ରାଉରକେଲା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ରାଉରକେଲା
ମହାନଗର
Anticlockwise from top left: Hanuman Vatika, National Institute of Technology, Rourkela, Rourkela Steel Plant, Banja Bhawan and Entrance Highway to Rourkela Main City.
Anticlockwise from top left: Hanuman Vatika, National Institute of Technology, Rourkela, Rourkela Steel Plant, Banja Bhawan and Entrance Highway to Rourkela Main City.
ରାଉରକେଲା ଓଡ଼ିଶାରେ ଅବସ୍ଥିତ ।
ରାଉରକେଲା
ରାଉରକେଲା
ଓଡ଼ିଶା, ଭାରତରେ ଏହାର ଅବସ୍ଥାନ
ଦିଗବାରେଣୀ : 22°14′57″N 84°52′58″E / 22.24917°N 84.88278°E / 22.24917; 84.88278Coordinates: 22°14′57″N 84°52′58″E / 22.24917°N 84.88278°E / 22.24917; 84.88278
ଦେଶ  India
ରାଜ୍ୟ ଓଡ଼ିଶା
ଜିଲ୍ଲା ସୁନ୍ଦରଗଡ଼
ସ୍ଥାପିତ ୧୯୫୪
ସରକାର
 • ପ୍ରକାର ଗଣତନ୍ତ୍ର
 • ପରିଚାଳନା ମହାନଗର ନିଗମ
ଉଚ୍ଚତା 216 m (709 ft)
ଜନସଂଖ୍ୟା (2011)
 • ମହାନଗର ୪,୮୩,୦୩୮
 • ଘନତା ୬,୬୯୬/km (/sq mi)
 • ମହାନଗର ୫,୩୬,୪୫୦
ଭାଷା
 • ସରକାରୀ ଓଡ଼ିଆ
ସମୟ ମଣ୍ଡଳ IST (UTC+୫:୩୦)
PIN ୭୬୯୦୦୧-୭୬୯xxx
ଟେଲିଫୋନ କୋଡ଼ ୦୬୬୧
ଗାଡି ପଞ୍ଜୀକରଣ OR-14/ OD-14

ରାଉରକେଲା ଶବଦ ବିଷୟରେ pronunciation ଭାରତର ଓଡ଼ିଶା ରାଜ୍ୟର ଉତ୍ତର-ପୁର୍ବରେ ଅବସ୍ଥିତ ଏକ ପ୍ରମୁଖ ନଗର । ଏହା ନାନାଦି ଖଣିଜ ସମ୍ପଦରେ ଭରପୁର ଓ ମୁଖ୍ୟତଃ ଏକ ଶିଳ୍ପ ପ୍ରଧାନ ନଗରୀ । ଏହା ଓଡ଼ିଶାର ରାଜଧାନୀ ଠାରୁ 340 kilometres (211 mi) ଦୂରରେ ଅବସ୍ଥିତ । ଚଣ୍ଡୀଗଡ଼ ପରେ ଏହା ଭାରତର ଦ୍ଵିତୀୟ ସୁବ୍ୟବସ୍ଥିତ ନଗର । ଏହା ଅନେକ ପାହାଡ଼ ଓ ନଦୀ ଦ୍ଵାରା ବେଢା । ଏଠାରେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ର ଏକ ବୃହତ୍ତମ କାରଖାନା ଏଠାରେ ରହିଅଛି । ଏଠାରେ ଜାତୀୟ ଶିକ୍ଷାନୁଷ୍ଠାନବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ମଧ୍ୟ ଅବସ୍ଥିତ ।

ନାମକରଣ[ସମ୍ପାଦନା]

