ଲୋକନାଥ ମନ୍ଦିର

ଉଇକିପିଡ଼ିଆ‌ରୁ
ଲୋକନାଥ ମନ୍ଦିର
ପାର୍ବତୀ ପୋଖରୀ

ପୁରୀରେ ଲୋକନାଥ ମନ୍ଦିର ଅବସ୍ଥିତ । ଲୋକନାଥଙ୍କ ବିଜେ ପ୍ରତିମା 'ଭଣ୍ଡାର ଲୋକନାଥ' ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ।[୧][୨] ଏଠାରେ ବର୍ଷସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ପାଣି ଭିତରେ ବୁଡ଼ି ରହିଥାନ୍ତି । ଜଳବିହାରୀ ଶ୍ରୀଲୋକନାଥଙ୍କ ଲିଙ୍ଗରୁ ବର୍ଷସାରା ଜଳ ନିର୍ଗମ ହୋଇ ମନ୍ଦିର ଗମ୍ଭିରାକୁ ପରିପୂର୍ଣ୍ଣ କରିଦେଇଥାଏ । ଶ୍ରୀକ୍ଷେତ୍ରେ ବିଜେ ବାବା ଶ୍ରୀଲୋକନାଥଙ୍କ ଶକ୍ତି ବିଜେ କରିଥିବା ଗର୍ଭଗୃହରୁ ପଙ୍କୋଦ୍ଧାର ଏକାଦଶୀରେ ପଙ୍କୋଦ୍ଧାର ହୋଇଥାଏ । ବର୍ଷସାରା ପ୍ରଭୁଙ୍କ ଲିଙ୍ଗ ଉପରେ ଲାଗି କରାଯାଇଥିବା ଫୁଲ, ବେଲପତ୍ର, ଛାଚି, କଦଳୀ ଓ ଜମି ଯାଇଥିବା ପଙ୍କ ଏହି ଅବସରରେ ବାହାର କରାଯାଇଥାଏ । ସେବାୟତମାନେ ଗମ୍ଭିରାରୁ ପଙ୍କ ଓ ପୂଜା ସାମଗ୍ରୀକୁ ଉଦ୍ଧାର କରିବା ପରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିଥାନ୍ତି । ବର୍ଷକରେ ଦିନେ ଶ୍ରଦ୍ଧାଳୁମାନେ ଶ୍ରୀଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ।

ପର୍ବ ପର୍ବାଣି[ସମ୍ପାଦନା]

ଫାଲଗୁନ ମାସ କୃଷ୍ଣ ଏକାଦଶୀ ତିଥି (ପଙ୍କୋଦ୍ଧାର ଏକାଦଶୀ)ରେ ବାବା ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ । ଜାଗରଯାତ୍ରା ପ୍ରସ୍ତୁତି ପର୍ଯ୍ୟାୟରେ ଏକାଦଶୀ ତିଥିରେ ବାବା ଶ୍ରୀଲୋକନାଥଙ୍କ ମନ୍ଦିର ଗର୍ଭଗୃହରୁ ପଙ୍କୋଦ୍ଧାର ହେବାର ରହିଛି । ଏଠାରେ ବର୍ଷସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ପାଣିଭିତରେ ବୁଡ଼ି ରହିଥିବା ଗର୍ଭଗୃହରୁ ଏହିଦିନ ଜଳ ନିଷ୍କାସନ କରାଯିବା ସହ ପଙ୍କୋଦ୍ଧାର କରାଯାଏ । ବାବା ଲୋକନାଥଙ୍କ ଗର୍ଭଗୃହର ଦୁଇ ତୃତୀୟାଂଶ ପାଣିରେ ବୁଡି ରହିଥାଏ । ବର୍ଷତମାମ ଭକ୍ତମାନେ ସମର୍ପଣ କରିଥିବା ଫୁଲ, ପତ୍ର, କ୍ଷୀର, ପୂଜା ସାମଗ୍ରୀ ପଚି ପଙ୍କରେ ଭରିଯାଇଥାଏ । ଏକାଦଶୀ ତିଥିରେ ପଙ୍କୋଦ୍ଧାର ହେବା ପରେ ମହାଶିବରାତ୍ରି ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ପଙ୍କୋଦ୍ଧାର ଏକାଦଶୀର ବିଶେଷତ୍ୱ ହେଉଛି ବର୍ଷ ତମାମ ପାଣିରେ ବୁଡ଼ି ରହୁଥିବା ବାବା ଲୋକନାଥଙ୍କ ଶିବଲିଙ୍ଗକୁ ଭକ୍ତମାନେ ପ୍ରତ୍ୟକ୍ଷ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏକାଦଶୀ ତିଥିରେ ଭକ୍ତମାନେ ଶ୍ରୀଲୋକନାଥଙ୍କ ଶକ୍ତିକୁ ଦର୍ଶନ କରି ଅପାର କରୁଣା ଲାଭ କରିବା ସହ ଦୁରାରୋଗ୍ୟ ବ୍ୟାଧିରୁ ରକ୍ଷା ପାଆନ୍ତି ବୋଲି ଧର୍ମ ବିଶ୍ୱାସ ରହିଛି । ଭକ୍ତଙ୍କ ପ୍ରତ୍ୟକ୍ଷ ଦର୍ଶନ ପରେ ପୁଣି ଥରେ ବାବା ଲୋକନାଥଙ୍କ ଶକ୍ତି ଗର୍ଭଗୃହ ପାଣି ଝରରେ ବୁଡ଼ି ଯାଇଥାଏ ।

ଆଧାର[ସମ୍ପାଦନା]

  1. shreekhetra.com:Sri Lokanath Temple
  2. "ଶ୍ରୀଲୋକନାଥ". ସମ୍ବାଦ. 4 November 2015. Archived from the original on 4 March 2016. Retrieved 4 November 2015.

ଅଧିକ ତଥ୍ୟ[ସମ୍ପାଦନା]