ତରଭା
ତରଭା | |
---|---|
ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସୋନପୁର |
Government | |
• ନଗରପାଳ | ଶୈଳେନ୍ଦ୍ର କୁମାର ସାହୁ |
Population (୨୦୧୧) | |
• Total | ୧୨,୮୮୬ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫:୩୦ (ଭାରତୀୟ ମାନକ ସମୟ) |
ଡାକ କୋଡ଼ | ୭୬୭୦୧୬ |
ତାର କୋଡ଼ | (+୯୧) ୬୬୫4 |
ଯାନବାହାନ ପଞ୍ଚୀକରଣ | OR-31 |
ତରଭା ସୁବର୍ଣ୍ଣପୁରଜିଲ୍ଲାର ଏକ ଛୋଟ ସହର । ବେଳେବେଳେ ତରଭାକୁ ଓଲଟା ଭାରତ ବି କୁହାଯାଏ।ତରଭା ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ପରିଗଣିତ।
ଇତିହାସ
[ସମ୍ପାଦନା]ପୌରାଣିକ ତଥ୍ୟ ଅନୁସାରେ ତରଭାନାଁ, ତେର ଭାୟା (तेराह भैया)ରୁ ଆସିଛି। ଗଉଁତିଆ (ଆଗରୁ ମୁଖିଆକୁ ପଶ୍ଚିମ ଓଡ଼ିଶାରେ ଗଉଁତିଆ ଆଖ୍ୟା ଦିଆ ଯାଉଥିଲା) ବ୍ୟବସ୍ଥା ବେଳେ ତରଭାର୧୩ ଜଣ ଗଉଁତିଆ ଭାଇ ଥିଲେ। ଏହି ସହରର ନାମ ତରଭା ହେବା ଆଗରୁ ତେରଭାୟା ଥିଲା। ସହରର ଗୋଟିଏ ପଟରେ ନିବୃତି ଜୋର ନାମରେ ଏକ ଛୋଟ ନଦୀ ବହିଯାଇଛି, ଯାହା ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରେ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ତରଭାର ବହୁ ବର ପୁତ୍ର ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ସ୍ୱର୍ଗତ ନଟବର ଷଡ଼ଙ୍ଗୀ ଅନ୍ୟତମ ।[ଆଧାର ଲୋଡ଼ା]
ଜନଜୀବନ
[ସମ୍ପାଦନା]୨୦୧୧ ଜାତୀୟ ଜନଗଣନା ଅନୁସାରେ ତରଭାର ଜନସଂଖ୍ୟା ୧୨,୮୮୬। [୧] ତହିଁ ମଧ୍ୟରୁ ୫୧% ପୁରୁଷ ଓ ୪୯% ମହିଳା ଅନ୍ତର୍ଭୁକ୍ତ। ତରଭାର ହାରାହାରି ସାକ୍ଷରତା ହାର ୬୮%, ଯାହା ଜାତୀୟ ସାକ୍ଷରତା ହାର (୫୯%)ରୁ ଅଧିକ। ତନ୍ମଧ୍ୟରୁ ପୁରୁଷ ସାକ୍ଷରତା ହାର ୭୮% ଓ ମହିଳା ସାକ୍ଷରତା ହାର ୫୮%। ଜନସଂଖ୍ୟାର ୧୨% ୬ ବର୍ଷରୁ କମ୍ ବୟସ୍କ। ଶ୍ରୀଯୁକ୍ତ ନାଥୁମଲ ଅଗ୍ରୱାଲ ଯେତେବେଳେ ତରଭାର ନଗରପାଳ ଥିଲେ ସେତେବେଳେ ତରଭାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ଘୋଷଣା କରାଗଲା। ତରଭାକୁ, ସେହି ଅଞ୍ଚଳର ବ୍ୟବସାୟୀମାନଙ୍କ ପେଣ୍ଠସ୍ଥଳୀ ଭାବରେ ଗଣନା କରାଯାଏ।
ଆର୍ଥିକ ବ୍ୟବସ୍ଥା
[ସମ୍ପାଦନା]ଏହି ସହରରେ ବିଭିନ୍ନ ଧରଣର ଲୋକ ବସବାସ କରନ୍ତି. ତନ୍ମଧ୍ୟରୁ ବଣିଆ, ତନ୍ତୀ ଓ କଂସାରୀ ଅନ୍ୟତମ.
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2004-06-16. Retrieved 2004-06-16.
{{cite web}}
: Cite has empty unknown parameter:|1=
(help)