ଜଳେଶ୍ୱର
(ଜଳେଶ୍ଵରରୁ ଲେଉଟି ଆସିଛି)
Jump to navigation
Jump to search
ଜଳେଶ୍ୱର | |
— ସହର — | |
ଦିଗବାରେଣି | 21°30′N 86°54′E / 21.5°N 86.9°ECoordinates: 21°30′N 86°54′E / 21.5°N 86.9°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ବାଲେଶ୍ୱର |
ଲୋକସଂଖ୍ୟା | ୧,୩୧,୮୬୭ (2001[update]) |
ପୁରୁଷ-ନାରୀ ଅନୁପାତ | 1000:942 ♂/♀ |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ଜଳେଶ୍ୱର,ବାଲେଶ୍ୱର ଜିଲ୍ଲାର ଏକ ପ୍ରମୁଖ ସହର ।
ଅବସ୍ଥିତି[ସମ୍ପାଦନା]
ଜଳେଶ୍ୱର, ଓଡ଼ିଶାର ଏକ ପ୍ରାଚୀନ ସହର। ଏହା ଓଡ଼ିଶା ଏବଂ ପଶ୍ଚିମ ବଂଗର ସୀମାନ୍ତ । ସୁବର୍ଣ୍ଣରେଖାର ଉପକୂଳରେ ଏହା ଅବସ୍ଥିତ। ବାଲେଶ୍ୱର ଜିଲ୍ଲା ସଦର ମହକୁମାଠାରୁ ୫୦ କି:ମି ଦୂର।
ଇତିହାସ[ସମ୍ପାଦନା]
ଦର୍ଶନୀୟ ସ୍ଥାନ[ସମ୍ପାଦନା]
- ଦୀଘା: ପଶ୍ଛିମବଙ୍ଗର ପ୍ରସିଦ୍ଧ ବେଳାଭୁମି ଦୀଘା ଏହାଠାରୁ ୩୮ କି:ମି ଦୂର। ପର୍ଯ୍ୟଟକ ମାନେ ଏଠାରୁ ବସ୍, ଅଟୋ, କାର୍ ମାଧ୍ୟମରେ ସେଠାକୁ ଯାଇ ପାରିବେ।
- ଚନ୍ଦନେଶ୍ୱର: ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ବାବା ଚନ୍ଦନେଶ୍ୱର ମନ୍ଦିର ୨୭ କି;ମି ଦୂରରେ ଅବସ୍ଥିତ। ମହା ବିଷୁବ ସଂକ୍ରାନ୍ତିରେ ଏଠାରେ ପ୍ରସିଦ୍ଧ ଚଡକ ଯାତ୍ରା ପାଳନ କରାଯାଏ (ଆଞ୍ଚଳିକ ଭାଷାରେ ଉଡା ପର୍ବ, ନୀଳ ପର୍ବ ଓ ପାଟ ଯାତ୍ରା)। ପ୍ରତି ବର୍ଷ ଏହି ଦିନ ଓଡ଼ିଶା ଏବଂ ପଡୋଶୀ ରାଜ୍ୟରୁ ପାଖାପାଖି ୩ରୁ ୪ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ।
- ତାଳସାରୀ ଓ ଉଦୟପୁର : ତାଳସାରୀ ଓ ଉଦୟପୁର, ଚନ୍ଦନେଶ୍ୱରଠାରୁ ୫ କି:ମି ଦୂର । ଏହା ଓଡ଼ିଶାର ସୀମାନ୍ତ ବେଳାଭୂମି। ଶାନ୍ତ ପରିବେଶ, ଲମ୍ବା ଲମ୍ବା ନଡିଆ ଗଛ, ତାଳ ଗଛ ଏବଂ ବୀସ୍ତିର୍ଣ୍ଣ ଝାଉଁ ବଣର ମନୋରମ ଦୃଶ୍ୟ ଉପଭୋଗ କରିବା ଲାଗି ଦୂର ଦୂରାନ୍ତରୁ ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି। ସାମୁଦ୍ରିକ ନାଲି କଙ୍କଡା ଏଠାକାର ମୁଖ୍ୟ ଆକର୍ଷଣ।