭରେ ଲୁଚିରହିଥିଲେ । ଦିନେ ନଦୀରେ ନିଜର ନାବ ବାହୁଥିବା ବେଳେ ବନ୍ୟା ଆସିବାରୁ, ନାଉରିଆ ଥଳକୂଳ ନପାଇ ଭାସି ଯାଉଥିବା ବେଳେ ମଝି ନଈରେ ତାର ନାବ ସ୍ଥିରହୋଇ ରହିଲା ଓ ନାବ ସହିତ ରକ୍ଷା ପାଇଲା। କିନ୍ତୁ ସେ ଜାଣିପାରିଲା ନାହିଁ ଯେ ସେ କିପରି ରକ୍ଷା ପାଇଲା ଏହିପରି ଚିନ୍ତାରେ ଥିବାବେଳେ ଥରେ ପ୍ରାତଃକାଳରେ ମା’ଙ୍କର ସ୍ଵପ୍ନାଦେଶ ପାଇ[୩] ତାଙ୍କ ବିଗ୍ରହକୁ ନଦୀ ଗର୍ଭରୁ ଉଦ୍ଧାର କରି ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ପୂଜାର ବ୍ୟବସ୍ଥା କଲା। କିଛି ସମୟ ଅତିକ୍ରାନ୍ତେ ଏକ କଳା ବର୍ଣ୍ଣର 'କାକ'ଟିଏ ପ୍ରାଚୀ ନଦୀ କୁ ଲମ୍ଫ ଦେଲା। ବହୁ ସମୟ, ବହୁଦିନ ଅତିକ୍ରମ କରିଗଲା କିନ୍ତୁ ସେହି କାକ ଟି ଆଉ ଫେରିଲା ନାଇଁ, କାରଣ ସେ ନଦୀର ଭିତର ପାର୍ଶ୍ୱରେ ଅଟକି ଯାଇଥିଲା, ଯେଉଁ ସ୍ଥାନରେ ନାଉରିଆଟି ମା'ମଙ୍ଗଳାଙ୍କ ପ୍ରତିମୂର୍ତ୍ତି କୁ ପାଇଥିଲା।

ଆମର ସ୍ଥାନୀୟ ଭାଷାରେ ଇଂରାଜୀ ଶବ୍ଦ 'କ୍ରୋ' ମାନେ କାକ ଏବଂ 'ଡିଟେଣ୍ଡ'ମାନେ'ଅଟକ'। ତେଣୁ ଏହି ଶବ୍ଦ ଦ୍ଵୟ କୁ ଏକତ୍ର କରି 'କାକଟକ'ରଖାଯାଇଥିଲା। କିଛି ସମୟ ଅତିକ୍ରମ କଲା ପରେ ମଙ୍ଗଳପୁର ଗ୍ରାମଟି କାକଟପୁର ନାମରେ ନାମିତ ହେଲା। ମା'ଙ୍କୁ କାକଟପୁର ମଙ୍ଗଳା ନାମେ ପରିଚାଳିତ କରାଗଲା।

ମନ୍ଦିର ନିର୍ମାଣ ଶୈଳୀ[ସମ୍ପାଦନା]

ଏହି ମନ୍ଦିର ସ୍ୱତନ୍ତ୍ର କଳିଙ୍ଗ ଶୈଳୀରେ ପ୍ରତିଷ୍ଠିତ କରାଯାଇଛି। ଏଠାରେ ଶକ୍ତ ପଥରରେ ନିର୍ମିତ ଏକ ଶଯ୍ୟା ଅଛି, ଯେଉଁଠାରେ ମା'ମଙ୍ଗଳା ପ୍ରତିଦିନ ବିମ୍ବ ପରିକ୍ରମା କରି ବିଶ୍ରାମ ନିଅନ୍ତି। ଏହି ଶଯ୍ୟା ଟି ଏପରି ଭାବେ ଖୋଦିତ ହୋଇଛି, ଯେପରି ଏହା ଶହ ଶହ ବର୍ଷ ଧରି ବ୍ୟବହାର ହୋଇଛି। ଏହି ମନ୍ଦିରର ଚାରି ପାର୍ଶ୍ୱ ରେ ବହୁ ଦେବାଦେବୀ ଙ୍କ ପୂଜାର୍ଚ୍ଚନା କରାଯାଉଛି। ଏହା ଶକ୍ତି ଉପାସକ ଭକ୍ତଙ୍କ ପାଇଁ ଏକ ପ୍ରମୁଖ ତୀର୍ଥସ୍ଥଳୀ।

ପର୍ବ ପର୍ବାଣୀ[ସମ୍ପାଦନା]

ଚନ୍ଦନ ବେଶ[ସମ୍ପାଦନା]

ପାରମ୍ପରିକ ପ୍ରଥା ଅନୁସାରେ ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଦିନ ମା' ମଙ୍ଗଳାଙ୍କ ଚନ୍ଦନ ବେଶ ହୋଇଥାଏ । ଏହିଦିନ ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ସ୍ନାନ ମାର୍ଜନା ସରିବା ପରେ ମା'ଙ୍କ ମୁଖାରବିନ୍ଦକୁ ଚନ୍ଦନରେ ସଜ୍ଜିତ କରାଯାଇଥାଏ। ଏହାକୁ ଦର୍ଶନ ନିମନ୍ତେ ମା'ମଙ୍ଗଳାଙ୍କ ଭକ୍ତମାନେ ବହୁ ଦୂରରୁ ପାଛୋଟି ହୋଇ ଆସନ୍ତି।