"ରାଉରକେଲା" ନାମଟି ଜର୍ମାନ ଶବ୍ଦ ରୁର (Ruhr) ଶବ୍ଦରୁ ଆସିଛି । ରୁର (Ruhr) ଜର୍ମାନୀର ଏକ ପ୍ରମୁଖ ଶିଳ୍ପ ଭିତ୍ତିକ ଉପତ୍ୟାକା । ରାଉଅରକେଲା ଠାରେ ଜର୍ମାନୀ ସହବନ୍ଧନରେ ଇସ୍ପାତ କାରଖାନା ତିଆରି କରାଯାଇଥିଲା । ସୁନ୍ଦରଗଡ଼ ଜିଲାର ରାଉତିଆ ଜନଜାତି ଦ୍ଵାରା କୁହାଯାଉଥିବା ସାଦ୍ରି ଭାଷାରେ କେଲାର ଅର୍ଥ ଗାଆଁ [୩]

ଫାଇଲ:RourkelaHandsOfSteel.jpg
ଇସ୍ପାତ କାରଖାନା

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଉରକେଲା ସହରର ମୋଟ ଜନସଂଖ୍ୟା ୫,୫୨,୨୩୯ ଅଟେ। ଏହା ମଧ୍ୟରେ ବର୍ତ୍ତମାନର ରାଉରକେଲା ମାହନଗର ନିଗମ ଏବଂ ରାଉରକେଲା ଇସ୍ପାତ ସହରାଞ୍ଚଳର ଜନସଂଖ୍ୟା ମିଶିକରି ରହିଛି।[୪][୫] ସେଥି ମଧ୍ୟରୁ ୫୩.୮୯% ଜଣ ପରୁଷ ହୋଇଥିବା ବେଳେ ୪୬.୧୧% ଜଣ ନାରୀ ଅଟନ୍ତି । ରାଉରକେଲାର ସାକ୍ଷରତା ହାର ୭୫.୨୪% ଅଟେ । ଏହା ଜାତୀୟ ହାର ଠାରୁ ୧୦.୪୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୩.୫୭% ପ୍ରତିଶତ ପୁରୁଷ ଓ ୩୧.୬୮% ନାରୀ ଅଟନ୍ତି । ୧୧.୮୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୬]

ଅନ୍ୟାନ୍ୟରେ ବୌଦ୍ଧ, ଜୈନ ଓ ଶିଖମାନେ ଅଛନ୍ତି
ରାଉରକେଲାରେ ଥିବା ଧର୍ମାବଲମ୍ବୀ
ଧର୍ମ ପ୍ରତିଶତ
ହିନ୍ଦୁ
  
82.0%
ମୁସଲମାନ
  
8.11%
ଖ୍ରୀଷ୍ଟିଆନ
  
7.36%
ଅନ୍ୟାନ୍ୟ
  
2.53%

ଭାଷା[ସମ୍ପାଦନା]

ଓଡ଼ିଆ ରାଉରକେଲାର ସରକାରୀ ଭାଷା ଅଟେ ।

ପର୍ଯ୍ୟଟନ[ସମ୍ପାଦନା]

ରାଉରକେଲା ସହର ଠାରୁ ବେଦବ୍ୟାସର ଦୂରତା ମାତ୍ର ୯କି.ମି., ବେଦବ୍ୟାସକୁ ଯିବାକୁ ହେଲେ ନାଗପୁର କଲିକତା ରେଳ ଲାଇନର ପାନପୋଷ ଷ୍ଟେସନଠାରୁ ଏକ ମାଇଲ ଉତ୍ତର ଦିଗକୁ ଗଲେ ବେଦବ୍ୟାସରେ ପହଞ୍ଚି ହୁଏ । ଏଠାରେ ଏକ ସଙ୍ଗମ ସ୍ଥଳୀ ରହିଛି, ଏଠାରେ ଶଙ୍ଖ ଓ କୋଏଲ ନଦୀ ସହ ସରସ୍ଵତୀ କୁଣ୍ଡରୁ ବାହାରି ଥିବା ଝରଣାର ସମାହାରରେ ସୃଷ୍ଟି ହୋଇଛି ନୂତନ ନଦୀ ବ୍ରାହ୍ମଣୀ । ଦେଶର ବୃହତ୍ତମ ସଙ୍ଗମ ଭାବେ ପରିଗଣିତ ଆହ୍ଲାବାଦଠାରେ ଗଙ୍ଗା, ଯମୁନା ସହିତ ଅଦୃଶ୍ୟ ସରସ୍ଵତୀର ସଙ୍ଗମ ପରେ କେବଳ ଗଙ୍ଗା ନଦୀ ଆଗକୁ ବହି ଯାଇଥିବା ବେଳେ ବେଦବ୍ୟାସ ସଙ୍ଗମରୁ ଆଉ ଏକ ନୂତନ ନଦୀ ଉତ୍ପନ୍ନ ହୋଇଛି । ଆହ୍ଲାବାଦଠାରେ ସରସ୍ଵତୀ ନଦୀ ଦୃଶ୍ୟମାନ ହେଉନଥିବା ବେଳେ ବେଦବ୍ୟାସରେ ରହିଛି ସୁଦୃଶ୍ୟ ସରସ୍ଵତୀ କୁଣ୍ଡ ଓ ସରସ୍ଵତୀ ମନ୍ଦିର । ପାତାଳୀ ଝରଣାର ପାଣି ସରସ୍ଵତୀ କୁଣ୍ଡରୁ ନିର୍ଗତ ସଙ୍ଗମସ୍ଥଳୀରେ ମିଶୁଛି ।

