ଜଗତସିଂହପୁର
ଜଗତସିଂହପୁର | |
---|---|
ସହର | |
ଓଡ଼ିଶାରେ ଅବସ୍ଥାନ | |
Coordinates: 20°16′N 86°10′E / 20.27°N 86.17°ECoordinates: 20°16′N 86°10′E / 20.27°N 86.17°E | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଜଗତସିଂହପୁର |
ଉଚ୍ଚତା | 15 m (49 ft) |
Population (୨୦୦୧) | |
• Total | ୩୦,୬୮୮ |
ଭାଷା | |
• ସରକାରୀ | ଓଡ଼ିଆ |
ଭାରତୀୟ ମାନକ ସମୟ (UTC+୫:୩୦) |
ଜଗତସିଂହପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଏକ ସହର । ଏହା ଜଗତସିଂହପୁର ଜିଲ୍ଲାର ସଦର ମହକୁମା ଅଟେ । କଟକ ଠାରୁ ଏହାର ଦୂରତା ୪୧ କିଲୋମିଟର ।
ବିଷୟସୂଚୀ
ଭୁଗୋଳ[ସମ୍ପାଦନା]
ଜଗତସିଂହପୁର ୨୦°୨୭'ଉତ୍ତର, ୮୬°୧୭' ପୂର୍ବରେ ସ୍ଥିତ ଅଛି ।
ଇତିହାସ[ସମ୍ପାଦନା]
ଏହାର ପୁରୁଣା ନାଁ ହରିହରପୁର ଥିଲା ।[୧] 'ଜଗତ ସିଂହ' ଜାମ୍ମୁ ଅଞ୍ଚଳର ଜଣେ 'ପଠାଣିଆ ରାଜପୁତ' ଥିଲେ (ପଠାଣ ମାନଙ୍କର ଆକ୍ରମଣ ପ୍ରତିରୋଧ କରିଥିବାରୁ ସେମାନଙ୍କୁ ପଠାଣିଆ ରାଜପୁତ କୁହାଯାଉଥିଲା) ଓ ତାଙ୍କ ନାଁରେ ରାଜ୍ୟର ନାମ ଜଗତସିଂହପୁର ହୋଇଥିଲା ।[୨]
ପ୍ରମୁଖ ଶିକ୍ଷା ଅନୁଷ୍ଠାନ[ସମ୍ପାଦନା]
- ସ୍ଵାମୀ ବିବେକାନନ୍ଦ ସ୍ମାରକୀ ସ୍ଵୟଂଶାସିତ ମହାବିଦ୍ୟାଳୟ । ଏହା ଲୋକମୁଖରେ ଏସ.ବି.ଏମ (SVM) ଭାବେ ପରିଚିତ । ଏହା ମୃତ ଅଳକା ନଦୀର ବାଲି ଉପରେ ଗଢା ହୋଇଛି ।
- ଶ୍ରୀକୃଷ୍ଣ ଏକାଡେମୀ , ଓଡ଼ିଶାର ପ୍ରାଚୀନତମ ଶିକ୍ଷା ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ । ଏହା ଏସ.କେ. ଏକାଡେମୀ (S.K. Academy) ଭାବେ ଜଣାଶୁଣା ।
ଦର୍ଶନୀୟ ସ୍ଥାନ[ସମ୍ପାଦନା]
ମା ଶାରଳା ମନ୍ଦୀର ପାରାଦ୍ବୀପ ବନ୍ଦର ଗାରେଇ ଆଶମ
କିପରି ଯିବେ[ସମ୍ପାଦନା]
କଟକରୁ ରେଳ ଯୋଗେ ପାରାଦୀପ ସଂଯୋଗ ହୋଇଅଛି । ଗୋରଖନାଥଠାରେ ମଧ୍ୟ ଏକ ଷ୍ଟେସନ ଅଛି , ସେଠାରୁ ଜଗତସିଂହପୁରର ଦୂରତା ୧୦ କି.ମି । କଟକ , ଭୂବନେଶ୍ୱର ସହ ଏହି ସହରକୁ ସବୁ ବେଳେ ବସ ଚଳାଚଳ କରିଥାଏ ।
ଆଧାର[ସମ୍ପାଦନା]
- ↑ ଶତାବ୍ଦୀର ସୂର୍ଯ୍ୟ , ସୁରେନ୍ଦ୍ର ମହାନ୍ତି , ପୃଷ୍ଠା-୪୫, ପ୍ରଥମ ପ୍ରକାଶନ-୧୯୭୦
- ↑ ହୃଷୀକେଶ ପଣ୍ଡା (୨୦୧୦). ଗର୍ବ କରିବାର କଥା. ବିନୋଦବିହାରୀ, କଟକ: ଫ୍ରେଣ୍ଡସ ପବ୍ଲିଶର୍ସ. p. ୧୧. ISBN ୮୧-୭୪୦୧-୭୦୨-x Check
&#୧୨୪;isbn=
value (help). Check date values in:&#୧୨୪;date=
(help)