ପ୍ରମୁଖ ଚୈତ୍ର ପର୍ବ[ସମ୍ପାଦନା]

ବୈଶାଖ ମାସର ପ୍ରଥମ ମଙ୍ଗଳବାର କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କର ମନ୍ଦିରରେ ପାଳିତ ହୋଇଥାଏ ଅନନ୍ୟ ଝାମୁଯାତ୍ରା । ରାଜ୍ୟର ଦେବଦେବୀ ମନ୍ଦିରମାନଙ୍କରେ ପଣା ସଂକ୍ରାନ୍ତି ତିଥିରେ ଝାମୁଯାତ୍ରା ପାଳିତ ହେଉଥିବା ବେଳେ ଏକମାତ୍ର ଶକ୍ତିପୀଠ ମା’ ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ମାସର ପଞ୍ଚମ ଅଥବା ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ମା' ମଙ୍ଗଳାଙ୍କ ଝାମୁଯାତ୍ରା ପାଇଁ ସମଗ୍ର କାକଟପୁର ଲୋକାରଣ୍ୟ ହୋଇଥଏ । ଭୋର ୨ଟାରୁ ମା'ଙ୍କର ମଙ୍ଗଳ ଆଳତି ସ୍ନାନ ମାର୍ଜନା ପରେ ଚନ୍ଦନବେଶରେ ସଜ୍ଜିତକରି ପରେ ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପନୀତି ଅନୁଷ୍ଠିତ ହେବାପରେ ସକାଳ ୫ଟା ବେଳକୁ ସର୍ବସାଧାରଣ ଦର୍ଶନ ନିମନ୍ତେ ସାହାଣମେଲା କରାଯାଇଥାଏ । ଲକ୍ଷ ଲକ୍ଷ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶକରି ପୂଜାର୍ଚ୍ଚନା କରିଥାନ୍ତି ।

ଗ୍ରାମର ମାନସିକ କରିଥିବା ପାଟୁଆମାନେ ମା'ଙ୍କ ଠାରୁ ଆଜ୍ଞାମାଳ ପାଇ ଶୋଭାଯାତ୍ରା ରେ ପ୍ରାଚୀ ନଦୀର ଘଣ୍ଟତୋଳାତୁଠକୁ ଯାଇ ପାଣି ତୋଳି ମନ୍ଦିରକୁ ଆସିଥାନ୍ତି । ପାଟୁଆମାନେ ମା'ଙ୍କ ସ୍ତୁତି କରିବା ସହିତ ପୂଜାପଣ୍ଡାଙ୍କଠାରୁ ଆଜ୍ଞାମାଳ ପାଇବାପରେ ମନ୍ଦିର ସମ୍ମୁଖକୁ ଯାଇ ଝାମୁ(ରଡ଼ ନିଆଁ ଗର୍ତ୍ତରେ ଖାଲିପାଦରେ) ଚାଲିଥାନ୍ତି । ପାଟୁଆଙ୍କ ପରେ ଅଗ୍ନିପୁର୍ଣ୍ଣ ଗର୍ତ୍ତରେ ମାନସିକ ଭକ୍ତମାନେ ମଧ୍ୟ ଖାଲିପାଦରେ ଚାଲିଥାନ୍ତି । ପରେ ପାରମ୍ପରିକ ପ୍ରଥା ଅନୁସାରେ ପାଟୁଆ ନୃତ୍ୟ ଓ କାଲିକା ନୃତ୍ୟ ପରିବେଷଣ କରାଯାଇଥାଏ ।

ନବକଳେବର[ସମ୍ପାଦନା]

ପ୍ରତି ୧୨ବର୍ଷ ରେ ଥରେ ପୁରୀ ପ୍ରଖ୍ୟାତ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଙ୍କର ନବକଳେବରରେ ବ୍ରହ୍ମ ପରିବର୍ତ୍ତନ ଶୈଳୀ ଆରମ୍ଭ ହୋଇଥାଏ। ଏହି ସମୟରେ ପୁରୀର ସମସ୍ତ ଧର୍ମ ପୂଜକ ଭଗବାନ ଙ୍କ ସମ୍ବନ୍ଧ ରେ ପଥପ୍ରଦର୍ଶକ ରୂପେ ମା'ମଙ୍ଗଳାଙ୍କ ଆରାଧନା କରିଥାନ୍ତି। ପରେ ମା'ମଙ୍ଗଳ ସେମାନଙ୍କ ସ୍ୱପ୍ନରେ ଆବିର୍ଭୁତ ହୋଇ ତିନି ଦିବ୍ୟ'ଦାରୁବ୍ରହ୍ମ'ବୃକ୍ଷ ଗୁଡ଼ିକୁ ସଠିକ ସ୍ଥାନରେ ଦୃଶ୍ୟମାନ କରାଇଥାନ୍ତି।

ଆଧାର[ସମ୍ପାଦନା]

  1. Kakatpur Mangala
  2. Panda, Raghunath (2009). Maa Sarba Mangala. 
  3. "Kakatpur Mangala - Odia Express". odisha.odiaexpress.in. http://odisha.odiaexpress.in/tourism/temple/kakatpur-mangala/. Retrieved 22 March 2013. "Goddess Mangala came in his dream and asked him to recover her"