ଗୋସାଣୀ ଯାତ୍ରା

ଉଇକିପିଡ଼ିଆ‌ରୁ
ବାରବାଟୀ ଗୋସାଣୀ

ଗୋସାଣୀ ଯାତ୍ରା (ଗୋଷାଣୀ ଯାତ) ପୁରୀର ଏକ ପ୍ରସିଦ୍ଧ ପର୍ବ । ଦଶହରା ସମୟରେ ଦୁର୍ଗାପୂଜାକୁ ପୁରୀରେ ଗୋଷାଣି ଯାତ୍ରା ଭାବେ ପାଳନ କରାଯାଏ ।[୧] ପୁରୀରେ ଥିବା ଅନେକ ସ୍ଥାନରେ ମା' ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତିପୂଜା ପାଆନ୍ତି। ମହିଷାସୁରର ପତ୍ତନ ପରେ ଦୁର୍ଗାଙ୍କ ସହଚରୀ ଯୋଗିନୀମାନେ ବିଭିନ୍ନ ପୀଠରେ ଅବସ୍ଥାନ କଲେ । ଏହିମାନଙ୍କ ରୂପକୁ ଗୋସାଣୀ କୁହାଯାଏ । ଗୋସାଣୀମାନଙ୍କ ମୃଣ୍ମୟୀ ମୂର୍ତ୍ତି ଦୁର୍ଗାମୂର୍ତ୍ତିଙ୍କଠାରୁ ଭିନ୍ନ। ସପ୍ତମୀଠାରୁ ମହାନବମୀ ପର୍ଯ୍ୟନ୍ତ ମାଆ ଦୁର୍ଗାଙ୍କର ପୂଜା ହେଉଥିବା ବେଳେ ଏହି ଯୋଗିନୀମାନଙ୍କର ପୂଜା ସପ୍ତମୀ ଏକାଦଶୀ ପର୍ଯ୍ୟନ୍ତ ହୁଏ। ଶ୍ରୀକ୍ଷେତ୍ରରେ ଗୋସାଣୀମାନଙ୍କ ଭିନ୍ନ ଭିନ୍ନ ଯଥା କାକୁଡ଼ିଖାଇ, ବାରହାଟି, ଜହ୍ନିଖାଇ, ଶୂନ୍ୟଗୋସାଣୀ, ବଜ୍ରକୋଟ, କଣ୍ଟାକାଢି, ପଣାପ୍ରିୟା, ବେଳବାଇ, ହଜୁରି, ନାଗକୋଟ ଇତ୍ୟାଦି । [୨]

ଇତିହାସ[ସମ୍ପାଦନା]

ଗୋସାଣୀମାନଙ୍କ ମୂର୍ତ୍ତି ପ୍ରତିବର୍ଷ ଗୋଟିଏ ପରିବାରର ସଦସ୍ୟଙ୍କଦ୍ୱାରା ଭାବେ ନିର୍ମାଣ କରାଯାଏ । ସେମାନଙ୍କ କହିବା ମତେ ଏହି ପରମ୍ପରା ୫୦୦ ବର୍ଷରୁ ଚାଲି ଆସୁଛି ।

ଗୋସାଣୀ ଉପାସନା ଓ ପୌରାଣିକ ତଥ୍ୟ[ସମ୍ପାଦନା]

ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ବିଜେସ୍ଥଳୀ ରୂପେ ବିଶ୍ୱପ୍ରସିଦ୍ଧ ହୋଇଥିଲେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ ରୂପେ ମଧ୍ୟ ସର୍ବଜନ ବିଦିତ ହୋଇଛି। ପୁରୀରେ ବିଭିନ୍ନ ଦେବୀ ମନ୍ଦିରରେ ଶକ୍ତି ରୂପେ ପୀଠ ଠାକୁରାଣୀମାନଙ୍କୁ ଆରାଧନା କରାଯାଇଥାଏ । ଏଘି ଦେବୀମାନଙ୍କର ୧୨ଟି ମାସରେ ବିଭିନ୍ନ ପୂଜା ପାର୍ବଣ, ଯାନି ଯାତ୍ରା ଲାଗି ରହିଥାଏ। ତେବେ ପ୍ରତ୍ୟେକ ବର୍ଷ ଆଶ୍ୱିନମାସର ମୂଳାଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ତିଥି ପର୍ଯ୍ୟନ୍ତ ୧୬ ଦିବସ ବ୍ୟାପୀ ଶାରଦୀୟ ଦୁର୍ଗାପୂଜାର ସ୍ୱତନ୍ତ୍ର ପୂଜା ଉତ୍ସବ ଏହି ପୀଠ ଠାକୁରାଣୀମାନଙ୍କର ଏକ ଅନନ୍ୟ ମହୋତ୍ସବ ରୂପେ ସାଧାରଣରେ ଦୃଷ୍ଟି ଆକର୍ଷଣ କରିଥାଏ। ଶ୍ରୀକ୍ଷେତ୍ରରେ ମୃଣ୍ମୟୀ (ମାଟି) ଦୁର୍ଗା ଉପାସନା ଉତ୍ସବର ସ୍ୱତନ୍ତ୍ରତା ଅନ୍ୟ କେଉଁଠି ଦୃଷ୍ଟିଗୋଚର ହୁଏନାହିଁ । ଶ୍ରୀକ୍ଷେତ୍ରର ଏହି ମୃଣ୍ମୟୀ ଦୁର୍ଗା ମୂର୍ତ୍ତିମାନଙ୍କୁ ଗୋଷାଣି ରୂପେ ଆଖ୍ୟା ଦିଆଯାଇଥାଏ। ତେବେ ବିଶ୍ୱର ଅନ୍ୟ କୈଣସି ସ୍ଥାନରେ ଦେବୀ ମାଆମାନଙ୍କୁ ଏଭଳି ଗୋଷାଣୀ ନାମକରଣ କରାଯାଇଥିବା ଦେଖାଯାଇନଥାଏ।

ମହାନ ତନ୍ତ୍ରପୀଠ ଶ୍ରୀକ୍ଷେତ୍ରର ମୃଣ୍ମୟୀ ପୌରାଣିକ କାରଣ ରହିଛି। ମହାଦେବଙ୍କ ଧର୍ମପତ୍ନୀ ସତୀଙ୍କ ଦଶବିଧ ରୂପ ଗୋସାଣୀ ରୂପରେ ଶ୍ରୀକ୍ଷେତ୍ରରେ ପୁଜିତ ହେଉଥିବା କୁହାଯାଏ । ତନ୍ତ୍ରବିଦ୍ୟାର ମହାଦେବୀ ମାଆ ସତୀଙ୍କର ଦଶ ମହାବିଦ୍ୟାର ସ୍ୱରୂପ ତନ୍ତ୍ରପୀଠ ପୁରୀରେ ଅଷ୍ଟଭୂଜା, ଦଶଭୂଜା ଆଦି ରୂପରେ ଦୁଷ୍ଟ ବୁଦ୍ଧି ମହିଷାସୁରକୁ ବିନାଶ କରିବା ମୁଦ୍ରାରେ ପୂଜିତ୍ର ହୋଇଆସୁଛନ୍ତି ଦେବୀ ଦୁର୍ଗା ।

ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଦେବୀ ସଭା ନାମରେ ନାମିତ ଆସ୍ଥାନ ବଡ଼ଦାଣ୍ଡ ଉପରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣି ଏବଂ ନାଗା, ସ୍ପାତୀ ଚଢ଼େଇ, ବୁଢାବୁଢୀ, ରଥ, ରାବଣ ଇତ୍ୟାଦିଙ୍କୁ ଏକତ୍ର କରାଯାଇ ସ୍ଥାପନ କରାଯାଏ । ଶ୍ରୀମନ୍ଦିର ନୀଳଚକ୍ର ଉପରେ ମହାପ୍ରଭୁଙ୍କର ଏକାଦଶୀ କାଳିନ ମହାଦୀପ ଉଠିଲେ ଦେବୀ ମାଆ ଗୋଷାଣୀ, ନାଗା ଓ ଅନ୍ୟାନ୍ୟ ମୂର୍ତ୍ତିମାନଙ୍କୁ ଶୋଭାଯାତ୍ରାରେ ନିଆଯାଇ ମୂଷାନଦୀର ଦେବୀଘାଟରେ ବିସର୍ଜନ କରାଯାଏ ।

