ମାଉସୀ ମା’ ମନ୍ଦିର

ଉଇକିପିଡ଼ିଆ‌ରୁ
ମାଉସୀ ମା' ମନ୍ଦିର
ମାଉସୀ ମା'
ମାଉସୀ ମା' ମନ୍ଦିର, ପୁରୀ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtପୁରୀ
Location
Countryଭାରତ

ମାଉସୀ ମା' ମନ୍ଦିର (ମାଉସୀମା ଦେଉଳଅର୍ଦ୍ଧାଶନୀ ମନ୍ଦିର ନାମରେ ମଧ୍ୟ ଜଣା) ପୁରୀଠାରେ ଥିବା ଏକ ମନ୍ଦିର । ଏହା ପୁରୀ ବଡ଼ଦାଣ୍ଡରେ ଜଗନ୍ନାଥ ମନ୍ଦିର ଆଡ଼କୁ ଗଲାବେଳେ ବଳଗଣ୍ଡି ପାଖରେ ବାମପଟେ ଅବସ୍ଥିତ । ଏଠାର ଅଧିଷ୍ଠାତ୍ରୀ ଦେବୁ ମାଉସୀ ମା (ଅର୍ଦ୍ଧାଶନୀ) ଜଗନ୍ନାଥଙ୍କ ମାଉସୀ ଭାବରେ ଜଣା । ପୂର୍ବରୁ ଏଠି ହାତୀ ଗାଧୁଆ ନଦୀ ବହି ଯାଉଥିଲା । ଲୋକେ ତାକୁ ବଳବତ୍ତର ଗଣ୍ଡି କହୁଥିଲେ ଏବେ ଏହା ବଳଗଣ୍ଡି ଭାବେ ପରିଚିତ । ଆଗେ ମହାପ୍ରଭୁମାମାନଙ୍କର ରଥ ଆସି ଏଇଠି ଅଟକି କିଛି ସମୟ ବିଶ୍ରାମ ନେବାପରେ ନଈ ପାର ହୋଇ ବିଗ୍ରହମାନେ ଆରପଟରେ ଥିବା ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ । ପୁଣି ଫେରିଲାବେଳକୁ ଅର୍ଥାତ ବାହୁଡ଼ାବେଳେ ଏଇଠି ମାଉସୀ ମା ଜଗନ୍ନାଥଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ପରମ୍ପରା ଚଳି ଆସିଛି ।[୧]

ମାଉସୀ ମା[ସମ୍ପାଦନା]

ମା ଦେଖିବାକୁ ଅବିକଳ ସୁଭଦ୍ରା ଦେବୀଙ୍କ ପରି । ମାଙ୍କ ମୂର୍ତ୍ତି କୃଷ୍ଣପଥରରେ ତିଆରି । ସେ ଦ୍ୱିଭୂଜା, ଦୁଇ ପାଖରେ ଅଛନ୍ତି ଦୁଇ ପାର୍ଶ୍ୱଦେବୀ ଛାୟା ଓ ମାୟା । ମୂର୍ତ୍ତିର କଟିଦେଶ ଉପରକୁ ଆଚ୍ଛାଦିତ କରି ସୁଭଦ୍ରାଙ୍କ ମୁଖାଟିଏ ଚାପି ଦିଆଯାଇଛି । [୨]

ଆଧାର[ସମ୍ପାଦନା]

  1. "ବାମ୍ଫରେ ହୁଏ ମାଉସୀମା' ପୋଡ଼ପିଠା". dharitri.com. ୨୮ ଜୁନ ୨୦୧୨. Archived from the original on ୨୫ ଫେବୃଆରୀ ୨୦୨୧. Retrieved 25 February 2021. {{cite web}}: Check date values in: |date= and |archivedate= (help)
  2. "ମାଉସୀ ମା'". epaper.prameyanews.com. Archived from the original on ୨୫ ଫେବୃଆରୀ ୨୦୨୧. Retrieved 25 February 2021. {{cite web}}: Check date values in: |archivedate= (help)