ବେଦବ୍ୟାସରେ ଥିବା ଗୁମ୍ଫାରେ ଆଜି ବି ମହାମୁନି ବେଦବ୍ୟାସଙ୍କର ଆଶାବାଡ଼ି ଓ କଠଉ ସଂରକ୍ଷିତ ହୋଇ ରହିଛି । ଶଙ୍ଖ ଓ କୋଏଲ ନଦୀର ସଙ୍ଗମସ୍ଥଳରେ ପରାଶର ଘୁଟୁକୁରା ନାମକ ଏକ ପାହାଡ଼ ଦେଖିବାକୁ ମିଳେ । ସେହି ପାହାଡ଼ ଶୀର୍ଷରେ ଏକ ଶିବମନ୍ଦିର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ବେଳେ ପାହାଡ଼ର ପଶ୍ଚିମ ପାଦ ଦେଶରେ ସାସ୍ୱତୀ କୁଣ୍ଡ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ସାଜିଥାଏ । ପରାଶର ଘୁଟୁକୁରା ପାହାଡ଼ର ପାଦଦେଶରେ ଶିବଙ୍କର ଏକ ସୁଦୃଶ୍ୟ ମନ୍ଦିର ଦେଖିବାକୁ ମିଳେ । ପ୍ରଥମେ ଏହି ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଥିଲା । ବନ୍ୟା ସମୟରେ ଏହି ମନ୍ଦିର ଜଳମଗ୍ନ ହେଇଯାଉଥିବାରୁ ପରବର୍ତ୍ତୀ ସମୟରେ ପାହାଡ଼ର ଶୀର୍ଷଦେଶରେ ମନ୍ଦିରଟିଏ ନିର୍ମାଣ କରାଯାଇଛି । ଏହାବ୍ୟତୀତ କୋଏଲ ନଦୀ କୂଳରେ ଗୌତମୀ ଘୁଟୁକୁରା ପାହାଡ଼କୁ ବହୁ ପର୍ଯ୍ୟଟକ ଭ୍ରମଣ ଉଦ୍ଦେଶ୍ୟରେ ଆସିଥାନ୍ତି । [୭]

ଆଧାର[ସମ୍ପାଦନା]

  1. http://www.censusindia.gov.in/pca/SearchDetails.aspx?Id=403367
  2. http://www.censusindia.gov.in/pca/SearchDetails.aspx?Id=403413
  3. Rourkela Reader, see "Rourkela from 1921 to 2005"
  4. "Census of India: Search Details - Rourkela (M)". Retrieved 31 January 2016. 
  5. "Census of India: Search Details - Rourkela (ITS)". Retrieved 31 January 2016. 
  6. ଆଧାର ଭୁଲ: ଅଚଳ <ref> ଚିହ୍ନ; sens ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. ସଂଚାର, ପୃଷ୍ଠା-୨, ଗୁରୁବାର ୨୪ ଜୁଲାଇ ୨୦୧୩

ଅଧିକ ତଥ୍ୟ[ସମ୍ପାଦନା]