କାକୁଡିଖାଇ ଗୋସାଣୀ
  • ଦେବୀ କାକୁଡ଼ିଖାଇ : ପୁରୀର ମୁଖ୍ୟ ଅଧିଷ୍ଠାତ୍ରୀ ଠାକୁରାଣୀ ବିମଳାଙ୍କର ଚଳନ୍ତି ପ୍ରତିମା ରୂପେ ଆରାଧିତ ହୁଅନ୍ତି କାକୁଡ଼ିଖାଇ ନାମଧାରୀ ଗୋଷାଣୀ ମୂର୍ତ୍ତି । ଶ୍ରୀମନ୍ଦିରଠାରୁ ବଣିଆପଟି ଦେଇ ଯାଇଥିବା ସମୁଦ୍ରକୂଳ ରାସ୍ତାର ଖଜାପଟି ପୂର୍ବରୁ ମାଆ କାକୁଡ଼ିଖାଇଙ୍କର ବିଜେସ୍ଥଳୀ ଅବସ୍ଥିତ । ଭାଦ୍ରବ ମାସର ଷଷ୍ଠୀ ଓଷା ଦିବସର ମାଆ କାକୁଡ଼ିଖାଇଙ୍କର କୀଳା ବାଡିଆ ନୀତିର ପାରମ୍ପାରିକ ବିଧି ବିଧାନ ଅନୁଷ୍ଠିତ ହୁଏ । ବଡ଼ଠାକୁର ବଳଭଦ୍ରଙ୍କର ଦାରୂ (କାଠ)ରେ ନିର୍ମିତ କୀଳାକୁ ଆଧାର କରାଯାଇ ନିର୍ମାଣ କରାଯାଏ କାକୁଡ଼ିଖାଇଙ୍କ ବିଜେ ମୂର୍ତ୍ତି ।
  • ହରଚଣ୍ଡୀ ଓ ମଣିକର୍ଣ୍ଣିକା ସାହିର ମାଆ ବାରବାଟୀ ଗୋସାଣୀ : ବାରବାଟୀ ଗୋସାଣୀ ଶ୍ରୀକ୍ଷେତ୍ରର ସର୍ବ ବୃହତ୍ତମ ଗୋସାଣୀ ଅଟନ୍ତି । ଏହାଙ୍କ ବିଗ୍ରହର ଶାଢ଼ୀ ଉପରେ ଯେଉଁ ଅନେକ ବର୍ଗାକାରର ଡିଜାଇନ ହୋଇଥାଏ ତାହା ପାରମ୍ପରିକ ଚାନ୍ଦିର ଟିକିଲିଗୁଡ଼ିକରେ କରାଯାଏ ।
  • ମାଟିମଣ୍ଡପ ସାହିର ଉତ୍ତରକାଳୀଙ୍କ ପ୍ରତିନିଧି ଶୂନ୍ୟଗୋସାଣୀ :
  • ବାଲିସାହିର ବଣଦୁର୍ଗା ଓ ଗେଲହବାଇ :
  • ଭୃଗୁଆଶ୍ରମର ଜହ୍ନିଖାଇ ଗୋସାଣୀ : ଜହ୍ନିଖାଇ ଗୋସାଣୀ ପୁରୀର ଦ୍ୱିତୀୟ ବୃହତ୍ତମ ଗୋସାଣୀ ଅଟନ୍ତି । ଏହାଙ୍କୁ 'ମଝିଆ ଭଗିନୀ' ବୋଲି କୁହାଯାଏ ।
  • ଅଙ୍ଗିରାଆଶ୍ରମର ଜହ୍ନିମୁଣ୍ଡିଆ :

ଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. J C Manti (22 August 2014). The Saga of Jagannatha and Badadeula at Puri (: Story of Lord Jagannatha and his Temple). Vij Books India Pvt Ltd. pp. 245–. ISBN 978-93-82652-45-8.
  2. "Gosani Jatra Of Puri Lord Shree Jagannth". speakingtree.in. Retrieved 2 November 2015.

ବାହର ତଥ୍ୟ[ସମ୍ପାଦନା]